ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ପାଇଁ ହାରାହାରି ତାପମାତ୍ରା 48 ଡିଗ୍ରୀ ଏବଂ ମଙ୍ଗଳ ବାର, ବୁଧ ବାର, ଗୁରୁବାର ଏବଂ ଶୁକ୍ର ବାର ପାଇଁ 46 ଡିଗ୍ରୀ ଥିଲା । ଯଦି ସୋମବାର ର ତାପମାତ୍ରା 42 ଡିଗ୍ରୀ ଥିଲା ତେବେ ଶୁକ୍ରବାର ଦିନ ତାପମାତ୍ରା ବାହାର କର ।
ଦତ୍ତ:
ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ପାଇଁ ହାରାହାରି ତାପମାତ୍ରା = 48 ଡିଗ୍ରୀ
ମଙ୍ଗଳ ବାର, ବୁଧ ବାର, ଗୁରୁବାର ଏବଂ ଶୁକ୍ର ବାର ପାଇଁ ହାରାହାରି ତାପମାତ୍ରା = 46 ଡିଗ୍ରୀ
ସୋମବାର ର ତାପମାତ୍ରା = 42 ଡିଗ୍ରୀ
ବ୍ୟବହୃତ ସୂତ୍ର:
ହାରାହାରି ତାପମାତ୍ରା = ମୋଟ ତାପମାତ୍ରା /ଦିନ ସଂଖ୍ୟା
ଗଣନା:
ସୋମବାର, ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ର ତାପମାତ୍ରା = 48 × 4 = 192 ଡିଗ୍ରୀ ----- (i)
ମଙ୍ଗଳ ବାର, ବୁଧ ବାର, ଗୁରୁବାର ଏବଂ ଶୁକ୍ର ବାର ର ତାପମାତ୍ରା = 46 × 4 = 184 ଡିଗ୍ରୀ ----- (ii)
(i) - (ii) ରୁ
ସୋମବାର ର ତାପମାତ୍ରା - ଶୁକ୍ର ବାର ର ତାପମାତ୍ରା = 192 - 184 = 8 ଡିଗ୍ରୀ
⇒ 42 ଡିଗ୍ରୀ - ଶୁକ୍ର ବାର ର ତାପମାତ୍ରା = 8 ଡିଗ୍ରୀ
⇒ 42 ଡିଗ୍ରୀ - 8 ଡିଗ୍ରୀ = ଶୁକ୍ର ବାର ର ତାପମାତ୍ରା
⇒ ଶୁକ୍ର ବାର ର ତାପମାତ୍ରା = 34 ଡିଗ୍ରୀ