| Odia Grammar Mini Mock -04 | OSSSC Prelims | March 5, 2024March 4, 2024 by admin/20 7 | Odia Grammar Mini Mock -04 | OSSSC Prelims | 1 / 20‘‘ଚିରଦିନ ଦୁଃଖ - ପ୍ରହାରେ ଜର୍ଜର, ପଟ୍ଟଶିଷ୍ୟ ମୁହଁ ଦୁଃଖ - ଗୁରୁଙ୍କର’’ - ଏହା କେଉଁ ଛନ୍ଦରେ ରଚିତ ? ବଙ୍ଗଳାଶ୍ରୀ ଚୋଖି ନଟବାଣୀ ଗୁଜ୍ଜରୀ ସଠିକ ଉତ୍ତର ହେଉଛି 'ନଟବାଣୀ'। Key Pointsପଦ୍ୟ ବା କବିତା ରଚନାରେ ଏକ ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏ । ଏହା କବିତାକୁ ଗତିଶୀଳ କରାଇଥାଏ ।ତେଣୁ ଏହାକୁ ପଦ୍ୟରଚନାର ବୈଶିଷ୍ଟ୍ୟ ଭାବରେ ବିଚାର କରାଯାଏ ।ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ପ୍ରାଚୀନ ପଦ୍ୟ ବା କବିତାକୁ ଛାନ୍ଦ ମଧ୍ୟ କହନ୍ତି ।ପଦ → ଯେ କୌଣସି କବିତା କେତେଗୁଡ଼ିଏ ପଦରେ ବିଭକ୍ତ ।ପାଦ → ପଦର ପ୍ରତ୍ୟେକ ପଂକ୍ତିକୁ ପାଦ କହନ୍ତି । ପ୍ରତିପଦରେ ଦୁଇ ବା ତତୋଧିକ ପାଦଥାଏ।ଯତି → ଛନ୍ଦର ନିୟମ ଅନୁସାରେ ରଚିତ ହୋଇଥିବା ପଦ୍ୟକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ । ଏହି ବିଶ୍ରାମ ବା ଶ୍ଵାସଘାତକୁ ଯତି ବା ଯତିପାତ କହନ୍ତି ।ବିଭିନ୍ନ ଛନ୍ଦ ଅନୁସାରେ ପଦ, ପାଦ, ଯତି ଭିନ୍ନ ଭିନ୍ନ ।ଯଥାର୍ଥତା:ନଟବାଣୀ ବା ବିଭାସକେଦାର ରଚନାରେ ଦୁଇଟି ପାଦରେ ଗୋଟିଏ ପଦ ହୁଏ । ପ୍ରତିଟି ପାଦର ଅକ୍ଷର ସଂଖ୍ୟା ବାର । ପାଦର ତୃତୀୟ, ଷଷ୍ଠ, ନବମ ଏବଂ ଶେଷ ଅକ୍ଷର ସଂଖ୍ୟା ଉପରେ ଯତିପାତ ହୁଏ ।ଉଦାହରଣ - ଉତ୍କଳ-କମଳା-ବିଳାସ-ଦୀର୍ଘକା', ମରାଳ-ମାଳିନୀ-ନୀଳାମ୍ବୁ '-ଚିଲିକା' ।। (ଚିଲିକା - ରାଧାନାଥ ରାୟ)ଠିକ ସେହିପରି ଏଠି ଦତ୍ତ - ''ଚିରଦିନ ଦୁଃଖ - ପ୍ରହାରେ ଜର୍ଜର, ପଟ୍ଟଶିଷ୍ୟ ମୁହଁ ଦୁଃଖ - ଗୁରୁଙ୍କର।'' ରଚନାଟି ଦୁଇପାଦ ବିଶିଷ୍ଟ।ଓ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ବାର । ଅତଏବ ଏଥିରୁ ସ୍ପଷ୍ଟ ଏହା ନଟବାଣୀ ଛନ୍ଦରେ ରଚିତ। Additional Informationଗୁଜ୍ଜରୀ - ଏହାର ଦୁଇପାଦରେ ଗୋଟିଏ ପଦହୁଏ। ପ୍ରତିପାଦର ଅକ୍ଷର ସଂଖ୍ୟା ନଅ । ତେଣୁ ଏହାକୁ ନବାକ୍ଷରୀବୃତ୍ତ ବା ନବାକ୍ଷରୀଛନ୍ଦ ମଧ୍ୟ କୁହାଯାଏ ।ବଙ୍ଗଳାଶ୍ରୀ - ଏହାର ଗୋଟିଏ ପଦ ହେଉଛି ଦୁଇପାଦ ବିଶିଷ୍ଟ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କୋଡ଼ିଏ ।ଚୋଖି - ଏହାର ଚାରିପାଦରେ ଗୋଟିଏ ପଦ ହୁଏ । ପ୍ରଥମ ଦୁଇଟି ପାଦରେ ଅଣତିରିଶଟି ଲେଖାଏଁ ଅକ୍ଷର ଥାଏ। ତୃତୀୟପାଦରେ ନଅଟିଅକ୍ଷର ଏବଂ ଚତୁର୍ଥପାଦରେ ତେରଟି ଅକ୍ଷର ଥାଏ ।2 / 20କେଉଁଟି ‘ତଦ୍ଧିତ’ ପଦ ? ବୈପାୟନ ଭଙ୍ଗୁର ଛନ୍ଦଣି ଜୀଅନ୍ତା ସଠିକ୍ ଉତ୍ତର ହେଉଛି- ବୈପାୟନKey Pointsଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ, ସେହି ପ୍ରତ୍ୟୟଗୁଡିକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ ।ତଦ୍ଧିତର ଅର୍ଥ ହେଉଛି ତାହାର ହିତକାରୀ ( ତତ୍ ହିତ)। ତାହାର କହିଲେ ମୂଳ ଶବ୍ଦର ।ତଦ୍ଧିତ ପ୍ରତ୍ୟୟଦ୍ବାରା ମୂଳ ବା ପ୍ରଥମ ଶବ୍ଦର ଉନ୍ନତି ଘଟେ ।ପ୍ରଥମ ବା ମୂଳ ଶବ୍ଦର ହିତସାଧକ ହେଇଥିବାରୁ ପ୍ରତ୍ୟୟକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ ।ଯଥାର୍ଥତା:ଅପତ୍ୟ (ସନ୍ତାନସନ୍ତତି) ଅର୍ଥରେ ଏହି ପ୍ରତ୍ୟୟ ଙୋଇଥାଏ ।ଯେପରିକି, ବିପାୟନ + ଅ = ବୈପାୟନ ।Additional Informationତଦ୍ଧିତ ପ୍ରତ୍ୟୟ ଦ୍ବାରା ଗଠିତ ଶବ୍ଦକୁ ତଦ୍ଧିତାନ୍ତ କୁହାଯାଏ ।ଶବ୍ଦରେ ବିଭିନ୍ନ ଅର୍ଥରେ ତଦ୍ଧିତ ପ୍ରତ୍ୟୟ ଲାଗେ । ତେବେ ତଦ୍ଧିତ ପ୍ରତ୍ୟୟଟି କେଉଁ ଅର୍ଥରେ ଲାଗିଛି ତାହା ମୂଳ ଶବ୍ଦ ଓ ତଦ୍ଧିତ ଶବ୍ଦର ବିଶ୍ଲେଷଣରୁ ଜଣାପଡେ ।3 / 20‘ଯୁବତୀ ଜାୟା ଯାହାର’ - ବିଗ୍ରହ ବାକ୍ୟଟିର ସମସ୍ତ ପଦଟି କ’ଣ ହେବ ? ଯୁବଜାୟା ଯୁବଜାନୀ ଯୁବଜାନି ଯୁବାଜାୟା ସଠିକ୍ ଉତ୍ତର ହେଉଛି- ଯୁବଜାନିKey Pointsଏକାଧିକ ପଦ ମିଳିତ ହୋଇ ଏକ ବିଷୟ ( ବସ୍ତୁ ବା ବ୍ୟକ୍ତି)କୁ ବୁଝାଉଥିଲେ ତାହାକୁ କର୍ମଧାରୟ ସମାସ କୁହାଯାଏ ।ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ସମାସ ।ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପଦର ମିଳନରେ ଯେଉଁ ଏକ ପଦ ଗଠିତ ଦୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ । ଯଥା- ତୀକ୍ଷ୍ଣବୁଦ୍ଧି, କମଳଲୋଚନ, ପିତୃଭକ୍ତି ।ସମସ୍ୟମାନ ପଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବ୍ୟକ୍ତ କରିବା ପାଇଁ ଯେଉଁ ବିସ୍ତୃତ ଉକ୍ତି ବା ବାକ୍ୟ ବା ବାକ୍ୟାଂଶ ବ୍ୟବହୃତ ହୁଏ, ତାହାକୁ ସମାସ ବାକ୍ୟ ବା ବ୍ୟାସ ବାକ୍ୟ ବା ବିଗ୍ରହ ବାକ୍ୟ କୁହାଯାଏ । ଯଥା- ତାକ୍ଷ୍ଣ ବୁଦ୍ଧି ଯାହାର, କମଳ ପରି ଲୋଚନ, ପିତାଙ୍କ ଭକ୍ତ ।ସମସ୍ତ ପଦ ମଧ୍ୟରୁ ପ୍ରଥମ ପଦଟି ପୂର୍ବପଦ ଓ ଦ୍ବିତୀୟ ପଦଟି ପରପଦ ବା ଉତ୍ତର ପଦ । ଯଥା- ବୀଣାପାଣି । ବୀଣା ପୂର୍ବପଦ ଓ ପାଣି ପରପଦ ବା ଉତ୍ତରପଦ ।ଯଥାର୍ଥତା:ଯୁବତୀଜାୟା ଯାହାର ତାହାକୁ ଯୁବଜାନି କୁହାଯାଏ। ଯୁବଜାୟା ହେଉଛି ବିଗ୍ରହବାକ୍ୟ ।ଉପରୋକ୍ତ ସମାସ ସାଧାରଣତଃ ସମାସରେ ସମସ୍ତ ପଦ ସମସ୍ୟମାନ ପଦମାନଙ୍କ ଭିତରୁ କାହାରିକୁ ନ ବୁଝାଇ ତଦର୍ଥବିଶିଷ୍ଟ ଅନ୍ୟ କାହାକୁ ବୁଝାଏ ତାହାକୁ ବହୁବ୍ରୀହି ସମାସ ହୋଇଥାଏ ।Additional Informationସଂକ୍ଷେପରେ ଭାବପ୍ରକାଶ କରିବା ସମାସର ଉଦ୍ଦେଶ୍ୟ ।ସମାସ ଦ୍ବାରା ରଚନା ସରସ ଓ ଶ୍ରୁତିପ୍ରିୟ ହୁଏ । ଲେଖା ଓଜୋଗୁଣଦୀପ୍ତ ହୁଏ ।ବିଭକ୍ତିଯୁକ୍ତ ପଦର ବ୍ୟବହାର ହ୍ରାସ ପାଏ । ପୁନଶ୍ଚ ସମାସ ପ୍ରକ୍ରିୟା ଦ୍ବାରା ବ୍ୟବହୃତ ପଦର ଅର୍ଥବୋଧଗମ୍ୟତା ଆସେ ।4 / 20ଶୁଦ୍ଧ ଶବ୍ଦଟି ବାଛ : ସନ୍ୟାସୀ ନୀରଦ ଗଣେଷ ପ୍ରତ୍ୟେହ ସଠିକ୍ ଉତ୍ତର ହେଉଛି- ନୀରଦKey Pointsଭାଷାକୁ ସୁସଂଗଠିତ ଓ ଶ୍ରୁତିମଧୁର କରିବା ପାଇଁ ଶବ୍ଦର ଶୁଦ୍ଧରୂପ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।ସାହିତ୍ୟରେ ଶୁଦ୍ଧତା ରହିବା ବିଧେୟ ।ଲେଖିବା ସମୟରେ ଶବ୍ଦରେ ଅନେକ ପ୍ରକାର ଅଶୁଦ୍ଧତା ରହିଥିବା ଦେଖିବାକୁ ମିଳିଥାଏ ।ସେହି ଅଶୁଦ୍ଧତା ମଧ୍ୟରେ- ବନାନଗତ, ସନ୍ଧିଗତ, ସମାସଗତ, ତଦ୍ଧିତ, କୃଦନ୍ତ ଆଦି ଅଶୁଦ୍ଧତା ରହିଥାଏ ।ଯଥାର୍ଥତା:ଉପରୋକ୍ତ ଅନ୍ୟ ସମସ୍ତ ଶବ୍ଦଗୁଡିକରେ ମାତ୍ରା ଓ ଯୁକ୍ତାକ୍ଷରଜନିତ ତ୍ରୁଟି ରହିଛି ।ନୀରଦ ହେଉଛି ଶବ୍ଦ ସଠିକ୍ ରୂପ ।Additional Informationଅଶୁଦ୍ଧ ଶବ୍ଦଗୁଡିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ ।ବାକ୍ୟର ସୁସଂଗଠିତ ବ୍ୟବହାର ପାଇଁ ଶବ୍ଦଗତ ଶୁଦ୍ଧତା ପ୍ରଥମ ପ୍ରୟୋଜନ ହୋଇଥାଏ ।ଭାଷାର ଶୁଦ୍ଧ ବ୍ୟବହାରରେ ଯେଉଁମାନେ ପାରଦର୍ଶିତା ଲାଭ କରିଥାନ୍ତି ସେମାନେ ଭାଷା ସାହିତ୍ୟରେ ଯଶସ୍ବୀ ହୋଇଥାନ୍ତି ।ଅଶୁଦ୍ଧଶୁଦ୍ଧସନ୍ୟାସୀସନ୍ନ୍ୟାସୀଗଣେଷଗଣେଶପ୍ରତ୍ୟେହପ୍ରତ୍ୟହ5 / 20ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ଆମ ସଂସ୍କୃତି କାହା ଉପରେ ଗୁରୁତ୍ଵ ଦିଏ ନାହିଁ ? ବର୍ତ୍ତମାନର ଆବଶ୍ୟକତା ଅତୀତ ଐତିହ୍ୟ ପରମ୍ପରା ଗତାନୁଗତିକତା ସଠିକ୍ ଉତ୍ତର ହେଉଛି- ବର୍ତ୍ତମାନର ଆବଶ୍ୟକତାKey Pointsଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି ।ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ ।ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି ।ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ ।ଯଥାର୍ଥତା:ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ ।ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା ସହିତ; ଏଥିରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ?ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।6 / 20ଭାରତୀୟ ସୈନ୍ୟମାନେ ନାନାଦି ଆଧୁନିକ ଅସ୍ତ୍ରଶସ୍ତ୍ର ସହ ଖାଦ୍ୟପେୟ ଧରି ଯୁଦ୍ଧକ୍ଷେତ୍ରକୁ ଯାଆନ୍ତି । - ରେଖାଙ୍କିତ ପଦଟି କେଉଁ ପ୍ରକାର କ୍ରିୟାପଦ ? ଅସମାପିକା ସମାପିକା ମିଶ୍ର ଅମିଶ୍ର ସଠିକ୍ ଉତ୍ତର ହେଉଛି- ଅସମାପିକା କ୍ରିୟାKey Pointsଯେଉଁ କ୍ରିୟାପଦଦ୍ବାରା ବାକ୍ୟର ଅସମାପ୍ତି ବା ଅସମ୍ପୂର୍ଣ୍ଣତା ଉପଲବ୍ଧ ହୁଏ ତଥା ଅନ୍ୟକ୍ରିୟାର ଅପେକ୍ଷା ରଖେ ତାହାକୁ ଅସମାପିକା କ୍ରିୟା କୁହାଯାଏ ।ବାକ୍ୟରେ ଅସମାପିକା କ୍ରିୟା ବାକ୍ୟର ସମାପ୍ତି ସାଧନ କରେନାହିଁ ।ଅସମାପିକା କ୍ରିୟା ମୂଳଧାତୁରେ ଇ, ଉ, ଇଲେ, ଅନ୍ତେ ଯୋଗ ହୋଇ ଗଠିତ ହୋଇଥାଏ ।ଅସମାପିକା କ୍ରିୟା ଦୋହରା ଯାଇ ଦ୍ବିତିରୂପରେ ବ୍ୟବହୃତ ହୁଏ । ଦୁଇଟି କାର୍ଯ୍ୟ ଏକାସାଙ୍ଗରେ ହେଉଥିଲେ ଆଗପଛ ନିଷ୍ପନ୍ନ ହେଉଥିଲେ ଇ କିମ୍ବା ଉ ଯୋଗେ ଗଠିତ ଦ୍ବିତ୍ବି ହୋଇଥାଏ ।ଯଥାର୍ଥତା:ଉପରୋକ୍ତ ବାକ୍ୟରେ ଧରି ହେଉଛି ଏକ ଅସମାପିକା କ୍ରିୟା ।ବାକ୍ୟର ସମ୍ପନ୍ନତା ପାଇଁ ଅନ୍ୟ ପଦଗୁଡିକର ଅପେକ୍ଷା ରଖିଥାଏ ।ଉପରୋକ୍ତ ବାକ୍ୟରେ ଯୁ୍ଦ୍ଧକ୍ଷେତ୍ରକୁ ଯାଆନ୍ତି ବାକ୍ୟକୁ ସମ୍ପୂର୍ଣ୍ଣ କରୁଛି ।Additional Informationଅସମାପିକା କ୍ରିୟା ରୂପରେ ଣୁ, କରି, କି, ପ୍ରତ୍ୟୟ ଯୋଗ ହୋଇଥାଏ ।ଯେପରିକି ଦେଖୁଣୁ, ନଯାଉଣୁ, ରଖିକରି, ଗଡିକରି, ଦେଖିକି, ଶୁଣିକି ଇତ୍ୟାଦି ହୋଇଥାଏ ।ଗଠନ ଦୃଷ୍ଟିକୁ କ୍ରିୟାପଦ ଦୁଇ ପ୍ରକାରର ହୋଇଥାଏ । ଯଥା- ସମାପିକା କ୍ରିୟା ଓ ଅସମାପିକା କ୍ରିୟା ।7 / 20ନିମ୍ନପ୍ରଦତ୍ତ କେଉଁ ଶବ୍ଦଟି ‘ଣ’ତ୍ୱ ବିଧୂ ନିୟମକୁ ଉଲ୍ଲଘଂନ କରୁଅଛି ? ଦାରୁଣ ଦର୍ପଣ ଫେଡ଼ାଣ ପ୍ରିୟମାଣ ସଠିକ୍ ଉତ୍ତର ହେଉଛି- ଫେଡ଼ାଣKey Pointsଯେଉଁ ନିୟମରେ ନ ସ୍ଥାନରେ ଣ ହୁଏ ତାକୁ ଣ ବିଧି ବା ଣତ୍ବବିଧି କହନ୍ତି ।ଋ, ର ବା ଷ ପରେ ସ୍ବରବର୍ଣ୍ଣ । କ ବର୍ଗ- କ, ଖ, ଗ, ଘ, ଙ, ପ ବର୍ଗ- ପ, ଫ, ବ, ଭ, ମ । ଯ, ବ, ହ ଓ ଅନୁସ୍ବାର ମଧ୍ୟରୁ ଏକ ବା ଏକାଧିକ ବର୍ଣ୍ଣର ବ୍ୟବଧାନ ଥିଲେ ମଧ୍ୟ 'ନ' ସ୍ଥାନରେ 'ଣ' ହୁଏ ।ଯଥାର୍ଥତା:ଉପରୋକ୍ତ ବାକ୍ୟରେ ପେଡାଣ ହେଉଛି ଣତ୍ବବିଧିର ଉଲ୍ଳଙ୍ଘନ ।'ଣ' ପୂର୍ବରୁ 'ର', 'ଋ' ବା 'ଷ' ବର୍ଣ୍ଣର ସଂପୃକ୍ତି ରହିନଥିବାରୁ ଏହା ଣତ୍ବବିଧି ନୁହେଁ ।8 / 20‘ସୈନ୍ୟବାସ’ - କେଉଁ ସମାସର ଅନ୍ତର୍ଗତ ? କର୍ମଧାରୟ ତତ୍ପୁରୁଷ ଦିଗ ବହୁବ୍ରୀହି ସଠିକ୍ ଉତ୍ତର ହେଉଛି- ତତ୍ପୁରୁଷ ସମାସ Key Pointsଏକାଧିକ ପଦ ମିଳିତ ହୋଇ ଏକ ବିଷୟ ( ବସ୍ତୁ ବା ବ୍ୟକ୍ତି)କୁ ବୁଝାଉଥିଲେ ତାହାକୁ କର୍ମଧାରୟ ସମାସ କୁହାଯାଏ ।ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକପଦ କରିବାର ନାମ ସମାସ ।ସମ୍ବନ୍ଧଯୁକ୍ତ ଦୁଇ ବା ତତୋଧିକ ପଦର ମିଳନରେ ଯେଉଁ ଏକ ପଦ ଗଠିତ ଦୁଏ, ତାହାକୁ ସମସ୍ତ ପଦ ବା ସମାସପଦ କୁହାଯାଏ । ଯଥା- ତୀକ୍ଷ୍ଣବୁଦ୍ଧି, କମଳଲୋଚନ, ପିତୃଭକ୍ତି ।ସମସ୍ୟମାନ ପଦମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧକୁ ବ୍ୟକ୍ତ କରିବା ପାଇଁ ଯେଉଁ ବିସ୍ତୃତ ଉକ୍ତି ବା ବାକ୍ୟ ବା ବାକ୍ୟାଂଶ ବ୍ୟବହୃତ ହୁଏ, ତାହାକୁ ସମାସ ବାକ୍ୟ ବା ବ୍ୟାସ ବାକ୍ୟ ବା ବିଗ୍ରହ ବାକ୍ୟ କୁହାଯାଏ । ଯଥା- ତାକ୍ଷ୍ଣ ବୁଦ୍ଧି ଯାହାର, କମଳ ପରି ଲୋଚନ, ପିତାଙ୍କ ଭକ୍ତ ।ସମସ୍ତ ପଦ ମଧ୍ୟରୁ ପ୍ରଥମ ପଦଟି ପୂର୍ବପଦ ଓ ଦ୍ବିତୀୟ ପଦଟି ପରପଦ ବା ଉତ୍ତର ପଦ । ଯଥା- ବୀଣାପାଣି । ବୀଣା ପୂର୍ବପଦ ଓ ପାଣି ପରପଦ ବା ଉତ୍ତରପଦ ।ଯଥାର୍ଥତା:ସୈନ୍ୟମାନଙ୍କର ଆବାସକୁ ସୈନ୍ୟବାସ କୁହାଯାଏ ।ଉପରୋକ୍ତ ସମାସ ସାଧାରଣତଃ ମଧ୍ୟବର୍ତ୍ତୀ ପଦର ଲୋପ ହୋଇ ସମାସ ହୋଇଥାଏ ।ସେହିପରି ମୁଖ ସମ୍ବନ୍ଧୀୟ ପତ୍ରକୁ ମୁଖପତ୍ର କୁହାଯାଏ ।Additional Informationସଂକ୍ଷେପରେ ଭାବପ୍ରକାଶ କରିବା ସମାସର ଉଦ୍ଦେଶ୍ୟ ।ସମାସ ଦ୍ବାରା ରଚନା ସରସ ଓ ଶ୍ରୁତିପ୍ରିୟ ହୁଏ । ଲେଖା ଓଜୋଗୁଣଦୀପ୍ତ ହୁଏ ।ବିଭକ୍ତିଯୁକ୍ତ ପଦର ବ୍ୟବହାର ହ୍ରାସ ପାଏ । ପୁନଶ୍ଚ ସମାସ ପ୍ରକ୍ରିୟା ଦ୍ବାରା ବ୍ୟବହୃତ ପଦର ଅର୍ଥବୋଧଗମ୍ୟତା ଆସେ ।9 / 20‘ତିନି ତେର କରିବା’ - ଏହି ରୂଢ଼ିଟିର ଅର୍ଥ କେଉଁଟି ? ସର୍ବନାଶ ଘଟିବା ମୂଲ୍ୟହୀନ କଥା ନିଜ କଥା କହି ବିବ୍ରତ କରିବା ଠକିବା ସଠିକ୍ ଉତ୍ତର ହେଉଛି- ମୂଲ୍ୟହୀନ କଥାKey Pointsପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ ।ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଂଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ ।ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ ।ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ୟ ରୂଢି କୁହାଯାଇପାରେ ।ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।ଯଥାର୍ଥତା:ତିନି ତେର କରିବା - ରୂଢିଟିର ଅର୍ଥ ହେଉଛି ମୂଲ୍ୟହୀନ କଥା ।ଏହା ଏକ କ୍ରିୟାଯୁକ୍ତ ରୂଢି ।ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ , ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ତେଲ ମାରିବା, ଆଖି ବୁଜିବା ।Additional Informationରୂଢି ଅନୁଭୂତିଲବ୍ଧ ଏକ ପ୍ରତ୍ୟକ୍ଷଜ୍ଞାନ, ଯଦିଓ ଏହାର ପ୍ରକାଶଭଙ୍ଗୀ ପରୋକ୍ଷ ରୀତିକୁ ଅବଲମ୍ବନ କରିଥାଏ।ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।10 / 20‘ଜିହୀର୍ଷା’ ଏହାକୁ ବହୁପଦରେ ପ୍ରକାଶ କଲେ କ’ଣ ହେବ ? ବଞ୍ଚି ରହିବାର ଇଚ୍ଛା ହରଣ କରିବାର ଇଚ୍ଛା କହିବାର ଇଚ୍ଛା ବଧ କରିବାର ଇଚ୍ଛା ସଠିକ ଉତ୍ତର ହେଉଛି "ହରଣ କରିବାର ଇଚ୍ଛା"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ।ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ।ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ।ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ।ଠିକ ସେହିପରି ଏକପଦିକିଆ ଶବ୍ଦକୁ ବହୁ ପଦରେ ପ୍ରକାଶ କରି ଦୀର୍ଘ ବାକ୍ୟ ଗଠନ କରାଯାଇପାରେ।ଯଥାର୍ଥତା: ଏଠାରେ 'ଜିହୀର୍ଷା' - ଏକପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ବହୁ ପଦରେ ପ୍ରକାଶ କଲେ ଏହା 'ହରଣ କରିବାର ଇଚ୍ଛା'ରେ ପରିଣତ ହେବ।ଯାହା ଫଳରେ ବାକ୍ୟଟି ଭାବ ଓ ଅର୍ଥଗତ ସମାନତା ଥାଇ ଦୀର୍ଘ ହେବ।ଓଡ଼ିଆ ଅଭିଧାନ ଅନୁସାରେ 'ଜିହୀର୍ଷା' ଶବ୍ଦଟିର ଅର୍ଥ 'ହରଣ କରିବାର ଇଚ୍ଛା'କୁ ସୂଚାଏ।ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଦିଆଯାଇଥିବା ବିକଳ୍ପସମୂହ ମଧ୍ୟରୁ ଅର୍ଥଗତ ଓ ଭାବଗତ ସମାନତା ହେତୁ 'ହରଣ କରିବାର ଇଚ୍ଛା' ହିଁ 'ଜିହୀର୍ଷା' ପାଇଁ ଉଚିତ ବହୁପଦୀକରଣ। Additional Informationଅନ୍ୟବିକଳ୍ପଗୁଡିକ 'ଜିହୀର୍ଷା' ପଦଟି ପାଇଁ ଉପଯୁକ୍ତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅର୍ଥଗତ ଓ ଭାବଗତ ସମାନତା ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ବହୁପଦ ଶବ୍ଦ ନୁହଁନ୍ତି।11 / 20ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭୀମଭୋଇଙ୍କ ରଚନା ? ଚଣ୍ଡୀପୁରାଣ ଦୀକ୍ଷା ସମ୍ବାଦ ଶ୍ରୁତିନିଷେଧ ଗୀତା ଚିତ୍ରକାବ୍ୟ ବନ୍ଧୋଦୟ ସଠିକ ଉତ୍ତର ହେଉଛି 'ଶ୍ରୁତିନିଷେଧ ଗୀତା'। Key Pointsସନ୍ଥକବି ଭୀମ ଭୋଇ (୧୮୫୦-୧୮୯୫) ରେଢ଼ାଖୋଲର ମଧୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ ।ତାଙ୍କର ରଚନା ଗୁଡ଼ିକରେ ମାନବ ଧର୍ମ, ଦର୍ଶନ, ଜୀବନ ଓ କାର୍ଯ୍ୟ ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି ।ସେ "ସନ୍ଥ କବି" ଭାବରେ ପରିଚିତ ଥିଲେ । ତାଙ୍କର ଖ୍ୟାତନାମା କବିତାବଳୀ ମଧ୍ୟରେ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ" କବିତା ଅନ୍ୟତମ । ତାଙ୍କ ସମସାମୟିକମାନଙ୍କ କବିତାସବୁ ତରୁଣ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଆଦି ବିଷୟରେ ହୋଇଥିବା ବେଳେ ସେ ତତ୍କାଳୀନ ସମଜରେ ପ୍ରଚଳିତ ଜାତିପ୍ରଥା, ଉଚ୍ଚନୀଚ ଓ ଛୁଆଁଅଛୁଆଁ ଭେଦଭାବ ଓ ଅନ୍ୟାନ୍ୟ ଧର୍ମାନ୍ଧ କୁସଂସ୍କାରର ପ୍ରଚଳନ ବିରୋଧରେ ଏବଂ ସାମାଜିକ ସମତା ସ୍ଥାପନ ନିମନ୍ତେ ସେ ଶହଶହ ଛାନ୍ଦ, ଚଉପଦୀ ଓ ଚଉତିଶା ରଚନା କରିଥିଲେ । ଯଥାର୍ଥତା:-ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ମଧ୍ୟରେ "ସ୍ତୁତିଚିନ୍ତାମଣି", "ହଲିଆ ଗୀତ", "ଡାଲଖାଈ", "ରସରକେଲି", "ଜାଇଫୁଲ", "ବ୍ରହ୍ମ ନିରୂପଣ ଗୀତା", "ଆଦିଅନ୍ତ ଗୀତା", "ଅଷ୍ଟକ ବିହାରୀ ଗୀତା", "ନିର୍ବେଦ ସାଧନା", "ଶ୍ରୁତିନିଷେଧ ଗୀତା", "ମନୁସଭାମଣ୍ଡଳ", "ଗୃହଧର୍ମ" ଓ "ମହିମାବିନୋଦ"।ତାଙ୍କର ରଚନାସମୂହ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କ ରଚିତ ବହିଗୁଡ଼ିକ ବିଂଶ ଶତାବ୍ଦୀରେ ଛପାଯାଇଥିଲା ।ସାମାଜିକ ପ୍ରତିଷ୍ଠା ହେତୁ ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିବା ମଧ୍ୟ ପ୍ରଚଳିତ ଥିଲା ।ଭୀମ ଭୋଇ ନିଜ ରଚନାରେ ସମାଜରେ ଉଚ୍ଚନୀଚ ଭେଦଭାବ, ଦଳିତ ଓ ଆଦିବାସୀମାନଙ୍କ ଉପରେ ତଥାକଥିତ ଉଚ୍ଚ ଜାତିର ଲୋକଙ୍କ ପ୍ରତାଡ଼ନା ତଥା ବିଭିନ୍ନ କୁସଂସ୍କାର ବିରୋଧରେ ତଥା ମହିମା ଧର୍ମର ବିଚାରକୁ ପ୍ରଚାର କରିଛନ୍ତି ।ସେ ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । Additional Informationପ୍ରଦତ୍ତ ଅନ୍ୟ ବିକଳ୍ପଗୁଡିକମଧ୍ୟରେ 'ଚଣ୍ଡୀ ପୁରାଣ' - 'ସାରଳା ଦାସ'ଙ୍କ, 'ଦୀକ୍ଷା ସମ୍ବାଦ' - 'ଜଗନ୍ନାଥ ଦାସ'ଙ୍କ ଏବଂ 'ଚିତ୍ରକାବ୍ୟ ବନ୍ଧୋଦୟ' - 'ଉପେନ୍ଦ୍ର ଭଞ୍ଜ'ଙ୍କ ସାହିତ୍ୟ ସର୍ଜନାର ଅନ୍ତର୍ଭୁକ୍ତ। 12 / 20‘ଅଛିମାକୁ ଗଢିମା’ ରୂଢ଼ିଟିର ଅର୍ଥ ନିମ୍ନରୁ ବାଛ : ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ତୁଳନୀୟ ବସ୍ତୁ ସହିତ ତୁଳନା କରିବା ଗୋଟାଏ ମନ୍ଦ କାର୍ଯ୍ୟଦ୍ୱାରା ସମସ୍ତ ସୁଫଳ ନଷ୍ଟ ହେବା ଠିକ୍ ଠିକଣା ନଥିବା ସଠିକ୍ ଉତ୍ତର ହେଉଛି- ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ।Key Pointsପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ ।ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଂଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ ।ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ ।ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ୟ ରୂଢି କୁହାଯାଇପାରେ ।ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।ଯଥାର୍ଥତା:ଅଛିମାକୁ ଗଢିମା- ରୂଢିଟିର ଅର୍ଥ ହେଉଛି ଅନିର୍ଦ୍ଦିଷ୍ଟ ଫଳ ଆଶାରେ କୌଣସି କାମ କରିବା ।ଏହା ଏକ କ୍ରିୟାଯୁକ୍ତ ରୂଢି ।ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ , ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ଅକଲ ଶିଖାଇବା, ଆଖିମାରିବା ।Additional Informationରୂଢି ଅନୁଭୂତିଲବ୍ଧ ଏକ ପ୍ରତ୍ୟକ୍ଷଜ୍ଞାନ, ଯଦିଓ ଏହାର ପ୍ରକାଶଭଙ୍ଗୀ ପରୋକ୍ଷ ରୀତିକୁ ଅବଲମ୍ବନ କରିଥାଏ।ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।13 / 20ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ଆମ ସଂସ୍କୃତିର ଐତିହ୍ୟ କିପରି ? ଯୁଗୋପଯୋଗୀ ଯୁଗୋପଯୋଗୀ ନୁହେଁ ପ୍ରେରଣା ଦାୟୀ ପ୍ରଗତିଶୀଳ ସଠିକ୍ ଉତ୍ତର ହେଉଛି- ଯୁଗୋପଯୋଗୀ ନୁହେଁKey Pointsଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି ।ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ ।ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି ।ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ ।ଯଥାର୍ଥତା:ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ ।ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା ସହିତ; ଏଥିରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ?ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।14 / 20‘ଷଷ୍ଠ’ ଶବ୍ଦର ସନ୍ଧିବିଚ୍ଛେଦ କଲେ କ’ଣ ହେବ ? ଷଷ୍+ତ ଷଷ୍+ଥ ଷଟ୍+ତ ଷଟ୍+O ସଠିକ ଉତ୍ତର ହେଉଛି "ଷଷ୍ + ଥ"। Key Pointsପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।ସନ୍ଧି ତିନିପ୍ରକାର : ୧. ସ୍ଵର ସନ୍ଧି, ୨. ବ୍ୟଞ୍ଜନ ସନ୍ଧି, ୩. ବିସର୍ଗ ସନ୍ଧି।ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱରସନ୍ଧି କୁହାଯାଏ।ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱରସନ୍ଧି କୁହାଯାଏ।ଯେପରିକି ପୋ + ଇତ୍ର = (ପ - ଅବ୍ + ଇତ୍ର ) = ( ପବ୍ + ଇତ୍ର ) = ବ୍ + ଇ = ବି = ପବିତ୍ର।ପୂର୍ବପଦର ଶେଷରେ ଥିବା ବିସର୍ଗ (8) ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ।ଯେପରିକି ପୁନଃ + ଅପି = ପୁନରପି (ନଃ (‘ର୍’ ରୂପୀ 8) = ନର୍ + ଅପି = ର୍ + ଅ = ର)।ଯଥାର୍ଥତା:ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ।ଏଠାରେ 'ଷଷ୍ଠ' ଶବ୍ଦଟିର ଯଥାର୍ଥ ସନ୍ଧି ବିଚ୍ଛେଦ କଲେ ‘ଷଷ୍ + ଥ’ ଉଦ୍ଦିଷ୍ଟ ହେବ।କାରଣ ବ୍ୟଞ୍ଜନ ସନ୍ଧିଗଠନ ନିୟମାନୁସାରେ ‘ଷ’ ପରେ 'ତ' ଥିଲେ ‘ତ’ ସ୍ଥାନରେ 'ଟ' ଓ 'ଥ' ଥିଲେ ‘ଥ’ ସ୍ଥାନରେ 'ଠ' ହୁଏ।ଯଥା: ଷଷ୍ଠ = ଷଷ୍ + ଥ = ଷ୍ + ଠ = ଷ୍ଠ।ଏଠି ‘ଷ’ ପରେ 'ଥ' ଥିବାରୁ ‘ଥ’ ସ୍ଥାନରେ 'ଠ' ହୋଇ ‘ଷ୍’ ସହ ମିଳିତ ହୋଇଛି ଓ ବ୍ୟଞ୍ଜନ ସନ୍ଧି 'ଷଷ୍ଠ' ଗଠିତ ହେଉଛି। Additional Informationଦିଆଯାଇଥିବା ଅନ୍ୟ ବିକଳ୍ପଗୁଡିକ ସନ୍ଧି ଗଠନ ନିୟମକୁ ଉଚିତ ରୂପେ ପ୍ରତିପାଦନ କରିବାରେ ଅସମର୍ଥ ହେତୁ 'ଷଷ୍ଠ' ପାଇଁ ଉଦ୍ଦିଷ୍ଟ ସନ୍ଧି ବିଚ୍ଛେଦ ନୁହଁନ୍ତି।15 / 20ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ପାଶ୍ଚାତ୍ୟ ସମାଲୋଚକମାନେ ଭାରତୀୟମାନଙ୍କଠାରେ କାହାର ଅଭାବ ଲକ୍ଷ୍ୟ କରନ୍ତି ? ପାରମ୍ପରିକତାର ଗତାନୁଗତିକତାର ମୌଳିକତାର ଧାର୍ମିକତାର ସଠିକ୍ ଉତ୍ତର ହେଉଛି- ମୌଳିକତାKey Pointsସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ ।ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା ସହିତ; ଏଥିରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ?ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ଯଥାର୍ଥତା:ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି ।ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ ।ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି ।ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ ।16 / 20ମନ୍ଦିରଟି ଦୁଇବର୍ଷରେ ତୋଳା ହେଲା । - ରେଖାଙ୍କିତ ପଦଟି କେଉଁ ବିଭକ୍ତି ? ସପ୍ତମୀ ପଞ୍ଚମୀ ପ୍ରଥମା ତୃତୀୟା ସଠିକ୍ ଉତ୍ତର ହେଉଛି- ସପ୍ତମୀ ବିଭକ୍ତିKey Pointsଯେଉଁ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି (ଚିହ୍ନ) ଦ୍ବାରା ବାକ୍ୟସ୍ଥ ପଦର ବଚନ (ସଂଖ୍ୟା) ଓ କାରକ ଚିହ୍ନିତ ହୁଏ ତାହା ବିଭକ୍ତି ।ବିଭକ୍ତି ଶବ୍ଦଟି ବି-ଉପସର୍ଗ ଭଜ୍ ଧାତୁ ଓ ତି ପ୍ରତ୍ୟୟ ଯୋଗରେ ଗଠିତ । ଯାହାର ଆଭିଧାନିକ ଅର୍ଥ ହେଉଛି ବିଭାଗ ବା ବଣ୍ଟନ କରିବା ।ଶବ୍ଦ ବିଭକ୍ତି ସାତ ପ୍ରକାର । ଯଥା- ପ୍ରଥମା, ଦ୍ବିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ ।କର୍ତ୍ତାକାରକରେ ପ୍ରଥମା, କର୍ମକାରକରେ ଦ୍ବିତୀୟା, କରଣକାରକରେ ତୃତୀୟା, ସମ୍ପ୍ରଦାନକାରକରେ ଚତୁର୍ଥୀ, ଅପାଦାନ କାରକରେ ପଞ୍ଚମୀ, ସମ୍ବନ୍ଧ ପଦରେ ଷଷ୍ଠୀ ବିଭକ୍ତି ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୁଏ ।ଯଥାର୍ଥତା:ମନ୍ଦିରଟି ଦୁଇବର୍ଷରେ ତୋଳା ହେଲା ପଦରେ କାଳାଧିକରଣରେ ସପ୍ତମୀ ବିଭକ୍ତି ହୋଇଛି।ସାଧାରଣ ଭାବରେ ସପ୍ତମୀ ବିଭକ୍ତି ଏକବଚନରେ ଟିରେ, ଠି, ଠେଇଁ, ଏ, ରେ, ଠାରେ, ଟାରେ ଯୋଗ କରାଯାଇଥାଏ ।ଯେଉଁ ଚିହ୍ନ ବା ସଙ୍କେତ ବା ବର୍ଣ୍ଣ ବଚନ, କାରକ ଓ ସମ୍ବନ୍ଧ ପଦକୁ ସୂଚାଇଦିଏ ତାହାକୁ ବିଭକ୍ତି କହନ୍ତି ।Additional Informationମାନେ, କୁ, ମାନଙ୍କୁ, ରେ, ଦ୍ବାରା ପ୍ରଭୃତି ଚିହ୍ନଗୁଡିକୁ ବିଭକ୍ତି କୁହାଯିବାର କାରଣ ହେଉଛି, ଏହି ଚିହ୍ନ ବା ବର୍ଣ୍ଣସମୂହ ବାକ୍ୟସ୍ଥ ଗୋଟିଏ ପଦକୁ ଅନ୍ୟପଦଠାରୁ ବିଭକ୍ତି ବା ପୃଥକ୍ କରିଥାନ୍ତି ।ଭାରତର ଉତ୍ତରରେ ହିମାଳୟ ଅଛି । ଭାରତ ସହିତ ର, ଉତ୍ତର ସହିତ ରେ ବିଭକ୍ତି ଯୁକ୍ତ ହୋଇଛି । ଫଳରେ ଭାରତର ପଦଟି ଉତ୍ତରରେ ପଦଠାରୁ ପୃଥକ୍ ହୋଇଛି ।17 / 20କହିବା ସହଜ, ଅଥଚ କରିବା କଷ୍ଟ । - ରେଖାଙ୍କିତ ଅଂଶଟି କେଉଁ ପଦ ? ସଂଯୋଜକ ଅବ୍ୟୟ ବିଯୋଜକ ଅବ୍ୟୟ ବୀପ୍ସାର୍ଥକ ଅବ୍ୟୟ ନିଷେଧାର୍ଥକ ଅବ୍ୟୟ ସଠିକ ଉତ୍ତର ହେଉଛି 'ବିଯୋଜକ ଅବ୍ୟୟ'। Key Pointsଯେଉଁ ପଦଗୁଡ଼ିକର ରୂପରେ ବିଭକ୍ତି, ବଚନ, କାଳ, କାରକ ଓ ଲିଙ୍ଗାଦି ଭେଦ ଅନୁସାରେ କୌଣସି ପରିସ୍ଥିତିରେ ବ୍ୟୟ ଘଟେ ନାହଁ; ସେହି ଅପରିବର୍ତ୍ତନଶୀଳ ପଦକୁ 'ଅବ୍ୟୟ ପଦ' କୁହାଯାଏ। ଓ, ଏବଂ, ଆଉ, ନା, ସିନା, ମାତ୍ର, ତଥାପି, ପ୍ରାୟତଃ, କ୍ୱଚିତ୍, ବୋଲି, ଠୋଠୋ, ଓଃ, ଇତ୍ୟାଦି- ଗୋଟିଏ ଗୋଟିଏ ଅବ୍ୟୟ ପଦ।ଅବ୍ୟୟମୂଳକ ଶବ୍ଦ ମଧ୍ୟ ଏ ଦିଗରୁ ଚାରିପ୍ରକାର ଯଥା: ତତ୍ସମ ବା ସଂସ୍କୃତ ଅନୁରୂପ, ତଦ୍ଭବ ବା ସଂସ୍କୃତରୁ ଜାତ, ଦେଶୀୟ ବା ଖାଣ୍ଟି ଆଞ୍ଚଳିକ ଓଡ଼ିଆ ଓ ବୈଦେଶିକ ବା ଅନ୍ୟଭାଷାରୁ ଆଗତ ଅବ୍ୟୟପଦ।ଯଥାର୍ଥତା:ଭାବ ଅନୁସାରେ ଯେଉଁ ଅବ୍ୟୟପଦ ଦୁଇଟି ପଦ ଅଥବା ବାକ୍ୟକୁ ବିଯୋଜନ କରିଦିଏ ବା ଅଲଗା କରିଦିଏ, ତାହାକୁ 'ବିଯୋଜକ ଅବ୍ୟୟ' କୁହାଯାଏ । କିନ୍ତୁ, ମାତ୍ର, ତଥାପି, ଅଥଚ, ଅଥବା, କିମ୍ବା, ବା, ନତୁବା, ଅବା, ନା, କିବା, ହେଲେବି- ଇତ୍ୟାଦି, ଏହି ପ୍ରକାର ଅବ୍ୟୟର ଅନ୍ତର୍ଗତ।ଯଥା - ସେ କହିବେ ନା ମୁଁ କହିବି। ତୁମେ ଲେଖିବ ବା ସେ ଲେଖିବେ, ପରେ ବିଚାର ହେବ। ହରି କଟକ ଆସିଲା, କିନ୍ତୁ ମତେ ଦେଖା କଲାନାହିଁ। ଏପ୍ରଶ୍ନର- ଅଥବା ସେହି ପ୍ରଶ୍ନର, ଉତ୍ତର ଦିଅ । ତୁମେ ଚାହିଁଲେ ଖେଳିବ ନତୁବା ଫେରିଯିବ ।କହିବା ସହଜ, ଅଥଚ କରିବା କଷ୍ଟ - ଦତ୍ତ ବାକ୍ୟର ରେଖାଙ୍କିତ ପଦଟି ଏକ ବିଯୋଜକ ଅବ୍ୟୟ। କାରଣ 'ଅଥଚ' ଅବ୍ୟୟ ପଦ ରୂପେ (୧) କହିବା ସହଜ ; (୨) କରିବା କଷ୍ଟ - ଦୁଇଟି ବାକ୍ୟକୁ ବିଯୋଜନ ବା ଅଲଗା କରିବାରେ ସମର୍ଥ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ଯେଉଁ ଅବ୍ୟୟପଦ ଦୁଇଟି ଶବ୍ଦ ବା ପଦ ଅଥବା ବାକ୍ୟକୁ ସଂଯୋଜନ କରେ ତାହାକୁ ସଂଯୋଜକ ଅବ୍ୟୟ କୁହାଯାଏ ।ଯଥା: ଓ, ଏବଂ, ଆଉ, ପୁଣି, ଆହୁରି, ଫେର୍, ମଧ୍ୟ, ବି, ହେଁ - ପ୍ରଭୃତି।ବାକ୍ୟରେ ଯେଉଁ ଅବ୍ୟୟ ପଦଗୁଡିକ ବାରମ୍ବାରତାକୁ ବା ଥରକଥର ଘଟୁଥିବାର ଭାବକୁ ପ୍ରକାଶ କରିଥାଏ, ତାହାକୁ ବୀପ୍ସାର୍ଥକ ଅବ୍ୟୟ ପଦ କୁହାଯାଏ । ଯଥା: ଘନଘନ, ବାରମ୍ବାର, ପୁନଃପୁନଃ, ଲାଗ୍ ଲାଗ୍, ଲଗାଏତ୍, ଲଗାତର୍, ମୁହୁର୍ମୁହୁଃ, ଧୀରେଧୀରେ, ଧାର୍ ଧାର୍, କାଳେକାଳେ, ବେଳେବେଳେ, ବାରବାର ଇତ୍ୟାଦି।ନିଷେଧାର୍ଥକ ଅବ୍ୟୟ କହିଲେ ଯେଉଁ ଅବ୍ୟୟ ପଦ ଦ୍ୱାରା ବାକ୍ୟାର୍ଥର ନିଷେଧ ବା ବାରଣ ସୂଚିତ ହୁଏ, ଯଥା: ନି, ନାଇଁ, ନୁହେଁ, ନଚେତ୍, ନ, ନା, ନହେଲେ ଇତ୍ୟାଦି।18 / 20ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ଭାରତୀୟ ଜୀବନଧାରାରେ ସାଧାରଣତଃ କ’ଣ ଦେଖାଯାଏ ? ଗତାନୁଗତିକତା ମୌଳିକତା ସାମାଜିକତା ନୈତିକତା ସଠିକ୍ ଉତ୍ତର ହେଉଛି- ଗତାନୁଗତିକତାKey Pointsସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ ।ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା ସହିତ; ଏଥିରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ?ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ଯଥାର୍ଥତା:ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି ।ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ ।ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି ।ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ ।19 / 20ମହତ ଜନର ଦୟା ସବୁଠାରେ ସମେ ହୁଏ ବିତରିତ, କର୍ତ୍ତକ ମସ୍ତକୁ ନ କରଇ ତରୁ ସ୍ଵଚ୍ଛାୟା ଅପସାରିତ । ପଦଟିରେ କେଉଁ ଅଳଂକାର ପ୍ରଯୁକ୍ତ ? ଉପମା ରୂପକ ଉତ୍ପ୍ରେକ୍ଷା ଅର୍ଥାନ୍ତରନ୍ୟାସ ସଠିକ ଉତ୍ତର ହେଉଛି 'ଅର୍ଥାନ୍ତରନ୍ୟାସ'। Key Pointsସାହିତ୍ୟକୁ ସରସ, ସୁନ୍ଦର ଓ ରମଣୀୟ କରିବାକୁ ଯେଉଁ ସୌନ୍ଦର୍ଯ୍ୟବର୍ଦ୍ଧକ ଉପାଦାନ ଆବଶ୍ୟକ ହୁଏ, ତାହାକୁ ଅଳଙ୍କାର କୁହାଯାଏ । ଏହା ବାକ୍ୟର ଶୋଭା ବୃଦ୍ଧି କରେ ।ପାଠକ ପ୍ରାଣକୁ ଆମୋଦିତ କରେ । ବସ୍ତୁତଃ ଅଳଙ୍କାର (ସୌନ୍ଦର୍ଯ୍ୟତତ୍ତ୍ୱ) ହେଉଛି ସାହିତ୍ୟର ବୈଶିଷ୍ଟ୍ୟ, ତଦ୍ଦ୍ୱାରା କାବ୍ୟ କବିତା ରମଣୀୟ ହୋଇଥାଏ ।କାବ୍ୟର ଅଳଙ୍କାରକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଏ । ଯଥା- ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ।ଯାହାଦ୍ଵାରା ଶବ୍ଦ ସରସ, ସୁନ୍ଦର ଓ ଶ୍ରୁତିମଧୁର ହୁଏ ତାହାକୁ ଶବ୍ଦାଳଙ୍କାର କୁହାଯାଏ । ଯଥା— ଯମକ, ଅନୁପ୍ରାସ, ଶ୍ଳେଷ ପ୍ରଭୃତି ।ଯାହାଦ୍ଵାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାହାକୁ ଅର୍ଥାଳଙ୍କାର କୁହାଯାଏ । ଉପମା, ଉତ୍ପ୍ରେକ୍ଷା, ରୂପକ, ବ୍ୟତିରେକ ପ୍ରଭୃତି ଅର୍ଥାଳଙ୍କାର ।ଯଥାର୍ଥତା:ଗୋଟିଏ ତଥ୍ୟକୁ ଅନ୍ୟ ଏକ ତଥ୍ୟ ଦ୍ୱାରା ସମର୍ଥନ କରାଗଲେ ବା ପ୍ରସ୍ତୁତ ବାକ୍ୟାର୍ଥ ଯଦି ଅପ୍ରସ୍ତୁତ ବାକ୍ୟାର୍ଥ ଦ୍ୱାରା ସମର୍ଥିତ ହୁଏ, ତେବେ ଅର୍ଥାନ୍ତରନ୍ୟାସ ଅଳଙ୍କାର ହୋଇଥାଏ।ସାମାନ୍ୟ ଉକ୍ତି ଦ୍ୱାରା ବିଶେଷ ବା ବିଶେଷ ଦ୍ୱାରା ସାମାନ୍ୟ ଉକ୍ତି ସମର୍ଥିତ ହେଲେ ଅର୍ଥାନ୍ତରନ୍ୟାସ ଅଳଙ୍କାର ହୁଏ।ଏଥିରେ ମୁଖ୍ୟ ଅର୍ଥର ସମର୍ଥନ ନିମନ୍ତେ ଅନ୍ୟ ଏକ ଉକ୍ତିର ଆବଶ୍ୟକତା ପଡିଥାଏ।ଉଦାହରଣ ସ୍ୱରୂପ-''କଳଙ୍କ ହିଁ ଥାଇ କଳାକର କୋଳେ କରଇ ନେତ୍ର ରଞ୍ଜନସ୍ଵଭାଵ ସୁନ୍ଦର ଅଙ୍ଗକୁ ଜଗତେ ନ ହୁଏ କିସ ମଣ୍ଡନ।'' (ପ୍ରଣୟ ବଲ୍ଲରୀ)ଏଠାରେ 'କଳାକର' ହେଉଛନ୍ତି ଚନ୍ଦ୍ର ଅର୍ଥାତ କଳଙ୍କ ଥାଇ ମଧ୍ୟ ଚନ୍ଦ୍ର ସୁନ୍ଦର ଦିଶେ; ଅନୁରୂପ ଭାବେ ଯିଏ ସୁନ୍ଦର ଅଙ୍ଗ ବିଶିଷ୍ଟ ସେ ଯାହା ପିନ୍ଧିଲେ ବି ସୁନ୍ଦର ଦେଖାଯାଏ। ତେଣୁ 'କଳଙ୍କ ଥାଇ ମଧ୍ୟ ଚନ୍ଦ୍ର ସୁନ୍ଦର ଦିଶିବା' ଉକ୍ତିଟି 'ଯିଏ ସୁନ୍ଦର ଅଙ୍ଗ ବିଶିଷ୍ଟ ସେ ଯାହା ପିନ୍ଧିଲେ ବି ସୁନ୍ଦର ଦେଖାଯାଏ' ଉକ୍ତିକୁ ସମର୍ଥନ ନିମନ୍ତେ ବ୍ୟବହୃତ, ସୁତରାଂ ଏହା ଅର୍ଥାନ୍ତରନ୍ୟାସ ଅଳଙ୍କାର। ଏଠାରେ 'ମହତ ଜନ' ହେଉଛନ୍ତି ମହତ ଲୋକ ଯିଏ ଦୟାଳୁ-ମହାନ-ନିଷ୍ଠାବାନ, ଅର୍ଥାତ ମହତ ଲୋକର ଦୟା ସମସ୍ତଙ୍କ ପାଇଁ ସମାନ, ମହତ ଲୋକ କିଛି ଭେଦଭାବ ନ କରି ସମସ୍ତଙ୍କୁ ଦୟା ଭାବ ଦେଖାନ୍ତି; ଅନୁରୂପ ଭାବେ ଗୋଟିଏ ତରୁ (ବଡ ବୃକ୍ଷ)ର ଛାୟା ସମସ୍ତଙ୍କ ପାଇଁ ସମାନ; ତରୁ ସମସ୍ତ ଆଶ୍ରୟବାଦୀଙ୍କ ପାଇଁ ସମାନ ରୂପେ ନିଜ ଛାୟା ପ୍ରଦାନ କରିଥାଏ, କାହାର ମସ୍ତକ ଉପରୁ ନିଜ ଛାୟାକୁ ଅପସାରଣ କରେ ନାହିଁ। ତେଣୁ 'ମହତ ଲୋକର ଦୟା ସମସ୍ତଙ୍କ ପାଇଁ ସମାନ ରୂପେ ବିତରିତ' ଉକ୍ତିଟି 'ତରୁ ସମସ୍ତ ଆଶ୍ରୟବାଦୀଙ୍କ ପାଇଁ ସମାନ ରୂପେ ନିଜ ଛାୟା ପ୍ରଦାନ କରିଥାଏ, କାହାର ମସ୍ତକ ଉପରୁ ନିଜ ଛାୟାକୁ ଅପସାରଣ କରେ ନାହିଁ' ଉକ୍ତିକୁ ସମର୍ଥନ ନିମନ୍ତେ ବ୍ୟବହୃତ, ସୁତରାଂ ଏହା ଅର୍ଥାନ୍ତରନ୍ୟାସ ଅଳଙ୍କାର। Additional Informationଯେଉଁ ବାକ୍ୟରେ ଉପମାନ, ଉପମେୟ ସମାନଧର୍ମ ବିଶିଷ୍ଟ ହୋଇଥାନ୍ତି ଓ ସେମାନଙ୍କ ମଧ୍ୟରେ ଥିବା ସାଦୃଶ୍ୟ (ପରି, ତୁଲ୍ୟ, ସଦୃଶ, ଯେହ୍ନେ, ଯେସନ, ସରି, ଯଥା ପ୍ରଭୃତି) ସାଧାରଣବୋଧକ ଶବ୍ଦଦ୍ଵାରା ଅଭିହିତ ହୋଇଥାଏ, ସେଠାରେ ଉପମା ଅଳଙ୍କାର ହୁଏ ।ପ୍ରକୃତ ବସ୍ତୁରେ (ଉପମେୟରେ) ଅପ୍ରକୃତ ବସ୍ତୁ (ଉପମାନ)ର ସମ୍ଭାବନା ବା ତର୍କଣା କରାଗଲେ ଉତ୍ପ୍ରେକ୍ଷା ଅଳଙ୍କାର ହୁଏ ।ଏହି ଅଳଙ୍କାରରେ ‘କି, ସତେକି, ସିନା, ସତେ, ଅବା, କିବା, ବା, ବୋଧେ ପ୍ରଭୃତି ଉତ୍ପ୍ରେକ୍ଷାବାଚକ ଶବ୍ଦ ବ୍ୟବହୃତ ହୋଇଥାଏ।ଉପମାନ ଓ ଉପମେୟ ମଧ୍ୟରେ ଅଭେଦ କଳ୍ପିତ/କଥିତ ହେଲେ ଏବଂ ଉପମେୟରେ ଉପମାନର ଆରୋପ ହେଲେ ରୂପକ ଅଳଙ୍କାର ହୁଏ।20 / 20ପ୍ରଦତ୍ତ ଅନୁଚ୍ଛେଦଟି ପାଠକରି ପ୍ରଶ୍ନ (ନଂ 1 ରୁ 5 ପର୍ଯ୍ୟନ୍ତ) ଗୁଡ଼ିକର ଉତ୍ତର ବାଛ :ଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି । ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ । ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି । ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । ସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ । ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା କହିତ; ଏଥୁରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ? ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ବିଶ୍ଵ ସଂସ୍କୃତିକୁ କ’ଣ ଭାରତର ଦାନ ନୁହେଁ ? ଧର୍ମ ଦର୍ଶନ କଳା ପାର୍ଥିବ ସୁଖ ପ୍ରଦାନକାରୀ ବସ୍ତୁ ସଠିକ୍ ଉତ୍ତର ହେଉଛି- ପାର୍ଥିବ ସୁଖପ୍ରଦାନକାରୀ ବସ୍ତୁKey Pointsସକାଳୁ ଉଠି ରାତିରେ ଶୋଇବାକୁ ଗଲାଯାଏଁ ଆମର ଦୈନନ୍ଦିନ ଜୀବନ ସମ୍ପୃକ୍ତ ଭିନ୍ନଭିନ୍ନ ଦ୍ରବ୍ୟର ଆଲୋଚନା କଲେ ଏହା ସ୍ପଷ୍ଟ ହୋଇ ଉଠିବ ।ସାନିଟାରୀ ଲାଟିନ୍, ଟାପଜଳ, ଦୈନିକ କାଗଜ, ମୁଦ୍ରାଯନ୍ତ୍ର, ଚା’ ବା କଫି ଓ ଚାଇନା ଗିନା ଥାଳିଆ, ରିକ୍ସା ବା ମୋଟର, ରେଳଗାଡ଼ି, ଏରୋପ୍ଲେନ୍, ଇଲେକ୍ଟ୍ରିକ୍ ପଙ୍ଖା ଓ ଆଲୁଅ ପୁଣି ୱାଚ ଓ ଘଣ୍ଟା ସହିତ; ଏଥିରୁ କେଉଁଟି ଭାରତବର୍ଷର ନିଜସ୍ବ ଉଦ୍ଭାବନ ?ଆମେ ଆମ ସଭ୍ୟତା ଓ ସଂସ୍କୃତି ନାମରେ ଲମ୍ଫ-ଝାମ୍ପ ଦେଇପାରୁ କିନ୍ତୁ ଯେଉଁ ସଂସ୍କୃତିର ଐତିହ୍ୟ ଆମର ବର୍ତ୍ତମାନକୁ ସୁନ୍ଦର ଓ ସ୍ଵଚ୍ଛନ୍ଦ କରିବାକୁ ଶିଖାଏନା ବା ସାହାଯ୍ୟ କରେନା କେବଳ ନୁହେଁ, ତାହା ସଭ୍ୟ ମନୁଷ୍ୟର ଏକ କର୍ତ୍ତବ୍ୟ ବୋଲି ମଧ୍ୟ କେବେହେଲେ ପ୍ରେରଣା ଦେଇନି, ସମସାମୟିକ ପ୍ରୟୋଜନ ଦୃଷ୍ଟିରୁ ତାହାର ମୂଲ୍ୟ କମିଯିବାର କଥା ।ଯଥାର୍ଥତାଅନେକ ପାଶ୍ଚାତ୍ୟ ସମାଲୋଚକ ଭାରତୀୟମାନଙ୍କର ରଚନା, ଗବେଷଣା ଓ ସାମାଜିକ ଆୟୋଜନରେ ମୌଳିକତାର ଏକାନ୍ତ ଅଭାବ ଲକ୍ଷ୍ୟକରି ଆକ୍ଷେପ କରିଥାନ୍ତି ।ଯେଉଁଠି ବ୍ୟକ୍ତି ଓ ସମାଜର ସକଳ ଦୈନନ୍ଦିନ କର୍ମ ଓ ଚିନ୍ତାଧାରାକୁ ପରମ୍ପରାହିଁ ନିୟନ୍ତ୍ରଣ କରେ, ସେଠି ମୌଳିକତାର ବିକାଶ ସହଜ ନୁହେଁ ।ସେଠାରେ ଗତାନୁଗତିକତାହିଁ ସାଧାରଣ ଦୃଶ୍ୟ ହେବାର କଥା । ଭାରତବର୍ଷରେ ଅନେକାଂଶରେ ତାହାହିଁ ଘଟିଛି ।ବିଶ୍ଵ ସଂସ୍କୃତିକୁ ଭାରତର ଧର୍ମ, ସାହିତ୍ୟ, କଳା ଓ ଦର୍ଶନ ଦେଇ ଅତୁଳନୀୟ ଦାନ ଥିଲେହେଁ, ମନୁଷ୍ୟର ପାର୍ଥିବ ଜୀବନକୁ ସୁଖ ସ୍ଵାଚ୍ଛନ୍ଦ୍ୟମୟ କରିବା ପାଇଁ ଅନ୍ୟ ଜାତିମାନଙ୍କ ତୁଳନାରେ ଭାରତର ଦାନ ସାମାନ୍ୟ । Your score is Download Our App for Quiz .Quiz available at OSSSC TEST SERIES_MINI MOCK- Level 2Download App For QuizSubscribe Us Facebook Twitter Youtube Telegram Instagram