Odia (ବାକ୍ୟର ରୂପାନ୍ତର) February 10, 2025 by admin 38 Odia (ବାକ୍ୟର ରୂପାନ୍ତର) 1 / 10ପୂଜା ବିଦ୍ୟାଳୟକୁ ଗଲା, ମାତ୍ର ଶ୍ରେଣୀରେ ବସିପାରିଲା ନାହିଁ' - ଗଠନ ଦୃଷ୍ଟିରୁ ଏହା କି ପ୍ରକାର ବାକ୍ୟ ? ସରଳ ବାକ୍ୟ ମିଶ୍ର ବାକ୍ୟ ନାସ୍ତିସୂଚକ ବାକ୍ୟ ଯୌଗିକ ବାକ୍ୟ 4) ଯୌଗିକ ବାକ୍ୟ ସଠିକ୍ ଉତ୍ତରଯଥାର୍ଥତା -ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏପୂଜା ବିଦ୍ୟାଳୟକୁ ଗଲା, ମାତ୍ର ଶ୍ରେଣୀରେ ବସିପାରିଲା ନାହିଁ - ଏହି ବାକ୍ୟରେ 2ଟି ସରଳ ବାକ୍ୟ ଅଛି-'ପୂଜା ବିଦ୍ୟାଳୟକୁ ଗଲା' ଓ 'ଶ୍ରେଣୀରେ ବସିପାରିଲା ନାହିଁ'ଆମେ ଜାଣୁ ଯେ ପରସ୍ପର ନିର୍ଭରଶୀଳ 2 ବା ତାହାଠୁ ଅଧିକ ସରଳ ବାକ୍ୟର ସମାହାରରେ ଯୌଗିକ ବାକ୍ୟ ଗଠିତ ହୁଏ ତେଣୁ ଏହା ଏକ 4) ଯୌଗିକ ବାକ୍ୟAdditional Informationବାକ୍ୟର ଗଠନାତ୍ମକ ରୂପରୁ ବାକ୍ୟକୁ 4 ଭାଗରେ ବିଭକ୍ତ କରାଯାଏଜଟିଳ ବାକ୍ୟ , ମିଶ୍ର ବାକ୍ୟ , ସରଳ ବାକ୍ୟ , ଯୌଗିକ ବାକ୍ୟବାକ୍ୟର ପ୍ରକାର୍ଯ୍ୟାତ୍ମକ ରୂପରୁ ବାକ୍ୟକୁ 6 ଭାଗରେ ବିଭକ୍ତ କରାଯାଏ2 / 10ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଯୌଗିକ ବାକ୍ୟ ଅଟେ । ମୋ ସାଙ୍ଗ ଆଜି ବହୁଦିନ ପରେ ସ୍କୁଲ ଆସିଲା । ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । ସୁରେଶ ମନ୍ଦିର ଗଲା, କିନ୍ତୁ ଠାକୁର ଦର୍ଶନ କରିପାରିଲା ନାହିଁ । ଯେଉଁ ପିଲାଟି ହସୁଥିଲା, ସେ କୁଆଡ଼େ ଗଲା? ସଠିକ ଉତ୍ତର ହେଉଛି "ସୁରେଶ ମନ୍ଦିର ଗଲା, କିନ୍ତୁ ଠାକୁର ଦର୍ଶନ କରିପାରିଲା ନାହିଁ ।"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। - ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ - ସମାପିକା କ୍ରିୟା।ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।ଯଥା: ସାନମାମୁଁ ଆସିଲେ ଓ ମିତୁ ଖୁସି ହେଲା।ଉଦାହୃତ ବାକ୍ୟଟିରେ 'ଓ’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ।ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।ଯଥାର୍ଥତା:ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ''ସୁରେଶ ମନ୍ଦିର ଗଲା, କିନ୍ତୁ ଠାକୁର ଦର୍ଶନ କରିପାରିଲା ନାହିଁ ।'' ଏକ ଉଦ୍ଦିଷ୍ଟ ଯୌଗିକ ବାକ୍ୟ। କାରଣ ଏଠାରେ ପରସ୍ପର ନିର୍ଭରଶୀଳ ଦୁଇଟି ସରଳ ବାକ୍ୟର ସମ୍ମିଶ୍ରଣ ଘଟିଛି। ଯଥା: ସୁରେଶ ମନ୍ଦିର ଗଲା; ସୁରେଶ ଠାକୁର ଦର୍ଶନ କରିପାରିଲା ନାହିଁ।ଏବେ ଏହି ଦୁଇ ସରଳ ବାକ୍ୟକୁ ସଂଯୋଜକ ଅବ୍ୟୟ 'କିନ୍ତୁ' ଯୋଗ କରିଛି।ସୁତରାଂ ଉଦାହୃତ ବାକ୍ୟଟିରେ 'କିନ୍ତୁ’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ଵିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ଅତଏବ ଏଦିଗରେ ''ସୁରେଶ ମନ୍ଦିର ଗଲା, କିନ୍ତୁ ଠାକୁର ଦର୍ଶନ କରିପାରିଲା ନାହିଁ।'' ଏକ ଉଦ୍ଦିଷ୍ଟ ଯୌଗିକ ବାକ୍ୟ - ଏହା ସ୍ପଷ୍ଟ ହେଉଛି।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ; ମୋ ସାଙ୍ଗ ଆଜି ବହୁଦିନ ପରେ ସ୍କୁଲ ଆସିଲା । - ସରଳ ବାକ୍ୟ। ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । - ଜଟିଳ ବାକ୍ୟ। ଯେଉଁ ପିଲାଟି ହସୁଥିଲା, ସେ କୁଆଡ଼େ ଗଲା? - ଜଟିଳ ବାକ୍ୟ। 3 / 10ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଜଟିଳ ବାକ୍ୟ ଅଟେ । ପିଲାଟି ହସି ହସି କୁଆଡ଼େ ଚାଲି ଗଲା? ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା। କଥା ନ ମାନିବାରୁ ମାଆ ଭଉଣୀ ଉପରେ ବିରକ୍ତ ହେଲେ। ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ। ସଠିକ ଉତ୍ତର ହେଉଛି "ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ ।"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। - ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ - ସମାପିକା କ୍ରିୟା।ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।ଯଥା: ସାନମାମୁଁ ଆସିଲେ ଓ ମିତୁ ଖୁସି ହେଲା।ଉଦାହୃତ ବାକ୍ୟଟିରେ 'ଓ’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ।ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।ଯଥାର୍ଥତା:ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ''ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ। ।'' ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ। କାରଣ ଏଠାରେ ପରସ୍ପର ନିର୍ଭରଶୀଳ ଦୁଇଟି ସାପେକ୍ଷ ଖଣ୍ଡ ବାକ୍ୟର ସମ୍ମିଶ୍ରଣ ଘଟିଛି। ଯଥା: ୧) ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି (ଅପ୍ରାଧନ), ୨) ସେମିତି ଦେବମନ୍ଦିରରେ ମଧ୍ୟ କରିବେ (ପ୍ରଧାନ)।ଏବେ ଏହି ଦୁଇ ସାପେକ୍ଷ ଖଣ୍ଡ ବାକ୍ୟ 'ପ୍ରଧାନ - ଅପ୍ରାଧନ' ରୂପେ ସମନ୍ୱୟରେ ପୂର୍ଣ୍ଣବାକ୍ୟ ହୋଇଛି।ଅତଏବ ଏଦିଗରେ ''ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ ।'' ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ - ଏହା ସ୍ପଷ୍ଟ ହେଉଛି। Additional Informationଅନ୍ୟ ବିକଳ୍ପଗୁଡିକ; ପିଲାଟି ହସି ହସି କୁଆଡ଼େ ଚାଲି ଗଲା?; ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା।; କଥା ନ ମାନିବାରୁ ମାଆ ଭଉଣୀ ଉପରେ ବିରକ୍ତ ହେଲେ। - ଗୋଟିଏ ସମାପିକା କ୍ରିୟା ଯୁକ୍ତ ହେତୁ ସରଳ ବାକ୍ୟ। 4 / 10ନିମ୍ନଲିଖିତ କେଉଁ ବାକ୍ୟଟି ଏକ ସରଳ ବାକ୍ୟ ଅଟେ । ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ। ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି। ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା। ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । ସଠିକ ଉତ୍ତର ହେଉଛି "ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି ।"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। - ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ - ସମାପିକା କ୍ରିୟା।ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।ଯଥା: ସାନମାମୁଁ ଆସିଲେ ଓ ମିତୁ ଖୁସି ହେଲା।ଉଦାହୃତ ବାକ୍ୟଟିରେ 'ଓ’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ।ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।ଯଥାର୍ଥତା:ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ''ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି ।'' ଏକ ଉଦ୍ଦିଷ୍ଟ ସରଳ ବାକ୍ୟ। କାରଣ ଏଠାରେ ବାକ୍ୟଟିରେ ଗୋଟିଏ ମାତ୍ର ସମାପିକା କ୍ରିୟା 'ଅଛି' ଦ୍ୱାରା ବାକ୍ୟର ସମାପ୍ତି ଘଟିଛି। କୌଣସି ପ୍ରକାର ସଂଯୋଜକ ଅବ୍ୟୟ ଦ୍ୱାରା ବାକ୍ୟ ସମାହାର ବା ପ୍ରଧାନ - ଅପ୍ରଧାନ ବାକ୍ୟର ସମ୍ମିଶ୍ରଣ ଘଟିନାହିଁ। ସୁତରାଂ ଉଦାହୃତ ବାକ୍ୟଟିରେ ଗୋଟିଏ ମାତ୍ର ସମାପିକା କ୍ରିୟା 'ଅଛି' ଯୁକ୍ତ ହେତୁ ''ବିଦ୍ୟାମନ୍ଦିର ପରି ଦେବମନ୍ଦିରରେ ମଧ୍ୟ ସମସ୍ତଙ୍କର ପ୍ରବେଶାଧିକାର ଅଛି।'' ଏକ ଉଦ୍ଦିଷ୍ଟ ସରଳ ବାକ୍ୟ - ଏହା ସ୍ପଷ୍ଟ ହେଉଛି ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ; ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ। - ଯୌଗିକ ବାକ୍ୟ। ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା। - ଜଟିଳ ବାକ୍ୟ। ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । - ଜଟିଳ ବାକ୍ୟ।5 / 10ନିମ୍ନଲିଖିତ କେଉଁ ବାକ୍ୟଟି ଏକ ମିଶ୍ର ବାକ୍ୟ ଅଟେ । ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ। ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । ବାଜାବାଲା ଓ ଗୀତିକାରମାନଙ୍କ ସହ ଯେଉଁ ସାଙ୍ଗମାନେ ମୋ ବାହାଘରକୁ ଆସିଥିଲେ, ବାପା ସେମାନଙ୍କୁ ପାଛୋଟି ଆଣିଲେ ଓ ସେମାନଙ୍କୁ ଯଥୋଚିତ ଅଭ୍ୟର୍ଥନା ମଧ୍ୟ କଲେ। ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା। ସଠିକ ଉତ୍ତର ହେଉଛି "ବାଜାବାଲା ଓ ଗୀତିକାରମାନଙ୍କ ସହ ଯେଉଁ ସାଙ୍ଗମାନେ ମୋ ବାହାଘରକୁ ଆସିଥିଲେ, ବାପା ସେମାନଙ୍କୁ ପାଛୋଟି ଆଣିଲେ ଓ ସେମାନଙ୍କୁ ଯଥୋଚିତ ଅଭ୍ୟର୍ଥନା ମଧ୍ୟ କଲେ।"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। - ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ - ସମାପିକା କ୍ରିୟା।ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।ଯଥା: ସାନମାମୁଁ ଆସିଲେ ଓ ମିତୁ ଖୁସି ହେଲା।ଉଦାହୃତ ବାକ୍ୟଟିରେ 'ଓ’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ।ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।ଯଥାର୍ଥତା:ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ''ବାଜାବାଲା ଓ ଗୀତିକାରମାନଙ୍କ ସହ ଯେଉଁ ସାଙ୍ଗମାନେ ମୋ ବାହାଘରକୁ ଆସିଥିଲେ, ବାପା ସେମାନଙ୍କୁ ପାଛୋଟି ଆଣିଲେ ଓ ସେମାନଙ୍କୁ ଯଥୋଚିତ ଅଭ୍ୟର୍ଥନା ମଧ୍ୟ କଲେ ।'' ଏକ ଉଦ୍ଦିଷ୍ଟ ମିଶ୍ର ବାକ୍ୟ। କାରଣ ଏଠାରେ ଦୁଇରୁ ଅଧିକ ବିଭିନ୍ନ ପ୍ରକାର ବାକ୍ୟର ସମ୍ମିଶ୍ରଣ ଘଟିଛି। ଉଲ୍ଲିଖତ ବାକ୍ୟଟିରେ ବାଜାବାଲା ଓ ଗୀତିକାରମାନଙ୍କ ସହ ଯେଉଁ ସାଙ୍ଗମାନେ ମୋ ବାହାଘରକୁ ଆସିଥିଲେ – ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ।ବାପା ସେମାନଙ୍କୁ ପାଛୋଟି ଆଣିଲେ – ସରଳ ବାକ୍ୟ।ସେମାନଙ୍କୁ ଯଥୋଚିତ ଅଭ୍ୟର୍ଥନା ମଧ୍ୟ କଲେ – ସରଳ ବାକ୍ୟ।ଏବେ ଏଠାରେ ଏହି ଦୁଇଟି ସରଳ ବାକ୍ୟ ଓ ଗୋଟିଏ ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟକୁ ସମନ୍ୱୟ କରାଯାଇଛି।ସୁତରାଂ ଉଦାହୃତ ବାକ୍ୟଟିରେ ଭିନ୍ନ ଭିନ୍ନ ପ୍ରକାରର ବାକ୍ୟ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ଅତଏବ ଏଦିଗରେ ''ବାଜାବାଲା ଓ ଗୀତିକାରମାନଙ୍କ ସହ ଯେଉଁ ସାଙ୍ଗମାନେ ମୋ ବାହାଘରକୁ ଆସିଥିଲେ, ବାପା ସେମାନଙ୍କୁ ପାଛୋଟି ଆଣିଲେ ଓ ସେମାନଙ୍କୁ ଯଥୋଚିତ ଅଭ୍ୟର୍ଥନା ମଧ୍ୟ କଲେ।'' ଏକ ଉଦ୍ଦିଷ୍ଟ ମିଶ୍ର ବାକ୍ୟ - ଏହା ସ୍ପଷ୍ଟ ହେଉଛି। Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ; ଯେମିତି ବିଦ୍ୟାମନ୍ଦିରରେ ସମସ୍ତେ ପ୍ରବେଶ କରୁଛନ୍ତି, ସେମିତି ଦେବମନ୍ଦିରରେ ମଧ୍ୟ କରିବେ । - ଜଟିଳ ବାକ୍ୟ। ସୀମା ଯେତେବେଳେ ଟ୍ୟୁସନ ଯିବ ବୋଲି ବାହାରୁଥିଲା, ସେତେବେଳେ ଝଡ ହେଉଥିଲା । - ଜଟିଳ ବାକ୍ୟ। ରାଜେଶର ଡାକ ଶୁଣି ସୀମା ଧାଇଁ ଧାଇଁ ଆସିଲା - ସରଳ ବାକ୍ୟ। 6 / 10"ଦରକାର ସମୟରେ ଯିଏ ସାଥିରେ ଛିଡା ହୁଏ, ସିଏ ହିଁ ପ୍ରକୃତରେ ନିଜର।" ଏହି ବାକ୍ୟଟି ଏକ _______ ଅଟେ। ସରଳ ଯୌଗିକ ମିଶ୍ର ଜଟିଳ ସଠିକ ଉତ୍ତର ହେଉଛି "ଜଟିଳ"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ବୟରେ ଜଟିଳ ବାକ୍ୟ ଗଠିତ ହୁଏ।ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।ସେତେବେଳେ ରତନ ଘରେ ନ ଥିଲା – ପ୍ରଧାନ ବାକ୍ୟ: ଅଜା ଯେତେବେଳେ ଘରେ ପହଞ୍ଚିଲେ – ଅପ୍ରଧାନ ବାକ୍ୟ।ଯଥାର୍ଥତା:ଦିଆଯାଇଥିବା ବାକ୍ୟଟି 'ଦରକାର ସମୟରେ ଯିଏ ସାଥିରେ ଛିଡା ହୁଏ, ସିଏ ହିଁ ପ୍ରକୃତରେ ନିଜର' - ଏକ ଜଟିଳ ବାକ୍ୟ।କାରଣ ଏଠାରେ ପରସ୍ପର ନିର୍ଭରଶୀଳ ଦୁଇଟି ସାପେକ୍ଷ ଖଣ୍ଡ ବାକ୍ୟର ସମ୍ମିଶ୍ରଣ ଘଟିଛି।ଯଥା: ୧) ଦରକାର ସମୟରେ ଯିଏ ସାଥିରେ ଛିଡା ହୁଏ (ଅପ୍ରାଧନ), ୨) ସିଏ ହିଁ ପ୍ରକୃତରେ ନିଜର (ପ୍ରଧାନ)।ଏବେ ଏହି ଦୁଇ ସାପେକ୍ଷ ଖଣ୍ଡ ବାକ୍ୟ 'ପ୍ରଧାନ - ଅପ୍ରାଧନ' ରୂପେ ସମନ୍ୱୟରେ ପୂର୍ଣ୍ଣବାକ୍ୟ ହୋଇଛି।ଅତଏବ ଏଦିଗରେ ''ଦରକାର ସମୟରେ ଯିଏ ସାଥିରେ ଛିଡା ହୁଏ, ସିଏ ହିଁ ପ୍ରକୃତରେ ନିଜର ।'' ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ।Additional Informationଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। - ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ - ସମାପିକା କ୍ରିୟା।ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।ଯଥା: ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ।ଉଦାହୃତ ବାକ୍ୟଟିରେ 'ମାତ୍ର’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।ଯେ କୌଣସି ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।ଉଲ୍ଲିଖତ ବାକ୍ୟଟିରେ ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ – ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ।ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ – ସରଳ ବାକ୍ୟ।ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ – ସରଳ ବାକ୍ୟ।7 / 10କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ। - ଏହାକୁ ନାସ୍ତିସୂଚକ ବାକ୍ୟରେ ରୂପାନ୍ତର କର। କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ ନୁହଁ। କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ କି? କଲାମଙ୍କ ପରି ରାଷ୍ଟ୍ରପତି ହେବା ସହଜ ନୁହେଁ । କଲାମଙ୍କ ପରି ରାଷ୍ଟ୍ରପତି ହେବା କି କଷ୍ଟ! ସଠିକ ଉତ୍ତର ହେଉଛି "କଲାମଙ୍କ ପରି ରାଷ୍ଟ୍ରପତି ହେବା ସହଜ ।"। Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର।ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ପ୍ରକାର୍ଯ୍ୟାତ୍ମକ ରୂପରେ ବାକ୍ୟ ପଞ୍ଚଭେଦରେ ପ୍ରକାଶିତ: ବିବୃତିସୂଚକ, ଆଦେଶ/ଅନୁରୋଧସୂଚକ, ପ୍ରଶ୍ନସୂଚକ, ବିସ୍ମୟସୂଚକ ଓ ନାସ୍ତିସୂଚକ।ବିବୃତିସୂଚକ ବାକ୍ୟ - ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟ - ଏବର୍ଷ ପ୍ରବଳ ଶୀତ ହୋଇଛି।ଆଦେଶ/ଅନୁରୋଧସୂଚକ ବାକ୍ୟ - ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟ - ଆଜ୍ଞା! ମତେ ଟିକିଏ ସାହାଯ୍ୟ କରନ୍ତୁ (ଅନୁରୋଧ)। ଘରଟାକୁ ସଫା କରିଦିଅ (ଆଦେଶ)।ପ୍ରଶ୍ନସୂଚକ ବାକ୍ୟ - କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟ - ତମେ କେବେ ଆସିଲ?ବିସ୍ମୟସୂଚକ ବାକ୍ୟ - ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟ - ବାପା ଏତେ ଟଙ୍କା ଦେଲେ!ନାସ୍ତିସୂଚକ ବାକ୍ୟ - ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟ - ରୀତା ଦ୍ଵାରା ଏ କାମ କେବେ ବି ହେବ ନାହିଁ।ଯଥାର୍ଥତା:ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ଦିଆଯାଇଥିବା 'କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ।' - ବାକ୍ୟଟିରେ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବାର ସୂଚନା ମିଳୁଛି ଓ ପୂର୍ଣ୍ଣଚ୍ଛେଦ (।) ଦ୍ୱାରା ସମାପ୍ତି ଘଟିଥିବା ହେତୁ ଏହା ଏକ ବିବୃତିସୂଚକ ବାକ୍ୟ।ଏହି ବାକ୍ୟଟିକୁ ନାସ୍ତିସୂଚକ ବାକ୍ୟରେ ରୂପାନ୍ତରିତ କରିବାକୁ ହେଲେ, ସମଅର୍ଥ ଥାଇ ବାକ୍ୟଟିରେ ନାସ୍ତିସୂଚକ ଶବ୍ଦ ଯଥା: ନ, ନା, ନାହିଁ, ନୁହଁ, ଇତ୍ୟାଦି ମଧ୍ୟରୁ କୌଣସି ଏକ ସଂଯୁକ୍ତ ହୋଇ ବାକ୍ୟଟିର ସମାପ୍ତି '।' ଦ୍ୱାରା ଘଟିବ ଓ ନୂତନ ନିର୍ମିତ ବାକ୍ୟଟିରୁ ନାସ୍ତିସୂଚକ ଭାବ ପ୍ରକାଶ ପାଇବ।ଯଥା: କଲାମଙ୍କ ପରି ରାଷ୍ଟ୍ରପତି ହେବା ସହଜ ନୁହଁ। Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ କି?' - ପ୍ରଶ୍ନ ଭାବ ପ୍ରକାଶ୍ୟ ହେତୁ ପ୍ରଶ୍ନବାଚକ ବାକ୍ୟ। 'କଲାମଙ୍କ ପରି ରାଷ୍ଟ୍ରପତି ହେବା କି କଷ୍ଟ!' - ବିସ୍ମୟ ଭାବ ପ୍ରକାଶ ହେଉଥିବାରୁ ବିସ୍ମୟସୂଚକ ବାକ୍ୟ। 'କଲାମଙ୍କ ପରି ରାଷ୍ଟ୍ରପତି ହେବା ଭାରି କଷ୍ଟ ନୁହଁ।' - ପ୍ରଦତ୍ତ ବାକ୍ୟର ବିପରୀତ ଅର୍ଥକୁ ସୂଚିତ କରୁଛି। 8 / 10ବିଦିତା ଆମ ଶ୍ରେଣୀର ସବୁଠାରୁ ବୁଦ୍ଧିମାନ ଛାତ୍ରୀ। - ଏହାକୁ ପ୍ରଶ୍ନସୂଚକ ବାକ୍ୟରେ ରୂପାନ୍ତର କର। ବିଦିତା ପରି ଆମ ଶ୍ରେଣୀରେ ବୁଦ୍ଧିମାନ ଛାତ୍ରୀ କାହାନ୍ତି ? ବିଦିତାକୁ ଛାଡ଼ି ଆମ ଶ୍ରେଣୀରେ ଆଉ କେହି ବୁଦ୍ଧିମାନ ଛାତ୍ରୀ ନାହାନ୍ତି। ବିଦିତା କେଡ଼େ ବୁଦ୍ଧିମାନ ଛାତ୍ରୀ! କେଉଁଟି ନୁହଁ ସଠିକ ଉତ୍ତର ହେଉଛି "ବିଦିତା ପରି ଆମ ଶ୍ରେଣୀରେ ବୁଦ୍ଧିମାନ ଛାତ୍ରୀ କାହାନ୍ତି ?"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର।ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ପ୍ରକାର୍ଯ୍ୟାତ୍ମକ ରୂପରେ ବାକ୍ୟ ପଞ୍ଚଭେଦରେ ପ୍ରକାଶିତ: ବିବୃତିସୂଚକ, ଆଦେଶ/ଅନୁରୋଧସୂଚକ, ପ୍ରଶ୍ନସୂଚକ, ବିସ୍ମୟସୂଚକ ଓ ନାସ୍ତିସୂଚକ।ବିବୃତିସୂଚକ ବାକ୍ୟ - ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟ - ଏବର୍ଷ ପ୍ରବଳ ଶୀତ ହୋଇଛି।ଆଦେଶ/ଅନୁରୋଧସୂଚକ ବାକ୍ୟ - ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟ - ଆଜ୍ଞା! ମତେ ଟିକିଏ ସାହାଯ୍ୟ କରନ୍ତୁ (ଅନୁରୋଧ)। ଘରଟାକୁ ସଫା କରିଦିଅ (ଆଦେଶ)।ପ୍ରଶ୍ନସୂଚକ ବାକ୍ୟ - କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟ - ତମେ କେବେ ଆସିଲ?ବିସ୍ମୟସୂଚକ ବାକ୍ୟ - ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟ - ବାପା ଏତେ ଟଙ୍କା ଦେଲେ!ନାସ୍ତିସୂଚକ ବାକ୍ୟ - ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟ - ରୀତା ଦ୍ଵାରା ଏ କାମ କେବେ ବି ହେବ ନାହିଁ।ଯଥାର୍ଥତା:ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ଦିଆଯାଇଥିବା 'ବିଦିତା ଆମ ଶ୍ରେଣୀର ସବୁଠାରୁ ବୁଦ୍ଧିମାନ ଛାତ୍ରୀ।' - ବାକ୍ୟଟିରେ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବାର ସୂଚନା ମିଳୁଛି ଓ ପୂର୍ଣ୍ଣଚ୍ଛେଦ (।) ଦ୍ୱାରା ସମାପ୍ତି ଘଟିଥିବା ହେତୁ ଏହା ଏକ ବିବୃତିସୂଚକ ବାକ୍ୟ।ଏହି ବାକ୍ୟଟିକୁ ପ୍ରଶ୍ନବାଚକ ବାକ୍ୟରେ ରୂପାନ୍ତରିତ କରିବାକୁ ହେଲେ, ସମଅର୍ଥ ଥାଇ ବାକ୍ୟଟିର ସମାପ୍ତି '?' ଦ୍ୱାରା ଘଟିବ ଓ ନୂତନ ନିର୍ମିତ ବାକ୍ୟଟିରୁ ପ୍ରଶ୍ନର ସୂଚନା ମିଳିବ।ଯଥା: ବିଦିତା ପରି ଆମ ଶ୍ରେଣୀରେ ବୁଦ୍ଧିମାନ ଛାତ୍ରୀ କାହାନ୍ତି ?Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ବିଦିତାକୁ ଛାଡ଼ି ଆମ ଶ୍ରେଣୀରେ ଆଉ କେହି ବୁଦ୍ଧିମାନ ଛାତ୍ରୀ ନାହାନ୍ତି।' - ନାସ୍ତିସୂଚକ ପଦ 'ନାହାନ୍ତି' ବ୍ୟବହୃତ ହେତୁ ନାସ୍ତିସୂଚକ ବାକ୍ୟ। 'ବିଦିତା କେଡ଼େ ବୁଦ୍ଧିମାନ ଛାତ୍ରୀ!' - ବିସ୍ମୟ ଭାବ ପ୍ରକାଶ ହେଉଥିବାରୁ ବିସ୍ମୟସୂଚକ ବାକ୍ୟ। 9 / 10ରବିନ୍ଦ୍ରନାଥଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ଅତ୍ୟଧିକ। - ଏହାକୁ ବିସ୍ମୟସୂଚକ ବାକ୍ୟରେ ରୂପାନ୍ତର କର। ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ରବିନ୍ଦ୍ରନାଥଙ୍କ କି ଲୋକପ୍ରିୟତା! ରବିନ୍ଦ୍ରନାଥଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ କମ ନୁହଁ। ରବିନ୍ଦ୍ରନାଥଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ କେତେ ଅତ୍ୟଧିକ? କେଉଁଟି ନୁହଁ ସଠିକ ଉତ୍ତର ହେଉଛି "ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ରବିନ୍ଦ୍ରନାଥଙ୍କ କି ଲୋକପ୍ରିୟତା!"। Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର।ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ପ୍ରକାର୍ଯ୍ୟାତ୍ମକ ରୂପରେ ବାକ୍ୟ ପଞ୍ଚଭେଦରେ ପ୍ରକାଶିତ: ବିବୃତିସୂଚକ, ଆଦେଶ/ଅନୁରୋଧସୂଚକ, ପ୍ରଶ୍ନସୂଚକ, ବିସ୍ମୟସୂଚକ ଓ ନାସ୍ତିସୂଚକ।ବିବୃତିସୂଚକ ବାକ୍ୟ - ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟ - ଏବର୍ଷ ପ୍ରବଳ ଶୀତ ହୋଇଛି।ଆଦେଶ/ଅନୁରୋଧସୂଚକ ବାକ୍ୟ - ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟ - ଆଜ୍ଞା! ମତେ ଟିକିଏ ସାହାଯ୍ୟ କରନ୍ତୁ (ଅନୁରୋଧ)। ଘରଟାକୁ ସଫା କରିଦିଅ (ଆଦେଶ)।ପ୍ରଶ୍ନସୂଚକ ବାକ୍ୟ - କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟ - ତମେ କେବେ ଆସିଲ?ବିସ୍ମୟସୂଚକ ବାକ୍ୟ - ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟ - ବାପା ଏତେ ଟଙ୍କା ଦେଲେ!ନାସ୍ତିସୂଚକ ବାକ୍ୟ - ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟ - ରୀତା ଦ୍ଵାରା ଏ କାମ କେବେ ବି ହେବ ନାହିଁ।ଯଥାର୍ଥତା:ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ଦିଆଯାଇଥିବା 'ରବିନ୍ଦ୍ରନାଥଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ଅତ୍ୟଧିକ।' - ବାକ୍ୟଟିରେ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବାର ସୂଚନା ମିଳୁଛି ଓ ପୂର୍ଣ୍ଣଚ୍ଛେଦ (।) ଦ୍ୱାରା ସମାପ୍ତି ଘଟିଥିବା ହେତୁ ଏହା ଏକ ବିବୃତିସୂଚକ ବାକ୍ୟ।ଏହି ବାକ୍ୟଟିକୁ ବିସ୍ମୟସୂଚକ ବାକ୍ୟରେ ରୂପାନ୍ତରିତ କରିବାକୁ ହେଲେ, ସମଅର୍ଥ ଥାଇ ବାକ୍ୟଟିର ସମାପ୍ତି '!' ଦ୍ୱାରା ଘଟିବ ଓ ନୂତନ ନିର୍ମିତ ବାକ୍ୟଟିରୁ ବିସ୍ମୟ ଭାବ ପ୍ରକାଶ ପାଇବ।ଯଥା: ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ ରବିନ୍ଦ୍ରନାଥଙ୍କ କି ଲୋକପ୍ରିୟତା!Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ରବିନ୍ଦ୍ରନାଥଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ କମ ନୁହଁ।' - ନାସ୍ତିସୂଚକ ପଦ 'ନୁହଁ' ବ୍ୟବହୃତ ହେତୁ ନାସ୍ତିସୂଚକ ବାକ୍ୟ। 'ରବିନ୍ଦ୍ରନାଥଙ୍କ ଲୋକପ୍ରିୟତା ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ କେତେ ଅତ୍ୟଧିକ?' - ପ୍ରଶ୍ନ ଭାବ ପ୍ରକାଶ୍ୟ ହେତୁ ପ୍ରଶ୍ନବାଚକ ବାକ୍ୟ ଅଟେ।10 / 10ଭଗବାନ ସବୁବେଳେ ଆମର ଭଲ ଚାହିଁଥାନ୍ତି। - ଏହାକୁ ନାସ୍ତିସୂଚକ ବାକ୍ୟରେ ରୂପାନ୍ତର କର। ଭଗବାନ ସବୁବେଳେ ଆମର ଭଲ ଚାହିଁ ନ ଥାନ୍ତି। ଭଗବାନ କେବେ ଆମର ମନ୍ଦ ଚାହିଁ ନ ଥାନ୍ତି। ଭଗବାନ କଣ ସବୁବେଳେ ଆମର ଭଲ ଚାହିଁ ନ ଥାନ୍ତି? ଭଗବାନ ସବୁବେଳେ ଆମର ମନ୍ଦ ଚାହିଁଥାନ୍ତି। ସଠିକ ଉତ୍ତର ହେଉଛି "ଭଗବାନ କେବେ ଆମର ମନ୍ଦ ଚାହିଁ ନ ଥାନ୍ତି।"। Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର।ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ପ୍ରକାର୍ଯ୍ୟାତ୍ମକ ରୂପରେ ବାକ୍ୟ ପଞ୍ଚଭେଦରେ ପ୍ରକାଶିତ: ବିବୃତିସୂଚକ, ଆଦେଶ/ଅନୁରୋଧସୂଚକ, ପ୍ରଶ୍ନସୂଚକ, ବିସ୍ମୟସୂଚକ ଓ ନାସ୍ତିସୂଚକ।ବିବୃତିସୂଚକ ବାକ୍ୟ - ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟ - ଏବର୍ଷ ପ୍ରବଳ ଶୀତ ହୋଇଛି।ଆଦେଶ/ଅନୁରୋଧସୂଚକ ବାକ୍ୟ - ଅନୁରୋଧ ବା ଆଦେଶ ଭାବ ପ୍ରକାଶ କରୁଥିବା ବାକ୍ୟ - ଆଜ୍ଞା! ମତେ ଟିକିଏ ସାହାଯ୍ୟ କରନ୍ତୁ (ଅନୁରୋଧ)। ଘରଟାକୁ ସଫା କରିଦିଅ (ଆଦେଶ)।ପ୍ରଶ୍ନସୂଚକ ବାକ୍ୟ - କୌଣସି ପ୍ରଶ୍ନର ସୂଚନା ପ୍ରଦାନ କରୁଥିବା ବାକ୍ୟ - ତମେ କେବେ ଆସିଲ?ବିସ୍ମୟସୂଚକ ବାକ୍ୟ - ବିସ୍ମୟ ଭାବ ପ୍ରକାଶ କରୁଥିବା ବାକ୍ୟ - ବାପା ଏତେ ଟଙ୍କା ଦେଲେ!ନାସ୍ତିସୂଚକ ବାକ୍ୟ - ନାସ୍ତିର ସୂଚନା ପ୍ରଦାନ କରୁଥିବା ବାକ୍ୟ - ରୀତା ଦ୍ଵାରା ଏ କାମ କେବେ ବି ହେବ ନାହିଁ।ଯଥାର୍ଥତା:ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ। ଦିଆଯାଇଥିବା 'ଭଗବାନ ସବୁବେଳେ ଆମର ଭଲ ଚାହିଁଥାନ୍ତି।' - ବାକ୍ୟଟିରେ ନିର୍ଦ୍ଦିଷ୍ଟ ବିଷୟକ ବିବୃତି ବା ବକ୍ତବ୍ୟ ପ୍ରକାଶ ହେବାର ସୂଚନା ମିଳୁଛି ଓ ପୂର୍ଣ୍ଣଚ୍ଛେଦ (।) ଦ୍ୱାରା ସମାପ୍ତି ଘଟିଥିବା ହେତୁ ଏହା ଏକ ବିବୃତିସୂଚକ ବାକ୍ୟ।ଏହି ବାକ୍ୟଟିକୁ ନାସ୍ତିସୂଚକ ବାକ୍ୟରେ ରୂପାନ୍ତରିତ କରିବାକୁ ହେଲେ, ସମଅର୍ଥ ଥାଇ ବାକ୍ୟଟିରେ ନାସ୍ତିସୂଚକ ଶବ୍ଦ ଯଥା: ନ, ନା, ନାହିଁ, ନୁହଁ, ଇତ୍ୟାଦି ମଧ୍ୟରୁ କୌଣସି ଏକ ସଂଯୁକ୍ତ ହୋଇ ବାକ୍ୟଟିର ସମାପ୍ତି '।' ଦ୍ୱାରା ଘଟିବ ଓ ନୂତନ ନିର୍ମିତ ବାକ୍ୟଟିରୁ ନାସ୍ତିସୂଚକ ଭାବ ପ୍ରକାଶ ପାଇବ।ଯଥା: ଭଗବାନ କେବେ ଆମର ମନ୍ଦ ଚାହିଁ ନ ଥାନ୍ତି। Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ଭଗବାନ ସବୁବେଳେ ଆମର ଭଲ ଚାହିଁ ନ ଥାନ୍ତି।' - ନାସ୍ତିସୂଚକ ଭାବ ପ୍ରକାଶ କରୁଥିଲେ ସୁଦ୍ଧା ପ୍ରଦତ୍ତ ବାକ୍ୟର ବିପରୀତ ଅର୍ଥକୁ ସୂଚିତ କରୁଛି। 'ଭଗବାନ କଣ ସବୁବେଳେ ଆମର ଭଲ ଚାହିଁ ନ ଥାନ୍ତି?' - ପ୍ରଶ୍ନ ଭାବ ପ୍ରକାଶ୍ୟ ହେତୁ ପ୍ରଶ୍ନବାଚକ ବାକ୍ୟ। 'ଭଗବାନ ସବୁବେଳେ ଆମର ମନ୍ଦ ଚାହିଁଥାନ୍ତି।' - ପ୍ରଦତ୍ତ ବାକ୍ୟର ବିପରୀତ ଅର୍ଥକୁ ସୂଚିତ କରୁଛି। Your score is LinkedIn Facebook Twitter VKontakte