BSE Odisha Class 7 Science Solutions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ
ବିଷୟବସ୍ତୁ ସୂଚନା ଓ ବିଶେଷଣ
→ ପଦାର୍ଥର ପରିବର୍ତ୍ତନ :
ଆମ ଚତୁଃପାର୍ଶ୍ଵରେ ଦେଖୁଥିବା ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର; ଯଥା – (a) ଭୌତିକ ପରିବର୍ତ୍ତନ ଓ (b) ରାସାୟନିକ ପରିବର୍ତ୍ତନ ।
(a) ଭୌତିକ ପରିବର୍ତ୍ତନ –
- ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ଭୌତିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର କେବଳ ରୂପ, ବର୍ଣ୍ଣ ଆଦିର ସାମୟିକ ପରିବର୍ତ୍ତନ ଘଟିଥାଏ ଏବଂ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ।
- ଚିନିକୁ ଜଳରେ ଦ୍ରବୀଭୂତ କରି ସର୍ବତ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, କାଚ ଭାଙ୍ଗିବା, ବିଦ୍ୟୁତ୍ ବଲ୍ବ ଜଳିବା ଆଦି ପରିବର୍ତ୍ତନଗୁଡ଼ିକ ଭୌତିକ ପରିବର୍ତ୍ତନ ।
(b) ରାସାୟନିକ ପରିବର୍ତ୍ତନ –
- ଯେଉଁ ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ ।
- ଲୁହାରେ କଳଙ୍କି ଲାଗିବା, କାଠ ଜଳିବା, କ୍ଷୀରରୁ ଛେନା ହେବା ଇତ୍ୟାଦି ରାସାୟନିକ ପରିବର୍ତ୍ତନ ଅଟେ ।
→ ତୁମପାଇଁ କାମ :
ତଳ ସାରଣୀ ତୁମ ଖାତାରେ ଆଙ୍କ ଓ ପାଞ୍ଚଗୋଟି ଉଦାହରଣ ଦେଇ ସଂପୂର୍ଣ୍ଣ କର ।
ପ୍ରଶ୍ନ ୧ । (କ) ଗୋଟିଏ ଫୁଲଝରି ବାଣ ଜଳାଇବାବେଳେ ତୁମେ ଧରୁଥିବା ଅଂଶର କି ପ୍ରକାର ପରିବର୍ତ୍ତନ ହୁଏ ?
Solution:
ଫୁଲଝରି ବାଣ ଜଳାଇବାବେଳେ ଆମେ ଧରିଥିବା ଅଂଶର କୌଣସି ପରିବର୍ତ୍ତନ ହୁଏ ନାହିଁ ।
(ଖ) ଯାହା ଜଳିଗଲା ସେହି ପଦାର୍ଥର କି ପ୍ରକାର ପରିବର୍ତ୍ତନ ହେଲା ?
Solution:
ଯାହା ଜଳିଗଲା ସେହି ପଦାର୍ଥର ରାସାୟନିକ ପରିବର୍ତ୍ତନ ହେଲା । କାରଣ ବାରୁଦର ଦହନ ଘଟି ପାଉଁଶ (ନୂତନ ପଦାର୍ଥ) ସୃଷ୍ଟି ହେଲା । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।
(ଗ) ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥିବା ତାରର କି ପରିବର୍ତ୍ତନ ହୁଏ ?
Solution:
ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥିବା ତାରର ଭୌତିକ ପରିବର୍ତ୍ତନ ହୁଏ । କାରଣ ତାରଟି ଉତ୍ତପ୍ତ ହୋଇ ପ୍ରସାରିତ ହୋଇଥାଏ ଏବଂ ଥଣ୍ଡା ହେଲେ ମୂଳଅବସ୍ଥା ପ୍ରାପ୍ତ ହୋଇଥାଏ । ଏହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ
→ ତୁମପାଇଁ କାମ :
ଏଠାରେ ଦିଆଯାଇଥିବା ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ ଅଲଗା କରି ନିମ୍ନ ସାରଣିର ଉଦ୍ଦିଷ୍ଟ ସ୍ଥାନରେ ଲେଖ । ସେହି ପରିବର୍ତ୍ତନ ସପକ୍ଷରେ ଥିବା କାରଣ ଯଥା ସ୍ଥାନରେ ଲେଖ ।
- ବାଇଗଣ କାଟି ରଖ୍ ଦେଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ।
- ବାସି ପଖାଳ ଖଟା ଲାଗିବା ।
- ଗୋଟିଏ ସରୁ ତାରକୁ ବଙ୍କାଇ ଇଂରାଜୀ ଆଠ ସଂଖ୍ୟା ତିଆରି କରିବା ।
- ସାଇକେଲ୍ ଟ୍ୟୁବ୍ରେ ପମ୍ପ ଦେବା ।
- ବାଣ ଫୋଟକା ଫୁଟି ଶବ୍ଦ ହେବା ।
- ଚକ୍ ଗୁଣ୍ଡରୁ ଚକ୍ଖଡ଼ି ତିଆରି କରିବା ।
Solution:
ଭୌତିକ ଓ ରାସାୟନିକ ପରିବର୍ତ୍ତନର ତୁଳନା
→ ରାସାୟନିକ ପ୍ରତିକ୍ରିୟା :
- ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
- ରାସାୟନିକ ପ୍ରତିକ୍ରିୟା ନିମନ୍ତେ ଉପାଦାନ ଗୁଡ଼ିକର ନିର୍ଦ୍ଦିଷ୍ଟ ଅନୁପାତ ରହିବା ଦରକାର ।
- ରାସାୟନିକ ପ୍ରତିକ୍ରିୟା ନିମନ୍ତେ ସ୍ପର୍ଶ, ତାପ, ଆଲୋକ ପ୍ରଭୃତିର ଅନୁକୂଳ ଅବସ୍ଥା ଆବଶ୍ୟକ ହୁଏ ।
- ରାସାୟନିକ ପ୍ରତିକ୍ରିୟାଦ୍ଵାରା ଉପାଦାନ ଗୁଡ଼ିକର ରାସାୟନିକ ପରିବର୍ତ୍ତନ ଘଟି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
→ ତୁମପାଇଁ କାମ :
ସେଥିରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍ ବାଇକାର୍ବୋନେଟ୍) ମିଶାଇ ଲକ୍ଷ୍ୟ କର କ’ଣ ହେଲା । ଅନ୍ୟ ଗୋଟିଏ ପରୀକ୍ଷା ନଳୀରେ ଅଳ୍ପ ସଦ୍ୟ ପ୍ରସ୍ତୁତ ସ୍ଵଚ୍ଛ ଚୂନପାଣି ନେଇ ରଖ । ପ୍ରଥମ ପରୀକ୍ଷାନଳୀ ମଧ୍ଯରେ ବୁଦ୍ ବୁଦ୍ ସୃଷ୍ଟି ହେବା ସହିତ ଗ୍ୟାସ୍ ନିର୍ଗତ ହେବ ଏବଂ ସଁ ଶବ୍ଦ ଶୁଣାଯିବ ।
ନିର୍ଗତ ହେଉଥିବା ଏହି ଗ୍ୟାସ୍ ତତ୍କ୍ଷଣାତ୍ ସ୍ବଚ୍ଛ ହେଲା ।
Solution:
- ଭିନେଗାର ସହିତ ଖାଇବା ସୋଡ଼ାର ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ । ଏହି ଗ୍ୟାସ୍ ସଁ ସଁ ଶବ୍ଦ କରି ବୁଦ୍ବୁଦ୍ ହୋଇ ନିର୍ଗତ ହେବ ।
- ଚୂନପାଣି ହେଉଛି କ୍ୟାଲସିୟମ୍ ହାଇଡ୍ରକ୍ସାଇଡ଼ର ଜଳୀୟ ଦ୍ରବଣ । ଏହା ସହିତ ଅଙ୍ଗାରକାମ୍ଳର ପ୍ରତିକ୍ରିୟା ଘଟିବାରୁ ଧଳା ଓ ଅଦ୍ରବଣୀୟ ପଦାର୍ଥ କ୍ୟାଲ୍ସିୟମ୍ କାର୍ବୋନେଟ୍ ସୃଷ୍ଟି ହେଲା । ଏହି ଯୌଗିକର ଉପସ୍ଥିତି ଯୋଗୁ ଚୂନପାଣି
- ଉପରୋକ୍ତ ପରୀକ୍ଷଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା, କ୍ୟାଲ୍ସିୟମ୍ କାର୍ବୋନେଟ୍ ସୃଷ୍ଟି ହେବା ଓ ଚୂନପାଣିର ରଙ୍ଗ ଦୁଧୂ ହେବା ଗୋଟିଏ ଗୋଟିଏ ରାସାୟନିକ ପ୍ରତିକ୍ରିୟା ।
→ ତୁମପାଇଁ କାମ :
ଗୋଟିଏ ସ୍ୱଚ୍ଛ କାଚପାତ୍ରରେ ଚାମଚେ ତୁତିଆ (କପର୍ ସଲ୍ଫେଟ୍) ନେଇ ଆବଶ୍ୟକ ପରିମାଣର ଜଳ ମିଶାଇ ଦ୍ରବଣ ପ୍ରସ୍ତୁତ କର । ସୁବିଧା ଥିଲେ ଏହି ଦ୍ରବଣରେ ଦୁଇ/ ଚାରି ଟୋପା ଲଘୁ ଗନ୍ଧକାମ୍ଳ (ଡାଇଲୁଟ୍ ସଲ୍ଫୁରିକ୍ ଏସିଡ୍) ମିଶାଅ ।
ଏହି ଦ୍ରବଣର ବର୍ଣ୍ଣ ଲେଖ୍ଖ ଏବଂ ଗୋଟିଏ କାଚନଳୀରେ ଏଥୁରୁ ଅଳ୍ପ ନେଇ ରଖ । କାଚପାତ୍ରରେ ଥିବା ଦ୍ରବଣରେ କଳଙ୍କି ଲାଗି ନଥିବା ଗୋଟିଏ ଲୁହାକଣ୍ଟା ବୁଡ଼ାଇ ଛାଡ଼ିଦିଅ ଏବଂ ପ୍ରାୟ ଅଧଘଣ୍ଟା ପରେ ଦେଖ ‘କ’ଣ ପରିବର୍ତ୍ତନ ହେଲା । ଲୁହାକଣ୍ଟା ବୁଡ଼ାଇବା ପୂର୍ବରୁ ତୁତିଆ ଦ୍ରବଣର ରଙ୍ଗ କ’ଣ ଥିଲା ? ଅଧଘଣ୍ଟାଏ ପରେ ସେହି ଦ୍ରବଣର ରଙ୍ଗରେ କେଉଁ ପରିବର୍ତ୍ତନ ହେଲା ଓ ଲୁହାକଣ୍ଟାଟିର କିଭଳି ପରିବର୍ତ୍ତନ ଲକ୍ଷ୍ୟକଲ ।
Solution:
- ପରୀକ୍ଷଣ ପୂର୍ବରୁ ତୁତିଆର ଦ୍ରବଣ ନୀଳ ରଙ୍ଗ ଥିଲା । ସେଥିରେ ଲୁହାକଣ୍ଟା ପକାଇବାର ଅଧଘଣ୍ଟା ପରେ ସେହି
- ସବୁଜ ରଙ୍ଗ ଯୁକ୍ତ ଜଳରେ ଦ୍ରବଣୀୟ ପଦାର୍ଥ ହେଉଛି ଆଇରନ୍ ସଲ୍ଫେଟ୍ । ଲୁହାକଣ୍ଟା ଉପରେ ଧୂସର ରଙ୍ଗର ରାସାୟନିକ ପରିବର୍ତ୍ତନ ।
ପ୍ରଶ୍ନ ୨ । ସ୍କୁଲ୍ କାନ୍ଥ ବା ତୁମ ଘର କାନ୍ଥ ଚୂନ ଦିଆଗଲେ ସେ କାନ୍ଥ ସବୁ ପ୍ରଥମେ ପ୍ରଥମେ ପାଣିଚିଆ ଦେଖାଯାଏ । କିନ୍ତୁ କିଛି ସମୟ ପରେ ତାହା ଖୁବ୍ ଧଳା ଦେଖାଯାଏ । ଏପରି କାହିଁକି ହୁଏ ।
Solution:
କାନ୍ଥରେ ଚୂନ ଲିପିଦେଲେ ଚୂନପାଣି ବାୟୁରେ ଥିବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କ୍ୟାଲ୍ସିୟମ୍ କାର୍ବୋନେଟ୍ (CaCO3) ସୃଷ୍ଟିକରେ । ଏହାର ରଙ୍ଗ ଧଳା ଓ ଜଳରେ ଅଦ୍ରବଣୀୟ ହୋଇଥିବାରୁ କାନ୍ଥ ଧଳା ଦିଶେ ।
ଚୂନ + ଅଙ୍ଗାରକାମ୍ଳ ଗ୍ୟାସ୍ = କ୍ୟାଲସିୟମ୍ କାର୍ବୋନେଟ୍ + ଜଳ
ପ୍ରଶ୍ନ ୩ । ନିମ୍ନଲିଖ ସାରଣୀଟି ପୁରଣ କର ।(ପ୍ରଶ୍ନ ସହ ଉତ୍ତର)
→ ରାସାୟନିକ ସମୀକରଣ :
- ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଂକେତିକ ରୂପରେ ପ୍ରକାଶ କରାଯାଏ, ତାହାକୁ ରାସାୟନିକ ସମୀକରଣ କୁହାଯାଏ ।
- ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥିବା ନୂତନ ପଦାର୍ଥଗୁଡ଼ିକୁ ଉତ୍ପାଦ କୁହାଯାଏ ।
- ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧ୍ଵ ପ୍ରତିକାରକ ବ୍ୟବହୃତ ହୁଏ । ସେହିପରି ଏକ ବା ଏକାଧ୍ଵ ଉତ୍ପାଦ ଉତ୍ପନ୍ନ ହୋଇଥାଏ ।
- ରାସାୟନିକ ସମୀକରଣ ଲେଖୁଲା ବେଳେ, ସେହି ପ୍ରତିକାରକଗୁଡ଼ିକୁ ସେମାନଙ୍କର ଅଣୁ ସଂକେତ ଓ ଉତ୍ପାଦଗୁଡ଼ିକୁ
→ ରାସାୟନିକ ସମୀକରଣ ଲେଖୁବା ଳିୟମ :
(i) ରାସାୟନିକ ସମୀକରଣ ଲେଖୁବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଂକେତ ଜାଣିଥିବା ଆବଶ୍ୟକ । ଉଦାହରଣ ସ୍ଵରୂପ, ମ୍ୟାଗ୍ନେସିୟମ୍ ଫିତାରେ ଅଗ୍ନି ସଂଯୋଗ କଲେ ତାହା ଉଜ୍ଜ୍ବଳ ଆଲୋକ ପ୍ରକାଶ କରିବା ସହିତ ଜଳି ଉଠେ ଓ ଧଳା ବର୍ଣ୍ଣର ପାଉଁଶ ସୃଷ୍ଟି ହୁଏ । ଏହି ପାଉଁଶ ହେଉଛି ମାଗ୍ନେସିୟମ ଅକ୍ସାଇଡ୍ । ଏଠାରେ ମାଗ୍ନେସିୟମ୍ ଓ ଅମ୍ଳଜାନ ହେଉଛନ୍ତି ପ୍ରତିକାରକ । ମ୍ୟାଗ୍ନେସିୟମ୍ ଅଣୁର ସଂକେତ ଓ ପରମାଣୁର ପ୍ରତୀକ ସମାନ ଓ ତାହା Mg । ଅମ୍ଳଜାନ ଅଣୁରେ ଦୁଇଟି ପରମାଣୁ ଥାଏ ଓ ଏହାର ଅଣୁ ସଂକେତ O2 । ଏହି ପ୍ରତିକ୍ରିୟାର ଉତ୍ପାଦ ହେଉଛି ମାଗ୍ନେସିୟମ୍ ଅକ୍ସାଇଡ୍ ଓ ଏହାର ସଂକେତ MgO ।
(ii) ତେଣୁ ଏହି ସମୀକରଣର ବାମପାର୍ଶ୍ବରେ Mg ଓ O2, ଏବଂ ଡାହାଣ ପାର୍ଶ୍ଵରେ MgO ଲେଖିବାକୁ ହୁଏ ।
(iii) ଯଦି କୌଣସି ସମୀକରଣ ଲେଖୁବେଳେ ଏକରୁ ଅଧିକ ଉତ୍ପାଦକୁ କିମ୍ବା ପ୍ରତିକାରକକୁ ପ୍ରକାଶ କରିବା ଆବଶ୍ୟକ ହୋଇଥାଏ ତେବେ ସେଗୁଡ଼ିକର ଅଣୁ ସଂକେତ ମଧ୍ୟରେ ଯୁକ୍ତ ଚିହ୍ନ (+) ଲେଖୁ ପୃଥକ କରିବା ଆବଶ୍ୟକ । ଏଠାରେ ପ୍ରତିକାରକ ଦୁଇଟିକୁ ‘‘Mg +O2,” ଏବଂ ଏକମାତ୍ର ଉତ୍ପାଦ ପାଇଁ MgO ଲେଖାଯିବ ।
(iv) ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ଏକ ତୀର ଚିହ୍ନ (→) ଲେଖାଯାଏ । ତୀରଟି ବାମରୁ ଡାହାଣକୁ ସୂଚାଉଥିବାଦ୍ଵାର ପ୍ରତିକାରକରୁ ଉତ୍ପାଦ ଉତ୍ପନ୍ନ ହେବା ଦର୍ଶାଏ ।
(v) ପ୍ରଥମେ ରାସୟନିକ ସମାଜରଣଟି ପ୍ରତିକାରକ ଉତ୍ପାଦରତିକ ର ନାମକ୍ତ ବ୍ୟବହାର କରି ଲୋଖାଯାଇ ପାରିବ ।
(vi) ଉପରୋକ୍ତ ରାସାୟନିକ ସମୀକରଣଟି ପ୍ରତିକାରକ ଓ ସଂକେତ ବ୍ୟବହାର କରି ନିମ୍ନ ପ୍ରକାରରେ ଲେଖାଯାଏ,
(vii) ଉପରେକ୍ର ରାସପୂଳକ ସମାଜରଶକ୍ତ କଲଲ (skeletal) ବା ଅପମ (unbalanced) ସମାଜରଣ କହନ୍ତି |
(viii) ରାସାୟନିକ ପରିବର୍ତ୍ତନରେ ପରିବର୍ତ୍ତନ-ପୂର୍ବ ବସ୍ତୁତ୍ଵ ଏବଂ ପରିବର୍ତ୍ତନର ପର ବସ୍ତୁତ୍ଵ ସର୍ବଦା ସମାନ ରହେ ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରିଥିବା ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ଵ, ପ୍ରତିକ୍ରିୟା ଶେଷରେ ଉତ୍ପନ୍ନ ହୋଇଥିବା ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ୱ ସହ ସମାନ ଅଟେ ।
(ix) ଅସମତୁଲ ସମୀକରଣକୁ ସମତୁଲ କରିବା ଆବଶ୍ୟକ । ଆବଶ୍ୟକତା ଅନୁଯାୟୀ ଏକାତ୍ଵିକ ଉପାୟରେ ସମୀକରଣ ଗୁଡ଼ିକୁ ସମତୁଲ କରାଯାଇଥାଏ । ପ୍ରଥମେ ସବୁଠାରୁ ସରଳ (Hit and trial) ବା (trial and error) ପଦ୍ଧତି
ଗାମାକରଣ ସମତୁଲ କରିବା ପ୍ରଣାଳୀ :
(i) ଅସମତୁଲ ସମାଜରେଶବରି ନିମ୍ ପ୍ରକାରରେ ଅଛି |
(ii) ଏହି ସମୀକରଣଟିର ଉଭୟ ପାର୍ଶ୍ଵରେ ମ୍ୟାଗ୍ନେସିୟମ୍ ପରମାଣୁ ସଂଖ୍ୟା ଗୋଟିଏ ଲେଖାଏଁ ଥିବାରୁ ସମାନ ଅଛି । କିନ୍ତୁ ଅମ୍ଳଜାନ ପରମାଣୁର ସଂଖ୍ୟା ବାମ ପାର୍ଶ୍ଵରେ ଦୁଇଟି ଓ ଡାହାଣ ପାର୍ଶ୍ଵରେ ଗୋଟିଏ ଥିବାରୁ ସମାନ ପାର୍ଶ୍ଵରେ ଦୁଇ ଗୁଣନ କରିବାକୁ ହେବ । ବର୍ତ୍ତମାନ ସମୀକରଣଟି ନିମ୍ନ ପ୍ରକାର ହେବ ।
(iii) ଏହା ଫଳରେ ଅମ୍ଳଜାନ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ସମାନ ହେଲା ; କିନ୍ତୁ ମାଗ୍ନେସିୟମ୍ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ଅସମାନ ହୋଇଗଲା । ବାମ ପାର୍ଶ୍ବରେ ଏହା କମ୍ ଥିବାରୁ ସେହି “Mg”’କୁ ଦୁଇଗୁଣ କରିବାକୁ ହେବ । ଏହାଦ୍ୱାରା ସେହି ସମୀକରଣଟି ନିମ୍ନପ୍ରକାର ହେବ ।
2 Mg + O2, = 2 MgO
(iv) ବର୍ତ୍ତମାନ ସମୀକରଣଟି ସମତୁଲ ହେଲା ଓ ଏହାର ତୀର (→) ଚିହ୍ନ ସ୍ଥାନରେ ସମାନ (=) ଚିହ୍ନ ଲେଖାଗଲା ।
ପ୍ରଣ ୪ । ନିମ୍ନଲିଖତ ପ୍ରତିକ୍ତିକଗୁଜ ପାଇଁ ସମତୁଲ ରାମାୟନିକ ସମାଜରଣ ଲେଖ |
(କ) ବାୟୁରେ ଅଙ୍ଗାରକ (କାର୍ବନ) ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ (କାର୍ବନ ଡାଇଅକ୍ସାଇଡ୍) ଉତ୍ପନ୍ନ ହୁଏ ।
Solution:
(ଖ) ସୋଡ଼ିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
Solution:
(ଗ) ଉଦ୍ଜାନ, କ୍ଲୋରିନ୍ ସହିତ ପ୍ରତିକ୍ରିୟା କଲେ ଲବଣାମ୍ଳ (ହାଇଡ୍ରୋଜେନ୍ କ୍ଲୋରାଇଡ୍) ଗ୍ୟାସ୍ ଉତ୍ପାଦିତ ହୁଏ ।
Solution:
→ ଆସ ଜାଣିବା:
- ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ ।
- ଏହି ସବୁ ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର ଯଥା : ଭୌତିକ ଓ ରାସାୟନିକ ପରିବର୍ତ୍ତନ ।
- ଭୌତିକ ପରିବର୍ତ୍ତନଗୁଡ଼ିକ ପ୍ରତ୍ୟାବର୍ତୀ ଓ ଏଥିଯୋଗୁଁ ପଦାର୍ଥର କେବଳ ଭୌତିକ ଧର୍ମଗୁଡ଼ିକର ପରିବର୍ତ୍ତନ ହୋଇଥାଏ ।
- ରାସାୟନିକ ପରିବର୍ତ୍ତନଗୁଡ଼ିକ ଅପ୍ରତ୍ୟାବର୍ତ୍ତୀ ଓ ଏହି ପରିବର୍ତ୍ତନ ଦ୍ଵାରା ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମଗୁଡ଼ିକ ପରିବର୍ତ୍ତନ ହୋଇଥାଏ ।
- ରାସାୟନିକ ପରିବର୍ତ୍ତନ ଯୋଗୁ ସର୍ବଦା ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
- ରାସାୟନିକ ପରିବର୍ତ୍ତନ ବେଳେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ।
- ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରୁଥିବା ପଦାର୍ଥକୁ ପ୍ରତିକାରକ ଓ ପ୍ରତିକ୍ରିୟା ବେଳେ ଉତ୍ପନ୍ନ ହେଉଥିବା ନୂତନ ପଦାର୍ଥକୁ ଉତ୍ପାଦ କୁହାଯାଏ ।
Question 1.
ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକ ମଧ୍ୟରେ କେଉଁଗୁଡ଼ିକ ଭୌତିକ ପରିବର୍ତ୍ତନ ?
(କ) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା
(ଖ) ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା
(ଗ) ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପ୍ଟା କରିବା
(ଘ) ସ୍ଵଚ୍ଛ ଚୂନପାଣିକୁ ଗୋଟିଏ ସରୁ ମୁହଁ ଥିବା ଶିଶିରେ ନେଇ ଫୁଙ୍କିବା
(ଙ) ବିଭିନ୍ନ ଆବର୍ଜନା ପଦାର୍ଥରୁ ଖତ ତିଆରି କରିବା
(ଚ) ତୁଳାରୁ ସୂତା ପ୍ରସ୍ତୁତ କରିବା
Solution:
ନିମ୍ନଲିଖତଗୁଡିକ ଲୋଡିକ ପରିଦରନ –
(ଖ) ପୁରୁଣା କାଗଜ ବ୍ୟବହାର କରି ଠୁଙ୍ଗା ତିଆରି କରିବା
(ଗ) ଗୋଟିଏ ତମ୍ବା ମୁଦ୍ରାକୁ ପିଟିପିଟି ଚେପ୍ଟା କରିବା ଓ
(ଚ) ତୁଳାରୁ ସୂତା ପ୍ରସ୍ତୁତ କରିବା
Question 2.
ନିମ୍ନଲିଖ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ କେଉଁଟି ଭୌତିକ କିନ୍ତୁ ଅପ୍ରତ୍ୟାବର୍ତ୍ତୀ ।
(କ) ଆଇସ୍କ୍ରିମ୍ ତରଳି ଯିବା
(ଗ) ଇଲେକ୍ଟ୍ରିକ୍ ବଲ୍ବ ଜଳାଇବା
(ଖ) ଚାଇନାମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା
(ଘ) କ୍ତହାକଣାରେ କଲକ କାଟିନ |
Solution:
(ଖ) ଚାଇନା ମାଟିରେ ତିଆରି ଫୁଲଦାନୀ ଭାଙ୍ଗିଯିବା । ଏହା ହେଉଛି ଭୌତିକ କିନ୍ତୁ ଅପତ୍ୟାବର୍ତ୍ତୀ
Question 3.
ଗୋଟିଏ କାଠଗଡ଼କୁ ଛୋଟ ଛୋଟ କରି କାଟି ଜଳାଇବାରେ ଦୁଇଟି ଭିନ୍ନ ଭିନ୍ନ ପରିବର୍ତ୍ତନ ହୋଇଥାଏ । ଦୁଇ ଦୁଇଟି କାରଣ ସହ ବୁଝାଅ ।
Solution:
- ଗୋଟିଏ କାଠଗଡ଼କୁ ଛୋଟ ଛୋଟ କରି କାଟିଲେ ଭୋତିଲ ପରିଦଭ ଶଟିଥାଏ | କାଲ ହାଇଟ କାରଣ ନ୍ମିତନ ପଦାର ଉପନ୍ତ ହୋଲନଥାଏ |
- କଟା କାଠଖଣ୍ଡକୁ ଜଳାଇଲେ ରାସାୟନିକ ପରିବର୍ତ୍ତନ ଘଟେ । କାରଣ କାଠଖଣ୍ଡ ଜଳି ନୂତନ କିମ୍ବା ପାଉଁଶ ଉତ୍ପନ୍ନ ହୋଇଥାଏ ।
Question 4.
ନିମ୍ନଲିଖୂତ ଅସମତୁଲ ରାସାୟନିକ ସମୀକରଣଗୁଡ଼ିକୁ ସମତୁଲ କର ।
(କ) Na + 02 → Na2O
(ଗ) N2 + H2 → NH3
(ଖ) Mg + Cl2 → MgCI2
(ଘ) KClO3→ KCl + O2
Solution:
(କ) 4Na + O2 = 2Na2O
(ଗ) N2 + 3H2 = 2NH3
(ଖ) Mg + Cl2 = MgCI2
(ଘ) 2KClO3 = 2KCl + 302
Question 5.
ନିମ୍ନଲିଖର ରାସାୟନିକ ପ୍ପତିକ୍ତିମାର୍ତିକୁ ସମତୁଲ ରାମାୟନିକ ସାରାକରଣ ପାବାଯମୟରେ ଦଶାର୍ଥ |
(କ) ଆଲୁମିନିୟମ୍ ଅମ୍ଳଜାନ ସହ ପ୍ରତିକ୍ରିୟା କରି ଆଲୁମିନିୟମ୍ ଅକ୍ସାଇଡ୍ ଉତ୍ପନ୍ନ କରେ ।
Solution:
4Al + 302 → 2Al2O3
(ଖ) ସୋଡ଼ିୟମ୍ ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କାର୍ବୋନେଟ୍ ଉତ୍ପନ୍ନ ହୋଇଥାଏ ।
Solution:
4 Na + 3CO2 → 2Na2CO3 + C
(ଗ) ପୋଟାସିୟମ୍ନ, ଗଜଳ ସହ ପ୍ରତିକ୍ତିଯା କରି ପୋଟାସିୟମ ପ୍ରକପାଲତ୍ଭେ ତୁପାନ୍ତରିତ ହୁଏ |
Solution:
2K + S → K2S
(ଘ) କାଦନ ମରନାଥକ୍ସସlକତ୍ ଅମ୍ଳକାନରେ ଦହିତ ହେଲେ ଥକ୍କାରକାମ୍ଳ ଭତ୍ପନ୍ନ ହୁଏ |
Solution:
2CO + O2 → 2CO2
Question 6.
H2 + 1/2O2 → H2O ସମୀକରଣଟି ଠିକ୍ କି ଭୁଲ୍ ଯଥାର୍ଥତା ସହ ବୁଝାଅ ।
Solution:
H2 + 1⁄2O2 → H2O
(i) ସମାକରଣଟି ଭୁଲ ଅଟେ | କାଣେ ରାସାୟ୍ନନକ ସମାଜରଣ ଲେଖଦାଦେଲେ ପ୍ରତିକାରକଗୁଡିକ ସେଗୁଡିକର ଅଣୁର ସଂକେତ ଓ ଉତ୍ପାଦଗୁଡ଼ିକୁ ସେଗୁଡ଼ିକର ଅଣୁର ସଂକେତ ସାହାଯ୍ୟରେ ପ୍ରକାଶ କରାଯାଏ ।
(ii) 12O2, ଅମ୍ଳଜାନ ଅଣୁର ସଂକେତ ନୁହେଁ, O2, ଅମ୍ଳଜାନ ଅଣୁର ସଂକେତ ।
ବିଷୟବସ୍ତୁ ସୂଚନା ଓ ବିଶେଷଣ
→ ପଦାର୍ଥର ପରିବର୍ତ୍ତନ :
ଆମ ଚତୁଃପାର୍ଶ୍ଵରେ ଦେଖୁଥିବା ବିଭିନ୍ନ ପଦାର୍ଥର ଅନେକ ପରିବର୍ତ୍ତନ ହୋଇଥାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ଦୁଇ ପ୍ରକାରର; ଯଥା – (a) ଭୌତିକ ପରିବର୍ତ୍ତନ ଓ (b) ରାସାୟନିକ ପରିବର୍ତ୍ତନ ।
(a) ଭୌତିକ ପରିବର୍ତ୍ତନ –
- ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ଭୌତିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର କେବଳ ରୂପ, ବର୍ଣ୍ଣ ଆଦିର ସାମୟିକ ପରିବର୍ତ୍ତନ ଘଟିଥାଏ ଏବଂ କୌଣସି ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ।
- ଚିନିକୁ ଜଳରେ ଦ୍ରବୀଭୂତ କରି ସର୍ବତ ପ୍ରସ୍ତୁତ କରିବା, ଜଳକୁ ଉତ୍ତପ୍ତ କରି ବାମ୍ଫ କରିବା, କାଚ ଭାଙ୍ଗିବା, ବିଦ୍ୟୁତ୍ ବଲ୍ବ ଜଳିବା ଆଦି ପରିବର୍ତ୍ତନଗୁଡ଼ିକ ଭୌତିକ ପରିବର୍ତ୍ତନ ।
(b) ରାସାୟନିକ ପରିବର୍ତ୍ତନ –
- ଯେଉଁ ପରିବର୍ତ୍ତନଗୁଡ଼ିକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଏଥିରେ ପଦାର୍ଥର ଉଭୟ ଭୌତିକ ଓ ରାସାୟନିକ ଧର୍ମର ପରିବର୍ତ୍ତନ ହୋଇ ଏକ ବା ଏକାଧିକ ନୂତନ ପଦାର୍ଥ ଉତ୍ପନ୍ନ ହୋଇଥାଏ ।
- ଲୁହାରେ କଳଙ୍କି ଲାଗିବା, କାଠ ଜଳିବା, କ୍ଷୀରରୁ ଛେନା ହେବା ଇତ୍ୟାଦି ରାସାୟନିକ ପରିବର୍ତ୍ତନ ଅଟେ ।
→ ତୁମପାଇଁ କାମ :
ତଳ ସାରଣୀ ତୁମ ଖାତାରେ ଆଙ୍କ ଓ ପାଞ୍ଚଗୋଟି ଉଦାହରଣ ଦେଇ ସଂପୂର୍ଣ୍ଣ କର ।
ପ୍ରଶ୍ନ ୧ । (କ) ଗୋଟିଏ ଫୁଲଝରି ବାଣ ଜଳାଇବାବେଳେ ତୁମେ ଧରୁଥିବା ଅଂଶର କି ପ୍ରକାର ପରିବର୍ତ୍ତନ ହୁଏ ?
Solution:
ଫୁଲଝରି ବାଣ ଜଳାଇବାବେଳେ ଆମେ ଧରିଥିବା ଅଂଶର କୌଣସି ପରିବର୍ତ୍ତନ ହୁଏ ନାହିଁ ।
(ଖ) ଯାହା ଜଳିଗଲା ସେହି ପଦାର୍ଥର କି ପ୍ରକାର ପରିବର୍ତ୍ତନ ହେଲା ?
Solution:
ଯାହା ଜଳିଗଲା ସେହି ପଦାର୍ଥର ରାସାୟନିକ ପରିବର୍ତ୍ତନ ହେଲା । କାରଣ ବାରୁଦର ଦହନ ଘଟି ପାଉଁଶ (ନୂତନ ପଦାର୍ଥ) ସୃଷ୍ଟି ହେଲା । ଏହା ଏକ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ପରିବର୍ତ୍ତନ ଅଟେ ।
(ଗ) ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥିବା ତାରର କି ପରିବର୍ତ୍ତନ ହୁଏ ?
Solution:
ଫୁଲଝରିର ବାରୁଦ ଜଳିଥିବା ଅଂଶରେ ଥିବା ତାରର ଭୌତିକ ପରିବର୍ତ୍ତନ ହୁଏ । କାରଣ ତାରଟି ଉତ୍ତପ୍ତ ହୋଇ ପ୍ରସାରିତ ହୋଇଥାଏ ଏବଂ ଥଣ୍ଡା ହେଲେ ମୂଳଅବସ୍ଥା ପ୍ରାପ୍ତ ହୋଇଥାଏ । ଏହା ଏକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ
→ ତୁମପାଇଁ କାମ :
ଏଠାରେ ଦିଆଯାଇଥିବା ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଭୌତିକ ଓ ରାସାୟନିକ ପରିବର୍ତ୍ତନଗୁଡ଼ିକୁ ଅଲଗା କରି ନିମ୍ନ ସାରଣିର ଉଦ୍ଦିଷ୍ଟ ସ୍ଥାନରେ ଲେଖ । ସେହି ପରିବର୍ତ୍ତନ ସପକ୍ଷରେ ଥିବା କାରଣ ଯଥା ସ୍ଥାନରେ ଲେଖ ।
- ବାଇଗଣ କାଟି ରଖ୍ ଦେଲେ ତା’ର ରଙ୍ଗ ପରିବର୍ତ୍ତନ ହେବା ।
- ବାସି ପଖାଳ ଖଟା ଲାଗିବା ।
- ଗୋଟିଏ ସରୁ ତାରକୁ ବଙ୍କାଇ ଇଂରାଜୀ ଆଠ ସଂଖ୍ୟା ତିଆରି କରିବା ।
- ସାଇକେଲ୍ ଟ୍ୟୁବ୍ରେ ପମ୍ପ ଦେବା ।
- ବାଣ ଫୋଟକା ଫୁଟି ଶବ୍ଦ ହେବା ।
- ଚକ୍ ଗୁଣ୍ଡରୁ ଚକ୍ଖଡ଼ି ତିଆରି କରିବା ।
Solution:
ଭୌତିକ ଓ ରାସାୟନିକ ପରିବର୍ତ୍ତନର ତୁଳନା
→ ରାସାୟନିକ ପ୍ରତିକ୍ରିୟା :
- ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।
- ରାସାୟନିକ ପ୍ରତିକ୍ରିୟା ନିମନ୍ତେ ଉପାଦାନ ଗୁଡ଼ିକର ନିର୍ଦ୍ଦିଷ୍ଟ ଅନୁପାତ ରହିବା ଦରକାର ।
- ରାସାୟନିକ ପ୍ରତିକ୍ରିୟା ନିମନ୍ତେ ସ୍ପର୍ଶ, ତାପ, ଆଲୋକ ପ୍ରଭୃତିର ଅନୁକୂଳ ଅବସ୍ଥା ଆବଶ୍ୟକ ହୁଏ ।
- ରାସାୟନିକ ପ୍ରତିକ୍ରିୟାଦ୍ଵାରା ଉପାଦାନ ଗୁଡ଼ିକର ରାସାୟନିକ ପରିବର୍ତ୍ତନ ଘଟି ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
→ ତୁମପାଇଁ କାମ :
ସେଥିରେ ଚିମୁଟାଏ ଖାଇବା ସୋଡ଼ା (ସୋଡ଼ିୟମ୍ ବାଇକାର୍ବୋନେଟ୍) ମିଶାଇ ଲକ୍ଷ୍ୟ କର କ’ଣ ହେଲା । ଅନ୍ୟ ଗୋଟିଏ ପରୀକ୍ଷା ନଳୀରେ ଅଳ୍ପ ସଦ୍ୟ ପ୍ରସ୍ତୁତ ସ୍ଵଚ୍ଛ ଚୂନପାଣି ନେଇ ରଖ । ପ୍ରଥମ ପରୀକ୍ଷାନଳୀ ମଧ୍ଯରେ ବୁଦ୍ ବୁଦ୍ ସୃଷ୍ଟି ହେବା ସହିତ ଗ୍ୟାସ୍ ନିର୍ଗତ ହେବ ଏବଂ ସଁ ଶବ୍ଦ ଶୁଣାଯିବ ।
ନିର୍ଗତ ହେଉଥିବା ଏହି ଗ୍ୟାସ୍ ତତ୍କ୍ଷଣାତ୍ ସ୍ବଚ୍ଛ ହେଲା ।
Solution:
- ଭିନେଗାର ସହିତ ଖାଇବା ସୋଡ଼ାର ପ୍ରତିକ୍ରିୟା ଘଟି ଅଙ୍ଗାରକାମ୍ଳ ଗ୍ୟାସ୍ ସୃଷ୍ଟି ହୁଏ । ଏହି ଗ୍ୟାସ୍ ସଁ ସଁ ଶବ୍ଦ କରି ବୁଦ୍ବୁଦ୍ ହୋଇ ନିର୍ଗତ ହେବ ।
- ଚୂନପାଣି ହେଉଛି କ୍ୟାଲସିୟମ୍ ହାଇଡ୍ରକ୍ସାଇଡ଼ର ଜଳୀୟ ଦ୍ରବଣ । ଏହା ସହିତ ଅଙ୍ଗାରକାମ୍ଳର ପ୍ରତିକ୍ରିୟା ଘଟିବାରୁ ଧଳା ଓ ଅଦ୍ରବଣୀୟ ପଦାର୍ଥ କ୍ୟାଲ୍ସିୟମ୍ କାର୍ବୋନେଟ୍ ସୃଷ୍ଟି ହେଲା । ଏହି ଯୌଗିକର ଉପସ୍ଥିତି ଯୋଗୁ ଚୂନପାଣି
- ଉପରୋକ୍ତ ପରୀକ୍ଷଣରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେବା, କ୍ୟାଲ୍ସିୟମ୍ କାର୍ବୋନେଟ୍ ସୃଷ୍ଟି ହେବା ଓ ଚୂନପାଣିର ରଙ୍ଗ ଦୁଧୂ ହେବା ଗୋଟିଏ ଗୋଟିଏ ରାସାୟନିକ ପ୍ରତିକ୍ରିୟା ।
→ ତୁମପାଇଁ କାମ :
ଗୋଟିଏ ସ୍ୱଚ୍ଛ କାଚପାତ୍ରରେ ଚାମଚେ ତୁତିଆ (କପର୍ ସଲ୍ଫେଟ୍) ନେଇ ଆବଶ୍ୟକ ପରିମାଣର ଜଳ ମିଶାଇ ଦ୍ରବଣ ପ୍ରସ୍ତୁତ କର । ସୁବିଧା ଥିଲେ ଏହି ଦ୍ରବଣରେ ଦୁଇ/ ଚାରି ଟୋପା ଲଘୁ ଗନ୍ଧକାମ୍ଳ (ଡାଇଲୁଟ୍ ସଲ୍ଫୁରିକ୍ ଏସିଡ୍) ମିଶାଅ ।
ଏହି ଦ୍ରବଣର ବର୍ଣ୍ଣ ଲେଖ୍ଖ ଏବଂ ଗୋଟିଏ କାଚନଳୀରେ ଏଥୁରୁ ଅଳ୍ପ ନେଇ ରଖ । କାଚପାତ୍ରରେ ଥିବା ଦ୍ରବଣରେ କଳଙ୍କି ଲାଗି ନଥିବା ଗୋଟିଏ ଲୁହାକଣ୍ଟା ବୁଡ଼ାଇ ଛାଡ଼ିଦିଅ ଏବଂ ପ୍ରାୟ ଅଧଘଣ୍ଟା ପରେ ଦେଖ ‘କ’ଣ ପରିବର୍ତ୍ତନ ହେଲା । ଲୁହାକଣ୍ଟା ବୁଡ଼ାଇବା ପୂର୍ବରୁ ତୁତିଆ ଦ୍ରବଣର ରଙ୍ଗ କ’ଣ ଥିଲା ? ଅଧଘଣ୍ଟାଏ ପରେ ସେହି ଦ୍ରବଣର ରଙ୍ଗରେ କେଉଁ ପରିବର୍ତ୍ତନ ହେଲା ଓ ଲୁହାକଣ୍ଟାଟିର କିଭଳି ପରିବର୍ତ୍ତନ ଲକ୍ଷ୍ୟକଲ ।
Solution:
- ପରୀକ୍ଷଣ ପୂର୍ବରୁ ତୁତିଆର ଦ୍ରବଣ ନୀଳ ରଙ୍ଗ ଥିଲା । ସେଥିରେ ଲୁହାକଣ୍ଟା ପକାଇବାର ଅଧଘଣ୍ଟା ପରେ ସେହି
- ସବୁଜ ରଙ୍ଗ ଯୁକ୍ତ ଜଳରେ ଦ୍ରବଣୀୟ ପଦାର୍ଥ ହେଉଛି ଆଇରନ୍ ସଲ୍ଫେଟ୍ । ଲୁହାକଣ୍ଟା ଉପରେ ଧୂସର ରଙ୍ଗର ରାସାୟନିକ ପରିବର୍ତ୍ତନ ।
ପ୍ରଶ୍ନ ୨ । ସ୍କୁଲ୍ କାନ୍ଥ ବା ତୁମ ଘର କାନ୍ଥ ଚୂନ ଦିଆଗଲେ ସେ କାନ୍ଥ ସବୁ ପ୍ରଥମେ ପ୍ରଥମେ ପାଣିଚିଆ ଦେଖାଯାଏ । କିନ୍ତୁ କିଛି ସମୟ ପରେ ତାହା ଖୁବ୍ ଧଳା ଦେଖାଯାଏ । ଏପରି କାହିଁକି ହୁଏ ।
Solution:
କାନ୍ଥରେ ଚୂନ ଲିପିଦେଲେ ଚୂନପାଣି ବାୟୁରେ ଥିବା ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରି କ୍ୟାଲ୍ସିୟମ୍ କାର୍ବୋନେଟ୍ (CaCO3) ସୃଷ୍ଟିକରେ । ଏହାର ରଙ୍ଗ ଧଳା ଓ ଜଳରେ ଅଦ୍ରବଣୀୟ ହୋଇଥିବାରୁ କାନ୍ଥ ଧଳା ଦିଶେ ।
ଚୂନ + ଅଙ୍ଗାରକାମ୍ଳ ଗ୍ୟାସ୍ = କ୍ୟାଲସିୟମ୍ କାର୍ବୋନେଟ୍ + ଜଳ
ପ୍ରଶ୍ନ ୩ । ନିମ୍ନଲିଖ ସାରଣୀଟି ପୁରଣ କର ।(ପ୍ରଶ୍ନ ସହ ଉତ୍ତର)
→ ରାସାୟନିକ ସମୀକରଣ :
- ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଂକେତିକ ରୂପରେ ପ୍ରକାଶ କରାଯାଏ, ତାହାକୁ ରାସାୟନିକ ସମୀକରଣ କୁହାଯାଏ ।
- ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥିବା ନୂତନ ପଦାର୍ଥଗୁଡ଼ିକୁ ଉତ୍ପାଦ କୁହାଯାଏ ।
- ରାସାୟନିକ ପ୍ରତିକ୍ରିୟାରେ ଏକ ବା ଏକାଧ୍ଵ ପ୍ରତିକାରକ ବ୍ୟବହୃତ ହୁଏ । ସେହିପରି ଏକ ବା ଏକାଧ୍ଵ ଉତ୍ପାଦ ଉତ୍ପନ୍ନ ହୋଇଥାଏ ।
- ରାସାୟନିକ ସମୀକରଣ ଲେଖୁଲା ବେଳେ, ସେହି ପ୍ରତିକାରକଗୁଡ଼ିକୁ ସେମାନଙ୍କର ଅଣୁ ସଂକେତ ଓ ଉତ୍ପାଦଗୁଡ଼ିକୁ
→ ରାସାୟନିକ ସମୀକରଣ ଲେଖୁବା ଳିୟମ :
(i) ରାସାୟନିକ ସମୀକରଣ ଲେଖୁବା ପୂର୍ବରୁ ପ୍ରତିକାରକ ଓ ଉତ୍ପାଦ ଅଣୁର ସଂକେତ ଜାଣିଥିବା ଆବଶ୍ୟକ । ଉଦାହରଣ ସ୍ଵରୂପ, ମ୍ୟାଗ୍ନେସିୟମ୍ ଫିତାରେ ଅଗ୍ନି ସଂଯୋଗ କଲେ ତାହା ଉଜ୍ଜ୍ବଳ ଆଲୋକ ପ୍ରକାଶ କରିବା ସହିତ ଜଳି ଉଠେ ଓ ଧଳା ବର୍ଣ୍ଣର ପାଉଁଶ ସୃଷ୍ଟି ହୁଏ । ଏହି ପାଉଁଶ ହେଉଛି ମାଗ୍ନେସିୟମ ଅକ୍ସାଇଡ୍ । ଏଠାରେ ମାଗ୍ନେସିୟମ୍ ଓ ଅମ୍ଳଜାନ ହେଉଛନ୍ତି ପ୍ରତିକାରକ । ମ୍ୟାଗ୍ନେସିୟମ୍ ଅଣୁର ସଂକେତ ଓ ପରମାଣୁର ପ୍ରତୀକ ସମାନ ଓ ତାହା Mg । ଅମ୍ଳଜାନ ଅଣୁରେ ଦୁଇଟି ପରମାଣୁ ଥାଏ ଓ ଏହାର ଅଣୁ ସଂକେତ O2 । ଏହି ପ୍ରତିକ୍ରିୟାର ଉତ୍ପାଦ ହେଉଛି ମାଗ୍ନେସିୟମ୍ ଅକ୍ସାଇଡ୍ ଓ ଏହାର ସଂକେତ MgO ।
(ii) ତେଣୁ ଏହି ସମୀକରଣର ବାମପାର୍ଶ୍ବରେ Mg ଓ O2, ଏବଂ ଡାହାଣ ପାର୍ଶ୍ଵରେ MgO ଲେଖିବାକୁ ହୁଏ ।
(iii) ଯଦି କୌଣସି ସମୀକରଣ ଲେଖୁବେଳେ ଏକରୁ ଅଧିକ ଉତ୍ପାଦକୁ କିମ୍ବା ପ୍ରତିକାରକକୁ ପ୍ରକାଶ କରିବା ଆବଶ୍ୟକ ହୋଇଥାଏ ତେବେ ସେଗୁଡ଼ିକର ଅଣୁ ସଂକେତ ମଧ୍ୟରେ ଯୁକ୍ତ ଚିହ୍ନ (+) ଲେଖୁ ପୃଥକ କରିବା ଆବଶ୍ୟକ । ଏଠାରେ ପ୍ରତିକାରକ ଦୁଇଟିକୁ ‘‘Mg +O2,” ଏବଂ ଏକମାତ୍ର ଉତ୍ପାଦ ପାଇଁ MgO ଲେଖାଯିବ ।
(iv) ପ୍ରତିକାରକ ଓ ଉତ୍ପାଦ ମଧ୍ଯରେ ଏକ ତୀର ଚିହ୍ନ (→) ଲେଖାଯାଏ । ତୀରଟି ବାମରୁ ଡାହାଣକୁ ସୂଚାଉଥିବାଦ୍ଵାର ପ୍ରତିକାରକରୁ ଉତ୍ପାଦ ଉତ୍ପନ୍ନ ହେବା ଦର୍ଶାଏ ।
(v) ପ୍ରଥମେ ରାସୟନିକ ସମାଜରଣଟି ପ୍ରତିକାରକ ଉତ୍ପାଦରତିକ ର ନାମକ୍ତ ବ୍ୟବହାର କରି ଲୋଖାଯାଇ ପାରିବ ।
(vi) ଉପରୋକ୍ତ ରାସାୟନିକ ସମୀକରଣଟି ପ୍ରତିକାରକ ଓ ସଂକେତ ବ୍ୟବହାର କରି ନିମ୍ନ ପ୍ରକାରରେ ଲେଖାଯାଏ,
(vii) ଉପରେକ୍ର ରାସପୂଳକ ସମାଜରଶକ୍ତ କଲଲ (skeletal) ବା ଅପମ (unbalanced) ସମାଜରଣ କହନ୍ତି |
(viii) ରାସାୟନିକ ପରିବର୍ତ୍ତନରେ ପରିବର୍ତ୍ତନ-ପୂର୍ବ ବସ୍ତୁତ୍ଵ ଏବଂ ପରିବର୍ତ୍ତନର ପର ବସ୍ତୁତ୍ଵ ସର୍ବଦା ସମାନ ରହେ ଅର୍ଥାତ୍ ରାସାୟନିକ ପ୍ରତିକ୍ରିୟାରେ ଅଂଶ ଗ୍ରହଣ କରିଥିବା ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ଵ, ପ୍ରତିକ୍ରିୟା ଶେଷରେ ଉତ୍ପନ୍ନ ହୋଇଥିବା ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ୱ ସହ ସମାନ ଅଟେ ।
(ix) ଅସମତୁଲ ସମୀକରଣକୁ ସମତୁଲ କରିବା ଆବଶ୍ୟକ । ଆବଶ୍ୟକତା ଅନୁଯାୟୀ ଏକାତ୍ଵିକ ଉପାୟରେ ସମୀକରଣ ଗୁଡ଼ିକୁ ସମତୁଲ କରାଯାଇଥାଏ । ପ୍ରଥମେ ସବୁଠାରୁ ସରଳ (Hit and trial) ବା (trial and error) ପଦ୍ଧତି
ଗାମାକରଣ ସମତୁଲ କରିବା ପ୍ରଣାଳୀ :
(i) ଅସମତୁଲ ସମାଜରେଶବରି ନିମ୍ ପ୍ରକାରରେ ଅଛି |
(ii) ଏହି ସମୀକରଣଟିର ଉଭୟ ପାର୍ଶ୍ଵରେ ମ୍ୟାଗ୍ନେସିୟମ୍ ପରମାଣୁ ସଂଖ୍ୟା ଗୋଟିଏ ଲେଖାଏଁ ଥିବାରୁ ସମାନ ଅଛି । କିନ୍ତୁ ଅମ୍ଳଜାନ ପରମାଣୁର ସଂଖ୍ୟା ବାମ ପାର୍ଶ୍ଵରେ ଦୁଇଟି ଓ ଡାହାଣ ପାର୍ଶ୍ଵରେ ଗୋଟିଏ ଥିବାରୁ ସମାନ ପାର୍ଶ୍ଵରେ ଦୁଇ ଗୁଣନ କରିବାକୁ ହେବ । ବର୍ତ୍ତମାନ ସମୀକରଣଟି ନିମ୍ନ ପ୍ରକାର ହେବ ।
(iii) ଏହା ଫଳରେ ଅମ୍ଳଜାନ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ସମାନ ହେଲା ; କିନ୍ତୁ ମାଗ୍ନେସିୟମ୍ ପରମାଣୁ ସଂଖ୍ୟା ଉଭୟ ପାର୍ଶ୍ଵରେ ଅସମାନ ହୋଇଗଲା । ବାମ ପାର୍ଶ୍ବରେ ଏହା କମ୍ ଥିବାରୁ ସେହି “Mg”’କୁ ଦୁଇଗୁଣ କରିବାକୁ ହେବ । ଏହାଦ୍ୱାରା ସେହି ସମୀକରଣଟି ନିମ୍ନପ୍ରକାର ହେବ ।
2 Mg + O2, = 2 MgO
(iv) ବର୍ତ୍ତମାନ ସମୀକରଣଟି ସମତୁଲ ହେଲା ଓ ଏହାର ତୀର (→) ଚିହ୍ନ ସ୍ଥାନରେ ସମାନ (=) ଚିହ୍ନ ଲେଖାଗଲା ।
ପ୍ରଣ ୪ । ନିମ୍ନଲିଖତ ପ୍ରତିକ୍ତିକଗୁଜ ପାଇଁ ସମତୁଲ ରାମାୟନିକ ସମାଜରଣ ଲେଖ |
(କ) ବାୟୁରେ ଅଙ୍ଗାରକ (କାର୍ବନ) ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ (କାର୍ବନ ଡାଇଅକ୍ସାଇଡ୍) ଉତ୍ପନ୍ନ ହୁଏ ।
Solution:
(ଖ) ସୋଡ଼ିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
Solution:
(ଗ) ଉଦ୍ଜାନ, କ୍ଲୋରିନ୍ ସହିତ ପ୍ରତିକ୍ରିୟା କଲେ ଲବଣାମ୍ଳ (ହାଇଡ୍ରୋଜେନ୍ କ୍ଲୋରାଇଡ୍) ଗ୍ୟାସ୍ ଉତ୍ପାଦିତ ହୁଏ ।
Solution:
→ ଆସ ଜାଣିବା :