ODIA GRAMMAR REVISION-DAY 02 February 8, 2025 by admin 25 ODIA GRAMMAR REVISION-DAY 02 1 / 20କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା - ଏହି ଅର୍ଥ ପ୍ରକାଶ କରୁଥିବା ଲୋକବାଣୀଟି କ’ଣ? ଆକାଶ କଇଁଆ ଚିଲିକାମାଛ ଆଖୁ କିଆରିରେ ପଶିବା ଉଡ଼ିଗଲା ଚଢ଼େଇର ପର ଗଣିବା ଋଷି ଜଟା ଛିଣ୍ଡାଇବା ସଠିକ ଉତ୍ତର ହେଉଛି "ଆଖୁ କିଆରିରେ ପଶିବା"। Key Pointsଲୋକମୁଖରେ ଯୁଗ ଯୁଗଧରି ଚଳିଆସୁଥିବା ଏବଂ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତିଗୁଡ଼ିକ ‘ଲୋକବାଣୀ’ ବା ‘ଲୋକୋକ୍ତି’।ପ୍ରତ୍ୟେକ ଭାଷାରେ ଲୋକବାଣୀ ଅଛି। ଆମ ଭାଷାରେ ଏଗୁଡ଼ିକୁ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏ, ଯଥା—ଇଂରାଜୀରେ – 'Might is right' : ଓଡ଼ିଆରେ – ‘ଜୋର ଯା’ର ମୁଲକ ତା’ର'।ହିନ୍ଦୀରେ – ‘ନାଚ୍ ନ ଜାନେ ଆଙ୍ଗନ୍ ଟେଢ଼ା’ : ଓଡ଼ିଆରେ – ‘ଚାଲି ନ ଜାଣି ବାଟର ଦୋଷ’।ଓଡ଼ିଆଭାଷାରେ ବହୁସଂଖ୍ୟାରେ ଲୋକବାଣୀ ରହିଛି।ଲୋକବାଣୀ: କଖାରୁ ବଡ଼ି, ଉପରେ ପଡ଼ି।ଦୁଇଜଣଙ୍କ ଭିତରେ କିଛି ଆଲୋଚନା ହେଉଛି। ତୃତୀୟ ଲୋକଟି ସେଠି ପହଞ୍ଚି ଯାଇଛି। ସେ ମୂଳକଥା ଭାଷା ସମ୍ପର୍କରେ କିଛି ଜାଣେନା, ଅଥଚ ସେ ଗୋଟିଏ ମନ୍ତବ୍ୟ ଦେଇ ପକାଏ।ସେତେବେଳେ ଲୋକୋକ୍ତି 'କଖାରୁ ବଡ଼ି, ଉପରେ ପଡ଼ି' ପ୍ରୟୋଗ କରାଯାଇଥାଏ।ଯଥାର୍ଥତା:ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'କୌଣସି କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ କରି ନ ପାରିବା' - ଅର୍ଥ ବୁଝାଉଥିବା ଲୋକବାଣୀଟି ହେବ: 'ଆଖୁ କିଆରିରେ ପଶିବା'।ସବୁ ଆଖୁଗଛ ସମାନ ଦେଖି କେଉଁଟି ନେବ ନିର୍ଣ୍ଣୟ ଯେପରି କରି ହୁଏ ନାହିଁ; ଠିକ ସେହିପରି ଜୀବନରେ ମଧ୍ୟ ଏମନ୍ତ ପରିସ୍ଥିତି ଉପୁଜେ ବା କାର୍ଯ୍ୟ ଆସେ, କଣ କରିବାର ଅଛି ଉତ୍ତମ ରୂପେ ନିର୍ଣ୍ଣୟ କରି ହୁଏ ନାହିଁ।ବହୁ ସମ୍ଭାବନା ମଧ୍ୟରୁ ଗୋଟିକୁ ବାଛିବାରେ ଅକ୍ଷମତା ଆମକୁ ଉତ୍ତମ ନିର୍ଣ୍ଣୟ ନେବାରେ ଅସମର୍ଥ କରି ତୋଳେ।ଅତଏବ ଏଦିଗରେ ଏହା ସ୍ପଷ୍ଟ ଯେ 'ଆଖୁ କିଆରିରେ ପଶିବା' ଦତ୍ତ ପ୍ରଶ୍ନଟି ପାଇଁ ଉଦ୍ଦିଷ୍ଟ ଲୋକବାଣୀ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ଦିଆଯାଇଥିବା ଲୋକୋକ୍ତିଗୁଡିକର ଅର୍ଥ ନିମ୍ନରେ ଦେଖିବା:ଆକାଶ କଇଁଆ ଚିଲିକାମାଛ - ଅସମ୍ଭବ କଥା କଳ୍ପନା କରିବା।ଉଡ଼ିଗଲା ଚଢ଼େଇର ପର ଗଣିବା - ଅତିବୁଦ୍ଧିଆ। ଋଷି ଜଟା ଛିଣ୍ଡାଇବା - ଧୈର୍ଯ୍ୟବାନ୍ ବ୍ୟକ୍ତି ଅତ୍ୟନ୍ତ କ୍ରୋଧ ପ୍ରକାଶ କରିବା।2 / 20ଅପେକ୍ଷା - ଏହା ବିପରୀତାର୍ଥବୋଧକ ଶବ୍ଦଟି କିଏ ? ଅପେକ୍ଷା ନ କରିବା ଉପେକ୍ଷା ଅନପେକ୍ଷା ବିଳମ୍ବ 2) ଉପେକ୍ଷା ସଠିକ୍ ଉତ୍ତରଯଥାର୍ଥତା :ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏକୌଣସି ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦକୁ ବିପରୀତାର୍ଥକ ଶବ୍ଦ କୁହାଯାଏଅପେକ୍ଷାର ଅର୍ଥ ପ୍ରତୀକ୍ଷା ବା ଇଛ୍ହାଅନପେକ୍ଷାର ଅର୍ଥ ବେଖାତିରବିଳମ୍ବର ଅର୍ଥ ଡେରି ବା ଅଶ୍ରୀଘତାଅପେକ୍ଷା ନ କରିବା ମାନେ ପ୍ରତୀକ୍ଷା ନ କରିବାଉପେକ୍ଷାର ଅର୍ଥ ଅବହେଳା , ଅନାଦରତେଣୁ ଅପେକ୍ଷା - ବିପରୀତାର୍ଥବୋଧକ ଶବ୍ଦଟି 2) ଉପେକ୍ଷା Additional Informationପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ।ଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛିତତ୍ସମ , ତଦ୍ଭବ , ଦେଶଜ , ବୈଦେଶିକଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛିମୌଳିକ ଓ ବ୍ୟୁତ୍ପନ୍ନ3 / 20କେଉଁ ବିଶେଷଣରେ 'ତର', 'ତମ' ପ୍ରତ୍ୟୟ ଲାଗେ? କ୍ରିୟା ବିଶେଷଣ ଗୁଣବାଚକ ବିଶେଷଣ ବିଧେୟ ବିଶେଷଣ ତୁଳନାତ୍ମକ ବିଶେଷଣ ସଠିକ ଉତ୍ତର ହେଉଛି- ତୁଳନାତ୍ମକ ବିଶେଷଣKey Pointsଦୁଇ ବା ତହିଁରୁ ଅଧିକ ମଧ୍ୟରେ ତୁଳନା ନିମନ୍ତେ ଯେଉଁ ବିଶେଷଣ ପଦ ବ୍ୟବହୃତ ହୁଏ । ତାହାକୁ ତୁଳନାତ୍ମକ ବିଶେଷଣ କୁହାଯାଏ ।ବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ । ତାହାକୁ ବିଶେଷଣ ପଦ କୁହାଯାଏ ।ବିଶେଷଣ ପଦକୁ ନାମ ଓ ଭାବ ଦୃଷ୍ଟିରୁ ଦୁଇଶ୍ରେଣୀରେ ବିଭକ୍ତ କରାଯାଏ । ଯଥା- ନାମ ବିଶେଷଣ ଓ ଭାବ ବିଶେଷଣ ।ବିଶେଷ୍ୟ ଓ ସର୍ବନାମ ପଦକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ନାମ ବିଶେଷଣ କୁହାଯାଏ । ବିଶେଷ୍ୟର ବିଶେଷଣ, ସର୍ବନାମର ବିଶେଷଣ, ସଂଖ୍ୟାବାଚକ ବିଶେଷଣ ଓ ପୂରଣବାଚକ ବିଶେଷଣ ନାମ ବିଶେଷଣର ଅନ୍ତର୍ଗତ ।କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦକୁ ଭାବ ବିଶେଷଣ କହନ୍ତି । ବିଶେଷଣ, ଅବ୍ୟୟ ଓ ବାକ୍ୟକୁ ବିଶେଷିତ କରୁଥିବା ବିଶେଷଣ ପଦ ମଧ୍ୟ ପଦବିଶେଷଣ ଅନ୍ତର୍ଭୁକ୍ତ ।ଯଥାର୍ଥତା:ଉପରୋକ୍ତ ପ୍ରଶ୍ନରେ ତର ଓ ତମ ତୁଳନା କରିବା ଉଦ୍ଦେଶ୍ୟରେ ଲାଗିଥିବାରୁ ତାହାକୁ ତୁଳନାତ୍ମକ ବିଶେଷଣ କୁହାଯାଏ ।କ୍ଷୁଦ୍ରତର, କ୍ଷୁଦ୍ରତମ, ଉଚ୍ଚତର, ଉଚ୍ଚତମ, ମହୀୟାନ (ଦୁଇଜଣଙ୍କ ମଧ୍ୟରେ ମହତ୍) ଓ ଗରିଷ୍ଠ (ସମସ୍ତଙ୍କ ମଧ୍ୟରେ ଗୁରୁ) ପ୍ରଭୃତି ତୁଳନାତ୍ମକ ବିଶେଷଣ ।ତୁଳନାତ୍ମକ ବିଶେଷଣ ତତ୍ସମ ବିଶେଷଣ ପଦରୁ ନିଷ୍ପନ୍ନ ।Additional Informationବିଶେଷଣର କାର୍ଯ୍ୟ ହେଉଛି- ବାକ୍ୟର ଅନ୍ୟପଦକୁ ବିଶେଷିତ କରିବା ।ଏହା ବାକ୍ୟରେ ଥିବା ଅନ୍ୟପଦର ଅର୍ଥଗତ ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ ଓ ଅନ୍ୟ ପଦର ଭାବକୁ ସୂଚିତ କରେ ।ଆମେ ବ୍ୟବହାର କରୁଥିବା ବିଶେଷ୍ୟ ପଦଗୁଡିକ- ସଜୀବ ବାଚକ ଓ ନିର୍ଜୀବ ବାଚକ ।ବିଶେଷ୍ୟ ଓ ଅନ୍ୟାନ୍ୟ ପଦର ବିଶେଷଣଗୁଡିକ ଏଦିଗରୁ ସଜୀବ- ନିର୍ଜୀବ ବା ପ୍ରାଣୀ- ଅପ୍ରାଣୀ ବାଚକ କ୍ରମେ ବ୍ୟବହୃତ ହୁଏ ଓ ଅର୍ଥ ପ୍ରତିପାଦନ କରେ ।ଅର୍ଥଗତ ସ୍ବାତନ୍ତ୍ର୍ୟ ବିଶେଷଣଗୁଡିକ ହେଉଛି- ଗୁଣବାଚକ ବିଶେଷଣ, ସଂଖ୍ୟାବାଚକ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ପୂରଣବାଚକ ବିଶେଷଣ, ପରିମାଣବାଚକ ବିଶେଷଣ, ତୁଳନାତ୍ମକ ବିଶେଷଣ ଇତ୍ୟାଦି ।4 / 20ଗୋପାଳ ମୋଦ୍ୱାରା କାମଟି କରାଇଲେ । ରେଖାଙ୍କିତ ପଦଟି କି ପ୍ରକାର କର୍ତ୍ତା? ପ୍ରଯୋଜକ ମୁଖ୍ୟ ପ୍ରଯୋଜ୍ୟ ଊହ୍ୟ କାର୍ଯ୍ୟ ସମ୍ପାଦନ ନକରି ଅନ୍ୟଦ୍ବାରା କରାଏ ତାହା ପ୍ରଯୋଜକ କର୍ତ୍ତା କୁହାଯାଏ । ଏହାକୁ ହେତୁ କର୍ତ୍ତା ମଧ୍ୟ କୁହାଯାଏ ।ଯେ କ୍ରିୟା ସମ୍ପାଦନ କରେ ବା କରାଏ, ତାହାକୁ କର୍ତ୍ତାକାରକ କହନ୍ତି ।କର୍ତ୍ତାକାରକ ମୁଖ୍ୟତଃ ଚାରିଭାଗରେ ବିଭକ୍ତ- ମୁଖ୍ୟ କର୍ତ୍ତା, ପ୍ରଯୋଜକ କର୍ତ୍ତା, ପ୍ରଯୋଜ୍ୟ କର୍ତ୍ତା, ଉହ୍ୟ କର୍ତ୍ତା ।ମୁଖ୍ୟ କର୍ତ୍ତା- ନିଜେ କାର୍ଯ୍ୟ ସମ୍ପାଦନ କରୁଥିବା କର୍ତ୍ତାକୁ ମୁଖ୍ୟକର୍ତ୍ତା କୁହାଯାଏ ।ପ୍ରଯୋଜ୍ୟ କର୍ତ୍ତା- ପ୍ରଯୋଜକ କର୍ତ୍ତା ଯାହାଦ୍ବାରା କାର୍ଯ୍ୟ ସମ୍ପାଦନ କରେ ସେ ପ୍ରଯୋଜ୍ୟ କର୍ତ୍ତା ଅଟେ ।ଉହ୍ୟ କର୍ତ୍ତା- ଉପଦେଶ ବା ଆଦେଶ ସୂଚକ ବାକ୍ୟରେ ବେଳେ ବେଳେ କର୍ତ୍ତା ଉହ୍ୟ ବା ଅଦୃଶ୍ୟ ଭାବରେ ରହିଥାଏ ।ଯଥାର୍ଥତା:ଉପରୋକ୍ତ ପ୍ରଶ୍ନରେ ଗୋପାଳ ହେଉଛି ପ୍ରଯୋଜକ କର୍ତ୍ତା କୁହାଯାଏ ।ଉକ୍ତ ବାକ୍ୟ କାର୍ଯ୍ୟ ମୁଁ ନକରି ଗୋପାଳ ଦ୍ବାରା ସମ୍ପାଦନ କରିଥିବାର ଜଣାପଡୁଛି ।ତେଣୁ ଗୋପାଳ ହେଉଛି ପ୍ରଯୋଜକ କର୍ତ୍ତା ।5 / 20ସେ ମୋ _______ କ୍ରୋଧିତ ହେଲେ - ଉପଯୁକ୍ତ ବିକଳ୍ପ ବାଛ । ଆଚରଣକୁ ଆଚରଣ ଦ୍ୱାରା ଆଚରଣରେ କେଉଁଟି ନୁହଁ ସଠିକ ଉତ୍ତର ହେଉଛି ''ଆଚରଣରେ''। Key Pointsଯେକୌଣସି ପ୍ରକାରର ଅନୁଭୂତି, ଧାରଣା, ଘଟଣା, ବିଚାର, ପ୍ରସଙ୍ଗ, ସମସ୍ୟା ଓ କାର୍ଯ୍ୟକୁ କେନ୍ଦ୍ରକରି ଆମ ମନରେ ନାନା ପ୍ରକାରର 'ଭାବ' ଜାତ ହୁଏ ।ଗୋଟିଏ ପଛକୁ ଗୋଟିଏ, ତା ପଛକୁ ଆଉ ଗୋଟିଏ - ଏହିପରି : ପଛକୁ ପଛ : ଆମ ମନରେ 'ଭାବ' ଲାଗି ରହିଥାଏ ।ବକ୍ତା ରୂପେ ଆପେ ମନର ଭାବକୁ ଅନ୍ୟଜଣଙ୍କ ନିକଟରେ ପ୍ରକାଶ କରିଥାଉ।ଅନ୍ୟଜଣେ ଆମ କଥାକୁ ଶ୍ରୋତା ଭାବରେ ଶୁଣିଥା’ନ୍ତି ଓ ବୁଝିଥା'ନ୍ତି।ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ଶବ୍ଦକୁ ଶବ୍ଦ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା କରୁ; ଏହା ଫଳରେ କହିବା ବା ଭାବ ପ୍ରକାଶ କରିବା ସହଜ ହୁଏ।ଯଥାର୍ଥତା:ଆମ ଓଡ଼ିଆ ଅଭିଧାନ ଅନୁଯାୟୀ ବ୍ୟାକରଣ ଶାସ୍ତ୍ରରେ ଏମିତି କେତେକ ଶବ୍ଦ ଅଛି ଯାହା ବାକ୍ୟକୁ ଦିଗ ଦେଖାଏ।ବିଶେଷ୍ୟ ବା ବିଶେଷ୍ୟ ବାକ୍ୟାଂଶ ପୂର୍ବରୁ ବା ପରେ ବସି ଅନ୍ୟ ଶବ୍ଦ କିମ୍ବା ଉପାଦାନ ସହିତ ସମ୍ପର୍କ ପ୍ରକାଶ କରିବାରେ ସାହାଯ୍ୟ କରେ।ଯେପରି 'ପ୍ଲାଟଫର୍ମରେ ଥିବା ବ୍ୟକ୍ତି', 'ସେ ରାତ୍ରୀ ଭୋଜନ ପରେ ପହଞ୍ଚିଥିଲେ', 'ତୁମେ ଏହା ପାଇଁ କ’ଣ କଲ?'।ଏଠାରେ ରେ, ପରେ ଓ ପାଇଁ ହେଉଛି ଦିଗ ପ୍ରଦର୍ଶକ ଯାହା ବିଶେଷ୍ୟ ପରେ ଲାଗି ଏକ ନିର୍ଦ୍ଦିଷ୍ଟ ଅର୍ଥ ନିମିତ୍ତ ପାଠକକୁ ଅନୁସରଣ କରାଉଛି।ଏଠି ଦତ୍ତ ସେ ମୋ _______ କ୍ରୋଧିତ ହେଲେ - ବାକ୍ୟଟିର ଶୂନ୍ୟସ୍ଥାନ ପାଇଁ ''ଆଚରଣରେ'' ହିଁ ଉଦ୍ଦିଷ୍ଟ ହେବ।କାରଣ ଏହା ଦ୍ୱାରା ବାକ୍ୟଟିର ଉଦ୍ଦିଷ୍ଟ ଅର୍ଥ ସୂଚିତ ହେଉଛି।'ଆଚରଣରେ' - 'ଆଚରଣ' ସହ 'ରେ' ଯୁକ୍ତ ହୋଇ ଏକ ନିର୍ଦ୍ଦିଷ୍ଟତା ଆଡକୁ ଇଙ୍ଗିତ କରୁଛି। ଯଥା: ସେ ମୋ ଆଚରଣରେ କ୍ରୋଧିତ ହେଲେ। ପ୍ରଦତ୍ତ ବାକ୍ୟ ପାଇଁ ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଏଠି ''ଆଚରଣରେ'' ସଂଯୋଗ ହେବା ଯଥାର୍ଥ।Additional Informationଅନ୍ୟ ବିକଳ୍ପଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ପ୍ରଶ୍ନରେ ଦତ୍ତ ବାକ୍ୟଟି ନିମିତ୍ତ ଉଦ୍ଦିଷ୍ଟ ମେଳପ୍ରଦାୟକ ନୁହଁନ୍ତି।6 / 20ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ | ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି ! ଇଂରେଜ ଶାସନ ପ୍ରବତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା । ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ । ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ । ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ | ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି । ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ । ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ। ସେ ଯାହା ହେଉନା କାହିଁକି, ଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବ । ଇଂରେଜୀ ଭାଷା ସପକ୍ଷବାଦୀମାନେ ନିଜର କ'ଣ କ୍ଷତି କରିଛନ୍ତି ? ନିଜର ସମ୍ମାନ ହରାଇଛନ୍ତି ନିଜର ନିଜତ୍ୱ ହରାଇଛନ୍ତି ନିଜକୁ ଅନ୍ୟ ପାଖରେ ନ୍ୟୁନ କରିଛନ୍ତି ଦେଶର ସ୍ୱାର୍ଥକୁ ବଳି ଦେଇଛନ୍ତି 2) ନିଜର ନିଜତ୍ୱ ହରାଇଛନ୍ତି ସଠିକ୍ ଉତ୍ତରଯଥାର୍ଥତା :ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛିଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲାତେଣୁ ଇଂରେଜୀ ଭାଷା ସପକ୍ଷବାଦୀମାନେ 2) ନିଜର ନିଜତ୍ୱ ହରାଇଛନ୍ତିAdditional Informationସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ ।ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ7 / 20ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ | ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି ! ଇଂରେଜ ଶାସନ ପ୍ରବତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା । ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ । ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ । ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ | ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି । ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ । ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ। ସେ ଯାହା ହେଉନା କାହିଁକି, ଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବ । ଇଂରେଜ ଶାସନରେ ଭାରତର ଶିକ୍ଷାନୀତି ପାଇଁ କି ଚେଷ୍ଟା ଚାଲିଥିଲା ? ଭାରତୀୟ ଶିକ୍ଷାନୀତିର ଅମୂଳଚୁଳ ପରିବର୍ତ୍ତନ ପାଇଁ ଇଂରାଜୀ ଭାଷାକୁ ଜନପ୍ରିୟ କରାଇବା ପାଇଁ ଇଂଲଣ୍ଡରେ ପ୍ରବର୍ତ୍ତିତ ଶିକ୍ଷାନୀତିକୁ ଗ୍ରହଣ କରିବା ପାଇଁ ଭାରତୀୟ ଶିକ୍ଷାନୀତିକୁ ସଶକ୍ତ କରିବା ପାଇଁ 3) ଇଂଲଣ୍ଡରେ ପ୍ରବର୍ତ୍ତିତ ଶିକ୍ଷାନୀତିକୁ ଗ୍ରହଣ କରିବା ପାଇଁ ସଠିକ୍ ଉତ୍ତରଯଥାର୍ଥତା :ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛିଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲାଇଂରେଜ ଶାସନରେ ଭାରତର ଶିକ୍ଷାନୀତି ପାଇଁ 3) ଇଂଲଣ୍ଡରେ ପ୍ରବର୍ତ୍ତିତ ଶିକ୍ଷାନୀତିକୁ ଗ୍ରହଣ କରିବା ପାଇଁ ଚେଷ୍ଟା ଚାଲିଥିଲାAdditional Informationସେତେବେଳେ ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ ।ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି8 / 20ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ | ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି ! ଇଂରେଜ ଶାସନ ପ୍ରବତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା । ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ । ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ । ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ | ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି । ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ । ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ। ସେ ଯାହା ହେଉନା କାହିଁକି, ଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବ । ଆମ ଦେଶର ଛାତ୍ରମାନେ ମାତୃଭାଷାକୁ କାହିଁକି ଅବହେଳା କଲେ ? ମାତୃଭାଷା ପ୍ରତି ଅହେତୁକ ଘୃଣା ହେତୁ ମାତୃଭାଷା ବୁଝିବା କଷ୍ଟକର ହୋଇପଡ଼ିବାରୁ ସ୍କୁଲ କଲେଜ ରେ ଇଂରେଜୀ ଭାଷାର ପ୍ରଚଳନ ହେତୁ ମାତୃଭାଷାରେ ଯଥେଷ୍ଟ ସଂଖ୍ୟାରେ ପୁସ୍ତକର ଅଭାବ ହେତୁ 3) ସ୍କୁଲ କଲେଜ ରେ ଇଂରେଜୀ ଭାଷାର ପ୍ରଚଳନ ହେତୁ ସଠିକ୍ ଉତ୍ତରଯଥାର୍ଥତା :ଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲାସେତେବେଳେ ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁପୁଣି ଏହାଫଳରେ ନିଜର ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ3) ସ୍କୁଲ କଲେଜ ରେ ଇଂରେଜୀ ଭାଷାର ପ୍ରଚଳନ ହେତୁ ଆମ ଦେଶର ଛାତ୍ରମାନେ ମାତୃଭାଷାକୁ ଅବହେଳା କଲେAdditional Informationଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି ।ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ ।ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ9 / 20ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ | ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି ! ଇଂରେଜ ଶାସନ ପ୍ରବତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା । ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ । ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ । ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ | ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି । ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ । ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ। ସେ ଯାହା ହେଉନା କାହିଁକି, ଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବ । ଆମ ଦେଶର ଭାଷାବିତ କେଉଁମାନଙ୍କର ଇଂରେଜୀ ଜ୍ଞାନକୁ ତାଚ୍ଛଲ୍ୟ କରିଛନ୍ତି ? ଇଂରେଜୀ ମାନଙ୍କର ସମ୍ରାନ୍ତ ଭାରତୀୟ ମାନଙ୍କର ହିନ୍ଦୀ ଭାଷାଭାଷୀ ଲୋକମାନଙ୍କର ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିବାର ଛଳନା କରୁଥିବା ବ୍ୟକ୍ତିମାନଙ୍କର 4) ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିବାର ଛଳନା କରୁଥିବା ବ୍ୟକ୍ତିମାନଙ୍କର ସଠିକ୍ ଉତ୍ତରଯଥାର୍ଥତା :ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି ।ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ ।ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବତେଣୁ ଆମ ଦେଶର ଭାଷାବିତ 4) ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିବାର ଛଳନା କରୁଥିବା ବ୍ୟକ୍ତିମାନଙ୍କର ଇଂରେଜୀ ଜ୍ଞାନକୁ ତାଚ୍ଛଲ୍ୟ କରିଛନ୍ତିAdditional Informationଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲାସେତେବେଳେ ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ ।ପୁଣି ଏହାଫଳରେ ନିଜର ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ10 / 20ଇଂରେଜୀ ଭାଷା ସପକ୍ଷରେ ଯେଉଁମାନେ ମତମ୍ରକାଶ କରନ୍ତି ସେମାନେ ନିଜର ନିଜତ୍ଵକୁ ବିସର୍ଜନ କରି ଦେଇଛନ୍ତି ବୋଲି କୁହାଯାଇପାରେ | ସେମାନେ ଯେବେ ଗଭୀର ଭାବରେ ଚିନ୍ତାକରିବେ , ତେବେ ଦେଖିପାରିବେ ଯେ ଇଂରେଜୀ ଭାଷା ପ୍ରକୂତରେ ଆମର ଲାଭ ନକରି କ୍ଷତି ହିଁ କରିଅଛି ! ଇଂରେଜ ଶାସନ ପ୍ରବତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲା । ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀ । ଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ । ପୁଣି ଏହାଫଳରେ ନିଜଗ ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁ | ଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି । ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ । ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ। ସେ ଯାହା ହେଉନା କାହିଁକି, ଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବ । ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଆମକୁ କ'ଣ କରିବାକୁ ପଡିବ ? ଅକ୍ଲାନ୍ତ ପରିଶ୍ରମ ସର୍ବସମ୍ମତି ରାଷ୍ଟ୍ରଭାଷା ଗ୍ରହଣ ସବୁ ଭାଷାକୁ ସମାନ ଗୁରୁତ୍ଵ ଦେବା ଇଂରେଜ ଭାଷାକୁ ଉଚ୍ଛେଦ କରିବା 2) ସର୍ବସମ୍ମତି ରାଷ୍ଟ୍ରଭାଷା ଗ୍ରହଣ ସଠିକ୍ ଉତ୍ତରଯଥାର୍ଥତା :ଇଂରେଜ ଶାସନ ପ୍ରବର୍ତ୍ତନ ପରେ ଭାରତରେ ଯେତେବେଳେ ଇଂରେଜୀ ଭାଷା ଶିକ୍ଷା ଦିଆଗଲା,ସେତେବେଳେ ଭାରତର ଶିକ୍ଷାନୀତିକୁ ବହୁଅଂଶରେ ଇଂଲଣ୍ଡରେ ପ୍ରବତ୍ତିର୍ତ ଶିକ୍ଷାନୀତିର ଅନୁରୂପ କରାଯିବାକୁ ଚେଷ୍ଟା କରାଗଲାସେତେବେଳେ ସ୍କୁଲ ଓ କଲେଜରେ ଶିକ୍ଷାର ମାଧ୍ୟମ ହେଲା ଇଂରେଜୀଆମ ଦେଶର ଛାତ୍ରମାନେ ସେମାନଙ୍କ ଜୀବନର ଅର୍ଦ୍ଧେକ ସମୟ ବିନିଯୋଗ କରି ଗୋଟିଏ ବିଦେଶୀ ଭାଷାକୁ ଶିକ୍ଷା କରିବାକୁ ଯେତେଚେଷ୍ଟା କଲେ ହେଁ ତାହାକୁ ଠିକ୍ ଭାବରେ ଶିକ୍ଷାକରି ପାରିଲେ ନାହିଁ ।ପୁଣି ଏହାଫଳରେ ନିଜର ମାତୃଭାଷାକୁ ମଧ୍ୟ ଅବହେଳା କରି ତହିଁରେ ଜ୍ଞାନଲାଭ କରିପାରିଲେ ନାହିଁଦୀର୍ଘକାଳର ପରାଧୀନତା ପରେ ଆମ ଦେଶ ସ୍ଵାଧୀନତା ଲାଭ କରିଅଛି ଓ ଆମ ର ସ୍ଵାତନ୍ତ୍ର୍ୟକୁ ବଜାୟ ରଖିବା ପାଇଁ ଆମକୁ ଏକ ସର୍ବସମ୍ମତ ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡ଼ିବସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଆମକୁ 2) ସର୍ବସମ୍ମତି ରାଷ୍ଟ୍ରଭାଷା ଗ୍ରହଣ କରିବାକୁ ପଡିବAdditional Informationଆମଦେଶର ଶିକ୍ଷିତ ଯୁବଳ ଏହିପରି ଏକ ତ୍ରିଶଙ୍କୁ ଅବସ୍ଥାରେ ବାରମ୍ବାର ପଡ଼ିଆସିଛି ।ଇଂରେଜୀ ଭାଷା ବା ତା'ର ମାତୃଭାଷା କୌଣସିଟିରେ ତା'ର ଯଥାର୍ଥ ଜ୍ଞାନ ନଥିଲା ବା ନାହିଁ ।ଯେଉଁମାନେ ଇଂରେଜୀ ଭାଷାରେ ପାଣ୍ଡିତ୍ୟ ଲାଭ୍ କରିଥିବାର ଛଳନା କରନ୍ତି ସେମାନଙ୍କୁ ଥରେ ଆମ ଦେଶର ଜଣେ ଭାଷାବିତ୍ ଆକ୍ଷେପ କରି କହିଥିଲେ ଯେ ସେମାନଙ୍କ ଆଗରେ ଗୋଟିଏ ଛତା ଖୋଲିଦେଇ ଛତାର ବିଭିନ୍ନ ଅଂଶକୁ ବର୍ଣ୍ଣନା କରିବାକୁ ସେମାନଙ୍କୁ କୁହାଗଲେ ସେମାନଙ୍କର ଇଂରେଜୀ ଜ୍ଞାନ ଅତି ସହଜରେ ଧରାପଡ଼ିଯିବ11 / 20ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟ ପଦରେ ପରିଣତ କରି ଠିକ ଉତ୍ତରଟି ବାଛପଥ ବିପଥ ଅପଥ ପାଥେୟ ସପଥ ସଠିକ ଉତ୍ତର ହେଉଛି ''ପାଥେୟ''। Key Pointsବାକ୍ୟର ଯେଉଁ ପଦ ଯେକୌଣସି ଜାତି, ବ୍ୟକ୍ତି, ବସ୍ତୁ, ଅବସ୍ଥା, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ।ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ବିଶେଷଣ ପଦ କୁହାଯାଏ।ବିଶେଷଣ ପଦଗୁଡିକ ବିଶେଷ୍ୟ ପଦର ଗୁଣ ଓ ଅବସ୍ଥା ଆଦି ବିଶେଷତ୍ୱ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦିଏ।ଯଥା: ଶିକ୍ଷକ ଛାତ୍ରଙ୍କୁ ଆଦର କରନ୍ତି।ଉତ୍ତମ ଶିକ୍ଷକ ଭଲ ଛାତ୍ରଙ୍କୁ ଆଦର କରନ୍ତି।ଏଠାରେ ଶିକ୍ଷକ ଓ ଛାତ୍ର ହେଉଛି ବିଶେଷ୍ୟ ପଦ ଏବଂ କହିଲା ବେଳେ ଯେ କୌଣସି ଶିକ୍ଷକ ବା ଛାତ୍ରର ସାଧାରଣ ଚିତ୍ରଟିଏ ଉଙ୍କି ମାରୁଛି।ଶିକ୍ଷକ ପୂର୍ବରୁ 'ଉତ୍ତମ' ଏବଂ ଛାତ୍ର ପୂର୍ବରୁ 'ଭଲ' ବ୍ୟବହୃତ ହୋଇ ବିଶେଷ୍ୟ ପଦ (ଶିକ୍ଷକ, ଛାତ୍ର) ସମ୍ପର୍କରେ କିଛି ଅଧିକ ସୂଚନା ଓ ନିର୍ଦ୍ଦିଷ୍ଟ ବିଶେଷତ୍ୱ ମିଳୁଛି।ସୁତରାଂ 'ଉତ୍ତମ' ଓ 'ଭଲ' ବିଶେଷ୍ୟ ପଦର ବିଶେଷ ଗୁଣ - ଧର୍ମ - ସାମର୍ଥ୍ୟ ଚମତ୍କାରିତାକୁ ଊଣା - ଅଧିକ ବା କମ - ବେଶୀ ଭାବରେ ଚିହ୍ନଟ କରିଦେଉଛି।ଗଠନାତ୍ମକ ଲକ୍ଷଣ ଓ ବ୍ୟାବହାରିକ ବିଧାନ ଦିଗରୁ ବିଶେଷଣ ୩ ପ୍ରକାରର ଯଥା - (୧) ବିଶେଷ୍ୟର ବିଶେଷଣ, ଯଥା - ମିଷ୍ଟ ଫଳ, (୨) ବିଶେଷଣର ବିଶେଷଣ, ଯଥା - ପରମ ଧାର୍ମିକ, (୩) କ୍ରିୟାର ବିଶେଷଣ, ଯଥା - ଶୀଘ୍ର ଯାଉଅଛି।ଯଥାର୍ଥତା:ଏଠାରେ ଦିଆଯାଇଥିବା ପ୍ରଶ୍ନଟି ପାଇଁ 'ପାଥେୟ' ହିଁ ଉଦ୍ଦିଷ୍ଟ ଉତ୍ତର। ଏହାର ଯଥାର୍ଥତା ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ବୁଝିବା:-ଓଡ଼ିଆ ପାଥେୟ କବିତାସମୂହ ହେଉଛି ଜୀବନ ପଥର ଦୁର୍ବିସହତାର ଲିଖିତ ଅଙ୍ଗୀକାର।ଏଠାରେ 'ପାଥେୟ' କହିଲେ 'ପଥ ସମ୍ୱନ୍ଧୀୟ' ଅର୍ଥକୁ ସୂଚାଉଛି। 'ପାଥେୟ' ଶବ୍ଦଟି 'ପଥ' ଶବ୍ଦରୁ ସୃଷ୍ଟ; ଯଥା: ପାଥେୟ = ପଥ + ପ୍ରୟୋଜନାର୍ଥେ - ଏୟ।ସୁତରାଂ ଉପରୋକ୍ତ ଉଦାହରଣରୁ ଏହା ସ୍ପଷ୍ଟ ହେଉଛି ଯେ 'ପାଥେୟ' 'ପଥ'ର ଉଦ୍ଦିଷ୍ଟ ବିଶେଷଣ ରୂପ। Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ବିଶେଷତ୍ୱ ପ୍ରଦାନ କରିବାରେ ଅସମର୍ଥ ହେତୁ 'ପଥ'ର ଉଦ୍ଦିଷ୍ଟ ବିଶେଷଣ ରୂପ ନୁହଁନ୍ତି।12 / 20ଶୁଦ୍ଧ ବନାନଟି ବାଛ। ଶିକ୍ଷୟତ୍ରୀ ସିକ୍ଷୟତ୍ରୀ ଶିକ୍ଷୟତ୍ରି ଶିକ୍ଷୟିତ୍ରୀ ସଠିକ ଉତ୍ତର ହେଉଛି "ଶିକ୍ଷୟିତ୍ରୀ"।Key Pointsଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।ଯଥାର୍ଥତା:ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ବା 'ବ୍ୟାକରଣଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ଶିକ୍ଷୟିତ୍ରୀ' ହେଉଛି ଶୁଦ୍ଧ ବନାନଯୁକ୍ତ ଶବ୍ଦ। 'ଶିକ୍ଷୟିତ୍ରୀ' ବ୍ୟତୀତ ଅନ୍ୟ ସମସ୍ତ ବିକଳ୍ପଠାରେ'ମାତ୍ରାଜନିତ' ବା 'ବନାନଜନିତ' ଅଶୁଦ୍ଧତା ଘଟିଥିବା ହେତୁ ଅଶୁଦ୍ଧ ଶବ୍ଦ।ଓଡ଼ିଆ ଅଭିଧାନ ଅନୁସାରେ 'ଶିକ୍ଷୟିତ୍ରୀ' ଶବ୍ଦଟି 'ବିଦ୍ୟାଳୟରେ ଛାତ୍ରମାନଙ୍କୁ ପଢ଼ାଉଥିବା ମହିଳା ବା ଅଧ୍ୟାପିକାଙ୍କୁ' ସୂଚାଏ। ଉଦାହରଣ ସ୍ୱରୂପ: ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟିତ୍ରୀ ପଢ଼ାନ୍ତି।Additional Information'ଶିକ୍ଷୟିତ୍ରୀ' ଶବ୍ଦର ସମକକ୍ଷ : ଅଧ୍ୟାପିକା, ଶିକ୍ଷିକା।13 / 20ରୋଗ ନାହିଁ ଯାହାର ସେ – ନରୋଗ ନିରୋଗ ନିରୋଗୀ ନୀରୋଗ ସଠିକ ଉତ୍ତର ହେଉଛି "ନୀରୋଗ"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ।ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ।ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ।ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ।ଯଥାର୍ଥତା:ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା:ବ୍ୟାୟାମ ଶରୀରକୁ ରୋଗ ନାହିଁ ଯାହାର ସେ କରେ।ଏଠାରେ 'ରୋଗ ନାହିଁ ଯାହାର ସେ' - ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା 'ନୀରୋଗ'ରେ ପରିଣତ ହେବ। ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।ଯଥା: ବ୍ୟାୟାମ ଶରୀରକୁ ନୀରୋଗ କରେ।କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ନୀରୋଗ' ଶବ୍ଦଟିର ଅର୍ଥ 'ଯାହାର କୌଣସି ରୋଗ ନାହିଁ - ଶାରୀରିକ ଓ ମାନସିକ ରୂପରେ ସୁସ୍ଥ'କୁ ସୂଚାଏ।ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ 'ନୀରୋଗ' ହିଁ 'ରୋଗ ନାହିଁ ଯାହାର ସେ' ପାଇଁ ଉଚିତ ଏକପଦୀକରଣ। Additional Informationଅନ୍ୟବିକଳ୍ପଗୁଡିକ 'ରୋଗ ନାହିଁ ଯାହାର ସେ' ପଦଟି ପାଇଁ ଉଦ୍ଦିଷ୍ଟ ଓ ସମକକ୍ଷ ପରି ପ୍ରତୀତ ହେଲେ ସୁଦ୍ଧା ଉପଯୁକ୍ତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି।14 / 20‘ଅନୁରକ୍ତ’ ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ? ବିକାଶ ବିରାଗ ବିରକ୍ତ ବୈରାଗ ସଠିକ ଉତ୍ତର ହେଉଛି "ବିରକ୍ତ"। Key Points'ବିପରୀତ ଶବ୍ଦ' ର ନାମରୁ ଜଣାପଡ଼ୁଛି ଯେ ଏହା କୌଣସି ଶବ୍ଦର ବିପରୀତ ଅର୍ଥକୁ ବୁଝାଇବ।ଅର୍ଥାତ୍ କୌଣସି ଶବ୍ଦର ଅର୍ଥର ବିପରୀତ ଅର୍ଥକୁ ଆମେ 'ବିପରୀତ ଶବ୍ଦ' କହିବା।ଯଥାର୍ଥତା:ଆମ ଓଡ଼ିଆ ଭାଷାକୋଷରେ ଏହି ବିପରୀତ ଶବ୍ଦଗୁଡ଼ିକ ସଠିକ ବ୍ୟବହାରିତ ନିୟମକୁ ପାଳନ କରି ଦୈନନ୍ଦିନ ପ୍ରଚଳିତ ଓ ବ୍ୟବହୃତ।ତେଣୁ ଗୋଟିଏ ଶବ୍ଦର ଉପଯୁକ୍ତ ବିପରୀତାର୍ଥକ ବୋଧକ ଶବ୍ଦଟି ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଚୟନ କରାଯିବା ଉଚିତ୍।ଏଠାରେ ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ 'ଅନୁରକ୍ତ' ର ଉପଯୁକ୍ତ ବିପରୀତ ହେଉଛି 'ବିରକ୍ତ'।କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଅନୁରକ୍ତ' କହିଲେ 'କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଆସକ୍ତ, ଭଲ ପାଇବା ବା ମୋହିତ ହେବା' ଅର୍ଥକୁ ବୁଝାଉଥିଲା ବେଳେ 'ବିରକ୍ତ' ଶବ୍ଦଟି 'ଚିଡ଼ିବାର ପ୍ରକ୍ରିୟା ବା କୋପ ଭାବ ବା ସେହିପ୍ରକାର କ୍ରୋଧ ବା ଘୃଣା ଭାବ କାହା ପ୍ରତି ରଖିବା'ତାହାକୁ ସୂଚାଇଥାଏ। ଯଥା: ଆଜିକାଲିର ପ୍ରେମିକ - ପ୍ରେମିକାଙ୍କ ଅନୁରକ୍ତ ଅଳ୍ପଦିନରେ ବିରକ୍ତ ଭାବର ରୂପ ନିଏ। ସୁତରାଂ ଏଥିରୁ ସ୍ପଷ୍ଟ ଯେ 'ଅନୁରକ୍ତ - ବିରକ୍ତ' ପରସ୍ପର ବିପରୀତାର୍ଥକ।Additional Informationଅନ୍ୟ ବିକଳ୍ପଗୁଡିକ ଉଚିତ୍ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଉପଯୁକ୍ତ ବିପରୀତାର୍ଥକ ନୁହେଁ।15 / 20‘ଅରଣ୍ୟ’ର ପର୍ଯ୍ୟାୟବାଚୀ ଶବ୍ଦଯୁଗ୍ମକୁ ବାଛ । ଅଟବୀ, ଅନନ୍ଦ ଗହନ, କୁଜନ ବନ, ବାନର ବିପିନ, କାନନ ସଠିକ ଉତ୍ତର ହେଉଛି "ବିପିନ, କାନନ"। Key Pointsପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।ଯଥାର୍ଥତା:ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ବିପିନ, କାନନ' ହେଉଛି ‘ଅରଣ୍ୟ’ର ପର୍ଯ୍ୟାୟବାଚୀ ଶବ୍ଦଯୁଗ୍ମ।କାରଣ 'ବିପିନ' କହିଲେ 'ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି' (ବେପ୍ ଧାତୁ=କମ୍ପିବା+ଅଧିକରଣ ଇନ; ନିପାତନ; ଯହିଁରେ ବୃକ୍ଷ ଲତାର ପତ୍ରାଦି ସର୍ବଦା କମ୍ପିତ ହୁଏ) ଅର୍ଥାତ ଅରଣ୍ୟ। 'କାନନ' କହିଲେ ମଧ୍ୟ 'ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି' (କାନି ଧାତୁ=ଦ୍ୟୋତିତ କରିବା+କର୍ମ-ଅନ) ଅର୍ଥାତ ଅରଣ୍ୟ।ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ବିପିନ, କାନନ' ଶବ୍ଦ ଦ୍ୱୟ 'ଅରଣ୍ୟ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ ଯୁଗଳ। 'ଅରଣ୍ୟ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ବନ, ବଣ, ଜଙ୍ଗଲ, ଅଟବୀ, ଅରଣ୍ୟକ ଇତ୍ୟାଦି।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ଅଟବୀ' ଓ 'ବନ' - ଅରଣ୍ୟର ପ୍ରତିଶବ୍ଦ ହୋଇଥିଲେ ସୁଦ୍ଧା 'ଅନନ୍ଦ' ବୋଲି କୌଣସି ଆର୍ଥିକ ଶବ୍ଦ ଓଡ଼ିଆ ଶବ୍ଦକୋଷରେ ବିଦ୍ୟମାନ ନୁହଁ।'ଗହନ' - ଘଞ୍ଚ ବା ଘନ, 'କୁଜନ' କହିଲେ ଖରାପ ଲୋକ ଓ 'ବାନର' - ମାଙ୍କଡ଼ର ପର୍ଯ୍ୟାୟବାଚୀ।16 / 20ସଂପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା । - ରେଖାଙ୍କିତ ପଦଟିରେ କେଉଁ ବିଭକ୍ତି ଯୁକ୍ତ ହୋଇଅଛି ? ତୃତୀୟା ଚତୁର୍ଥୀ ଷଷ୍ଠୀ ସପ୍ତମୀ ସଠିକ ଉତ୍ତର ହେଉଛି ''ସପ୍ତମୀ''। Key Pointsଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ଵାରା ସଂଖ୍ୟା (ଏକବଚନ, ବହୁବଚନ) କାରକ (କର୍ତ୍ତା, କର୍ମ, କରଣ ପ୍ରଭୃତି) ସୂଚିତ ହୁଏ ତାହାକୁ ବିଭକ୍ତି କୁହାଯାଏ। ବିଭକ୍ତି ସାତ ଭାଗରେ ବିଭକ୍ତ, ଯଥା – ପ୍ରଥମା, ଦ୍ଵିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ବିଭକ୍ତି। ବିଭକ୍ତି ଶବ୍ଦଟି ବି - ଉପସର୍ଗ ‘ଭଜ୍’ ଧାତୁ ଓ ‘ତି’ ପ୍ରତ୍ୟୟ ଯୋଗରେ ଗଠିତ, ଯାହାର ଆଭିଧାନିକ ଅର୍ଥ ହେଉଛି ବିଭାଗ ବା ବଣ୍ଟନ କରିବା।ଯଥାର୍ଥତା:ସପ୍ତମୀ ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - ଏ, ରେ, ଠାରେ, ଠାଇଁ, ଠି, ଠେଇଁ, ତହିଁ ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ମାନଙ୍କରେ, ମାନଙ୍କଠାରେ, ମାନଙ୍କଠାଇ, ମାନଙ୍କଠେଇଁ, ଗୁଡ଼ିକରେ, ଗୁଡ଼ିକଠାରେ, ଗୁଡ଼ିକଠେଇଁ, ଗୁଡ଼ିକଠି। କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ, ସେହି ସମୟର ବା ସ୍ଥାନର ଅଧିକରଣ କାରକ ହୋଇଥାଏ । ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୁଏ ।ଯଥା – ବର୍ଷାକାଳରେ କଦମ୍ବ ଫୁଟେ । ପୁଷ୍କରିଣୀରେ ପଦ୍ମ ଫୁଟିଅଛି ।ଏଠାରେ 'ବର୍ଷାକାଳରେ' ଓ 'ପୁଷ୍କରିଣୀରେ' - ଅଧିକରଣ କାରକ ହେତୁ ସପ୍ତମୀ ବିଭକ୍ତି ବ୍ୟବହୃତ।ଠିକ ସେହିପରି 'ସଂପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା' - ରେଖାଙ୍କିତ ପଦଟି 'ବିପଦ ସମୟରେ' କୁ ସୂଚାଉଛି। ଦେଖା ନ ଦେବା କ୍ରିୟା ବିପଦେ (ବିପଦ + ଏ) ବିପଦ ସମୟରେ ସାଧିତ ହେଉଛି - ଅତଏବ 'ବିପଦେ'ଠି ଅଧିକାରଣ କାରକ ଲାଗିଛି।ପୁନଶ୍ଚ 'ବିପଦେ (ବିପଦ + ଏ)' ପଦଟିରେ 'ବିପଦ' ସହ ସପ୍ତମୀ ବିଭକ୍ତି ଏକବଚନ ଚିହ୍ନ 'ଏ' ଯୁକ୍ତ ହେଉଛି। ଅତଏବ ଏଦିଗରେ ଏହା ସ୍ପଷ୍ଟ ଯେ ବ୍ୟାକରଣିକ ନିୟମାନୁଯାୟୀ ବାକ୍ୟଟିରେ ରେଖାଙ୍କିତ ପଦଟିରେ ଅଧିକାରଣ କାରକ ହେତୁ ସପ୍ତମୀ ବିଭକ୍ତି ଲାଗିଛି।Additional Informationଅନ୍ୟ ବିକଳ୍ପଗୁଡିକ ଦତ୍ତ ପ୍ରଶ୍ନଟି ପାଇଁ ଉଦ୍ଦିଷ୍ଟ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ।ତୃତୀୟା ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - ଏ, ରେ, ଦ୍ୱାରା, ଦେହି, ଦେଇ, କର୍ତ୍ତୃକ ଇତ୍ୟାଦି; ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ମାନଙ୍କ ଦ୍ଵାରା, ମାନଙ୍କଦେଇ, ମାନଙ୍କ ଦେହି,ମାନଙ୍କ କର୍ତ୍ତୃକ ଇତ୍ୟାଦି। ଚତୁର୍ଥୀ ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - କୁ, ଙ୍କୁ, କି, ଙ୍କି, ପାଇଁ, ନିମିତ୍ତ, ସକାଶ ଇତ୍ୟାଦି; ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ଙ୍କୁ, ମାନଙ୍କୁ, ମାନଙ୍କ ପାଇଁ, ମାନଙ୍କ ନିମିତ୍ତ, ମାନଙ୍କ ସକାଶ ଇତ୍ୟାଦି।ଷଷ୍ଠୀ ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - ର, ଙ୍କ, ଙ୍କର ଇତ୍ୟାଦି; ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ଙ୍କର, ମାନଙ୍କ, ମାନଙ୍କର, ଗୁଡ଼ିକର ଇତ୍ୟାଦି।17 / 20କେଉଁଟି ତଦ୍ଧିତ ପଦ ? ଗାୟକ କୌଶଳ ଭୂଷଣ ଉଠାଣି ସଠିକ ଉତ୍ତର ହେଉଛି "କୌଶଳ"। Key Pointsଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ, ସେହି ପ୍ରତ୍ୟୟ ଗୁଡ଼ିକୁ ତଦ୍ଧିତ (ତତ୍+ହିତ=ତଦ୍ଧିତ) ପ୍ରତ୍ୟୟ କୁହାଯାଏ।ତଦ୍ଧିତ ପ୍ରତ୍ୟୟ ଦ୍ବାରା ଗଠିତ ଶବ୍ଦକୁ ତଦ୍ଧିତାନ୍ତ ଶବ୍ଦ କୁହାଯାଏ।ଗୋଟିଏ ଶବ୍ଦ ସହିତ ପ୍ରତ୍ୟୟ ଯୋଗକରି ଆଉ ଗୋଟିଏ ଶବ୍ଦ ଗଠିତ ହେବା ଦ୍ଵାରା ମୂଳ ଶବ୍ଦର ହିତ ସାଧିତ ହୋଇଥାଏ, କାରଣ ଏହା ଦ୍ଵାରା ମୂଳ ଶବ୍ଦର ବ୍ୟବହାର କ୍ଷେତ୍ର ବ୍ୟାପକ ହୋଇଥାଏ।ଉଦାହରଣ–‘କୁଳ’ ଶବ୍ଦର ମୂଳ ଅର୍ଥ ‘ବଂଶ’।ଏହି ‘କୁଳ’ ଶବ୍ଦ ସହିତ ଜାତ ଅର୍ଥରେ ‘ଈନ’ ପ୍ରତ୍ୟୟ ଯୁକ୍ତ ହୋଇ ‘କୁଳୀନ’(ବ୍ୟକ୍ତି) ଗଠିତ ହୋଇ ‘କୁଳ’ ଶବ୍ଦର ବ୍ୟାବହାରିକ ଦିଗରେ ହିତ ସାଧନ କରୁଛି।ଓ ସମ୍ବନ୍ଧ ଅର୍ଥରେ ‘ଇକ’ ପ୍ରତ୍ୟୟ ଯୋଗଦ୍ଵାରା ‘କୌଳିକ’(ବୃତ୍ତି) ଶବ୍ଦ ଗଠିତ ହୋଇ ‘କୁଳ’ ଶବ୍ଦର ବ୍ୟାବହାରିକ ଦିଗରେ ହିତ ସାଧନ କରୁଛି।ଏହା ହିଁ ତଦ୍ଧିତ ପ୍ରତ୍ୟୟର ମୂଳ ଲକ୍ଷ୍ୟ।ଯଥାର୍ଥତା:ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକୁ ଯଦି ଆମେ ଲକ୍ଷ କରିବା:-'କୌଶଳ' ଶବ୍ଦଟି ବ୍ୟତୀତ ଅନ୍ୟ ସମସ୍ତ ବିକଳ୍ପ କୃତ୍ ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦ। 'କୌଶଳ' ହିଁ କେବଳ ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ ତଦ୍ଧିତାନ୍ତ ଶବ୍ଦ।ଯଥା: କୌଶଳ = କୁଶଳ + ଅ - ଏଠାରେ ତତ୍ସମ ତଦ୍ଧିତ ପ୍ରତ୍ୟୟ 'ଅ' ଯୋଗ ହେଉଛି।'ଭାବ ଅର୍ଥରେ' 'କୁଶଳ' ଶବ୍ଦ ସହ ତତ୍ସମ ତଦ୍ଧିତ ପ୍ରତ୍ୟୟ 'ଅ' ଯୁକ୍ତ ହୋଇ 'କୌଶଳ' ଶବ୍ଦର ବ୍ୟାବହାରିକ ଦିଗରେ ହିତ ସାଧନ କରୁଛି। ଓଡ଼ିଆ ଅଭିଧାନ ଅନୁସାରେ 'କୌଶଳ' କହିଲେ 'କୁଶଳ ଭାବ ବା କୁଶଳତା ବା କୌଣସି କାମଆଦିରେ ପ୍ରବୀଣ ହେବାର ଭାବ'। Additional Informationନୂଆ ଶବ୍ଦ ଗଢ଼ିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ, ତାହାକୁ କୃତ୍ କହନ୍ତି।ଏହି କୃତ୍ ପ୍ରତ୍ୟୟ ଯୋଗ ହେବା ଦ୍ଵାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାହାକୁ କୃଦନ୍ତ ଶବ୍ଦ ବା କୃଦନ୍ତ ପଦ କୁହାଯାଏ।କୃତ୍ + ଅନ୍ତ = କୃଦନ୍ତ - ଯାହା ଅନ୍ତ ବା ଶେଷରେ କୃତ୍ ପ୍ରତ୍ୟୟ ହୋଇଥାଏ ତାହା କୃଦନ୍ତ।ସଂସ୍କୃତ କୃତ୍ ପ୍ରତ୍ୟୟ = ଅ, ଅନ, ଅକ, ତବ୍ୟ, ଅନୀୟ, ଇତ୍ର, ତ୍ର, ତୃ, ତି, ଇନ୍, ତ, ଯ, ଇଷ୍ଣୁ, ଉକ, ଉର, ର, ଉ ଇତ୍ୟାଦି।ଯଥା: ଦୃଶ୍ + ଅନ = ଦର୍ଶନ - ‘ଦର୍ଶନ’ ଶବ୍ଦଟି ସଂସ୍କୃତ ‘ଦୃଶ୍’ ଧାତୁ ସହିତ ‘ଅନ’ ପ୍ରତ୍ୟୟ ଯୋଗରେ ସୃଷ୍ଟି ହୋଇଛି।ଓଡ଼ିଆ କୃତ୍ ପ୍ରତ୍ୟୟ = ଅ, ଆ, ଇ, ଅଣ, ଅଣା, ଅଣି, ଆଣି, ଅନ୍ତା, ଏଣି, ଉଆଳ, ଇବା, ଉଣି, ଉଆ, ରା, ଅତି, ଉଣା ଇତ୍ୟାଦି।ଯଥା: କାନ୍ଦ୍ + ଅଣା = କାନ୍ଦଣା - ‘କାନ୍ଦଣା’ ଶବ୍ଦଟି ଓଡ଼ିଆ ‘କାନ୍ଦ୍’ ଧାତୁ ସହିତ ‘ଅଣା’ ପ୍ରତ୍ୟୟ ଯୋଗରେ ସୃଷ୍ଟି ହୋଇଛି।ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ଗାୟକ', 'ଭୂଷଣ' ଓ 'ଉଠାଣି' ପ୍ରତ୍ୟେକଟି କୃତ୍ ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦ। ଯଥା: ଗାୟକ = ଗୈ + ଅକ, ଭୂଷଣ = ଭୂଷ୍ + ଅନ, ଉଠାଣି = ଉଠ୍ + ଆଣି।18 / 20ଯାହାର ସୀମା ନାହିଁ - ଏକ ପଦରେ କ'ଣ ହେବ ? ସୀମାହୀନ ସାମୀମ ଅସୀମ ସର୍ବୋତ୍ତମ ସଠିକ ଉତ୍ତର ହେଉଛି "ଅସୀମ"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ।ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ।ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ।ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ।ଯଥାର୍ଥତା:ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା:ସନ୍ଥ ଭଗବାନଙ୍କ ଯାହାର ସୀମା ନାହିଁ, ସେପରି ଲୀଳାର ଗୁଣଗାନ କରୁଛନ୍ତି।ଏଠାରେ 'ଯାହାର ସୀମା ନାହିଁ' - ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା 'ଅସୀମ'ରେ ପରିଣତ ହେବ। ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।ଯଥା: ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି।କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଅସୀମ' ଶବ୍ଦଟିର ଅର୍ଥ 'ଯାହାର ସୀମା ନାହିଁ ବା ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ'କୁ ସୂଚାଏ।ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ 'ଅସୀମ' ହିଁ 'ଯାହାର ସୀମା ନାହିଁ' ପାଇଁ ଉଚିତ ଏକପଦୀକରଣ।Additional Informationଅନ୍ୟବିକଳ୍ପଗୁଡିକ 'ଯାହାର ସୀମା ନାହିଁ' ପଦଟି ପାଇଁ ଉଦ୍ଦିଷ୍ଟ ଓ ସମକକ୍ଷ ପରି ପ୍ରତୀତ ହେଲେ ସୁଦ୍ଧା ଉପଯୁକ୍ତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି।19 / 20“ଘୃତ” ଶବ୍ଦଟି କେଉଁ ଶବ୍ଦ ଅଟେ ? ତତ୍ସମ ତଦ୍ଭବ ଦେଶଜ ବୈଦେଶିକ ସଠିକ ଉତ୍ତର ହେଉଛି 'ତତ୍ସମ'। Key Pointsଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣ କିମ୍ବା ବର୍ଣ୍ଣ ସମଷ୍ଟିକୁ 'ଶବ୍ଦ' କୁହାଯାଏ ।ଅର୍ଥବୋଧ ଆଣିପାରୁ ନଥିବା ବର୍ଣ୍ଣ ସମଷ୍ଟି (ପକର, ବିଗସ, ହନିକ, ବକବି ପ୍ରଭୃତି) କେବେହେଲେ ଶବ୍ଦ ପଦବାଚ୍ୟ ନୁହନ୍ତି ।ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହତ ହୁଏ, ତାକୁ ପଦ ବୋଲି କହାଯାଏ ।ଶବ୍ଦ ହେଉଛି ଭାଷାର ବାହ୍ୟ ସ୍ତର ଓ ତାର ଅର୍ଥ ହେଉଛି ଭାଷାର ଅନ୍ତର୍ନିହିତ ସ୍ତର ।ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ ଚାରିଗୋଟି ପ୍ରଧାନ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ବୈଦେଶିକ ଶବ୍ଦ ଓ ଦେଶଜ ଶବ୍ଦ । ଯଥାର୍ଥତା:ତତ୍ସମ ଶବ୍ଦଗୁଡ଼ିକ ଅବିକଳ ଭାବରେ ସଂସ୍କୃତରୁ ଆନୀତ । 'ତତ୍' ଓ 'ସମ'- ଏହାର ଅର୍ଥ ହେଉଛି ପୂର୍ବରୁ ଅର୍ଥାତ ସଂସ୍କୃତରେ ଶହରଡିକର ଆକୃତି ଯେପରି ଥିଲା ଏବେ ଠିକ୍ ସେହିପରି ଅଛି ।କେତେଗୋଟି 'ତତ୍ସମ' ଶବ୍ଦର ଉଦାହରଣ- ଅହି, ଅଗ୍ନି, ଆନନ୍ଦ, କରୁଣା, ଫଳ, ପିତା, ନାସ୍ତିକ, ରାଷ୍ଟ୍ର, ବିଷୟ, ସତ୍ୟ, ସୁନ୍ଦର ପ୍ରଭୃତି ।ତତ୍ସମ ଶବ୍ଦର ଅନ୍ୟ ଗୋଟିଏ ନାଆଁ ଅଛି । ତାହା ହେଲା 'ସାଧୁ' ଶବ୍ଦ ବା 'ସଂସ୍କୃତ' ଶବ୍ଦ । ଏଠି ଦିଆଯାଇଥିବା “ଘୃତ” ମଧ୍ୟ ଏକ ଅବିକଳ ଭାବରେ ସଂସ୍କୃତରୁ ଆନୀତ ଓ ପ୍ରଚଳିତ । ଯଥା: ଘୃତ = ଘୃ ଧାତୁ = କ୍ଷରିତ ହେବା; ଦୀପ୍ତିପାଇବା + କର୍ତ୍ତୃ - ତ ।ଅତଏବ ଏଦିଗରେ “ଘୃତ” ଏକ 'ତତ୍ସମ' ଶବ୍ଦ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ତଦ୍ଭବର ଅର୍ଥ ହେଲା - ତହିଁରୁ ଉଦ୍ଭବ, ଅର୍ଥାତ୍ ସଂସ୍କୃତରୁ ଜାତ। ଯେପରି ଘୃତରୁ ଘିଅ; ଶୃଗାଳରୁ ଶିଆଳ; ନଗରରୁ ନଅର; ପୁତ୍ରରୁ ପୁଅ; ଭଗିନୀରୁ ଭଉଣୀ; ମାତାରୁ ମାଆ; ମୃତ୍ତିକାରୁ ମାଟି ପ୍ରଭୃତି।ଏଠି ମୂଳ ସଂସ୍କୃତ ଶବ୍ଦଗୁଡିକ ହେଲା: ଘୃତ; ଶୃଗାଳ; ନଗର; ପୁତ୍ର; ଭଗିନୀ; ମାତା; ମୃତ୍ତିକା।ତଦ୍ଭବ ଶବ୍ଦଗୁଡିକ ହେଲା: ଘିଅ; ଶିଆଳ; ନଅର; ପୁଅ; ଭଉଣୀ; ମାଆ; ମାଟି।ଦେଶୀୟ ଲୋକ ବା ସାଧାରଣ ଜନତାର ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦକୁ ଦେଶଜ ଶବ୍ଦ ବା ଦେଶ୍ୟ ଶବ୍ଦ ନାମରେ ଅଭିହିତ କରାଯାଇଥାଏ । ଦୃଷ୍ଟାନ୍ତ ସ୍ୱରୂପ - ଅଣ୍ଟି, ଆଣ୍ଟ,ଉଇ,ଖଦ.ଟାପରା, ଖପରା, ଫାଉଡ଼ା, ଧଡ଼କ, ଟିଙ୍କ, କୁଲା, ଓରା, ଚାଳ, ଝାଟୁଆ ପ୍ରଭୃତି ।ବୈଦେଶିକ ଶବ୍ଦ ବିଦେଶୀ ଭାଷାରୁ ଆଗତ ଶବ୍ଦ ସହ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ ମଧ୍ୟ ସମୃଦ୍ଧ କରିଛି ।ଏହି ବୈଦେଶିକ ଭାଷାର ଶବ୍ଦଗୁଡ଼ିକୁ ଯାବନିକ ଶବ୍ଦ (ଆରବୀ, ପାର୍ସୀ, ତୁର୍କୀ) ଇଂରାଜୀ ଓ ପର୍ଭୁଗୀଳ ଶବ୍ଦ ରୂପେ ବିଭକ୍ତ କରାଯାଇ ପାରିବ ।ଯଥା- ସିମେଇ, ସୋଡ଼ା, ଚେରି, ଟେବୁଲ, ଡେପୁଟି, ଇତ୍ୟାଦି।20 / 20ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟ ପଦରେ ପରିଣତ କରି ଠିକ ଉତ୍ତରଟି ବାଛ :ନୈଷ୍ଠିକ ନିଷ୍ଠାବାନ ନିଷ୍ଠାପର ନିଷ୍ଠା ଅନୈଷ୍ଠିକ ସଠିକ ଉତ୍ତର ହେଉଛି ''ନିଷ୍ଠା''। Key Pointsବାକ୍ୟର ଯେଉଁ ପଦ ଯେକୌଣସି ଜାତି, ବ୍ୟକ୍ତି, ବସ୍ତୁ, ଅବସ୍ଥା, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ।ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ବିଶେଷଣ ପଦ କୁହାଯାଏ।ବିଶେଷଣ ପଦଗୁଡିକ ବିଶେଷ୍ୟ ପଦର ଗୁଣ ଓ ଅବସ୍ଥା ଆଦି ବିଶେଷତ୍ୱ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦିଏ।ଯଥା: ଶିକ୍ଷକ ଛାତ୍ରଙ୍କୁ ଆଦର କରନ୍ତି।ଉତ୍ତମ ଶିକ୍ଷକ ଭଲ ଛାତ୍ରଙ୍କୁ ଆଦର କରନ୍ତି।ଏଠାରେ ଶିକ୍ଷକ ଓ ଛାତ୍ର ହେଉଛି ବିଶେଷ୍ୟ ପଦ ଏବଂ କହିଲା ବେଳେ ଯେ କୌଣସି ଶିକ୍ଷକ ବା ଛାତ୍ରର ସାଧାରଣ ଚିତ୍ରଟିଏ ଉଙ୍କି ମାରୁଛି।ଶିକ୍ଷକ ପୂର୍ବରୁ 'ଉତ୍ତମ' ଏବଂ ଛାତ୍ର ପୂର୍ବରୁ 'ଭଲ' ବ୍ୟବହୃତ ହୋଇ ବିଶେଷ୍ୟ ପଦ (ଶିକ୍ଷକ, ଛାତ୍ର) ସମ୍ପର୍କରେ କିଛି ଅଧିକ ସୂଚନା ଓ ନିର୍ଦ୍ଦିଷ୍ଟ ବିଶେଷତ୍ୱ ମିଳୁଛି।ସୁତରାଂ 'ଉତ୍ତମ' ଓ 'ଭଲ' ବିଶେଷ୍ୟ ପଦର ବିଶେଷ ଗୁଣ - ଧର୍ମ - ସାମର୍ଥ୍ୟ ଚମତ୍କାରିତାକୁ ଊଣା - ଅଧିକ ବା କମ - ବେଶୀ ଭାବରେ ଚିହ୍ନଟ କରିଦେଉଛି।ଗଠନାତ୍ମକ ଲକ୍ଷଣ ଓ ବ୍ୟାବହାରିକ ବିଧାନ ଦିଗରୁ ବିଶେଷ୍ୟ ୫ ପ୍ରକାରର ଯଥା - ବ୍ୟକ୍ତିବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ।ବ୍ୟକ୍ତିବାଚକ ବିଶେଷ୍ୟ - ଗଙ୍ଗା, ବ୍ରହ୍ମପୁତ୍ର; ଜାତିବାଚକ ବିଶେଷ୍ୟ - ନଦୀ, ପର୍ବତ; ବସ୍ତୁବାଚକ ବିଶେଷ୍ୟ - ଲୁହା, କାଠ; ଗୁଣବାଚକ ବିଶେଷ୍ୟ - ସାଧୁତା, ନିଷ୍ଠା; କ୍ରିୟାବାଚକ ବିଶେଷ୍ୟ - ଗମନ, ଚାଲି।ଯଥାର୍ଥତା:ଏଠାରେ ଦିଆଯାଇଥିବା ପ୍ରଶ୍ନଟି ପାଇଁ 'ନିଷ୍ଠା' 'ନୈଷ୍ଠିକ'ର ଉଦ୍ଦିଷ୍ଟ ବିଶେଷ୍ୟ ରୂପ। କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ନୈଷ୍ଠିକ' କହିଲେ 'ନିଷ୍ଠାପର ବା ଦୃଢ଼ ଭାବରେ ନିଷ୍ଠାବାନ' ବୋଲି ବୁଝାଯାଏ।ଏହାର ଯଥାର୍ଥତା ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ବୁଝିବା:-ସନ୍ଧ୍ୟାରେ ମହାକାଳେଶ୍ୱରଙ୍କ ନୈଷ୍ଠିକ ପୂଜାବିଧି ଦର୍ଶନ କରନ୍ତୁ।ସନ୍ଧ୍ୟାରେ ମହାକାଳେଶ୍ୱରଙ୍କ ପ୍ରତି ନିଷ୍ଠା ସହକାରେ ହେଉଥିବା ପୂଜାବିଧି ଦର୍ଶନ କରନ୍ତୁ।ବାକ୍ୟ ଦ୍ଵୟର ଅର୍ଥ ସମକକ୍ଷ କିନ୍ତୁ ବିଶେଷ୍ୟ - ବିଶେଷଣ ବ୍ୟବହାର୍ଯ୍ୟ ହେତୁ ପ୍ରକାଶ୍ୟ ଭିନ୍ନ ହୋଇଛି।ଏଠାରେ 'ନିଷ୍ଠା' କହିଲେ 'କୌଣସି ଭଲ କାମ ବିଶେଷତଃ ଈଶ୍ୱର, ଧର୍ମ ବା ବଡ଼ ଲୋକଙ୍କ ପ୍ରତି ଆଦର ପୂର୍ଣ୍ଣ ଏବଂ ପୂଜ୍ୟ ଭାବ'ର ନାମକୁ ସୂଚାଉଛି। ନିଷ୍ଠା = ନି = ନିଶ୍ଚୟ ରୂପେ+ ସ୍ଥା ଧାତୁ= ରହିବା+ ଭାବ - ଅ + ସ୍ତ୍ରୀ - ଆ, ନୈଷ୍ଠିକ = ନିଷ୍ଠା + ଇକ।ଏତଦ୍ଦ୍ୱାରା 'ନିଷ୍ଠା' ଯେ 'ନୈଷ୍ଠିକ'ର ଉଦ୍ଦିଷ୍ଟ ବିଶେଷ୍ୟ ରୂପ ତାହା ଉପରୋକ୍ତ ଅର୍ଥରୁ ସ୍ପଷ୍ଟ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ଉଚିତ ବ୍ୟବହାର୍ଯ୍ୟ ନିୟମ ପ୍ରତିପାଦନ କରିବାରେ ଅସମର୍ଥ ହେତୁ 'ନୈଷ୍ଠିକ'ର ଉଦ୍ଦିଷ୍ଟ ବିଶେଷ୍ୟ ରୂପ ନୁହଁନ୍ତି।Your score is LinkedIn Facebook Twitter VKontakte