ସରଳ ସୁଧ ଓ ଚକ୍ରବୃଦ୍ଧି ସୁଧ-PMST 2024

ସରଳ ସୁଧ ଓ ଚକ୍ରବୃଦ୍ଧି ସୁଧ-PMST 2024

Welcome To Odisha Regional Stuy Point
We Provide the best e preparation for
all competitive exam   In ଓଡ଼ିଆ Language…

Download Our Mobile AppORSP EDUCATION

୧. ଶତକଡା ବାର୍ଷିକ କେତେ ହାର ସୁଧରେ ୪୫୦ ଟଙ୍କାର ଦୁଇବର୍ଷର ସମୂଳସୁଧ ୫୫୮ ଟଙ୍କା ହେବ?
(A) ୧୨% (B) ୧୦%
(C) ୧୫%  (D) ୮%

୨. ଜଣେ ବ୍ୟବସାୟୀର ମୂଳଧନ ବାର୍ଷିକ ୨୦% ବୃଦ୍ଧି ପାଏ। ଯଦି ସେ ଟ. ୧,୦୦,୦୦୦/- ମୂଳଧନରେ ବ୍ୟବସାୟ ଆରମ୍ଭ କରିଥାନ୍ତି, ତାହେଲେ ୨ ବର୍ଷ ପରେ ତାଙ୍କର ମୂଳଧନ କେତେ ହୋଇଥିବ?
(A) ୧,୪୮,୦୦୦ ଟଙ୍କା
(B) ୧,୫୬,୦୦୦ ଟଙ୍କା
(C) ୧,୬୪,୦୦୦ ଟଙ୍କା
(D) ୧,୪୪,୦୦୦ ଟ

୩. ଯଦି ୫% ସୁଧ ହାରରେ ୩ ବର୍ଷରେ ଚକ୍ରବୃଦ୍ଧି ଓ ସରଳ ସୁଧ ମଧ୍ୟରେ ତଫାତ୍ ୧୨୨ ଟଙ୍କା ହୁଏ, ତେବେ ମୂଳଧନ କେତେ?
(A) ୧୨୦୦୦ ଟଙ୍କା
(B) ୧୫୦୦୦ ଟଙ୍କା
(C) ୧୬୦୦୦ ଟଙ୍କା
(D) ୧୮୦୦୦ ଟ

୪. ଶତକଡା ବାର୍ଷିକ ୮% ସରଳ ସୁଧ ହାରରେ କେତେ ମୂଳଧନର ସୁଧ ମିଶି ୪ ବର୍ଷରେ ଟ. ୬,୬୦୦ ହେବ?
(A) ଟ.୬,୦୦୦
(B) ଟ.୫,୦୦୦
(C) ଟ.୪,୦୦୦
(D) ଟ.୬,୨୦୦

୫. ବାର୍ଷିକ ୭% ହାର ସୁଧରେ କେତେ ବର୍ଷରେ ୧୩୫୦ ଟଙ୍କାର ସମୂଳସୁଧ ଟ. ୧୫୮୬.୨୫ ହେବ?
(A) ୨ ବର୍ଷ (B) ୨ ୧/୨ ବର୍ଷ
(C) ୩ ବର୍ଷ   (D) ୪ ୧/୨ ବର୍ଷ

୬. ରମେଶ ୭୫୦ ଟଙ୍କା କରଜ କରି ୩ ବର୍ଷ ପରେ ୯୩୦ ଟଙ୍କା ଦେଇ ଋଣମୁକ୍ତ ହେଲେ। ସେହି ସୁଧ ହାରରେ ଗୋବିନ୍ଦ ୯୦୦ ଟଙ୍କା କରଜ କରି ୨ ବର୍ଷ ପରେ କେତେ ଟଙ୍କା ଦେଇ ଋଣମୁକ୍ତ ହେବ?
(A) ୯୦୦ (B) ୧୦୪୪
(C) ୧୨୪୦  (D) ୧୩୪୪

୭. ସରଳ ସୁଧ ହାରରେ ୩୦୦ ଟଙ୍କା ୪ ବର୍ଷରେ ୩୬୦ ଟଙ୍କା ହୁଏ। ଯଦି ସୁଧର ହାର ୧% ବଢିଯାଏ, ଏହା କେତେ ଟଙ୍କା ହେବ?
(A) ଟ. ୩୮୦ (B) ଟ. ୪୨୦
(C) ଟ. ୪୦୦ (D) ଟ. ୩୭୨

୮. ୬୦୦ ଟଙ୍କାର ୪% ହାରରେ ଓ ୧୨୦୦ ଟଙ୍କାର ୬% ହାରରେ କେତେ ବର୍ଷରେ ସରଳସୁଧ ମିଶି ୨୮୮ ଟଙ୍କା ହେବ?
(A) ୧ ବର୍ଷ (B) ୨ ବର୍ଷ
(C) ୩ ବର୍ଷ   (D) ୪ ବର୍ଷ

୯. କେଉଁ ମୂଳଧନ ଉପରେ ବାର୍ଷିକ ୧୦% ସୁଧ ହାରରେ ୬ ବର୍ଷରେ ସମୂଳ ସୁଧ ୯୦୦ ଟଙ୍କା ହେବ?
(A) ଟ.୫୬୦.୨୦
(B) ଟ.୫୮୦.୫୦
(C) ଟ.୫୩୦.୦୦ 
(D) ଟ.୫୬୨.୫୦

୧୦. ଶତକଡା ବାର୍ଷିକ ୮% ହାରରେ ଟ. ୫,୦୦୦ ର ୩ ୧/୨ ବର୍ଷର ସରଳସୁଧ ଓ ଶତକଡା ବାର୍ଷିକ ୪ ୧/୨% ହାରରେ ଟ. ୪,୦୦୦ ର ୮ ବର୍ଷର ସରଳ ସୁଧ ମଧ୍ୟରେ ଅନ୍ତର କେତେ?
(A) ଟ. ୬୦ (B) ଟ. ୪୦
(C) ଟ. ୨୦   (D) ଟ. ୮୦

୧୧. ଜଣେ ବ୍ୟକ୍ତି ୧୦% ସରାଳସୁଧ ହାରରେ ୫୦୦୦ ଟଙ୍କା ସ୍ଵାଧିନତା ଦିବସ ଦିନ ଆଣିଲା। ସେ ଯଦି ସେହି ବର୍ଷ ଅକ୍ଟୋବର ୨୭ ରେ ଋଣ ପରିଶୋଧ କରେ, ତେବେ ସେ କେତେ ଟଙ୍କା ଦେଲେ ଋଣମୁକ୍ତ ହେବ?
(A) ୫୧୦୦ ଟଙ୍କା
(B) ୫୨୦୦ ଟଙ୍କା
(C) ୫୩୦୦ ଟଙ୍କା
(D) ୫୪୦୦ ଟଙ୍କା

୧୨. କେଉଁ ସରଳସୁଧ ହାରରେ କୌଣସି ମୂଳଧନ ୧୦ ବର୍ଷରେ ଦ୍ଵିଗୁଣିତ ହେବ?
(A) ୮% (B) ୫%
(C) ୧୦%     (D) ୧୫%

୧୩. କେତେ ବର୍ଷରେ ବାର୍ଷିକ ୪% ସୁଧ ହାରରେ ସୁଧର ପରିମାଣ ମୂଳଧନ ସହ ସମାନ ହେବ?
(A) ୧୫ (B) ୨୦
(C) ୨୫   (D) ୩୦

୧୪. ସୁଦର୍ଶନ ପ୍ରଫୁଲ୍ଲଙ୍କୁ ୨ ବର୍ଷ ପାଇଁ ୬୦୦ ଟଙ୍କା ଓ ମନୋରଞ୍ଜନଙ୍କୁ ୪ ବର୍ଷ ପାଇଁ ୧୫୦ ଟଙ୍କା ଧାର ଦେଲେ। ସେ ଉଭୟଙ୍କ ଠାରୁ ମୋଟ ୧୦୮ ଟଙ୍କା ସୁଧ ପାଇଲେ। ବାର୍ଷିକ ଶତକଡା ସୁଧ ହାର କେତେ ଥିଲା?
(A) ୬% (B) ୮%
(C) ୧୦%    (D) ୧୨%

୧୫. ଅମରେଶ ସାର୍ ବାର୍ଷିକ ୮% ସୁଧ ହାରରେ ୨ ବର୍ଷ ପାଇଁ କିଛି ଟଙ୍କା କରଜ ଆଣିଲେ। ସେ କେବଳ ସୁଧ ପାଇଁ ୨୪୦ ଟଙ୍କା ଦେଲେ। ତେବେ ସେ କେତେ ଟଙ୍କା କରଜ ଆଣିଥିଲେ?
(A) ଟ.୧୨୦୦ (B) ଟ.୧୩୦୦
(C) ଟ.୧୪୦୦  (D) ଟ.୧୫୦୦

୧୬. କୌଣସି ମୂଳଧନର ୫ ବର୍ଷରେ ସମୂଳସୁଧ ୧୧୦୦ ଟଙ୍କା। ସୁଧ ମୂଳଧନର ୩/୮ ହେଲେ ମୂଳଧନ କେତେ?
(A) ୮୦୦ ଟଙ୍କା
(B) ୧୦୦୦ ଟଙ୍କା
(C) ୧୨୦୦ ଟଙ୍କା
(D) ୧୬୦୦ ଟଙ୍କା

୧୭. କୌଣସି ମୂଳଧନର ବାର୍ଷିକ ଶତକଡା ୫ ହାର ସୁଧରେ ଦୁଇ ବର୍ଷରେ ଚକ୍ରବୃଦ୍ଧି ସୁଧ ଓ ସରଳସୁଧର ଅନ୍ତର ଟ. ୧.୨୫ ପ. ହେଲେ ମୂଳଧନ କେତେ?
(A) ଟ.୭୦୦ (B) ଟ.୬୪୦
(C) ଟ.୪୮୦  (D) ଟ.୫୨୦

୧୮. ବାର୍ଷିକ ୭% ହାର ସୁଧରେ କେତେ ବର୍ଷରେ ୧୩୫୦ ଟଙ୍କାର ସମୂଳସୁଧ ଟ. ୧୫୮୬.୨୫ ପ. ହେବ?
(A) ୨ ବର୍ଷ (B) ୨ ୧/୨ ବର୍ଷ
(C) ୩ ବର୍ଷ   (D) ୪ ୧/୨ ବର୍ଷ

୧୯. ଏକା ମୂଳଧନରେ ୨ ବର୍ଷରେ ଚକ୍ରବୃଦ୍ଧି ସୁଧ ୫୨ ଟଙ୍କା ଓ ସରଳସୁଧ ୫୦ ଟଙ୍କା। ଯଦି ସୁଧର ହାର ଉଭୟ କ୍ଷେତ୍ରରେ ସମାନ ଥାଏ, ତେବେ ସୁଧର ହାର କେତେ?
(A) ୧୮% (B) ୧୨%
(C) ୮%      (D) ୬%

୨୦. ୧୨୦୦ ଟଙ୍କା ମୂଳଧନରୁ କିଛି ଟଙ୍କା ୫% ସରଳ ସୁଧ ହାରରେ ଓ ଅବଶିଷ୍ଟ ଟଙ୍କା ୬% ସରଳସୁଧ ହାରରେ କର ଦିଆଗଲା। ୨ ବର୍ଷ ପରେ ମୋଟ ସୁଧ ୧୨୮ ଟଙ୍କା ହେଲେ ୬% ହାରରେ କେତେ ଟଙ୍କା ଦିଆଗଲା?
(A) ୪୦୦ ଟଙ୍କା (B) ୬୦୦ ଟଙ୍କା
(C) ୮୦୦ ଟଙ୍କା (D) ୧୦୦୦ ଟଙ୍କା

୨୧. ବାର୍ଷିକ ସୁଧ ହାର ୨୦% ରେ କୌଣସି ମୂଳଧନରେ ୧ ୧/୨ ବର୍ଷର ସରଳ ସୁଧ ୬୬୦ ଟଙ୍କା ହେଲା। ସେହି ମୂଳଧନରେ ବାର୍ଷିକ ସୁଧ ୧୨% ହାରରେ ୨ ବର୍ଷରେ ସରଳ ସୁଧ କେତେ ହେବ?
(A) ୪୨୮ (B) ୫୨୮
(C) ୬୨୮   (D) ୭୨୮

୨୨. ସୀତା ବାର୍ଷିକ ୧୨% ହାର ସୁଧରେ ୨୦୦୦ ଟଙ୍କା କରଜ କରି ୮ ମାସ ପରେ ଏହି ଋଣ ପରିଶୋଧ କରିଦେଲେ। ସେ ସମୁଦାୟ କେତେ ଟଙ୍କା ଦେଇ ଋଣମୁକ୍ତ ହେଲେ?
(A) ୨୦୦୦ ଟଙ୍କା
(B) ୨୧୬୦ ଟଙ୍କା
(C) ୨୨୪୦ ଟଙ୍କା
(D) ୨୨୬୦ ଟଙ୍କା

୨୩. ବାର୍ଷିକ ୮% ସୁଧ ହାରରେ ମୂଳଧନର ୫ ବର୍ଷର ସୁଧ ସେହି ମୂଳ ଉପରେ ବାର୍ଷିକ ୧୮% ସୁଧ ହାରରେ ୩ ବର୍ଷ ୪ ମାସରେ ସୁଧ ଅପେକ୍ଷା ୨୦୦ ଟଙ୍କା କମ୍ ହେଲେ ମୂଳଧନ କେତେ?
(A) ୮୦୦ ଟଙ୍କା (B) ୯୦୦ ଟଙ୍କା
(C) ୧୦୦୦ ଟଙ୍କା (D)୧୨୦୦ ଟଙ୍କା

୨୪. ବାର୍ଷିକ ଶତକଡା କେତେ ହାର ସରଳ ସୁଧରେ ବର୍ଷରେ ସମୂଳସୁଧ ମୂଳଧନର ଦୁଇଗୁଣ ହେବ?
(A) ୭ ୨/୩% (B) ୩ ୨/୫%
(C) ୮ ୧/୩%   (D) ୧୦ ୧/୨%

୨୫. ବାର୍ଷିକ ୬% ହାର ସୁଧରେ A ୮୦୦ ଟଙ୍କା ଏବଂ ୧୦% ହାର ସୁଧରେ B ୬୦୦ ଟଙ୍କା ଋଣ କଲା। କେତେ ବର୍ଷ ପରେ ଉଭୟଙ୍କର ଋଣ ପରିମାଣ ସମାନ ହେବ?
(A) ୧୬ ବର୍ଷ ୮ ମାସ
(B) ୧୨ ବର୍ଷ
(C) ୧୪ ବର୍ଷ ୬ ମାସ
(D) କୌଣସିଟି ନୁହେଁ

୨୬. ବାର୍ଷିକ ସୁଧର ହାର ୩ ୧/୨% ରେ ୭ ୧/୪ ବର୍ଷରେ କେତେ ମୂଳଧନର ସୁଧ ୨୦୩ ଟଙ୍କା ହେବ?
(A) ୬୦୦ ଟଙ୍କା
(B) ୮୦୦ ଟଙ୍କା
(C) ୧୦୦୦ ଟଙ୍କା
(D) ୧୨୦୦ ଟଙ୍କା

୨୭. ରମେଶ ୭୫୦ ଟଙ୍କା କରଜ କରି ୩ ବର୍ଷ ପରେ ୯୩୦ ଟଙ୍କା ଦେଇ ଋଣମୁକ୍ତ ହେଲେ। ସେହି ସୁଧ ହାରରେ ଗୋବିନ୍ଦ ୯୦୦ ଟଙ୍କା କରଜ କରି ୨ ବର୍ଷ ପରେ କେତେ ଟଙ୍କା ଦେଇ ଋଣମୁକ୍ତ ହେବ?
(A) ୯୦୦ (B) ୧୦୪୪
(C) ୧୨୪୦ (D) ୧୩୪୪

୨୮.କୌଣସି ମୂଳଧନ ଯଦି ୩୦ ବର୍ଷରେ ତ୍ରିଗୁଣିତ ହୁଏ ତେବେ ବାର୍ଷିକ ସୁଧର ହାର କେତେ?
(A) ୬ ୧/୪% (B) ୬ ୨/୩%
(C) ୧୨ ୧/୪% (D) ୧୬ ୨/୩%

୨୯. ବାର୍ଷିକ ୬% ହାର ସୁଧରେ ସୋନି ୧୬୦୦ ଟଙ୍କା ଓ ୧୦% ହାର ସୁଧରେ ଶ୍ରୀୟା ୧୨୦୦ ଟଙ୍କା ଋଣ କଲା। କେତେ ବର୍ଷ ପରେ ଉଭୟଙ୍କ ସମୂଳସୁଧ ସମାନ ହେବ?
(A) ୨୦ (B) ୧୬ ୨/୩
(C) ୧୬   (D) ୧୪

୩୦. କୌଣସି ମୂଳଧନର ୫ ବର୍ଷର ସମୂଳସୁଧ ୨୨୦୦ ଟଙ୍କା। ସୁଧ ମୂଳଧନର ୩/୮ ହେଲେ ସୁଧରହାର କେତେ?
(A) ୫% (B) ୮%
(C) ୬%   (D) ୭ ୧/୨%

Download Our Mobile AppORSP EDUCATION

Leave a Comment