General Odia I (ସାଧାରଣ ଓଡିଆ)-mini mock 1

1.ନିମ୍ନଲିଖିତ ବିକଳ୍ପ ମଧ୍ୟରୁ କେଉଁଟି ଉଚିତ ଏକପଦୀକରଣ – ପୁତ୍ରର ପୌତ୍ର :
  • ପ୍ରପୌତ୍ର
  • ପୁପୌତ୍ର
  • ପୋପୌତ୍ର
  • ଅଣପୌତ୍ର

ସଠିକ ଉତ୍ତର ହେଉଛି “ପ୍ରପୌତ୍ର”।
Key Points 

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।
  • ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ। 
  • ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।
  • ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ। 
  • ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।
  • ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ। 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ। 

ଯଥାର୍ଥତା: 

  • ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା: 
  • ଅଭିମନ୍ୟୁ ବିଚିତ୍ରାବୀର୍ଯ୍ୟଙ୍କ ପୁତ୍ରର ପୌତ୍ର ଥିଲେ।
  • ଏଠାରେ ‘ପୁତ୍ରର ପୌତ୍ର’ – ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା ସମାର୍ଥବୋଧକ ହେତୁ ‘ପ୍ରପୌତ୍ର’ରେ ପରିଣତ ହେବ। 
  • ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।
  • ଯଥା: ଅଭିମନ୍ୟୁ ବିଚିତ୍ରାବୀର୍ଯ୍ୟଙ୍କ ପ୍ରପୌତ୍ର ଥିଲେ।
  • କାରଣ ଓଡ଼ିଆ ଅଭିଧାନ ଅନୁସାରେ ‘ପ୍ରପୌତ୍ର’ ଶବ୍ଦଟିର ଅର୍ଥ ‘ପୁଅର ପୁଅର ପୁଅ ବା ପୌତ୍ରର ପୁତ୍ର ବା ପୁତ୍ରର ପୌତ୍ର (ପ୍ର + ପୌତ୍ର)’କୁ ସୂଚାଏ।
  • ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ ‘ପ୍ରପୌତ୍ର’ ହିଁ ‘ପୁତ୍ରର ପୌତ୍ର’ ପାଇଁ ଉଚିତ ଏକପଦୀକରଣ।​

Additional Information 

  • ଅନ୍ୟବିକଳ୍ପଗୁଡିକ ‘କଷ୍ଟରେ ଯାହାକୁ ଲାଭ କରାଯାଏ’ ପଦଟି ପାଇଁ ଉପଯୁକ୍ତ ସମାର୍ଥବୋଧକ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି।

2.‘ଅଛିମାକୁ ଗଢିମା’ ରୂଢ଼ିଟିର ଅର୍ଥ ନିମ୍ନରୁ ବାଛ :
  • ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା
  • ତୁଳନୀୟ ବସ୍ତୁ ସହିତ ତୁଳନା କରିବା
  • ଗୋଟାଏ ମନ୍ଦ କାର୍ଯ୍ୟଦ୍ୱାରା ସମସ୍ତ ସୁଫଳ ନଷ୍ଟ ହେବା
  • ଠିକ୍ ଠିକଣା ନଥିବା

ସଠିକ୍ ଉତ୍ତର ହେଉଛି- ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ।

Key Points

  • ପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ ।
  • ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଂଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ ।
  • ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ ।
  • ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ୟ ରୂଢି କୁହାଯାଇପାରେ ।
  • ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।

ଯଥାର୍ଥତା:

  • ଅଛିମାକୁ ଗଢିମା- ରୂଢିଟିର ଅର୍ଥ ହେଉଛି ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ।
  • ଏହା ଏକ କ୍ରିୟାଯୁକ୍ତ ରୂଢି ।
  • ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ , ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ଅକଲ ଶିଖାଇବା, ଆଖିମାରିବା ।

Additional Information

  • ରୂଢି ଅନୁଭୂତିଲବ୍ଧ ଏକ ପ୍ରତ୍ୟକ୍ଷଜ୍ଞାନ, ଯଦିଓ ଏହାର ପ୍ରକାଶଭଙ୍ଗୀ ପରୋକ୍ଷ ରୀତିକୁ ଅବଲମ୍ବନ କରିଥାଏ।
  • ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।  

3.ଦେଖୁଲା ସୁନ୍ଦରୀ ସମ୍ମୁଖେ ଅପୂର୍ବ ସୁନ୍ଦର ଯୁବକ ବର, ଅଙ୍ଗବନ୍ତ କି ସେ ଅନଙ୍ଗ ଅଥବା ନରରୂପୀ ସୁଧାକର ! ଉଦ୍ଧୃତାଂଶଟିରେ କେଉଁ ଅଳଂକାର ପ୍ରଯୁକ୍ତ ?
  • ଉତ୍ପ୍ରେକ୍ଷା
  • ଉପମା
  • ରୂପକ
  • ଶ୍ଳେଷ

ସଠିକ୍ ଉତ୍ତର ହେଉଛି- ଉପମା

Key Points

  • ଶରୀର ସୌନ୍ଦର୍ଯ୍ୟ ବିଧାନରେ ବିଭିନ୍ନ ପ୍ରକାର ଆଭୂଷଣର ଭୂମିକା ଯେପରି ଗୁରୁତ୍ବପୂର୍ଣ୍ଣ, ଭାଷାକୁ ସୁନ୍ଦର ତଥା ମନହୋର କରିବା କ୍ଷେତ୍ରରେ ଅଳଙ୍କାରର ଭୂମିକା ତତୋଧିକ ଗୁରୁତ୍ବପୂର୍ଣ୍ଣ ।
  • ବ୍ୟାକରଣ ଶାସ୍ତ୍ରରେ ଅଳଙ୍କାରର ପରିଭାଷା ସମ୍ପର୍କରେ କୁହାଯାଇଛି- ଅଳଂକରୋତି ଇତି ଅଳଙ୍କାରଃ । ଅର୍ଥାତ ଯାହା ସୁଶୋଭିତ କରେ, ତାହା ଅଳଙ୍କାର ।
  • ଅଳଙ୍କାରବାଦୀଙ୍କ ମତରେ ଅଳଙ୍କାର ଦ୍ବାରା କାବ୍ୟ ଶୋଭାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଚତ୍ମକାରସମ୍ପନ୍ନ ମଧ୍ୟ ହୋଇଥାଏ ।
  • ସୌନ୍ଦର୍ଯ୍ୟର ଅନ୍ୟନାମ ମଧ୍ୟ ଅଳଙ୍କାର ବୋଲି ବାମନ ତାଙ୍କ କାବ୍ୟାଳଙ୍କାର ସୂତ୍ରବୃତ୍ତିରେ କହଛନ୍ତି ।

ଯଥାର୍ଥତା:

  • ଦେଖିଲା ସୁନ୍ଦରୀ ସମ୍ମୁଖେ ଅପୂର୍ବ ସୁନ୍ଦର ଯୁବକ ବର, ଅଙ୍ଗବନ୍ତ କି ସେ ଅନଙ୍ଗ ଅଥବା ନରରୂପୀ ସୁଧାକର ପଦଟି ଉପମା ଅଳଙ୍କାରର ଅନ୍ତର୍ଭୁକ୍ତ ।
  • ସମାନ ଧର୍ମାକ୍ରାନ୍ତ ଭିନ୍ନ ଭିନ୍ନ ଜାତୀୟ ଦୁଇଟି ବସ୍ତୁର ସାଦୃଶ୍ୟ କଥିତ ହେଲେ ତାହା ଉପମା ଅଳଙ୍କାର ହୋଇଥାଏ ।
  • ଯେଉଁଠାରେ ଉପମେୟ, ଉପମାନ, ଉପମାବାଚକ ଶବ୍ଦ ଓ ସାଧାରଣ ଧର୍ମ ଉପସ୍ଥିତ ଥାଏ ସେଠାରେ ପୂର୍ଣ୍ଣୋପମା ହୋଇଥାଏ ।

4.’କିରଣ’ର ପର୍ଯ୍ୟାୟବାଚୀ ଶବ୍ଦଟି ଲେଖ?
  • ଅୟନ
  • ଅନଙ୍ଗ
  • ମୟୂଖ
  • ମାରୁତ

ସଠିକ ଉତ୍ତର ହେଉଛି ମୟୂଖ
Key Points     

  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
  • ଏ ପ୍ରକାର ଶବ୍ଦମାନଙ୍କୁ ‘ପ୍ରତିଶବ୍ଦ’ ବା ‘ପଯ୍ୟାର୍ୟବାଚକ ଶବ୍ଦ’ ବା ‘ସମାର୍ଥବୋଧକ ଶବ୍ଦ’ କୁହାଯାଏ।

 ଯଥାର୍ଥତା:

  • ଆମ ଭାଷାରେ ଏହି  ‘ପ୍ରତିଶବ୍ଦ’ ବା ‘ସମାର୍ଥବୋଧକ ଶବ୍ଦ’ ବା ‘ପଯ୍ୟାର୍ୟବାଚକ ଶବ୍ଦ’ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ ‘ମୟୂଖ’ କହିଲେ ‘କିରଣ; ରଶ୍ମି (ମୟ ଧାତୁ+କର୍ତ୍ତୃ – ଊଖ)’
  • ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ‘ମୟୂଖ’ ଶବ୍ଦଟି ‘କିରଣ’ ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।  
  • ‘କିରଣ’ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା : ଆଲୋକ, ଅଂଶୁ, ଦ୍ୟୁତି, ବିଭା, ଦୀପ୍ତି, ରଶ୍ମି ଇତ୍ୟାଦି।

Additional Information     

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ‘ଅୟନ’ କହିଲେ ‘ସୂର୍ଯ୍ୟ ଦକ୍ଷିଣ ବା ଉତ୍ତର ଦିଗରେ ରହିବା ସମୟ’ ହୋଇଥିବାବେଳେ ‘ଅନଙ୍ଗ’ ‘କାମଦେବ’ର ପର୍ଯ୍ୟାୟବାଚୀ ଓ ‘ମାରୁତ’ କହିଲେ ‘ଘୋଡ଼ାର ପଛଗୋଡ଼ରେ ଥିବା ଗୋଟିଏ ଭଉଁରୀ’। 

5.’ଗୁଣବାନ୍‌’ ଶବ୍ଦର ସ୍ତ୍ରୀଲିଙ୍ଗ କ’ଣ ହେବ ?
  • ଗୁଣବତୀ
  • ଗୁଣିନ୍‌
  • ଗୁଣମତୀ
  • ଗୁଣଶାଳୀ

ସଠିକ ଉତ୍ତର ହେଉଛି ଗୁଣବତୀ
Key Points 

  • ପ୍ରାକୃତିକ ଲିଙ୍ଗକୁ ଆଧାର କରି ଆମେ ପ୍ରାଣୀବାଚକ ଶବ୍ଦଗୁଡ଼ିକୁ ପୁରୁଷ ବାଚକ ଓ ନାରୀ ବାଚକ ପଦ ରୂପରେ ବାକ୍ୟରେ ବ୍ୟବହାର କରିଥାଉ ।
  • ଯେଉଁ ପଦ ପୁରୁଷଙ୍କୁ ବୁଝାଏ ବାହା ‘ପୁଂଲିଙ୍ଗ’ ପଦ ଓ ଯେଉଁ ପଦ ସ୍ତ୍ରୀଙ୍କୁ ବୁଝାଏ ତାହା ‘ସ୍ତ୍ରୀଲିଙ୍ଗ’ ପଦ।
  • ଯଥା: ବାପା ବୁଢ଼ା ହେଲେବି ଲେଖିପାରୁଛନ୍ତି । ବୋଉ ବୁଢ଼ୀ ହେଲେ ବି ପଢ଼ିପାରୁଛନ୍ତି ।
  • ବାପା, ବୁଢ଼ା – ପୁରୁଷସୂଚକ ଜାତିବାଚକ ବିଶେଷ୍ୟ ପଦ; ବୋଉ, ବୁଢ଼ୀ – ସ୍ତ୍ରୀସୂଚକ ଜାତିବାଚକ ବିଶେଷ୍ୟ ପଦ।

ଯଥାର୍ଥତା:

  • ଓଡ଼ିଆ ଅଭିଧାନ ଅନୁସାରେ ‘ଗୁଣବାନ୍‌’ ଶବ୍ଦର ଅର୍ଥ ହେଉଛି ‘ଯାହାର ବା ଯେଉଁ ପୁରୁଷର ଗୁଣ ଅଛି; ଗୁଣଶାଳୀ (ଗୁଣ+ବତ୍)’ ଏବଂ ଏହା ପୁରୁଷ ବାଚକ ପଦ। 
  • ଏହାର ସ୍ତ୍ରୀ ବାଚକ ବା ‘ସ୍ତ୍ରୀଲିଙ୍ଗ’ ପଦ ‘ଯେଉଁ ସ୍ତ୍ରୀର ଗୁଣ ଅଛି; ଗୁଣଶାଳିନୀ ତାହା’କୁ ସୂଚାଇବ।
  • ଓଡ଼ିଆ ଅଭିଧାନିକ ଅର୍ଥ ଅନୁଯାୟୀ ‘ଗୁଣବତୀ’ ଶବ୍ଦଟି ମଧ୍ୟ ‘ଯେଉଁ ସ୍ତ୍ରୀ ସୁଗୁଣ ସମ୍ପନ୍ନା; ଗୁଣଶାଳିନୀ’କୁ ବୁଝାଏ। 
  • ଅତଏବ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ‘ଗୁଣବତୀ’ ଶବ୍ଦଟି ‘ଗୁଣବାନ୍‌’ର ସ୍ତ୍ରୀଲିଙ୍ଗ। 

Additional Information 

  • ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅନ୍ୟ ବିକଳ୍ପଗୁଡିକ ‘ଗୁଣବାନ୍‌’ ଶବ୍ଦଟି ପାଇଁ ଉଦ୍ଦିଷ୍ଟ ସ୍ତ୍ରୀଲିଙ୍ଗ ନୁହେଁ। 

6.କାହାକୁ କହିବା, _____ ସିନା କର ମାରିବା । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)
  • ଆଖିରେ
  • ପିଠିରେ
  • କପାଳରେ
  • ତାଳୁରେ

ସଠିକ ଉତ୍ତର ହେଉଛି ”କପାଳରେ”। 
Key Points      

  • ବାନ୍ଧିବା ଜଣାଥିଲେ ମଥା ଯେମିତି ସୁନ୍ଦର ଦିଶେ, କହିବା ଜାଣିଥିଲେ କଥା ସେମିତି ସୁନ୍ଦର ଲାଗେ। 
  • ମନୋଭାବକୁ ଆମର ବଚନ ଦ୍ୱାରା ପ୍ରକାଶ କରାଯାଏ। 
  • ଏଥିପାଇଁ କେତୋଟି କିମ୍ବା ସ୍ଥଳ ବିଶେଷରେ ଅନେକ ଶବ୍ଦ ଆମେ ବ୍ୟବହାର କରୁ। 
  • ପୁଣି ଶବ୍ଦକୁ ଶବ୍ଦ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା କରୁ; ଏହା ଫଳରେ କହିବା ବା ଭାବ ପ୍ରକାଶ କରିବା ସହଜ ହୁଏ। 
  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ। 
  • ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। 
  • ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ। 

ଯଥାର୍ଥତା:

  • ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସତ୍ତି। ଆସତ୍ତିକୁ ମଧ୍ୟ ପଦବିନ୍ୟାସ କୁହାଯାଏ। 
  • ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ, ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ। 
  • ବାକ୍ୟର ବୁଝାପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟାଂଶ କୁହାଯାଏ। 
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକୁ ଲକ୍ଷ କଲେ ବାକ୍ୟାଂଶଗୁଡିକୁ ଉଦ୍ଦିଷ୍ଟ ଆସତ୍ତି ଅନୁସାରେ​ ବ୍ୟବହୃତ ଢଗଢମାଳି ଅନୁଯାୟୀ ସଜାଇ ଗଠନ କଲେ, ପ୍ରଦତ୍ତ ବାକ୍ୟରେ ଦିଆଯାଇଥିବା ଶୂନ୍ୟ ସ୍ଥାନ ପାଇଁ କପାଳରେ ଉଦ୍ଦିଷ୍ଟ ହେବ। 
  • କାରଣ ଏହା ଦ୍ୱାରା ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବନ୍ଧ ସୂଚାରୁରୂପେ ପ୍ରତିପାଦନ ହୋଇପାରୁଛି।  
  • ଉଦ୍ଦିଷ୍ଟ ପଦଯୋଜନା ହେତୁ ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରୁଛି, ଅର୍ଥବୋଧକତା ପାଇଁ ଏହା ଉପଯୁକ୍ତ ହେଇପାରୁଛି।  
  • ଯଥା: କାହାକୁ କହିବା, କପାଳରେ ସିନା କର ମାରିବା।   

Additional Information     

  • ଅନ୍ୟ ବିକଳ୍ପଗୁଡିକ ବାକ୍ୟ ବିଚାର ନିୟମାନୁଯାୟୀ ଉଦ୍ଦିଷ୍ଟ ଅର୍ଥବୋଧକତା ପାଇଁ ପଦଯୋଜନା କରିବାରେ ଅସମର୍ଥ ହେତୁ ଉପଯୁକ୍ତ ଉତ୍ତର ନୁହଁନ୍ତି।  

7.ଠିକ୍‌ ବାକ୍ୟଟିକୁ ଚିହ୍ନାଇ ଦିଅ ?
  • ଗୁରୁଙ୍କୁ ନ ମଣିବ କ୍ଷଣ ।
  • ଗୁରୁଙ୍କୁ ନ ମଣିବ ଜଣ ।
  • ଗୁରୁଙ୍କୁ ନ ମଣିବ ଗଣ ।
  • ଗୁରୁଙ୍କୁ ନ ମଣିବ ନର ।

ସଠିକ ଉତ୍ତର ହେଉଛି ଗୁରୁଙ୍କୁ ନ ମଣିବ ନର। 

Key Points   

  • କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।
  • ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।
  • ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ। 
  • ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ। 
  • ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ। 

ଯଥାର୍ଥତା:

  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ‘ଗୁରୁଙ୍କୁ ନ ମଣିବ ନର’ ବ୍ୟତୀତ ଅନ୍ୟ ସମସ୍ତ ବାକ୍ୟରେ ଅଶୁଦ୍ଧତା ଘଟିଛି। 
  • ଗୁରୁଙ୍କୁ ନ ମଣିବ ନର – ଏଠି ବ୍ୟବହୃତ ପଦଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ମୁଖ୍ୟତଃ କାବ୍ୟାତ୍ମକ କଥନ ଶୈଳୀଗତ, ବ୍ୟାକରଣଗତ ତଥା ବନାନଗତ ଶୁଦ୍ଧ।
  • ଅନ୍ୟ ସମସ୍ତ ବାକ୍ୟରେ ପଦଗୁଡିକରେ ଉଚିତ ବ୍ୟବହାର୍ଯ୍ୟ ନିୟମ ତଥା କାବ୍ୟାତ୍ମକ କଥନ ଶୈଳୀଗତ ଅଶୁଦ୍ଧତା ଘଟିଛି । 
  • ‘ଗୁରୁଙ୍କୁ ନ ମଣିବ ନର’ – ଏଠାରେ ବାକ୍ୟ ଶେଷରେ ‘ନର’ ଶବ୍ଦର ବ୍ୟବହାର ହେତୁ ନିତ୍ୟ ମାର୍ମିକ ତୁଳନା ଫୁଟିପାରିଛି, ତେଣୁ ‘ଗୁରୁଙ୍କୁ ନ ମଣିବ ନର’ – ପ୍ରଦତ୍ତ ବିକଳ୍ପସମୂହ ମଧ୍ୟରୁ ଠିକ୍ ବାକ୍ୟ।​

Additional Information 
 

  • ଅନ୍ୟ ବିକଳ୍ପଗୁଡିକ ନିତ୍ୟ ମାର୍ମିକ ତୁଳନା ତଥା କାବ୍ୟାତ୍ମକ କଥନ ଶୈଳୀକୁ ସାକାର କରିବାରେ ଅସମର୍ଥ ହେତୁ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ଅଶୁଦ୍ଧ।

8.ଜଳ କିପରି ଦୂଷିତ ହୁଏ- ଏହି ବାକ୍ୟରେ କେଉଁ ବିରାମ ଚିହ୍ନ ପ୍ରଯୁଜ୍ୟ ?
  • ?
  • |
  • !

ସଠିକ ଉତ୍ତର ହେଉଛି “?”।
Key Points
  

  • ମନର ଭାବନାକୁ ବାକ୍ୟରେ ପରିଣତ କରିବା ସମୟରେ ଭାବନାକୁ ସ୍ପଷ୍ଟ ରୂପେରେଖ ଦେବା  
  • ନିମିତ୍ତ ବାକ୍ୟରେ କେତେକ ଚିହ୍ନର ବ୍ୟବହାର କରାଯାଇଥାଏ। ଏଗୁଡ଼ିକୁ ବାକ୍ୟ ବିନ୍ୟାସ ଚିହ୍ନ କହନ୍ତି।  
  • ବାକ୍ୟରେ ବ୍ୟବହୃତ ଚି
  • ପୂର୍ଣ୍ଣଚ୍ଛେଦ (।) – ଏହି ଚିହ୍ନ ସଂପୂର୍ଣ୍ଣ ଅର୍ଥ ପ୍ରକାଶ କରୁଥିବା ବାକ୍ୟରେ ଦିଆଯାଏ।
  • ଯଥା:- ଚାଷୀଟି କ୍ଷେତରେ ହଳବଳଦ ଦ୍ବାରା ଚାଷ କରୁଅଛି।
  • ହ୍ନଗୁଡ଼ିକ ନିମ୍ନ ପ୍ରକାର–
  • ପୂର୍ଣ୍ଣଚ୍ଛେଦ (।)
  • କମା ବା ପ୍ରଥମଚ୍ଛେଦ (,)
  • ସେମିକଲୋନ ବା ଦ୍ବିତୀୟଚ୍ଛେଦ (;)
  • କୋଲନ୍ (:)
  • ଉଦାହରଣ ବା ଯଥା ଚିହ୍ନ (:-)
  • ପ୍ରଶ୍ନବାଚକ ଚିହ୍ନ (?)
  • ବିସ୍ମୟାଦି ସୂଚକ ଚିହ୍ନ (!)
  • ଉଦ୍ଧୃତ ଚିହ୍ନ (” “) ବା (‘ ‘)
  • ବ୍ୟବଧାନ ଚିହ୍ନ (-)
  • ବନ୍ଧନୀ ଚିହ୍ନ ‘()’/'[]’/'{}’

ଯଥାର୍ଥତା:

  • ‘?’ – ଏହା ପ୍ରଶ୍ନବାଚକ ଚିହ୍ନ ରୂପେ ବାକ୍ୟରେ ବ୍ୟବହୃତ ହୋଇଥାଏ। 
  • ପ୍ରଶ୍ନର୍ଥକ ବାକ୍ୟଶେଷରେ ଏହି ଚିହ୍ନ ବ୍ୟବହାର କରାଯାଏ।
  • ଯଥା:- ତୁମେ କିଏ?
  • ଠିକ ସେହିପରି ଏଠି ଦିଆଯାଇଥିବା ବାକ୍ୟଟି ‘ଜଳ କିପରି ଦୂଷିତ ହୁଏ’​- ଏକ ପ୍ରଶ୍ନ ଉପୁଜିଛି ଯାହା ପ୍ରଶ୍ନବାଚକ ଭାବପ୍ରକାଶ କରୁଛି।
  • ଅତଏବ ବାକ୍ୟଟି ପ୍ରଶ୍ନର୍ଥକ ଭାବପ୍ରକାଶ ହେତୁ ପ୍ରଶ୍ନବାଚକ ଚିହ୍ନ (?) ସହିତ ସମାପ୍ତ ହେବ, ଯଥା:- ଜଳ କିପରି ଦୂଷିତ ହୁଏ?​

Additional Information 

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, ଉଦାହରଣ ବା ଯଥା ଚିହ୍ନ(:-) ଉଦାହରଣ ଦେବା ସମୟରେ ବ୍ୟବହାର କରାଯାଏ।
  • ଯଥା: ବର୍ଷକ ଛଅ ଋତୁ; ଯଥା:- ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ।
  • ପୂର୍ଣ୍ଣଚ୍ଛେଦ (।) – ଏହି ଚିହ୍ନ ସଂପୂର୍ଣ୍ଣ ଅର୍ଥ ପ୍ରକାଶ କରୁଥିବା ବାକ୍ୟରେ ଦିଆଯାଏ।
  • ଯଥା:- ଚାଷୀଟି କ୍ଷେତରେ ହଳବଳଦ ଦ୍ବାରା ଚାଷ କରୁଅଛି।
  • ଆନନ୍ଦ, ବିଷାଦ, ଘୃଣା, ବିସ୍ମୟାଦି ଭାବପ୍ରକାଶକ ବାକ୍ୟରେ ବିସ୍ମୟାସୂଚକ ଚିହ୍ନ (!) ବ୍ୟବହାର କରାଯାଏ।
  • ଯଥା: ଏ ଗୋଲାପଟିର କି ମହକ!

9.ନିର୍ଦ୍ଦେଶାବଳୀ : ନିମ୍ନୋକ୍ତ ଇଂରାଜୀ ବାକ୍ୟଗୁଡିକ ଯତ୍ନ ସହକାରେ ପଢନ୍ତୁ ଏବଂ ତା’ ତଳେ ଦିଆଯାଇଥ‌ିବା ସମ୍ଭାବ୍ୟ ଓଡ଼ିଆ ଭାଷାନ୍ତର ମଧ୍ୟରୁ ସର୍ବୋତ୍କୃଷ୍ଟ ଭାଷାନ୍ତର ସୂଚିତ ବାକ୍ୟଟି ନିର୍ଣ୍ଣୟ କରନ୍ତୁ ।

This may enhance the efficiency of the Banks.

  • ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା ବଢାଇ ପାରେ।
  • ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା କମାଇ ପାରେ ।
  • ଏହା ବ୍ୟାଙ୍କ ଗୁଡିକର ପ୍ରତିଯୋଗିତା ବଢାଇ ପାରେ।
  • ଏହା ବ୍ୟାଙ୍କ ଗୁଡିକର ଲାଭ ବଢାଇ ପାରେ ।

1)ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା ବଢାଇ ପାରେ। 

Key Points

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଥାଏ ।
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ୱ ପ୍ରକାଶିତ ହୋଇଥାଏ ।
  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷ ।
  • ଅନୁ=ପୁନର୍ବାର+ବଦ ଧାତୁ=କହିବା+ଭାବ. ଅ; କଥିତ ଭାଷାର ପୁନଃ କଥନ) ।
  • ଭାଷାନ୍ତରୀକରଣ; ଏକ ଭାଷାରେ ଲିଖିତ ବା କଥିତ ବିଷୟକୁ ଅନ୍ୟ ଭାଷାରେ ପ୍ରକାଶ କରିବା ।
  • ସବୁ ଛାତ୍ର ଛାତ୍ରୀ ମାନେ ବିଶ୍ୱସ୍ତରରେ ନିଜର ଭାବନା ଓ ଦକ୍ଷତା ପ୍ରକାଶ କରିବାକୁ ଇଂରାଜୀ ଶିଖିବା ନିହାତି ଆବଶ୍ୟକ​ ।
  • ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା ବଢାଇ ପାରେ ।
  • This may enhance = ଦକ୍ଷତା ବଢାଇ ପାରେ , the efficiency of the Banks = ବ୍ୟାଙ୍କ ଗୁଡିକର କାର୍ଯ୍ୟ ।
  • ତେଣୁ ଅନୁବାଦ 1) ଏହା ବ୍ୟାଙ୍କ ଗୁଡିକର କାର୍ଯ୍ୟ ଦକ୍ଷତା ବଢାଇ ପାରେ ।

Additional Information 

  • ଭାବାନୁବାଦ – ଯେଉଁ ଅନୁବାଦରେ ଭାବର ମହତ୍ୱ ସୁରକ୍ଷିତ ରହେ ।
  • ମର୍ମାନୁବାଦ – ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ଦିଆଯାଏ ।
  • ଆକ୍ଷରିକ ଅନୁବାଦ – ଯେଉଁ ଅନୁବାଦରେ ମୂଳ ରଚନାର ପ୍ରତିପଦର ଅର୍ଥକୁ ଗୁରୁତ୍ୱ ଦିଆଯାଏ

10.”କାଲିର କାମ ଯଦି ଆଜି କରୁଚ ତେବେ, ଆଜିର କାମ ଏବେ କର।” ଏହି ବାକ୍ୟଟି ଏକ _______ ଅଟେ। 
  • ସରଳ
  • ଜଟିଳ
  • ଯୌଗିକ
  • ମିଶ୍ର

ସଠିକ ଉତ୍ତର ହେଉଛି “ଜଟିଳ”।Key Points  

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।
  • ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।
  • ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।
  • ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ବୟରେ ଜଟିଳ ବାକ୍ୟ ଗଠିତ ହୁଏ।
  • ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।
  • ସେତେବେଳେ ରତନ ଘରେ ନ ଥିଲା – ପ୍ରଧାନ ବାକ୍ୟ: ଅଜା ଯେତେବେଳେ ଘରେ ପହଞ୍ଚିଲେ – ଅପ୍ରଧାନ ବାକ୍ୟ।

ଯଥାର୍ଥତା:

  • ଦିଆଯାଇଥିବା ବାକ୍ୟଟି ‘କାଲିର କାମ ଯଦି ଆଜି କରୁଚ ତେବେ, ଆଜିର କାମ ଏବେ କର’ – ଏକ ଜଟିଳ ବାକ୍ୟ। 
  • କାରଣ ଏଠାରେ ପରସ୍ପର ନିର୍ଭରଶୀଳ ଦୁଇଟି ସାପେକ୍ଷ ଖଣ୍ଡ ବାକ୍ୟର ସମ୍ମିଶ୍ରଣ ଘଟିଛି। 
  • ଯଥା: ୧) କାଲିର କାମ ଯଦି ଆଜି କରୁଚ ତେବେ (ଅପ୍ରାଧନ), ୨) ଆଜିର କାମ ଏବେ କର (ପ୍ରଧାନ)।
  • ଏବେ ଏହି ଦୁଇ ସାପେକ୍ଷ ଖଣ୍ଡ ବାକ୍ୟ ‘ପ୍ରଧାନ – ଅପ୍ରାଧନ’ ରୂପେ ସମନ୍ୱୟରେ ପୂର୍ଣ୍ଣବାକ୍ୟ ହୋଇଛି।
  • ଅତଏବ ଏଦିଗରେ ”କାଲିର କାମ ଯଦି ଆଜି କରୁଚ ତେବେ, ଆଜିର କାମ ଏବେ କର ।” ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ। 

Additional Information 

  • ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।
  • ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। – ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ – ସମାପିକା କ୍ରିୟା।
  • ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ।
  • ଯଥା: ମନୋଜ ଶ୍ରେଣୀରେ ବସିଲା, ମାତ୍ର ପଢ଼ି ପାରିଲା ନାହିଁ।
  • ଉଦାହୃତ ବାକ୍ୟଟିରେ ‘ମାତ୍ର’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।
  • ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।
  • ଯେ କୌଣସି ପ୍ରକାର ବାକ୍ୟର ସମନ୍ବିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।
  • ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।
  • ଉଲ୍ଲିଖତ ବାକ୍ୟଟିରେ ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ – ଯୌଗିକ ଅସମ୍ପୂର୍ଣ୍ଣ ବାକ୍ୟ।
  • ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ – ସରଳ ବାକ୍ୟ।
  • ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ – ସରଳ ବାକ୍ୟ।

11.ନିମ୍ନଲିଖିତ କେଉଁ ବାକ୍ୟଟି ଏକ ଜଟିଳ ବାକ୍ୟ ଅଟେ ।
  • ବାପା କେବେ ଆଶା କରି ନ ଥିଲେ ଯେ, ସନାତନ ଶ୍ରେଣୀରେ ପ୍ରଥମ ହେବ। 
  • ରମେଶ ଦ୍ୱାରା ଏ କାମ କେବେ ବି ହେବ ନାହିଁ। 
  • ରୂପା ପହଞ୍ଚିଲା, ସୁଷମା ଆସିଲା ଓ ଉଭୟେ ମିଶି ପାଠ ପଢିଲେ।
  • ଅରୁଣ କାଲି ଗଛରେ ଚଢି ଆମ୍ବ ତୋଳିଥିଲା।

ସଠିକ ଉତ୍ତର ହେଉଛି “ବାପା କେବେ ଆଶା କରି ନ ଥିଲେ ଯେ, ସନାତନ ଶ୍ରେଣୀରେ ପ୍ରଥମ ହେବ।”।Key Points 

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • ବାକ୍ୟ ହେଉଛି ଉପଯୁକ୍ତ ଅର୍ଥବୋଧକ ପଦସଂହତିର ଉପଯୁକ୍ତ ସମାହାର। ଗଠିତ ବାକ୍ୟର ରୂପ ପଦ ସଂହତି ଦୃଷ୍ଟିରୁ ନିର୍ଦ୍ଧାରିତ ହୁଏ।
  • ଗଠନ କଳା ଓ ପ୍ରକାର୍ଯ୍ୟ– ଉଭୟ ଦୃଷ୍ଟିରୁ ବାକ୍ୟ ଦୁଇ ପ୍ରକାର। ଉଭୟକୁ ମୁଖ୍ୟତଃ ବାକ୍ୟରୂପ କୁହାଯାଏ।
  • ଗଠନାତ୍ମକ ରୂପ ଅନୁଯାୟୀ ଏହା ଚାରି ଭେଦରେ ବିଦିତ: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ, ମିଶ୍ର ବାକ୍ୟ।
  • ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ।
  • ଯଥା: ଗୋବର୍ଦ୍ଧନ ଦରିଦ୍ରମାନଙ୍କର ସେବାକରନ୍ତି। – ଉଲ୍ଲିଖତ ବାକ୍ୟଟିରେ ‘ସେବାକରନ୍ତି’ – ସମାପିକା କ୍ରିୟା।
  • ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାର ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ। 
  • ଯଥା: ସାନମାମୁଁ ଆସିଲେ ଓ ମିତୁ ଖୁସି ହେଲା।
  • ଉଦାହୃତ ବାକ୍ୟଟିରେ ‘ଓ’ ଅବ୍ୟୟ ପଦ ଦ୍ୱାରା ବାକ୍ୟର ପ୍ରଥମ ଅଂଶ ଓ ଦ୍ବିତୀୟ ଅଂଶ ମିଶି ପୂର୍ଣ୍ଣବାକ୍ୟ ହୋଇଛି।
  • ତେଣୁ ଏହାକୁ ସଂଯୋଜକ ଅବ୍ୟୟ କୁହାଯିବ। ଏଇ ଧରଣର ଅବ୍ୟୟପଦ ଯୌଗିକ ବାକ୍ୟ ଗଠନରେ ସହାୟତା କରିଥାନ୍ତି।
  • ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୁଏ।
  • ଯଥା: ଅଜା ଯେତେବେଳେ ଘରେ ପହଞ୍ଚିଲେ, ସେତେବେଳେ ଘରେ ରତନ ନ ଥିଲା।
  • ଯେ କୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ରବାକ୍ୟ କୁହାଯାଏ।
  • ଯଥା: ଗୀତ, ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ ଓ ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ।

ଯଥାର୍ଥତା:​

  • ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ”ବାପା କେବେ ଆଶା କରି ନ ଥିଲେ ଯେ, ସନାତନ ଶ୍ରେଣୀରେ ପ୍ରଥମ ହେବ ।” ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ। 
  • କାରଣ ଏଠାରେ ପରସ୍ପର ନିର୍ଭରଶୀଳ ଦୁଇଟି ସାପେକ୍ଷ ଖଣ୍ଡ ବାକ୍ୟର ସମ୍ମିଶ୍ରଣ ଘଟିଛି। 
  • ଯଥା: ୧) ବାପା କେବେ ଆଶା କରି ନ ଥିଲେ ଯେ (ଅପ୍ରାଧନ), ୨) ସନାତନ ଶ୍ରେଣୀରେ ପ୍ରଥମ ହେବ (ପ୍ରଧାନ)।
  • ଏବେ ଏହି ଦୁଇ ସାପେକ୍ଷ ଖଣ୍ଡ ବାକ୍ୟ ‘ପ୍ରଧାନ – ଅପ୍ରାଧନ’ ରୂପେ ସମନ୍ୱୟରେ ପୂର୍ଣ୍ଣବାକ୍ୟ ହୋଇଛି।
  • ଅତଏବ ଏଦିଗରେ ”ବାପା କେବେ ଆଶା କରି ନ ଥିଲେ ଯେ, ସନାତନ ଶ୍ରେଣୀରେ ପ୍ରଥମ ହେବ ।” ଏକ ଉଦ୍ଦିଷ୍ଟ ଜଟିଳ ବାକ୍ୟ – ଏହା ସ୍ପଷ୍ଟ ହେଉଛି। 

Additional Information 

  • ଅନ୍ୟ ବିକଳ୍ପଗୁଡିକ; ରମେଶ ଦ୍ୱାରା ଏ କାମ କେବେ ବି ହେବ ନାହିଁ । – ସରଳ ବାକ୍ୟ। 
    ରୂପା ପହଞ୍ଚିଲା, ସୁଷମା ଆସିଲା ଓ ଉଭୟେ ମିଶି ପାଠ ପଢିଲେ। – ଯୌଗିକ ବାକ୍ୟ। 
    ଅରୁଣ କାଲି ଗଛରେ ଚଢି ଆମ୍ବ ତୋଳିଥିଲା। – ସରଳ ବାକ୍ୟ।

12.’ମଧୁପ’ ଶବ୍ଦଟି କେଉଁ ସମାସର ଉଦାହରଣ?
  • ଦ୍ଵିତୀୟା ତତ୍ ପୁରୁଷ 
  • ଉପପଦ ତତ୍ ପୁରୁଷ
  • ଅଲୁକ୍ 
  • ତୃତୀୟା ତତ୍ ପୁରୁଷ

ସଠିକ୍ ଉତ୍ତର ହେଉଛି- ଉପପଦ ତତପୁରୁଷ

Key Points

  • ଉପପଦ ସହିତ ଧାତୁ ନିଷ୍ପନ୍ନ ପଦର ତତପୁରୁଷ ସମାସ ହେଲେ ତାହାକୁ ଉପପଦ ତତପୁରୁଷ କହନ୍ତି ।
  • ନୂତନ ଶବ୍ଦ ଗଠନ ପାଇଁ ଧାତୁର ପୂର୍ବରେ ଉପସର୍ଗ ବ୍ୟତୀତ କେତେକ ବିଶେଷ୍ୟ ପଦ ବ୍ୟବହୃତ ହୋଇଥାନ୍ତି । ସେଗୁଡିକୁ ଉପପଦ କହନ୍ତି ।
  • ଏହି ସମାସରେ ଉପପଦକୁ ବାଦ୍ ଦେଲେ ଧାତୁନିଷ୍ପନ୍ନ କୃଦନ୍ତ ପଦର ପ୍ରାୟ ସ୍ବତନ୍ତ୍ର ବ୍ୟବହାର ହୁଏନାହିଁ ।

ଯଥାର୍ଥତା:

  • ମଧୁପାନ କରେ ଯେ = ମଧୁପ, ଏଠାରେ ମଧୁ ଉପପଦ ଓ ଅପ ଧାତୁ ନିଷ୍ପନ୍ନ ପଦ ଅଟେ ।
  • ତେଣୁ ମଧୁପ ଶବ୍ଦଟି ଉପପଦ ତତପୁରୁଷ ଅନ୍ତର୍ଭୁକ୍ତ ଅଟେ ।
  • ନୂତନ ଶବ୍ଦ ଗଠନ ପାଇଁ ଧାତୁର ପୂର୍ବରେ ଉପସର୍ଗ ଓ ଧାତୁର ପରେ କୃତ ପ୍ରତ୍ୟୟ ଲାଗିଥାଏ ।

Important Points

  • ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ହେଉଛି ସମାସ ।
  • ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପଦର ମିଳନରେ ଯେଉଁ ଏକ ପଦ ଗଠିତ ହୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ ।
  • ଉପପଦ ତତପୁରୁଷ, ତତପୁରୁଷ ସମାସର ଏକ ଅଂଶ ।
  • ଯେଉଁ ସମାସରେ ପ୍ରଥମା ଭିନ୍ନ (ଦ୍ବିତୀୟଠାରୁ ସପ୍ତମୀ ପର୍ଯ୍ୟନ୍ତ) ବିଭକ୍ତ୍ୟନ୍ତପଦ ସହିତ ଅନ୍ୟପର ସମାସ ପୁଏ ଏବଂ ପରପଦବା ଉତ୍ତରପଦର ଅର୍ଥ ପ୍ରଧାନ୍ୟ ରହେ ତାହାକୁ ତତପୁରୁଷ ସମାସ କହନ୍ତି । 

13.ମନୁଷ୍ୟ ମମତାର ଦାସ । ରେଖାଙ୍କିତ ପଦଟି କେଉଁ ଧରଣର ବିଶେଷ୍ୟ?
  • ନାମବାଚକ ବିଶେଷ୍ୟ
  • କ୍ରିୟାବାଚକ ବିଶେଷ୍ୟ
  • ଗୁଣବାଚକ ବିଶେଷ୍ୟ
  • ଜାତିବାଚକ ବିଶେଷ୍ୟ

3) ଗୁଣବାଚକ ବିଶେଷ୍ୟ ସଠିକ୍‍ ଉତ୍ତର

ଯଥାର୍ଥତା :

  • ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏ
  • ଏକ ବାକ୍ୟରେ ବିଶେଷ୍ୟ , ବିଶେଷଣ , କର୍ତ୍ତା , କ୍ରିୟା ଇତ୍ୟାଦି ପଦ ରହିଥାଏ
  • ଯେଉଁ ପଦ କୌଣସି ପ୍ରକାରର ସଜ୍ଞା କୁ ବୁଝାଏ ବା ନାମକୁ ବୁଝାଏ , ତାହାକୁ ବିଶେଷ୍ୟ ପଦ କୁହାଯାଏ
  • ମନୁଷ୍ୟ ମମତାର ଦାସ – ଏଠାରେ ମମତା ଏକ ଗୁଣକୁ ବୁଝାଉଛି 
  • ତେଣୁ  ରେଖାଙ୍କିତ ପଦଟି 3) ଗୁଣବାଚକ ବିଶେଷ୍ୟ

Additional Information 

  • ଆମ ଭାଷାରେ ବ୍ୟବହୃତ ବିଶେଷ୍ୟ ପଦକୁ 5 ଭାଗରେ ବିଭକ୍ତ କରାଯାଏ 
  • ନାମବାଚକ , ଜାତିବାଚକ , ବସ୍ତୁବାଚକ , ଗୁଣବାଚକ ଓ କ୍ରିୟାବାଚକ
  • ଅର୍ଥଗତ ଦୃଷ୍ଟିରୁ ବିଶେଷଣକୁ 6 ଭାଗରେ ବିଭକ୍ତ କରାଯାଏ
  • ଗୁଣବାଚକ , ପୂରଣବାଚକ , ଅବସ୍ଥାବାଚକ , ପରିମାଣବାଚକ , ସଂଖ୍ୟାବାଚକ ଓ ତୁଳନାତ୍ମକ
  • (୧) ନାମବାଚକ ବିଶେଷ୍ୟ – ଯେଉଁ ବିଶେଷ୍ୟ ପଦ କୌଣସି ନାମ  କୁ ବୁଝାଏ ତାକୁ ନାମବାଚକ ବିଶେଷ୍ୟ କୁହାଯାଏ
    (୨) କ୍ରିୟାବାଚକ ବିଶେଷ୍ୟ – ଯେଉଁ ବିଶେଷ୍ୟ ପଦ କୌଣସି କ୍ରିୟା  କୁ ବୁଝାଏ ତାକୁ  କ୍ରିୟାବାଚକ ବିଶେଷ୍ୟ କୁହାଯାଏ
    (୩) ଗୁଣ ବା ଅବସ୍ଥାବାଚକ ବିଶେଷ୍ୟ – ଯେଉଁ ବିଶେଷ୍ୟ ପଦ କୌଣସି ଗୁଣ ବା ଅବସ୍ଥା କୁ ବୁଝାଏ ତାକୁ ଗୁଣ ବା ଅବସ୍ଥାବାଚକ ବିଶେଷ୍ୟ କୁହାଯାଏ
    (୪) ଜାତିବାଚକ ବିଶେଷ୍ୟ – ଯେଉଁ ବିଶେଷ୍ୟ ପଦ କୌଣସି ଜାତି କୁ ବୁଝାଏ ତାକୁ ଜାତିବାଚକ ବିଶେଷ୍ୟ କୁହାଯାଏ

14.ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟ ପଦରେ ପରିଣତ କରି ଠିକ୍ ଉତ୍ତର ବାଛ :

କୁଳ

  • କୁଳୀନ
  • ​କୌଳିକ 
  • ଉପକୂଳ 
  • ​ପ୍ରତିକୂଳ

ସଠିକ ଉତ୍ତର ହେଉଛି ”​କୌଳିକ”
Key Points   

  • ବାକ୍ୟର ଯେଉଁ ପଦ ଯେକୌଣସି ଜାତି, ବ୍ୟକ୍ତି, ବସ୍ତୁ, ଅବସ୍ଥା, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ।
  • ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ବିଶେଷଣ ପଦ କୁହାଯାଏ।  
  • ବିଶେଷଣ ପଦଗୁଡିକ ବିଶେଷ୍ୟ ପଦର ଗୁଣ ଓ ଅବସ୍ଥା ଆଦି ବିଶେଷତ୍ୱ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦିଏ। 
  • ଯଥା: ଶିକ୍ଷକ ଛାତ୍ରଙ୍କୁ ଆଦର କରନ୍ତି।
  • ଉତ୍ତମ ଶିକ୍ଷକ ଭଲ ଛାତ୍ରଙ୍କୁ ଆଦର କରନ୍ତି।   
  • ଏଠାରେ ଶିକ୍ଷକ ଓ ଛାତ୍ର ହେଉଛି ବିଶେଷ୍ୟ ପଦ ଏବଂ କହିଲା ବେଳେ ଯେ କୌଣସି ଶିକ୍ଷକ ବା ଛାତ୍ରର ସାଧାରଣ ଚିତ୍ରଟିଏ ଉଙ୍କି ମାରୁଛି।
  • ଶିକ୍ଷକ ପୂର୍ବରୁ ‘ଉତ୍ତମ’ ଏବଂ ଛାତ୍ର ପୂର୍ବରୁ ‘ଭଲ’ ବ୍ୟବହୃତ ହୋଇ ବିଶେଷ୍ୟ ପଦ (ଶିକ୍ଷକ, ଛାତ୍ର) ସମ୍ପର୍କରେ କିଛି ଅଧିକ ସୂଚନା ଓ ନିର୍ଦ୍ଦିଷ୍ଟ ବିଶେଷତ୍ୱ ମିଳୁଛି।     
  • ସୁତରାଂ ‘ଉତ୍ତମ’ ଓ ‘ଭଲ’ ବିଶେଷ୍ୟ ପଦର ବିଶେଷ ଗୁଣ – ଧର୍ମ – ସାମର୍ଥ୍ୟ ଚମତ୍କାରିତାକୁ ଊଣା – ଅଧିକ ବା କମ – ବେଶୀ ଭାବରେ ଚିହ୍ନଟ କରିଦେଉଛି।     
  • ଗଠନାତ୍ମକ ଲକ୍ଷଣ ଓ ବ୍ୟାବହାରିକ ବିଧାନ ଦିଗରୁ ବିଶେଷଣ ୩ ପ୍ରକାରର ଯଥା – (୧) ବିଶେଷ୍ୟର ବିଶେଷଣ, ଯଥା – ମିଷ୍ଟ ଫଳ, (୨) ବିଶେଷଣର ବିଶେଷଣ, ଯଥା – ପରମ ଧାର୍ମିକ, (୩) କ୍ରିୟାର ବିଶେଷଣ, ଯଥା – ଶୀଘ୍ର ଯାଉଅଛି।

ଯଥାର୍ଥତା:

  • ଏଠାରେ ଦିଆଯାଇଥିବା ପ୍ରଶ୍ନଟି ପାଇଁ ‘​କୌଳିକ’ ‘କୁଳ’ର ଉଦ୍ଦିଷ୍ଟ ବିଶେଷଣ ରୂପ। 
  • ଏହାର ଯଥାର୍ଥତା ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ବୁଝିବା:-
  • ପୂର୍ବ ଉତ୍ତର ପ୍ରଦେଶରେ କହାର ଜାତି ଆଜି ବି ନିଜ କୌଳିକ ବୃତ୍ତି କରୁଛନ୍ତି। 
  • ଏଠାରେ ‘କୌଳିକ’ କହିଲେ ‘କୁଳ ସମ୍ୱନ୍ଧୀୟ ବା କୁଳପରମ୍ପରାଗତ ବା ବଂଶାନୁଗତ’କୁ ସୂଚାଉଛି। 
  • ‘କୌଳିକ’ ଶବ୍ଦଟି (କୁଳ + ସମ୍ବନ୍ଧାର୍ଥେ – ଇକ) ଦ୍ୱାରା କୁଳପରମ୍ପରାଗତ ହେବାର ବିଶେଷତ୍ୱ ପ୍ରକାଶିତ ହେଉଛି ଏବଂ ଏହା ଯେ ‘କୁଳ’ର ଉଦ୍ଦିଷ୍ଟ ବିଶେଷଣ ରୂପ ତାହା ଉପରୋକ୍ତ ଅର୍ଥରୁ ସ୍ପଷ୍ଟ।  
  • ସୁତରାଂ ଉପରୋକ୍ତ ଉଦାହରଣରୁ ଏହା ସ୍ପଷ୍ଟ ହେଉଛି ଯେ ‘କୌଳିକ’ ‘କୁଳ’ର ଉଦ୍ଦିଷ୍ଟ ବିଶେଷଣ ରୂପ।  

Additional Information  

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ବିଶେଷତ୍ୱ ପ୍ରଦାନ କରିବାରେ ଅସମର୍ଥ ହେତୁ ‘କୁଳ’ର ଉଦ୍ଦିଷ୍ଟ ବିଶେଷଣ ରୂପ ନୁହଁନ୍ତି।​  

15.ତୁମେ ଗ୍ରାମକୁ ଯାଇ ମୋର ପିତାଙ୍କୁ ______ ଦେବ । (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)
  • ନିଃଶ୍ୱାସ
  • ଜମି
  • ପ୍ରଣାମ
  • ପତ୍ର

The correct answer is Hydrogen.

The metal reacts with acids to form salt and hydrogen gas.

Metals that are above in the reactivity series react with acid.

ସଠିକ୍ ଉତ୍ତର ହେଉଛି- ପତ୍ର

Key Points

  • ଶୂନ୍ୟସ୍ଥାନ ପୂରଣର ଅର୍ଥ ହେଉଛି ଖାଲିସ୍ଥାନ ପୂରଣ କରିବା ପାଇଁ ଯଥାର୍ଥ ଶବ୍ଦର ପ୍ରୟୋଗ କରିବା ।
  • ଶବ୍ଦମାନଙ୍କ ସମାହାରରେ ସୃଷ୍ଟି ହେଉଥିବା ଅର୍ଥବୋଧକ ପଦମାନଙ୍କୁ ବାକ୍ୟ କୁହାଯାଏ ।
  • ଖାଲିସ୍ଥାନ ପୂରଣ କରିବା ପାଇଁ ଯଥାର୍ଥ ଶବ୍ଦ ପ୍ରୟୋଗ କରିବା ଦ୍ବାରା ବାକ୍ୟଟି ଏକ ନିର୍ଦ୍ଦିଷ୍ଟ ଭାବ ପ୍ରକାଶ କରେ ।
  • ଉପଯୁକ୍ତ ଅର୍ଥପୂର୍ଣ୍ଣ ପଦର ବ୍ୟବହାର ଦ୍ବାରା ବାକ୍ୟ ଏକ ପୂର୍ଣ୍ଣାଙ୍ଗ ଭାବ ପ୍ରକାଶ କରିଥାଏ ।

ଯଥାର୍ଥତା:

  • ଉପରୋକ୍ତ ବାକ୍ୟରେ ପତ୍ର ହେଉଛି ସଠିକ୍ ଉତ୍ତର ।
  • ବାକ୍ୟଟି ପତ୍ରକୁ ଇଙ୍ଗିତ କରୁଛି କାରଣ ପତ୍ରର ଅର୍ଥ ହେଉଛି ଚିଠି ।
  • ତୁମେ ଗ୍ରାମକୁ ଯାଇ ମୋର ପିତାଙ୍କୁ ପତ୍ର ବା ଚିଠି ଦେବ ।

16.ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ । ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି । ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି । ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ । ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।
ଏମାନଙ୍କୁ ଟେକାଟେକି କରି କେଉଁଠି ବସେଇ ଦିଆଯାଇଛି ?
  • ଗଛ ଡାଳରେ
  • ସଭ୍ୟତାର ଶୀର୍ଷକରେ
  • ସମୁଦ୍ର ତଟଦେଶରେ
  • ରାଜଗାଦିରେ

  • ସଠିକ ଉତ୍ତର ହେଉଛି “ଗଛ ଡାଳରେ”
     Key Points
    • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି।
    ଯଥାର୍ଥତା:
    • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ଏମାନଙ୍କୁ ଟେକାଟେକି କରି ଗଛ ଡାଳରେ ବସେଇ ଦିଆଯାଇଛି। 
    • ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । 
    • ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ ।
    • ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ ।

17.ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ । ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି । ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି । ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ । ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।
ଧନୁଶର ଯୁଗରୁ ଏକାଥରକେ ଆଣବିକ ଯୁଗରେ ପହଞ୍ଚିଯିବା ପାଇଁ କାହାର ଇଚ୍ଛା ?
  • ଆଫ୍ରିକୀୟମାନଙ୍କର
  • ଏସୀୟବାସୀଙ୍କର
  • ଭାରତୀୟମାନଙ୍କର
  • ଇଂରେଜୀମାନଙ୍କର

ସଠିକ ଉତ୍ତର ହେଉଛି “ଆଫ୍ରିକୀୟମାନଙ୍କର”
 Key Points

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । 
  • ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । 

ଯଥାର୍ଥତା:

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ଧନୁଶର ଯୁଗରୁ ଏକାଥରକେ ଆଣବିକ ଯୁଗରେ ପହଞ୍ଚିଯିବା ପାଇଁ ଆଫ୍ରିକୀୟମାନଙ୍କର ଇଚ୍ଛା। 
  • ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । 
  • ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ ।
  • ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । 
  • ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି ।

18.ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ । ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି । ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି । ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ । ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।
ଏହି ମଣିଷମାନେ ଗଛର କେଉଁ ବାଟଦେଇ ଉପରକୁ ଚଢିବାକୁ ଚେଷ୍ଚିତ ନୁହନ୍ତି ?
  • ଗଛର ଓହଳ ଦେଇ
  • ଗଛରେ ଦଉଡ଼ି ବାନ୍ଧି
  • ଗଛ ଗଣ୍ଡିରେ ପାଦଦେଇ
  • ଗଛର କାଣ୍ତରେ ପାଦଦେଇ

ସଠିକ ଉତ୍ତର ହେଉଛି “ଗଛ ଗଣ୍ଡିରେ ପାଦଦେଇ”
 Key Points

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି ।  

ଯଥାର୍ଥତା:

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ଏହି ମଣିଷମାନେ ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଚେଷ୍ଟିତ ନୁହନ୍ତି ।
  • ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । 
  • ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ ।
  • ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । 
  • ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି ।

19.ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ । ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି । ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି । ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ । ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।
ଯେଉଁ ଡାଳରେ ଏମାନେ ବସିଛନ୍ତି, ସେଠାରେ କ’ଣ ନାହିଁ ବୋଲି ଲେଖକ ମନେ କରନ୍ତି ?
  • ଫୁଲ
  • ପତ୍ର 
  • ଫଳ
  • ଚେର

ସଠିକ ଉତ୍ତର ହେଉଛି “ଚେର”
 Key Points

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।

ଯଥାର୍ଥତା:

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ଯେଉଁ ଡାଳରେ ଏମାନେ ବସିଛନ୍ତି, ସେଠାରେ ଚେର ନାହିଁ ବୋଲି ଲେଖକ ମନେ କରନ୍ତି ।  
  • ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । 
  • ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ ।
  • ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି ।
  • ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।

20.ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ । ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । ଗଛର ଗଣ୍ଡିରେ ପାଦ ଦେଇ ଗଛ ଉପରକୁ ଚଢିବାକୁ ଏମାନେ ଚେଷ୍ଟିତ ନୁହନ୍ତି । ଯନ୍ତ୍ରର ବ୍ୟବହାର ଯଦି ଆଧୁନିକ ପ୍ରଗତିର ଏକ ପରିମାପକ; ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି । ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ । ମନେହୁଏ ସତେ ଯେମିତି ଏମାନେ ଯେଉଁ ଗଛ ଡାଳରେ ବସିଛନ୍ତି, ସେ ଗଛର ଚେର ହିଁ ଆଦୌ ନାହିଁ ।
​ଆଫ୍ରିକାରେ କାହାର ମୂଳଦୁଆ ବୋଲି କିଛି ନାହିଁ ?
  • ସଭ୍ୟତା
  • ଆଭିଜାତ୍ୟ
  • ଧର୍ମ
  • ସଂସ୍କୃତି

ସଠିକ ଉତ୍ତର ହେଉଛି “ସଭ୍ୟତା”
 Key Points

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ ।

ଯଥାର୍ଥତା:

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ​ଆଫ୍ରିକାରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ।  
  • ମନେହୁଏ ଆଫ୍ରିକା ମହାଦେଶରେ ସଭ୍ୟତାର ମୂଳଦୁଆ ବୋଲି କିଛି ନାହିଁ ଏବଂ ସଭ୍ୟତାର ଶିଖର ଉପରକୁ ଉଠିବାକୁ କୌଣସି ସୋପାନ ମଧ୍ୟ ନାହିଁ । 
  • ଅନ୍ୟମାନଙ୍କୁ ତାଙ୍କ ବସ୍ତୁବାଦୀ ପ୍ରଗତିର ଶିଖରଦେଶରେ ବସିଥବା ଦେଖି ଏମାନେ ଚାହିଁଛନ୍ତି ଯେ ଏମାନେ ବି ଏକାଥରେ ତଳୁ ଡିଆଁ ମାରି ସେହିପରି ପ୍ରଗତିର ଶିଖରଦେଶରେ ବସିଯିବେ; ଧନୁଶର ଯୁଗରୁ ଯାଇ ଏକାଥରେ ପହଞ୍ଚିଯିବେ ଆଣବିକ ଯୁଗରେ । 
  • ଏମାନଙ୍କ ପ୍ରଗତି ଦେଖି ମନେହୁଏ ସତେ ଯେମିତି କେହି ଏମାନଙ୍କୁ ଗୋଟାପଣେ ଟେକାଟେକି କରି ଗଛ ଡାଳରେ ବସାଇ ଦେଇଛି। 
  • ତେଣୁ ଏମାନଙ୍କର ଯାହାସବୁ ପ୍ରଗତି ଦେଖିବାକୁ ମିଳେ, ସେସବୁ କେମିତି ଅସ୍ଵାଭାବିକ, ଅପ୍ରାକୃତିକ ଏବଂ ଖାପଛଡ଼ା ପରି ଲାଗେ ।

Leave a Comment