ODIA GRAMMAR REVISION-DAY 04 February 13, 2025February 12, 2025 by admin 43 ODIA GRAMMAR REVISION-DAY 04 1 / 20ଭାରତୀୟ ସୈନ୍ୟମାନେ ନାନାଦି ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଖାଦ୍ୟପେୟ ଧରି ଯୁଦ୍ଧକ୍ଷେତ୍ରକୁ ଯାଆନ୍ତି । - ରେଖାଙ୍କିତ ପଦଟି କେଉଁ ପ୍ରକାର କ୍ରିୟାପଦ ? ଅସମାପିକା ସମାପିକା ମିଶ୍ର ଅମିଶ୍ର ସଠିକ୍ ଉତ୍ତର ହେଉଛି- ଅସମାପିକା କ୍ରିୟାKey Pointsଯେଉଁ କ୍ରିୟାପଦଦ୍ବାରା ବାକ୍ୟର ଅସମାପ୍ତି ବା ଅସମ୍ପୂର୍ଣ୍ଣତା ଉପଲବ୍ଧ ହୁଏ ତଥା ଅନ୍ୟକ୍ରିୟାର ଅପେକ୍ଷା ରଖେ ତାହାକୁ ଅସମାପିକା କ୍ରିୟା କୁହାଯାଏ ।ବାକ୍ୟରେ ଅସମାପିକା କ୍ରିୟା ବାକ୍ୟର ସମାପ୍ତି ସାଧନ କରେନାହିଁ ।ଅସମାପିକା କ୍ରିୟା ମୂଳଧାତୁରେ ଇ, ଉ, ଇଲେ, ଅନ୍ତେ ଯୋଗ ହୋଇ ଗଠିତ ହୋଇଥାଏ ।ଅସମାପିକା କ୍ରିୟା ଦୋହରା ଯାଇ ଦ୍ବିତିରୂପରେ ବ୍ୟବହୃତ ହୁଏ । ଦୁଇଟି କାର୍ଯ୍ୟ ଏକାସାଙ୍ଗରେ ହେଉଥିଲେ ଆଗପଛ ନିଷ୍ପନ୍ନ ହେଉଥିଲେ ଇ କିମ୍ବା ଉ ଯୋଗେ ଗଠିତ ଦ୍ବିତ୍ବି ହୋଇଥାଏ ।ଯଥାର୍ଥତା:ଉପରୋକ୍ତ ବାକ୍ୟରେ ଧରି ହେଉଛି ଏକ ଅସମାପିକା କ୍ରିୟା ।ବାକ୍ୟର ସମ୍ପନ୍ନତା ପାଇଁ ଅନ୍ୟ ପଦଗୁଡିକର ଅପେକ୍ଷା ରଖିଥାଏ ।ଉପରୋକ୍ତ ବାକ୍ୟରେ ଯୁ୍ଦ୍ଧକ୍ଷେତ୍ରକୁ ଯାଆନ୍ତି ବାକ୍ୟକୁ ସମ୍ପୂର୍ଣ୍ଣ କରୁଛି ।Additional Informationଅସମାପିକା କ୍ରିୟା ରୂପରେ ଣୁ, କରି, କି, ପ୍ରତ୍ୟୟ ଯୋଗ ହୋଇଥାଏ ।ଯେପରିକି ଦେଖୁଣୁ, ନଯାଉଣୁ, ରଖିକରି, ଗଡିକରି, ଦେଖିକି, ଶୁଣିକି ଇତ୍ୟାଦି ହୋଇଥାଏ ।ଗଠନ ଦୃଷ୍ଟିକୁ କ୍ରିୟାପଦ ଦୁଇ ପ୍ରକାରର ହୋଇଥାଏ । ଯଥା- ସମାପିକା କ୍ରିୟା ଓ ଅସମାପିକା କ୍ରିୟା ।2 / 20ଶୁଦ୍ଧ ଶବ୍ଦଟି ବାଛ : ସନ୍ୟାସୀ ନୀରଦ ଗଣେଷ ପ୍ରତ୍ୟେହ ସଠିକ୍ ଉତ୍ତର ହେଉଛି- ନୀରଦKey Pointsଭାଷାକୁ ସୁସଂଗଠିତ ଓ ଶ୍ରୁତିମଧୁର କରିବା ପାଇଁ ଶବ୍ଦର ଶୁଦ୍ଧରୂପ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।ସାହିତ୍ୟରେ ଶୁଦ୍ଧତା ରହିବା ବିଧେୟ ।ଲେଖିବା ସମୟରେ ଶବ୍ଦରେ ଅନେକ ପ୍ରକାର ଅଶୁଦ୍ଧତା ରହିଥିବା ଦେଖିବାକୁ ମିଳିଥାଏ ।ସେହି ଅଶୁଦ୍ଧତା ମଧ୍ୟରେ- ବନାନଗତ, ସନ୍ଧିଗତ, ସମାସଗତ, ତଦ୍ଧିତ, କୃଦନ୍ତ ଆଦି ଅଶୁଦ୍ଧତା ରହିଥାଏ ।ଯଥାର୍ଥତା:ଉପରୋକ୍ତ ଅନ୍ୟ ସମସ୍ତ ଶବ୍ଦଗୁଡିକରେ ମାତ୍ରା ଓ ଯୁକ୍ତାକ୍ଷରଜନିତ ତ୍ରୁଟି ରହିଛି ।ନୀରଦ ହେଉଛି ଶବ୍ଦ ସଠିକ୍ ରୂପ ।Additional Informationଅଶୁଦ୍ଧ ଶବ୍ଦଗୁଡିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ ।ବାକ୍ୟର ସୁସଂଗଠିତ ବ୍ୟବହାର ପାଇଁ ଶବ୍ଦଗତ ଶୁଦ୍ଧତା ପ୍ରଥମ ପ୍ରୟୋଜନ ହୋଇଥାଏ ।ଭାଷାର ଶୁଦ୍ଧ ବ୍ୟବହାରରେ ଯେଉଁମାନେ ପାରଦର୍ଶିତା ଲାଭ କରିଥାନ୍ତି ସେମାନେ ଭାଷା ସାହିତ୍ୟରେ ଯଶସ୍ବୀ ହୋଇଥାନ୍ତି ।ଅଶୁଦ୍ଧଶୁଦ୍ଧସନ୍ୟାସୀସନ୍ନ୍ୟାସୀଗଣେଷଗଣେଶପ୍ରତ୍ୟେହପ୍ରତ୍ୟହ3 / 20‘ଅଛିମାକୁ ଗଢିମା’ ରୂଢ଼ିଟିର ଅର୍ଥ ନିମ୍ନରୁ ବାଛ : ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ତୁଳନୀୟ ବସ୍ତୁ ସହିତ ତୁଳନା କରିବା ଗୋଟାଏ ମନ୍ଦ କାର୍ଯ୍ୟଦ୍ୱାରା ସମସ୍ତ ସୁଫଳ ନଷ୍ଟ ହେବା ଠିକ୍ ଠିକଣା ନଥିବା ସଠିକ୍ ଉତ୍ତର ହେଉଛି- ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ।Key Pointsପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ ।ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଂଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ ।ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ ।ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ୟ ରୂଢି କୁହାଯାଇପାରେ ।ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।ଯଥାର୍ଥତା:ଅଛିମାକୁ ଗଢିମା- ରୂଢିଟିର ଅର୍ଥ ହେଉଛି ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ।ଏହା ଏକ କ୍ରିୟାଯୁକ୍ତ ରୂଢି ।ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ , ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ଅକଲ ଶିଖାଇବା, ଆଖିମାରିବା ।Additional Informationରୂଢି ଅନୁଭୂତିଲବ୍ଧ ଏକ ପ୍ରତ୍ୟକ୍ଷଜ୍ଞାନ, ଯଦିଓ ଏହାର ପ୍ରକାଶଭଙ୍ଗୀ ପରୋକ୍ଷ ରୀତିକୁ ଅବଲମ୍ବନ କରିଥାଏ।ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।4 / 20‘ଯୁବତୀ ଜାୟା ଯାହାର’ - ବିଗ୍ରହ ବାକ୍ୟଟିର ସମସ୍ତ ପଦଟି କ’ଣ ହେବ ? ଯୁବଜାୟା ଯୁବଜାନୀ ଯୁବଜାନି ଯୁବାଜାୟା ସଠିକ୍ ଉତ୍ତର ହେଉଛି- ଯୁବଜାନିKey Pointsଏକାଧିକ ପଦ ମିଳିତ ହୋଇ ଏକ ବିଷୟ ( ବସ୍ତୁ ବା ବ୍ୟକ୍ତି)କୁ ବୁଝାଉଥିଲେ ତାହାକୁ କର୍ମଧାରୟ ସମାସ କୁହାଯାଏ ।ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ସମାସ ।ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପଦର ମିଳନରେ ଯେଉଁ ଏକ ପଦ ଗଠିତ ଦୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ । ଯଥା- ତୀକ୍ଷ୍ଣବୁଦ୍ଧି, କମଳଲୋଚନ, ପିତୃଭକ୍ତି ।ସମସ୍ୟମାନ ପଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବ୍ୟକ୍ତ କରିବା ପାଇଁ ଯେଉଁ ବିସ୍ତୃତ ଉକ୍ତି ବା ବାକ୍ୟ ବା ବାକ୍ୟାଂଶ ବ୍ୟବହୃତ ହୁଏ, ତାହାକୁ ସମାସ ବାକ୍ୟ ବା ବ୍ୟାସ ବାକ୍ୟ ବା ବିଗ୍ରହ ବାକ୍ୟ କୁହାଯାଏ । ଯଥା- ତାକ୍ଷ୍ଣ ବୁଦ୍ଧି ଯାହାର, କମଳ ପରି ଲୋଚନ, ପିତାଙ୍କ ଭକ୍ତ ।ସମସ୍ତ ପଦ ମଧ୍ୟରୁ ପ୍ରଥମ ପଦଟି ପୂର୍ବପଦ ଓ ଦ୍ବିତୀୟ ପଦଟି ପରପଦ ବା ଉତ୍ତର ପଦ । ଯଥା- ବୀଣାପାଣି । ବୀଣା ପୂର୍ବପଦ ଓ ପାଣି ପରପଦ ବା ଉତ୍ତରପଦ ।ଯଥାର୍ଥତା:ଯୁବତୀଜାୟା ଯାହାର ତାହାକୁ ଯୁବଜାନି କୁହାଯାଏ। ଯୁବଜାୟା ହେଉଛି ବିଗ୍ରହବାକ୍ୟ ।ଉପରୋକ୍ତ ସମାସ ସାଧାରଣତଃ ସମାସରେ ସମସ୍ତ ପଦ ସମସ୍ୟମାନ ପଦମାନଙ୍କ ଭିତରୁ କାହାରିକୁ ନ ବୁଝାଇ ତଦର୍ଥବିଶିଷ୍ଟ ଅନ୍ୟ କାହାକୁ ବୁଝାଏ ତାହାକୁ ବହୁବ୍ରୀହି ସମାସ ହୋଇଥାଏ ।Additional Informationସଂକ୍ଷେପରେ ଭାବପ୍ରକାଶ କରିବା ସମାସର ଉଦ୍ଦେଶ୍ୟ ।ସମାସ ଦ୍ବାରା ରଚନା ସରସ ଓ ଶ୍ରୁତିପ୍ରିୟ ହୁଏ । ଲେଖା ଓଜୋଗୁଣଦୀପ୍ତ ହୁଏ ।ବିଭକ୍ତିଯୁକ୍ତ ପଦର ବ୍ୟବହାର ହ୍ରାସ ପାଏ । ପୁନଶ୍ଚ ସମାସ ପ୍ରକ୍ରିୟା ଦ୍ବାରା ବ୍ୟବହୃତ ପଦର ଅର୍ଥବୋଧଗମ୍ୟତା ଆସେ ।5 / 20‘ତିନି ତେର କରିବା’ - ଏହି ରୂଢ଼ିଟିର ଅର୍ଥ କେଉଁଟି ? ସର୍ବନାଶ ଘଟିବା ମୂଲ୍ୟହୀନ କଥା ନିଜ କଥା କହି ବିବ୍ରତ କରିବା ଠକିବା ସଠିକ୍ ଉତ୍ତର ହେଉଛି- ମୂଲ୍ୟହୀନ କଥାKey Pointsପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ ।ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଂଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ ।ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ ।ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ୟ ରୂଢି କୁହାଯାଇପାରେ ।ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।ଯଥାର୍ଥତା:ତିନି ତେର କରିବା - ରୂଢିଟିର ଅର୍ଥ ହେଉଛି ମୂଲ୍ୟହୀନ କଥା ।ଏହା ଏକ କ୍ରିୟାଯୁକ୍ତ ରୂଢି ।ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ , ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ତେଲ ମାରିବା, ଆଖି ବୁଜିବା ।Additional Informationରୂଢି ଅନୁଭୂତିଲବ୍ଧ ଏକ ପ୍ରତ୍ୟକ୍ଷଜ୍ଞାନ, ଯଦିଓ ଏହାର ପ୍ରକାଶଭଙ୍ଗୀ ପରୋକ୍ଷ ରୀତିକୁ ଅବଲମ୍ବନ କରିଥାଏ।ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।6 / 20‘‘ଚିରଦିନ ଦୁଃଖ - ପ୍ରହାରେ ଜର୍ଜର, ପଟ୍ଟଶିଷ୍ୟ ମୁହଁ ଦୁଃଖ - ଗୁରୁଙ୍କର’’ - ଏହା କେଉଁ ଛନ୍ଦରେ ରଚିତ ? ବଙ୍ଗଳାଶ୍ରୀ ଚୋଖି ନଟବାଣୀ ଗୁଜ୍ଜରୀ ସଠିକ ଉତ୍ତର ହେଉଛି 'ନଟବାଣୀ'। Key Pointsପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ । ଏହା କବିତାକୁ ଗତିଶୀଳ କରାଇଥାଏ ।ତେଣୁ ଏହାକୁ ପଦ୍ୟରଚନାର ବୈଶିଷ୍ଟ୍ୟ ଭାବରେ ବିଚାର କରାଯାଏ ।ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ପ୍ରାଚୀନ ପଦ୍ୟ ବା କବିତାକୁ ଛାନ୍ଦ ମଧ୍ୟ କହନ୍ତି ।ପଦ → ଯେ କୌଣସି କବିତା କେତେଗୁଡ଼ିଏ ପଦରେ ବିଭକ୍ତ ।ପାଦ → ପଦର ପ୍ରତ୍ୟେକ ପଂକ୍ତିକୁ ପାଦ କହନ୍ତି । ପ୍ରତିପଦରେ ଦୁଇ ବା ତତୋଧିକ ପାଦଥାଏ।ଯତି → ଛନ୍ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦ୍ୟକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ । ଏହି ବିଶ୍ରାମ ବା ଶ୍ଵାସଘାତକୁ ଯତି ବା ଯତିପାତ କହନ୍ତି ।ବିଭିନ୍ନ ଛନ୍ଦ ଅନୁସାରେ ପଦ, ପାଦ, ଯତି ଭିନ୍ନ ଭିନ୍ନ ।ଯଥାର୍ଥତା:ନଟବାଣୀ ବା ବିଭାସକେଦାର ରଚନାରେ ଦୁଇଟି ପାଦରେ ଗୋଟିଏ ପଦ ହୁଏ । ପ୍ରତିଟି ପାଦର ଅକ୍ଷର ସଂଖ୍ୟା ବାର । ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ସଂଖ୍ୟା ଉପରେ ଯତିପାତ ହୁଏ ।ଉଦାହରଣ - ଉତ୍କଳ-କମଳା-ବିଳାସ-ଦୀର୍ଘକା', ମରାଳ-ମାଳିନୀ-ନୀଳାମ୍ବୁ '-ଚିଲିକା' ।। (ଚିଲିକା - ରାଧାନାଥ ରାୟ)ଠିକ ସେହିପରି ଏଠି ଦତ୍ତ - ''ଚିରଦିନ ଦୁଃଖ - ପ୍ରହାରେ ଜର୍ଜର, ପଟ୍ଟଶିଷ୍ୟ ମୁହଁ ଦୁଃଖ - ଗୁରୁଙ୍କର।'' ରଚନାଟି ଦୁଇପାଦ ବିଶିଷ୍ଟ।ଓ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ବାର । ଅତଏବ ଏଥିରୁ ସ୍ପଷ୍ଟ ଏହା ନଟବାଣୀ ଛନ୍ଦରେ ରଚିତ। Additional Informationଗୁଜ୍ଜରୀ - ଏହାର ଦୁଇପାଦରେ ଗୋଟିଏ ପଦହୁଏ। ପ୍ରତିପାଦର ଅକ୍ଷର ସଂଖ୍ୟା ନଅ । ତେଣୁ ଏହାକୁ ନବାକ୍ଷରୀବୃତ୍ତ ବା ନବାକ୍ଷରୀଛନ୍ଦ ମଧ୍ୟ କୁହାଯାଏ ।ବଙ୍ଗଳାଶ୍ରୀ - ଏହାର ଗୋଟିଏ ପଦ ହେଉଛି ଦୁଇପାଦ ବିଶିଷ୍ଟ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।ଚୋଖି - ଏହାର ଚାରିପାଦରେ ଗୋଟିଏ ପଦ ହୁଏ । ପ୍ରଥମ ଦୁଇଟି ପାଦରେ ଅଣତିରିଶଟି ଲେଖାଏଁ ଅକ୍ଷର ଥାଏ। ତୃତୀୟପାଦରେ ନଅଟିଅକ୍ଷର ଏବଂ ଚତୁର୍ଥପାଦରେ ତେରଟି ଅକ୍ଷର ଥାଏ ।7 / 20ମହତ ଜନର ଦୟା ସବୁଠାରେ ସମେ ହୁଏ ବିତରିତ, କର୍ତ୍ତକ ମସ୍ତକୁ ନ କରଇ ତରୁ ସ୍ଵଚ୍ଛାୟା ଅପସାରିତ । ପଦଟିରେ କେଉଁ ଅଳଂକାର ପ୍ରଯୁକ୍ତ ? ଉପମା ରୂପକ ଉତ୍ପ୍ରେକ୍ଷା ଅର୍ଥାନ୍ତରନ୍ୟାସ ସଠିକ ଉତ୍ତର ହେଉଛି 'ଅର୍ଥାନ୍ତରନ୍ୟାସ'। Key Pointsସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ, ତାହାକୁ ଅଳଙ୍କାର କୁହାଯାଏ । ଏହା ବାକ୍ୟର ଶୋଭା ବୃଦ୍ଧି କରେ ।ପାଠକ ପ୍ରାଣକୁ ଆମୋଦିତ କରେ । ବସ୍ତୁତଃ ଅଳଙ୍କାର (ସୌନ୍ଦର୍ଯ୍ୟତତ୍ତ୍ୱ) ହେଉଛି ସାହିତ୍ୟର ବୈଶିଷ୍ଟ୍ୟ, ତଦ୍ଦ୍ୱାରା କାବ୍ୟ କବିତା ରମଣୀୟ ହୋଇଥାଏ ।କାବ୍ୟର ଅଳଙ୍କାରକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ।ଯାହାଦ୍ଵାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିମଧୁର ହୁଏ ତାହାକୁ ଶବ୍ଦାଳଙ୍କାର କୁହାଯାଏ । ଯଥା— ଯମକ, ଅନୁପ୍ରାସ, ଶ୍ଳେଷ ପ୍ରଭୃତି ।ଯାହାଦ୍ଵାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାହାକୁ ଅର୍ଥାଳଙ୍କାର କୁହାଯାଏ । ଉପମା, ଉତ୍ପ୍ରେକ୍ଷା, ରୂପକ, ବ୍ୟତିରେକ ପ୍ରଭୃତି ଅର୍ଥାଳଙ୍କାର ।ଯଥାର୍ଥତା:ଗୋଟିଏ ତଥ୍ୟକୁ ଅନ୍ୟ ଏକ ତଥ୍ୟ ଦ୍ୱାରା ସମର୍ଥନ କରାଗଲେ ବା ପ୍ରସ୍ତୁତ ବାକ୍ୟାର୍ଥ ଯଦି ଅପ୍ରସ୍ତୁତ ବାକ୍ୟାର୍ଥ ଦ୍ୱାରା ସମର୍ଥିତ ହୁଏ, ତେବେ ଅର୍ଥାନ୍ତରନ୍ୟାସ ଅଳଙ୍କାର ହୋଇଥାଏ।ସାମାନ୍ୟ ଉକ୍ତି ଦ୍ୱାରା ବିଶେଷ ବା ବିଶେଷ ଦ୍ୱାରା ସାମାନ୍ୟ ଉକ୍ତି ସମର୍ଥିତ ହେଲେ ଅର୍ଥାନ୍ତରନ୍ୟାସ ଅଳଙ୍କାର ହୁଏ।ଏଥିରେ ମୁଖ୍ୟ ଅର୍ଥର ସମର୍ଥନ ନିମନ୍ତେ ଅନ୍ୟ ଏକ ଉକ୍ତିର ଆବଶ୍ୟକତା ପଡିଥାଏ।ଉଦାହରଣ ସ୍ୱରୂପ-''କଳଙ୍କ ହିଁ ଥାଇ କଳାକର କୋଳେ କରଇ ନେତ୍ର ରଞ୍ଜନସ୍ଵଭାଵ ସୁନ୍ଦର ଅଙ୍ଗକୁ ଜଗତେ ନ ହୁଏ କିସ ମଣ୍ଡନ।'' (ପ୍ରଣୟ ବଲ୍ଲରୀ)ଏଠାରେ 'କଳାକର' ହେଉଛନ୍ତି ଚନ୍ଦ୍ର ଅର୍ଥାତ କଳଙ୍କ ଥାଇ ମଧ୍ୟ ଚନ୍ଦ୍ର ସୁନ୍ଦର ଦିଶେ; ଅନୁରୂପ ଭାବେ ଯିଏ ସୁନ୍ଦର ଅଙ୍ଗ ବିଶିଷ୍ଟ ସେ ଯାହା ପିନ୍ଧିଲେ ବି ସୁନ୍ଦର ଦେଖାଯାଏ। ତେଣୁ 'କଳଙ୍କ ଥାଇ ମଧ୍ୟ ଚନ୍ଦ୍ର ସୁନ୍ଦର ଦିଶିବା' ଉକ୍ତିଟି 'ଯିଏ ସୁନ୍ଦର ଅଙ୍ଗ ବିଶିଷ୍ଟ ସେ ଯାହା ପିନ୍ଧିଲେ ବି ସୁନ୍ଦର ଦେଖାଯାଏ' ଉକ୍ତିକୁ ସମର୍ଥନ ନିମନ୍ତେ ବ୍ୟବହୃତ, ସୁତରାଂ ଏହା ଅର୍ଥାନ୍ତରନ୍ୟାସ ଅଳଙ୍କାର। ଏଠାରେ 'ମହତ ଜନ' ହେଉଛନ୍ତି ମହତ ଲୋକ ଯିଏ ଦୟାଳୁ-ମହାନ-ନିଷ୍ଠାବାନ, ଅର୍ଥାତ ମହତ ଲୋକର ଦୟା ସମସ୍ତଙ୍କ ପାଇଁ ସମାନ, ମହତ ଲୋକ କିଛି ଭେଦଭାବ ନ କରି ସମସ୍ତଙ୍କୁ ଦୟା ଭାବ ଦେଖାନ୍ତି; ଅନୁରୂପ ଭାବେ ଗୋଟିଏ ତରୁ (ବଡ ବୃକ୍ଷ)ର ଛାୟା ସମସ୍ତଙ୍କ ପାଇଁ ସମାନ; ତରୁ ସମସ୍ତ ଆଶ୍ରୟବାଦୀଙ୍କ ପାଇଁ ସମାନ ରୂପେ ନିଜ ଛାୟା ପ୍ରଦାନ କରିଥାଏ, କାହାର ମସ୍ତକ ଉପରୁ ନିଜ ଛାୟାକୁ ଅପସାରଣ କରେ ନାହିଁ। ତେଣୁ 'ମହତ ଲୋକର ଦୟା ସମସ୍ତଙ୍କ ପାଇଁ ସମାନ ରୂପେ ବିତରିତ' ଉକ୍ତିଟି 'ତରୁ ସମସ୍ତ ଆଶ୍ରୟବାଦୀଙ୍କ ପାଇଁ ସମାନ ରୂପେ ନିଜ ଛାୟା ପ୍ରଦାନ କରିଥାଏ, କାହାର ମସ୍ତକ ଉପରୁ ନିଜ ଛାୟାକୁ ଅପସାରଣ କରେ ନାହିଁ' ଉକ୍ତିକୁ ସମର୍ଥନ ନିମନ୍ତେ ବ୍ୟବହୃତ, ସୁତରାଂ ଏହା ଅର୍ଥାନ୍ତରନ୍ୟାସ ଅଳଙ୍କାର। Additional Informationଯେଉଁ ବାକ୍ୟରେ ଉପମାନ, ଉପମେୟ ସମାନଧର୍ମ ବିଶିଷ୍ଟ ହୋଇଥାନ୍ତି ଓ ସେମାନଙ୍କ ମଧ୍ୟରେ ଥିବା ସାଦୃଶ୍ୟ (ପରି, ତୁଲ୍ୟ, ସଦୃଶ, ଯେହ୍ନେ, ଯେସନ, ସରି, ଯଥା ପ୍ରଭୃତି) ସାଧାରଣବୋଧକ ଶବ୍ଦଦ୍ଵାରା ଅଭିହିତ ହୋଇଥାଏ, ସେଠାରେ ଉପମା ଅଳଙ୍କାର ହୁଏ ।ପ୍ରକୃତ ବସ୍ତୁରେ (ଉପମେୟରେ) ଅପ୍ରକୃତ ବସ୍ତୁ (ଉପମାନ)ର ସମ୍ଭାବନା ବା ତର୍କଣା କରାଗଲେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ।ଏହି ଅଳଙ୍କାରରେ ‘କି, ସତେକି, ସିନା, ସତେ, ଅବା, କିବା, ବା, ବୋଧେ ପ୍ରଭୃତି ଉତ୍ପ୍ରେକ୍ଷାବାଚକ ଶବ୍ଦ ବ୍ୟବହୃତ ହୋଇଥାଏ।ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ/କଥିତ ହେଲେ ଏବଂ ଉପମେୟରେ ଉପମାନର ଆରୋପ ହେଲେ ରୂପକ ଅଳଙ୍କାର ହୁଏ।8 / 20‘ଜିହୀର୍ଷା’ ଏହାକୁ ବହୁପଦରେ ପ୍ରକାଶ କଲେ କ’ଣ ହେବ ? ବଞ୍ଚି ରହିବାର ଇଚ୍ଛା ହରଣ କରିବାର ଇଚ୍ଛା କହିବାର ଇଚ୍ଛା ବଧ କରିବାର ଇଚ୍ଛା ସଠିକ ଉତ୍ତର ହେଉଛି "ହରଣ କରିବାର ଇଚ୍ଛା"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ।ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ।ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ।ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ।ଠିକ ସେହିପରି ଏକପଦିକିଆ ଶବ୍ଦକୁ ବହୁ ପଦରେ ପ୍ରକାଶ କରି ଦୀର୍ଘ ବାକ୍ୟ ଗଠନ କରାଯାଇପାରେ।ଯଥାର୍ଥତା: ଏଠାରେ 'ଜିହୀର୍ଷା' - ଏକପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ବହୁ ପଦରେ ପ୍ରକାଶ କଲେ ଏହା 'ହରଣ କରିବାର ଇଚ୍ଛା'ରେ ପରିଣତ ହେବ।ଯାହା ଫଳରେ ବାକ୍ୟଟି ଭାବ ଓ ଅର୍ଥଗତ ସମାନତା ଥାଇ ଦୀର୍ଘ ହେବ।ଓଡ଼ିଆ ଅଭିଧାନ ଅନୁସାରେ 'ଜିହୀର୍ଷା' ଶବ୍ଦଟିର ଅର୍ଥ 'ହରଣ କରିବାର ଇଚ୍ଛା'କୁ ସୂଚାଏ।ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଦିଆଯାଇଥିବା ବିକଳ୍ପସମୂହ ମଧ୍ୟରୁ ଅର୍ଥଗତ ଓ ଭାବଗତ ସମାନତା ହେତୁ 'ହରଣ କରିବାର ଇଚ୍ଛା' ହିଁ 'ଜିହୀର୍ଷା' ପାଇଁ ଉଚିତ ବହୁପଦୀକରଣ। Additional Informationଅନ୍ୟବିକଳ୍ପଗୁଡିକ 'ଜିହୀର୍ଷା' ପଦଟି ପାଇଁ ଉପଯୁକ୍ତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅର୍ଥଗତ ଓ ଭାବଗତ ସମାନତା ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ବହୁପଦ ଶବ୍ଦ ନୁହଁନ୍ତି।9 / 20ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୀମଭୋଇଙ୍କ ରଚନା ? ଚଣ୍ଡୀପୁରାଣ ଦୀକ୍ଷା ସମ୍ବାଦ ଶ୍ରୁତିନିଷେଧ ଗୀତା ଚିତ୍ରକାବ୍ୟ ବନ୍ଧୋଦୟ ସଠିକ ଉତ୍ତର ହେଉଛି 'ଶ୍ରୁତିନିଷେଧ ଗୀତା'। Key Pointsସନ୍ଥକବି ଭୀମ ଭୋଇ (୧୮୫୦-୧୮୯୫) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ ।ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି ।ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ଯଥାର୍ଥତା:-ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ"।ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା ।ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।ଭୀମ ଭୋଇ ନିଜ ରଚନାରେ ସମାଜରେ ଉଚ୍ଚନୀଚ ଭେଦଭାବ, ଦଳିତ ଓ ଆଦିବାସୀମାନଙ୍କ ଉପରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ପ୍ରତାଡ଼ନା ତଥା ବିଭିନ୍ନ କୁସଂସ୍କାର ବିରୋଧରେ ତଥା ମହିମା ଧର୍ମର ବିଚାରକୁ ପ୍ରଚାର କରିଛନ୍ତି ।ସେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । Additional Informationପ୍ରଦତ୍ତ ଅନ୍ୟ ବିକଳ୍ପଗୁଡିକମଧ୍ୟରେ 'ଚଣ୍ଡୀ ପୁରାଣ' - 'ସାରଳା ଦାସ'ଙ୍କ, 'ଦୀକ୍ଷା ସମ୍ବାଦ' - 'ଜଗନ୍ନାଥ ଦାସ'ଙ୍କ ଏବଂ 'ଚିତ୍ରକାବ୍ୟ ବନ୍ଧୋଦୟ' - 'ଉପେନ୍ଦ୍ର ଭଞ୍ଜ'ଙ୍କ ସାହିତ୍ୟ ସର୍ଜନାର ଅନ୍ତର୍ଭୁକ୍ତ। 10 / 20କହିବା ସହଜ, ଅଥଚ କରିବା କଷ୍ଟ । - ରେଖାଙ୍କିତ ଅଂଶଟି କେଉଁ ପଦ ? ସଂଯୋଜକ ଅବ୍ୟୟ ବିଯୋଜକ ଅବ୍ୟୟ ବୀପ୍ସାର୍ଥକ ଅବ୍ୟୟ ନିଷେଧାର୍ଥକ ଅବ୍ୟୟ ସଠିକ ଉତ୍ତର ହେଉଛି 'ବିଯୋଜକ ଅବ୍ୟୟ'। Key Pointsଯେଉଁ ପଦଗୁଡ଼ିକର ରୂପରେ ବିଭକ୍ତି, ବଚନ, କାଳ, କାରକ ଓ ଲିଙ୍ଗାଦି ଭେଦ ଅନୁସାରେ କୌଣସି ପରିସ୍ଥିତିରେ ବ୍ୟୟ ଘଟେ ନାହଁ; ସେହି ଅପରିବର୍ତ୍ତନଶୀଳ ପଦକୁ 'ଅବ୍ୟୟ ପଦ' କୁହାଯାଏ। ଓ, ଏବଂ, ଆଉ, ନା, ସିନା, ମାତ୍ର, ତଥାପି, ପ୍ରାୟତଃ, କ୍ୱଚିତ୍, ବୋଲି, ଠୋଠୋ, ଓଃ, ଇତ୍ୟାଦି- ଗୋଟିଏ ଗୋଟିଏ ଅବ୍ୟୟ ପଦ।ଅବ୍ୟୟମୂଳକ ଶବ୍ଦ ମଧ୍ୟ ଏ ଦିଗରୁ ଚାରିପ୍ରକାର ଯଥା: ତତ୍ସମ ବା ସଂସ୍କୃତ ଅନୁରୂପ, ତଦ୍ଭବ ବା ସଂସ୍କୃତରୁ ଜାତ, ଦେଶୀୟ ବା ଖାଣ୍ଟି ଆଞ୍ଚଳିକ ଓଡ଼ିଆ ଓ ବୈଦେଶିକ ବା ଅନ୍ୟଭାଷାରୁ ଆଗତ ଅବ୍ୟୟପଦ।ଯଥାର୍ଥତା:ଭାବ ଅନୁସାରେ ଯେଉଁ ଅବ୍ୟୟପଦ ଦୁଇଟି ପଦ ଅଥବା ବାକ୍ୟକୁ ବିଯୋଜନ କରିଦିଏ ବା ଅଲଗା କରିଦିଏ, ତାହାକୁ 'ବିଯୋଜକ ଅବ୍ୟୟ' କୁହାଯାଏ । କିନ୍ତୁ, ମାତ୍ର, ତଥାପି, ଅଥଚ, ଅଥବା, କିମ୍ବା, ବା, ନତୁବା, ଅବା, ନା, କିବା, ହେଲେବି- ଇତ୍ୟାଦି, ଏହି ପ୍ରକାର ଅବ୍ୟୟର ଅନ୍ତର୍ଗତ।ଯଥା - ସେ କହିବେ ନା ମୁଁ କହିବି। ତୁମେ ଲେଖିବ ବା ସେ ଲେଖିବେ, ପରେ ବିଚାର ହେବ। ହରି କଟକ ଆସିଲା, କିନ୍ତୁ ମତେ ଦେଖା କଲାନାହିଁ। ଏପ୍ରଶ୍ନର- ଅଥବା ସେହି ପ୍ରଶ୍ନର, ଉତ୍ତର ଦିଅ । ତୁମେ ଚାହିଁଲେ ଖେଳିବ ନତୁବା ଫେରିଯିବ ।କହିବା ସହଜ, ଅଥଚ କରିବା କଷ୍ଟ - ଦତ୍ତ ବାକ୍ୟର ରେଖାଙ୍କିତ ପଦଟି ଏକ ବିଯୋଜକ ଅବ୍ୟୟ। କାରଣ 'ଅଥଚ' ଅବ୍ୟୟ ପଦ ରୂପେ (୧) କହିବା ସହଜ ; (୨) କରିବା କଷ୍ଟ - ଦୁଇଟି ବାକ୍ୟକୁ ବିଯୋଜନ ବା ଅଲଗା କରିବାରେ ସମର୍ଥ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ଯେଉଁ ଅବ୍ୟୟପଦ ଦୁଇଟି ଶବ୍ଦ ବା ପଦ ଅଥବା ବାକ୍ୟକୁ ସଂଯୋଜନ କରେ ତାହାକୁ ସଂଯୋଜକ ଅବ୍ୟୟ କୁହାଯାଏ ।ଯଥା: ଓ, ଏବଂ, ଆଉ, ପୁଣି, ଆହୁରି, ଫେର୍, ମଧ୍ୟ, ବି, ହେଁ - ପ୍ରଭୃତି।ବାକ୍ୟରେ ଯେଉଁ ଅବ୍ୟୟ ପଦଗୁଡିକ ବାରମ୍ବାରତାକୁ ବା ଥରକଥର ଘଟୁଥିବାର ଭାବକୁ ପ୍ରକାଶ କରିଥାଏ, ତାହାକୁ ବୀପ୍ସାର୍ଥକ ଅବ୍ୟୟ ପଦ କୁହାଯାଏ । ଯଥା: ଘନଘନ, ବାରମ୍ବାର, ପୁନଃପୁନଃ, ଲାଗ୍ ଲାଗ୍, ଲଗାଏତ୍, ଲଗାତର୍, ମୁହୁର୍ମୁହୁଃ, ଧୀରେଧୀରେ, ଧାର୍ ଧାର୍, କାଳେକାଳେ, ବେଳେବେଳେ, ବାରବାର ଇତ୍ୟାଦି।ନିଷେଧାର୍ଥକ ଅବ୍ୟୟ କହିଲେ ଯେଉଁ ଅବ୍ୟୟ ପଦ ଦ୍ୱାରା ବାକ୍ୟାର୍ଥର ନିଷେଧ ବା ବାରଣ ସୂଚିତ ହୁଏ, ଯଥା: ନି, ନାଇଁ, ନୁହେଁ, ନଚେତ୍, ନ, ନା, ନହେଲେ ଇତ୍ୟାଦି।11 / 20ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନ୍ର ସୁଷ୍ଟି | ଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ | ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ | ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁ | ଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି । ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ। ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତି ।, ଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁ । ଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ । ଭାରତରେ ୧୯୩୦ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଯେଉଁ ଆଇନ୍ ଅମାନ୍ୟ ଆନ୍ଦୋଳନ ହେଲା ସେଥୁରେ ଆଇନ୍ର ପ୍ରକୃତ ବ୍ୟାଖ୍ୟା ସମ୍ପର୍କରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥଲା । ଇଂରେଜମାନେ ପ୍ରଚଳିତ ଆଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଦ୍ ଧରିଥିଲାବେଳେ ଗାନ୍ଧିଜୀ କହିଥ୍ଲେ ଯେ ଯେଉଁ ଆଇନ ଲୋକଙ୍କର ଅମଙ୍ଗଳ ପାଇଁ ସୃଷ୍ଟି ହୋଇଛି ତାକୁ ଭାଙ୍ଗିବା ଦ୍ଵାରା ସମାଜର କୌଣସି କ୍ଷତି ହେବନାହିଁ ବରଂ ଲୋକଙ୍କର ଶକ୍ତିବୃଦ୍ଧି ହେବ । ଜନସାଧାରଣଙ୍କୁ ଶୋଷଣ କରିବା ଉଦ୍ଦେଶ୍ୟରେ କୌଣସି ଆଇନ୍ ତିଆରି ହେବା ଉଚିତ ନୁହେଁ । ମଣିଷର ବିବେକ ଉପରେ ଯେଉଁ ଆଇନ ଆଘାତ କରୁଛି ତାକୁ ମାନିଯାଅ ବୋଲି କହିବାଟା ମନୁଷ୍ୟର ବିବେକ ପ୍ରତି ଅପମାନ । ମଙ୍ଗଳକାରୀ ଆଇନ୍ କୁ ମାନିବା ଜନସାଧାରଣଙ୍କର ଯେତିକି କର୍ତ୍ତବ୍ୟ, ଅମଙ୍ଗଳକାରୀ ଆଇନକୁ ଅମାନ୍ୟ କରିବା ମଧ୍ୟ ସେତିକି କର୍ତ୍ତବ୍ୟ | ଆଇନ ବୋଲି କହିଲେ ଆମେ ଯାହା ବୁଝୁଛୁ, ତାହା ହେଉଛି ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଶାସନ ଓ ଶୁଙ୍ଖଳା ବ୍ୟବସ୍ତା | ରାଷ୍ଟ୍ରର ସୀମାବାହାରେ ସେଇ ଆଇନ୍ ମୂଲ୍ୟହୀନ | ଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାକୁ ଦେଖିବାର ଦାୟିତ୍ୱ କାହାର ? ରାଷ୍ଟ୍ରମୁଖ୍ୟଙ୍କର ବ୍ୟବସ୍ଥାପକ ସଭାରେ ମନ୍ତ୍ରୀମଣ୍ଡଳର ଅଦାଲତର 4) ଅଦାଲତର ସଠିକ୍ ଉତ୍ତରଯଥାର୍ଥତା :ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନର ସୁଷ୍ଟିଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାକୁ ଦେଖିବାର ଦାୟିତ୍ୱ 4) ଅଦାଲତରAdditional Informationଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳିସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ। ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତି12 / 20ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନ୍ର ସୁଷ୍ଟି | ଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ | ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ | ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁ | ଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି । ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ। ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତି ।, ଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁ । ଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ । ଭାରତରେ ୧୯୩୦ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଯେଉଁ ଆଇନ୍ ଅମାନ୍ୟ ଆନ୍ଦୋଳନ ହେଲା ସେଥୁରେ ଆଇନ୍ର ପ୍ରକୃତ ବ୍ୟାଖ୍ୟା ସମ୍ପର୍କରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥଲା । ଇଂରେଜମାନେ ପ୍ରଚଳିତ ଆଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଦ୍ ଧରିଥିଲାବେଳେ ଗାନ୍ଧିଜୀ କହିଥ୍ଲେ ଯେ ଯେଉଁ ଆଇନ ଲୋକଙ୍କର ଅମଙ୍ଗଳ ପାଇଁ ସୃଷ୍ଟି ହୋଇଛି ତାକୁ ଭାଙ୍ଗିବା ଦ୍ଵାରା ସମାଜର କୌଣସି କ୍ଷତି ହେବନାହିଁ ବରଂ ଲୋକଙ୍କର ଶକ୍ତିବୃଦ୍ଧି ହେବ । ଜନସାଧାରଣଙ୍କୁ ଶୋଷଣ କରିବା ଉଦ୍ଦେଶ୍ୟରେ କୌଣସି ଆଇନ୍ ତିଆରି ହେବା ଉଚିତ ନୁହେଁ । ମଣିଷର ବିବେକ ଉପରେ ଯେଉଁ ଆଇନ ଆଘାତ କରୁଛି ତାକୁ ମାନିଯାଅ ବୋଲି କହିବାଟା ମନୁଷ୍ୟର ବିବେକ ପ୍ରତି ଅପମାନ । ମଙ୍ଗଳକାରୀ ଆଇନ୍ କୁ ମାନିବା ଜନସାଧାରଣଙ୍କର ଯେତିକି କର୍ତ୍ତବ୍ୟ, ଅମଙ୍ଗଳକାରୀ ଆଇନକୁ ଅମାନ୍ୟ କରିବା ମଧ୍ୟ ସେତିକି କର୍ତ୍ତବ୍ୟ | ଆଇନ ବୋଲି କହିଲେ ଆମେ ଯାହା ବୁଝୁଛୁ, ତାହା ହେଉଛି ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଶାସନ ଓ ଶୁଙ୍ଖଳା ବ୍ୟବସ୍ତା | ରାଷ୍ଟ୍ରର ସୀମାବାହାରେ ସେଇ ଆଇନ୍ ମୂଲ୍ୟହୀନ | ଆଇନ୍ ସୁଫଳ ଜନସାଧାରଣଙ୍କ ପାଖରେ ପହଞ୍ଚିବା ସହଜ ନହେବାର କାରଣ : ଖର୍ଚ୍ଚ କରିବାର ଶକ୍ତି ଓ ସାମର୍ଥ୍ୟର ଅଭାବ ହତାଶା ଅଧୈର୍ଯ୍ୟଭାବ ଅନାସ୍ଥାଭାବ 1) ଖର୍ଚ୍ଚ କରିବାର ଶକ୍ତି ଓ ସାମର୍ଥ୍ୟର ଅଭାବ ସଠିକ୍ ଉତ୍ତରଯଥାର୍ଥତା :ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନର ସୁଷ୍ଟିଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁଆଇନ୍ ସୁଫଳ ଜନସାଧାରଣଙ୍କ ପାଖରେ ପହଞ୍ଚିବା ସହଜ ନହେବାର କାରଣ :1) ଖର୍ଚ୍ଚ କରିବାର ଶକ୍ତି ଓ ସାମର୍ଥ୍ୟର ଅଭାବ Additional Informationଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତିଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ13 / 20ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନ୍ର ସୁଷ୍ଟି | ଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ | ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ | ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁ | ଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି । ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ। ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତି ।, ଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁ । ଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ । ଭାରତରେ ୧୯୩୦ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଯେଉଁ ଆଇନ୍ ଅମାନ୍ୟ ଆନ୍ଦୋଳନ ହେଲା ସେଥୁରେ ଆଇନ୍ର ପ୍ରକୃତ ବ୍ୟାଖ୍ୟା ସମ୍ପର୍କରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥଲା । ଇଂରେଜମାନେ ପ୍ରଚଳିତ ଆଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଦ୍ ଧରିଥିଲାବେଳେ ଗାନ୍ଧିଜୀ କହିଥ୍ଲେ ଯେ ଯେଉଁ ଆଇନ ଲୋକଙ୍କର ଅମଙ୍ଗଳ ପାଇଁ ସୃଷ୍ଟି ହୋଇଛି ତାକୁ ଭାଙ୍ଗିବା ଦ୍ଵାରା ସମାଜର କୌଣସି କ୍ଷତି ହେବନାହିଁ ବରଂ ଲୋକଙ୍କର ଶକ୍ତିବୃଦ୍ଧି ହେବ । ଜନସାଧାରଣଙ୍କୁ ଶୋଷଣ କରିବା ଉଦ୍ଦେଶ୍ୟରେ କୌଣସି ଆଇନ୍ ତିଆରି ହେବା ଉଚିତ ନୁହେଁ । ମଣିଷର ବିବେକ ଉପରେ ଯେଉଁ ଆଇନ ଆଘାତ କରୁଛି ତାକୁ ମାନିଯାଅ ବୋଲି କହିବାଟା ମନୁଷ୍ୟର ବିବେକ ପ୍ରତି ଅପମାନ । ମଙ୍ଗଳକାରୀ ଆଇନ୍ କୁ ମାନିବା ଜନସାଧାରଣଙ୍କର ଯେତିକି କର୍ତ୍ତବ୍ୟ, ଅମଙ୍ଗଳକାରୀ ଆଇନକୁ ଅମାନ୍ୟ କରିବା ମଧ୍ୟ ସେତିକି କର୍ତ୍ତବ୍ୟ | ଆଇନ ବୋଲି କହିଲେ ଆମେ ଯାହା ବୁଝୁଛୁ, ତାହା ହେଉଛି ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଶାସନ ଓ ଶୁଙ୍ଖଳା ବ୍ୟବସ୍ତା | ରାଷ୍ଟ୍ରର ସୀମାବାହାରେ ସେଇ ଆଇନ୍ ମୂଲ୍ୟହୀନ | ଆଇନ୍ କହିଲେ କ'ଣ ବୁଝାଯାଏ ? ଦମନ ପ୍ରବୂତ୍ତି ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଓ ଶୃଙ୍ଖଳା ବ୍ୟବସ୍ଥା ଜୋର ଯାର ମୂଲକ ତାର ଦେଣନେଣ କାରବାର 2) ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଓ ଶୃଙ୍ଖଳା ବ୍ୟବସ୍ଥା ସଠିକ୍ ଉତ୍ତରଯଥାର୍ଥତା :ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନର ସୃଷ୍ଟିଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ |ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ |ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁଆଇନ୍ କହିଲେ 2) ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଓ ଶୃଙ୍ଖଳା ବ୍ୟବସ୍ଥା ବୁଝାଯାଏAdditional Informationଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି ,ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ"।ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତିଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ14 / 20ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନ୍ର ସୁଷ୍ଟି | ଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ | ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ | ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁ | ଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି । ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ। ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତି ।, ଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁ । ଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ । ଭାରତରେ ୧୯୩୦ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଯେଉଁ ଆଇନ୍ ଅମାନ୍ୟ ଆନ୍ଦୋଳନ ହେଲା ସେଥୁରେ ଆଇନ୍ର ପ୍ରକୃତ ବ୍ୟାଖ୍ୟା ସମ୍ପର୍କରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥଲା । ଇଂରେଜମାନେ ପ୍ରଚଳିତ ଆଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଦ୍ ଧରିଥିଲାବେଳେ ଗାନ୍ଧିଜୀ କହିଥ୍ଲେ ଯେ ଯେଉଁ ଆଇନ ଲୋକଙ୍କର ଅମଙ୍ଗଳ ପାଇଁ ସୃଷ୍ଟି ହୋଇଛି ତାକୁ ଭାଙ୍ଗିବା ଦ୍ଵାରା ସମାଜର କୌଣସି କ୍ଷତି ହେବନାହିଁ ବରଂ ଲୋକଙ୍କର ଶକ୍ତିବୃଦ୍ଧି ହେବ । ଜନସାଧାରଣଙ୍କୁ ଶୋଷଣ କରିବା ଉଦ୍ଦେଶ୍ୟରେ କୌଣସି ଆଇନ୍ ତିଆରି ହେବା ଉଚିତ ନୁହେଁ । ମଣିଷର ବିବେକ ଉପରେ ଯେଉଁ ଆଇନ ଆଘାତ କରୁଛି ତାକୁ ମାନିଯାଅ ବୋଲି କହିବାଟା ମନୁଷ୍ୟର ବିବେକ ପ୍ରତି ଅପମାନ । ମଙ୍ଗଳକାରୀ ଆଇନ୍ କୁ ମାନିବା ଜନସାଧାରଣଙ୍କର ଯେତିକି କର୍ତ୍ତବ୍ୟ, ଅମଙ୍ଗଳକାରୀ ଆଇନକୁ ଅମାନ୍ୟ କରିବା ମଧ୍ୟ ସେତିକି କର୍ତ୍ତବ୍ୟ | ଆଇନ ବୋଲି କହିଲେ ଆମେ ଯାହା ବୁଝୁଛୁ, ତାହା ହେଉଛି ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଶାସନ ଓ ଶୁଙ୍ଖଳା ବ୍ୟବସ୍ତା | ରାଷ୍ଟ୍ରର ସୀମାବାହାରେ ସେଇ ଆଇନ୍ ମୂଲ୍ୟହୀନ | ଆଇନ୍ ବୁଢ଼ିଆଣୀ ଜାଲ ସହ ତୁଳନା କରିଥିବା ବ୍ୟକ୍ତିଙ୍କ ନାମ : ସକ୍ରେଟିସ ପ୍ଲାଟୋ ଆନାକାରସିସ୍ ଆରିଷ୍ଟଟଲ 3) ଆନାକାରସିସ୍ ସଠିକ୍ ଉତ୍ତରଯଥାର୍ଥତା :ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନର ସୃଷ୍ଟିଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ |ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ |ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁଆଇନ୍ ବୁଢ଼ିଆଣୀ ଜାଲ ସହ ତୁଳନା କରିଥିବା ବ୍ୟକ୍ତିଙ୍କ ନାମ :3) ଆନାକାରସିସ୍Additional Informationଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି ,ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ"।ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତିଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ15 / 20ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନ୍ର ସୁଷ୍ଟି | ଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ | ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ | ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁ | ଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି । ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ। ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତି ।, ଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁ । ଅନୁଭୂତିରୁ ଦେଖାଯାଉଛି ଯେ, ଯେଉଁ ଆଇନ୍ ପଛରେ ଜନସାଧାରଣଙ୍କ କୌଣସି ସମର୍ଥନ ନାହିଁ, ସେ- ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ତ ନୁହେଁ, ସମ୍ଭବ ମଧ୍ୟ ନୁହେଁ । ଭାରତରେ ୧୯୩୦ ମସିହାରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଯେଉଁ ଆଇନ୍ ଅମାନ୍ୟ ଆନ୍ଦୋଳନ ହେଲା ସେଥୁରେ ଆଇନ୍ର ପ୍ରକୃତ ବ୍ୟାଖ୍ୟା ସମ୍ପର୍କରେ ବହୁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥଲା । ଇଂରେଜମାନେ ପ୍ରଚଳିତ ଆଇନ୍କୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଦ୍ ଧରିଥିଲାବେଳେ ଗାନ୍ଧିଜୀ କହିଥ୍ଲେ ଯେ ଯେଉଁ ଆଇନ ଲୋକଙ୍କର ଅମଙ୍ଗଳ ପାଇଁ ସୃଷ୍ଟି ହୋଇଛି ତାକୁ ଭାଙ୍ଗିବା ଦ୍ଵାରା ସମାଜର କୌଣସି କ୍ଷତି ହେବନାହିଁ ବରଂ ଲୋକଙ୍କର ଶକ୍ତିବୃଦ୍ଧି ହେବ । ଜନସାଧାରଣଙ୍କୁ ଶୋଷଣ କରିବା ଉଦ୍ଦେଶ୍ୟରେ କୌଣସି ଆଇନ୍ ତିଆରି ହେବା ଉଚିତ ନୁହେଁ । ମଣିଷର ବିବେକ ଉପରେ ଯେଉଁ ଆଇନ ଆଘାତ କରୁଛି ତାକୁ ମାନିଯାଅ ବୋଲି କହିବାଟା ମନୁଷ୍ୟର ବିବେକ ପ୍ରତି ଅପମାନ । ମଙ୍ଗଳକାରୀ ଆଇନ୍ କୁ ମାନିବା ଜନସାଧାରଣଙ୍କର ଯେତିକି କର୍ତ୍ତବ୍ୟ, ଅମଙ୍ଗଳକାରୀ ଆଇନକୁ ଅମାନ୍ୟ କରିବା ମଧ୍ୟ ସେତିକି କର୍ତ୍ତବ୍ୟ | ଆଇନ ବୋଲି କହିଲେ ଆମେ ଯାହା ବୁଝୁଛୁ, ତାହା ହେଉଛି ଗୋଟିଏ ରାଷ୍ଟ୍ରର ସୀମାଭିତରେ ପ୍ରଚଳିତ ଶାସନ ଓ ଶୁଙ୍ଖଳା ବ୍ୟବସ୍ତା | ରାଷ୍ଟ୍ରର ସୀମାବାହାରେ ସେଇ ଆଇନ୍ ମୂଲ୍ୟହୀନ | କେଉଁ ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ଓ ସମ୍ଭବ ନୁହେଁ ? ଯାହା ଜଟିଳ ଯାହା ବ୍ୟୟବହୁଳ ଯାହା ବିଳମ୍ବିତନ୍ୟାୟ ଯାହାପ୍ରତି ଜନସାଧାରଣଙ୍କ ସମର୍ଥନ ନାହିଁ 4) ଯାହାପ୍ରତି ଜନସାଧାରଣଙ୍କ ସମର୍ଥନ ନାହିଁ ସଠିକ୍ ଉତ୍ତରଯଥାର୍ଥତା :ସମାଜକୁ ନିରାପଦ ରଖିବା ପାଇଁ, ନିଜର ବା ସମାଜର ମଙ୍ଗଳ ପାଇଁ କାମକରିବାର ପଥକୁ ସୁଗମ କରାଇଦେବା ପାଇଁ ଆଇନର ସୃଷ୍ଟିଆଇନ୍ ଯେପରି ଠିକ ଭାବରେ କାର୍ଯ୍ୟକାରୀ ହୁଏ ତାହା ଦେଖିବାର ଦାୟିତ୍ୱ ଅଦାଲତ ଉପରେ ନ୍ୟସ୍ତ |ଆଇନ୍ ର ସୁଫଳ ପାଇବା ସାଧାରଣଙ୍କ ପକ୍ଷରେ ସର୍ବଦା ସହଜ ହୁଏ ନାହିଁ, କାରଣ ଆମ ସମାଜରେ ଏଭଳି ବ୍ୟବସ୍ଥା ହୋଇଛି ଯେ, ଆଇନ୍ ଅନୁସାରେ ପ୍ରତିକାର ଲୋଡିବାକୁ ହେଲେ ଯେତିକି ଖର୍ଚ୍ଚ କରିବାର କଥା, ସେତିକି ଖର୍ଚ୍ଚ କରିବାର ଶକ୍ତି ସାମର୍ଥ୍ୟ ସାଧାରଣ ଲୋକଙ୍କ ପାଖରେ ନଥାଏ |ତେଣୁ ସାଧାରଣ ଲୋକେ ଅନେକ ସମୟରେ ଆଇନ୍ ଉପରେ ପ୍ରତିଷ୍ଠିତ ଶାସନର ସ୍ୱାଦ ପାଇପାରନ୍ତି ନାହିଁ5) ଯାହାପ୍ରତି ଜନସାଧାରଣଙ୍କ ସମର୍ଥନ ନାହିଁ ଆଇନ୍କୁ କାର୍ଯ୍ୟକାରୀ କରାଇବା ସହଜ ଓ ସମ୍ଭବ ନୁହେଁAdditional Informationଜଣେ ବିଶିଷ୍ଟ ସମାଜତତ୍ତ୍ୱବିତ୍ ତଥା ଆଇନଜ୍ଞ ଆନାକାରସିସ୍ କହିଛନ୍ତି ---- "ଆମେ ଆଇନ୍ ବହିରେ ଯେଉଁସବୁ ଆଇନ୍ ଦେଖୁଛେ, ସେଗୁଡ଼ିକ ବୁଢ଼ିଆଣୀ ଜାଲଭଳି ,ସେଥିରେ ଛୋଟ ଛୋଟ ଓ ଦୁର୍ବଳ ପୋକଯୋକ ଧରାପଡ଼ିଯିବେ ମାତ୍ର ବଡ଼ ଜୀବଟାଏ ଡାକୁ ଛିଣ୍ଡାଇ ଚାଲିଯିବ"।ଯେଉଁମାନଙ୍କ ହାତରେ ପ୍ରଚୁର ଧନସମ୍ପତ୍ତି ରହିଛି ବା ଯେଉଁମାନେ କ୍ଷମତାରେ ରହିଛନ୍ତି ସେମାନେ ଆଇନ୍ର ଜାଲକୁ ଟିକ୍ଟିକ୍ କରି ଛିଣ୍ଡାଇ ନିରାପଦରେ ଚାଲିଯାଉଛନ୍ତିଆଇନ୍ କରିଦେବା ସହଜ କିନ୍ତୁ ସମସ୍ତଙ୍କ ପ୍ରତି ଏହାକୁ ପ୍ରଯୁଜ୍ୟ କରାଇବା ସହଜ ନୁହେଁ16 / 20ତୁଣ୍ଡ ବାଇଦ ସହସ୍ର କୋଶ - ଏହି ଲୋକବାଣୀଟିର ଅର୍ଥ ଲେଖ | ଲୋକ ମୁଖରେ କଥା ବହୁଦୂର ପ୍ରସରିଯାଏ ହଜାର ହଜାର କୋଶକୁ କଥା ଚାଲିଯିବା ବହୁଦୂରକୁ ବାଦ୍ୟଶବ୍ଦ ଶୁଣାଯିବା ସବୁ ଆଡ଼କୁ ଶବ୍ଦ ଶୁଭିବା 1) ଲୋକ ମୁଖରେ କଥା ବହୁଦୂର ପ୍ରସରିଯାଏ ସଠିକ୍ ଉତ୍ତରଯଥାର୍ଥତା :ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏଲୋକମୁଖରେ ଚଳିଆସୁଥିବା ଓ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତିଗୁଡିକୁ ଲୋକବାଣୀ କୁହାଯାଏଓଡିଆ ଭାଷାରେ ବହୁସଂଖ୍ୟକ ଲୋକବାଣୀ ରହିଛିଏହାକୁ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଖିବାକୁ ମିଳେଯୁଗଯୁଗରୁ ଏଗୁଡ଼ିକ ସ୍ଵତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତିତୁଣ୍ଡ ବାଇଦ ସହସ୍ର କୋଶ - ଏହି ଲୋକ ବାଣୀଟିର ଅର୍ଥ 1) ଲୋକ ମୁଖରେ କଥା ବହୁଦୂର ପ୍ରସରିଯାଏ Additional Informationଲୋକବାଣୀକୁ ଲୋକୋକ୍ତି ମଧ୍ୟ କୁହାଯାଏଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ବାକ୍ୟାଶଂଟି କାହାତ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛିଏହା କିଏ ଲେଖିଛି ତାହା କାହାକୁ ଜଣାନାହିଁ କିନ୍ତୁ ଏହା ଆମ ଭାଷା ଓ ଚଳଣୀର ଏକ ଅଙ୍ଗକେତେକ କ୍ଷେତ୍ରରେ ଏହାର ଭାବଗତ ସାମଞ୍ଜସ୍ୟ ମଧ୍ୟ ଦେଖିବାକୁ ମିଳେ ଯଥା - ଇଂରାଜୀରେ 'Might is right' ଯାହାକି ଓଡ଼ିଆରେ 'ଜୋର ଯାର ମୁଲକ ତାର'ହିନ୍ଦୀରେ 'नाच् न जाने आगंन् टेढ़ा' - ଯାହାକି ଓଡ଼ିଆରେ 'ଚାଲି ନଜାଣି ବାଟର ଦୋଷ'17 / 20ଶୁଦ୍ଧ ଶବ୍ଦଟି ଚିହ୍ନଟ କର। ଷାଣ୍ମାସିକ ସାଣ୍ମାସିକ ଶାଣ୍ମାସିକ ଶାଣ୍ମାଷିକ ସଠିକ ଉତ୍ତର ହେଉଛି "ଷାଣ୍ମାସିକ"।Key Pointsଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।ଯଥାର୍ଥତା:ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।ଏଠାରେ 'ଷାଣ୍ମାସିକ' ହିଁ ଶୁଦ୍ଧ ଶବ୍ଦ ଅଟେ।ଓଡ଼ିଆ ଅଭିଧାନ ଅନୁସାରେ 'ଷାଣ୍ମାସିକ' ଶବ୍ଦଟି ବିଶେଷଣ ରୂପେ 'ଛଅ-ଛଅ ମାସରେ ହେଉଥିବା' ଅର୍ଥକୁ ସୂଚାଇଥାଏ।ଉଦାହରଣ ସ୍ୱରୂପ: ସେ ଷାଣ୍ମାସିକ ପରୀକ୍ଷାରେ ଫେଲ୍ ହୋଇଗଲା।Additional Informationଅନ୍ୟ ବିକଳ୍ପଗୁଡିକରେ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ସଠିକ ଅକ୍ଷର ବ୍ୟବହାର ହେଉ ନ ଥିବା ହେତୁ ବନାନଜନିତ ଅଶୁଦ୍ଧତା ଘଟିଛି।ପୁନଶ୍ଚ ଅନ୍ୟ ବିକଳ୍ପଗୁଡିକରେ ସନ୍ଧିଗତ ଅଶୁଦ୍ଧତା ମଧ୍ୟ ଘଟିଛି;ଉପଯୁକ୍ତ ସନ୍ଧି ଶବ୍ଦଟି: ଷଟ୍ + ମାସିକ = ଷାଣ୍ମାସିକ।18 / 20ବିବେକ ବ୍ୟବସାୟରୁ ବହୁତ ରୋଜଗାର କରୁଛି, ବାକ୍ୟରେ ଥିବା ଅପଦାନ କାରକ ପଦଟି କିଏ ? ସୁବ୍ରତ ବ୍ୟବସାୟରୁ ବହୁତ ରୋଜଗାର 2) ବ୍ୟବସାୟରୁ ସଠିକ୍ ଉତ୍ତରଯଥାର୍ଥତା :ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦ ମାନନ୍କର ଯେଉଁ ସମ୍ବନ୍ଧ ଥାଏ ତାହାକୁ , କାରକ କୁହାଯାଏ ବିବେକ ବ୍ୟବସାୟରୁ ବହୁତ ରୋଜଗାର କରୁଛି - ଏହି ବାକ୍ୟରେ ବିବେକ - କର୍ତ୍ତା , ରୋଜଗାର କରୁଛି କ୍ରିୟାପଦ , ବ୍ୟବସାୟରୁ ରୋଜଗାର କରୁଛି ରେ ବ୍ୟବସାୟରୁ , ରୋଜଗାର କରୁଛି ସହ ସମ୍ପର୍କ ଅଛି, ତେଣୁ ଏହା ଏକ କାରକକ୍ରିୟା ଦ୍ୱାରା ଗୋଟିଏ ବସ୍ତୁ ଅନ୍ୟ ଠାରୁ ଅଲଗା ହେଲେ , ଯେଉଁ ବସ୍ତୁ ଠାରୁ ଅଲଗା ହୁଏ ତାହାର ଅପାଦାନ କାରକ ହୋଇଥାଏ, ସାଧାରଣତଃ 'କାହାଠାରୁ' , 'କେଉଁଠାରୁ' ଲଗାଇ ପ୍ରଶ୍ନକଲେ ଉତ୍ତରରେ ଅପାଦାନ କାରକ ମିଳିଥାଏବିବେକ କେଉଁଠାରୁ ରୋଜଗାର କରୁଛି ?= ରୋଜଗାରରୁ ତେଣୁ ଏହି ବାକ୍ୟରେ 2) ବ୍ୟବସାୟରୁ ଅପାଦାନ କାରକAdditional Information ଅପାଦାନ କାରକରେ ପଂଚମ ବିଭକ୍ତି ହୁଏକାରକ 6 ପ୍ରକାରରେ ବିଭକ୍ତି କରାଯାଇଛି - କର୍ତ୍ତା , କର୍ମ , କରଣ , ସଂପ୍ରଦାନ , ଅପାଦାନ , ଅଧିକରଣ,19 / 20'ଜାହାକୁ ଦୁଃଖରେ ଲାଭ କରାଯାଏ' ଏକ ପଦରେ କ'ଣ ହେବ ? ଦୁର୍ଲ୍ଲଭ ଦୁଃଖଲବ୍ଧ ଦୁର୍ବୋଧ୍ୟ ଦୁଃଖି 1 ) ଦୁର୍ଲ୍ଲଭ ସଠିକ ଉତ୍ତରଯଥାର୍ଥତା :ପ୍ରଥମେ ବିକଳ୍ପ ଗୁଡିକୁ ବିଶ୍ଳେଷଣ କରିବା1) ଦୁର୍ଲ୍ଲଭ ର ଅର୍ଥ ଯାହାକୁ ଦୁଃଖରେ ଲାଭ କରାଯାଏ2) ଦୁଃଖଲବ୍ଧ ର ଅର୍ଥ ନିଜକୁ ବା ଅନ୍ୟକୁ ଦୁଃଖ ଦେଇ ଲାଭ କରିଥିବା ଜିନିଷ3) ଦୁର୍ବୋଧ୍ୟ ର ଅର୍ଥ ଯାହା ସହଜରେ ବୁଝାଯାଇ ପାରେ ନାହିଁ4) ଦୁଃଖି ର ଅର୍ଥ ଯେ ଦୁଃଖରେ ରହିଥାଏବିକଳ୍ପ ଗୁଡିକୁ ଦେଖିଲେ ଆମେ ଜାଣିପାରିବା 1) ଦୁର୍ଲ୍ଲଭ ଏହାର ସଠିକ ଉତ୍ତରAdditional Information ଦୁର୍ଲ୍ଲଭର ସନ୍ଧି ବିଛ୍ହେଦ ( ଦୂର୍ + ଲଭ୍ ଧାତୁ + କର୍ମ ଅ )ଏହା ଏକ ବିଶେଷଣଏହାର ବିପରୀତ ଶବ୍ଦ ସୁଲଭଏହାର ସ୍ତ୍ରୀଲିଙ୍ଗ ଦୁର୍ଲ୍ଲଭା20 / 20ଯଦି ପବନ ବିପରୀତ ଦିଗରେ ବହେ, ତେବେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ - ଏହାକୁ ସରଳ ବାକ୍ୟରେ ପରିଣତ କର। ଯେତେବେଳେ ପବନ ବିପରୀତ ଦିଗରେ ବହେ, ସେତେବେଳେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ। ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ। ବିପରୀତ ଦିଗରେ ପବନ ବହିବା ସାଇକେଲ ଚାଳନ ପାଇଁ ସୁବିଧାଜନକ ନୁହଁ। କେଉଁଟି ନୁହଁ ସଠିକ ଉତ୍ତର ହେଉଛି "ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ।"। Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। - ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ - ସମାପିକା କ୍ରିୟା।ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।ଯଥା: ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ।ଉଦାହୃତ ବାକ୍ୟଟିରେ 'ମାତ୍ର’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ବୟରେ ଜଟିଳ ବାକ୍ୟ ଗଠିତ ହୁଏ।ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।ସେତେବେଳେ ରତନ ଘରେ ନ ଥିଲା – ପ୍ରଧାନ ବାକ୍ୟ: ଅଜା ଯେତେବେଳେ ଘରେ ପହଞ୍ଚିଲେ – ଅପ୍ରଧାନ ବାକ୍ୟ।ଅପ୍ରଧାନ ବାକ୍ୟ ସହିତ ପ୍ରଧାନ ବାକ୍ୟ ମିଶିଲେ ଜଟିଳ ବାକ୍ୟ ହୁଏ।ଯେ କୌଣସି ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।ଉଲ୍ଲିଖତ ବାକ୍ୟଟିରେ ଗୀତ, ବାଜା ଓ ନାଚ ଚାଲିବା ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ – ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ।ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ – ସରଳ ବାକ୍ୟ।ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ – ସରଳ ବାକ୍ୟ।ଯଥାର୍ଥତା:ଗୋଟିଏ ପ୍ରକାରର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାରର ବାକ୍ୟରେ ପରିଣତ କରିବାକୁ ବାକ୍ୟର ରୂପାନ୍ତର କୁହାଯାଏ।ଦିଆଯାଇଥିବା ବାକ୍ୟଟି 'ଯଦି ପବନ ବିପରୀତ ଦିଗରେ ବହେ, ତେବେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ' - ଏକ ଜଟିଳ ବାକ୍ୟ ଅଟେ।ଏହାକୁ ସରଳ ବାକ୍ୟରେ ପରିଣତ କରିବାକୁ ହେଲେ ଗୋଟିଏ ସମାପିକା ଯୁକ୍ତ ବାକ୍ୟରେ ପରିଣତ କରିବାକୁ ହେବ।ଏଠାରେ ଯଦି ଆମେ ଲକ୍ଷ କରିବା:- ଯେଉଁ ପିଲାମାନେ ବେଶି ଜିଦ୍ କରନ୍ତି - ସରଳ ଖଣ୍ଡବାକ୍ୟ; ସେମାନଙ୍କୁ ବାପା ଆଦୌ ପସନ୍ଦ କରନ୍ତି ନାହିଁ - ସରଳ ଖଣ୍ଡବାକ୍ୟ।ଏବେ ଏହି ଦୁଇ ସରଳ ବାକ୍ୟକୁ ଗୋଟିଏ ସମାପିକା ଯୁକ୍ତ ଗୋଟିଏ ସରଳ ବାକ୍ୟରେ ପରିଣତ କରିବାକୁ ହେବ।ଏଥି ନିମିତ୍ତ ଆମେ ସମାର୍ଥବୋଧକ ଶବ୍ଦ ବ୍ୟବହାର କରି ଜଟିଳ ବାକ୍ୟଟିକୁ ଗୋଟିଏ ସମାପିକା ଯୁକ୍ତ କରିପାରିବା।ଯଥା: 'ପବନ ବିପରୀତ ଦିଗରେ ବହିବା' ନିମିତ୍ତ ସମାର୍ଥବୋଧକ 'ପବନର ପ୍ରତିକୂଳରେ' ଲେଖିପାରିବା।ଅତଏବ ନିର୍ମିତ ସରଳ ବାକ୍ୟଟି 'ପବନର ପ୍ରତିକୂଳରେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ' ଦତ୍ତ ପ୍ରଶ୍ନ ପାଇଁ ଉଦ୍ଦିଷ୍ଟ ଉତ୍ତରରେ ପରିଣତ ହେବ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, ବିପରୀତ ଦିଗରେ ପବନ ବହିବା ସାଇକେଲ ଚାଳନ ପାଇଁ ସୁବିଧାଜନକ ନୁହଁ - ଗୋଟିଏ ସମାପିକାକ୍ରିୟାଯୁକ୍ତ ହେତୁ ସରଳ ବାକ୍ୟ ହେଲେ ସୁଦ୍ଧା ଶବ୍ଦଗୁଡିକର ବ୍ୟବହାର୍ଯ୍ୟ ଜନିତ ପାର୍ଥକ୍ୟ ଘଟିତ ହୋଇଥିବା ଯୋଗୁଁ ଉଦ୍ଦିଷ୍ଟ ଉତ୍ତର ନୁହଁ।ଯେତେବେଳେ ପବନ ବିପରୀତ ଦିଗରେ ବହେ, ସେତେବେଳେ ସାଇକେଲ ଚଳାଇବା କଷ୍ଟକର ହୋଇପଡ଼େ - ପ୍ରଧାନ ଓ ଅପ୍ରାଧନ ବାକ୍ୟର ସମ୍ମିଶ୍ରଣ ହେତୁ ଜଟିଳ ବାକ୍ୟ।ସମସ୍ତ ବାକ୍ୟର ସମାପିକା କ୍ରିୟା ଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ।ଯଥା: ଯେଉଁମାନେ ବୃଥାରେ ସମୟ କାଟନ୍ତି,.......... : 'ଯେଉଁମାନେ' - କର୍ତ୍ତା, 'କାଟନ୍ତି' - କ୍ରିୟା।ଏଠାରେ କର୍ତ୍ତା ଓ କ୍ରିୟା ପଦ ଥାଇ ମଧ୍ୟ ଏହା ସଂପୂର୍ଣ୍ଣ ମନୋଭାବ ପ୍ରକାଶ କରୁନାହିଁ, ଅତଏବ ଏହା ଏକ ଖଣ୍ଡ ବାକ୍ୟ ଅଟେ।Your score is LinkedIn Facebook Twitter VKontakte