| Odia Grammar Mini Mock -02 | OSSSC Prelims | February 19, 2024February 18, 2024 by admin/20 29 | Odia Grammar Mini Mock -02 | OSSSC Prelims || Odia Grammar Mini Mock -02 | OSSSC Prelims | 1 / 20ସଂପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା । - ରେଖାଙ୍କିତ ପଦଟିରେ କେଉଁ ବିଭକ୍ତି ଯୁକ୍ତ ହୋଇଅଛି ? ତୃତୀୟା ଚତୁର୍ଥୀ ଷଷ୍ଠୀ ସପ୍ତମୀ ସଠିକ ଉତ୍ତର ହେଉଛି ''ସପ୍ତମୀ''। Key Pointsଯେଉଁ ବର୍ଣ୍ଣ ବା ବର୍ଣ୍ଣସମଷ୍ଟି ଦ୍ଵାରା ସଂଖ୍ୟା (ଏକବଚନ, ବହୁବଚନ) କାରକ (କର୍ତ୍ତା, କର୍ମ, କରଣ ପ୍ରଭୃତି) ସୂଚିତ ହୁଏ ତାହାକୁ ବିଭକ୍ତି କୁହାଯାଏ। ବିଭକ୍ତି ସାତ ଭାଗରେ ବିଭକ୍ତ, ଯଥା – ପ୍ରଥମା, ଦ୍ଵିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ବିଭକ୍ତି। ବିଭକ୍ତି ଶବ୍ଦଟି ବି - ଉପସର୍ଗ ‘ଭଜ୍’ ଧାତୁ ଓ ‘ତି’ ପ୍ରତ୍ୟୟ ଯୋଗରେ ଗଠିତ, ଯାହାର ଆଭିଧାନିକ ଅର୍ଥ ହେଉଛି ବିଭାଗ ବା ବଣ୍ଟନ କରିବା।ଯଥାର୍ଥତା:ସପ୍ତମୀ ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - ଏ, ରେ, ଠାରେ, ଠାଇଁ, ଠି, ଠେଇଁ, ତହିଁ ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ମାନଙ୍କରେ, ମାନଙ୍କଠାରେ, ମାନଙ୍କଠାଇ, ମାନଙ୍କଠେଇଁ, ଗୁଡ଼ିକରେ, ଗୁଡ଼ିକଠାରେ, ଗୁଡ଼ିକଠେଇଁ, ଗୁଡ଼ିକଠି। କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ, ସେହି ସମୟର ବା ସ୍ଥାନର ଅଧିକରଣ କାରକ ହୋଇଥାଏ । ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୁଏ ।ଯଥା – ବର୍ଷାକାଳରେ କଦମ୍ବ ଫୁଟେ । ପୁଷ୍କରିଣୀରେ ପଦ୍ମ ଫୁଟିଅଛି ।ଏଠାରେ 'ବର୍ଷାକାଳରେ' ଓ 'ପୁଷ୍କରିଣୀରେ' - ଅଧିକରଣ କାରକ ହେତୁ ସପ୍ତମୀ ବିଭକ୍ତି ବ୍ୟବହୃତ।ଠିକ ସେହିପରି 'ସଂପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା' - ରେଖାଙ୍କିତ ପଦଟି 'ବିପଦ ସମୟରେ' କୁ ସୂଚାଉଛି। ଦେଖା ନ ଦେବା କ୍ରିୟା ବିପଦେ (ବିପଦ + ଏ) ବିପଦ ସମୟରେ ସାଧିତ ହେଉଛି - ଅତଏବ 'ବିପଦେ'ଠି ଅଧିକାରଣ କାରକ ଲାଗିଛି।ପୁନଶ୍ଚ 'ବିପଦେ (ବିପଦ + ଏ)' ପଦଟିରେ 'ବିପଦ' ସହ ସପ୍ତମୀ ବିଭକ୍ତି ଏକବଚନ ଚିହ୍ନ 'ଏ' ଯୁକ୍ତ ହେଉଛି। ଅତଏବ ଏଦିଗରେ ଏହା ସ୍ପଷ୍ଟ ଯେ ବ୍ୟାକରଣିକ ନିୟମାନୁଯାୟୀ ବାକ୍ୟଟିରେ ରେଖାଙ୍କିତ ପଦଟିରେ ଅଧିକାରଣ କାରକ ହେତୁ ସପ୍ତମୀ ବିଭକ୍ତି ଲାଗିଛି।Additional Informationଅନ୍ୟ ବିକଳ୍ପଗୁଡିକ ଦତ୍ତ ପ୍ରଶ୍ନଟି ପାଇଁ ଉଦ୍ଦିଷ୍ଟ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ।ତୃତୀୟା ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - ଏ, ରେ, ଦ୍ୱାରା, ଦେହି, ଦେଇ, କର୍ତ୍ତୃକ ଇତ୍ୟାଦି; ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ମାନଙ୍କ ଦ୍ଵାରା, ମାନଙ୍କଦେଇ, ମାନଙ୍କ ଦେହି,ମାନଙ୍କ କର୍ତ୍ତୃକ ଇତ୍ୟାଦି। ଚତୁର୍ଥୀ ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - କୁ, ଙ୍କୁ, କି, ଙ୍କି, ପାଇଁ, ନିମିତ୍ତ, ସକାଶ ଇତ୍ୟାଦି; ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ଙ୍କୁ, ମାନଙ୍କୁ, ମାନଙ୍କ ପାଇଁ, ମାନଙ୍କ ନିମିତ୍ତ, ମାନଙ୍କ ସକାଶ ଇତ୍ୟାଦି।ଷଷ୍ଠୀ ବିଭକ୍ତିର ଏକବଚନ ଚିହ୍ନଗୁଡିକ ହେଉଛି - ର, ଙ୍କ, ଙ୍କର ଇତ୍ୟାଦି; ଏବଂ ବହୁବଚନର ଚିହ୍ନ ଗୁଡିକ ହେଉଛି - ଙ୍କର, ମାନଙ୍କ, ମାନଙ୍କର, ଗୁଡ଼ିକର ଇତ୍ୟାଦି।2 / 20ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟ ପଦରେ ପରିଣତ କରି ଠିକ ଉତ୍ତରଟି ବାଛପଥ ବିପଥ ଅପଥ ପାଥେୟ ସପଥ ସଠିକ ଉତ୍ତର ହେଉଛି ''ପାଥେୟ''। Key Pointsବାକ୍ୟର ଯେଉଁ ପଦ ଯେକୌଣସି ଜାତି, ବ୍ୟକ୍ତି, ବସ୍ତୁ, ଅବସ୍ଥା, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ।ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ବିଶେଷଣ ପଦ କୁହାଯାଏ।ବିଶେଷଣ ପଦଗୁଡିକ ବିଶେଷ୍ୟ ପଦର ଗୁଣ ଓ ଅବସ୍ଥା ଆଦି ବିଶେଷତ୍ୱ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦିଏ।ଯଥା: ଶିକ୍ଷକ ଛାତ୍ରଙ୍କୁ ଆଦର କରନ୍ତି।ଉତ୍ତମ ଶିକ୍ଷକ ଭଲ ଛାତ୍ରଙ୍କୁ ଆଦର କରନ୍ତି।ଏଠାରେ ଶିକ୍ଷକ ଓ ଛାତ୍ର ହେଉଛି ବିଶେଷ୍ୟ ପଦ ଏବଂ କହିଲା ବେଳେ ଯେ କୌଣସି ଶିକ୍ଷକ ବା ଛାତ୍ରର ସାଧାରଣ ଚିତ୍ରଟିଏ ଉଙ୍କି ମାରୁଛି।ଶିକ୍ଷକ ପୂର୍ବରୁ 'ଉତ୍ତମ' ଏବଂ ଛାତ୍ର ପୂର୍ବରୁ 'ଭଲ' ବ୍ୟବହୃତ ହୋଇ ବିଶେଷ୍ୟ ପଦ (ଶିକ୍ଷକ, ଛାତ୍ର) ସମ୍ପର୍କରେ କିଛି ଅଧିକ ସୂଚନା ଓ ନିର୍ଦ୍ଦିଷ୍ଟ ବିଶେଷତ୍ୱ ମିଳୁଛି।ସୁତରାଂ 'ଉତ୍ତମ' ଓ 'ଭଲ' ବିଶେଷ୍ୟ ପଦର ବିଶେଷ ଗୁଣ - ଧର୍ମ - ସାମର୍ଥ୍ୟ ଚମତ୍କାରିତାକୁ ଊଣା - ଅଧିକ ବା କମ - ବେଶୀ ଭାବରେ ଚିହ୍ନଟ କରିଦେଉଛି।ଗଠନାତ୍ମକ ଲକ୍ଷଣ ଓ ବ୍ୟାବହାରିକ ବିଧାନ ଦିଗରୁ ବିଶେଷଣ ୩ ପ୍ରକାରର ଯଥା - (୧) ବିଶେଷ୍ୟର ବିଶେଷଣ, ଯଥା - ମିଷ୍ଟ ଫଳ, (୨) ବିଶେଷଣର ବିଶେଷଣ, ଯଥା - ପରମ ଧାର୍ମିକ, (୩) କ୍ରିୟାର ବିଶେଷଣ, ଯଥା - ଶୀଘ୍ର ଯାଉଅଛି।ଯଥାର୍ଥତା:ଏଠାରେ ଦିଆଯାଇଥିବା ପ୍ରଶ୍ନଟି ପାଇଁ 'ପାଥେୟ' ହିଁ ଉଦ୍ଦିଷ୍ଟ ଉତ୍ତର। ଏହାର ଯଥାର୍ଥତା ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ବୁଝିବା:-ଓଡ଼ିଆ ପାଥେୟ କବିତାସମୂହ ହେଉଛି ଜୀବନ ପଥର ଦୁର୍ବିସହତାର ଲିଖିତ ଅଙ୍ଗୀକାର।ଏଠାରେ 'ପାଥେୟ' କହିଲେ 'ପଥ ସମ୍ୱନ୍ଧୀୟ' ଅର୍ଥକୁ ସୂଚାଉଛି। 'ପାଥେୟ' ଶବ୍ଦଟି 'ପଥ' ଶବ୍ଦରୁ ସୃଷ୍ଟ; ଯଥା: ପାଥେୟ = ପଥ + ପ୍ରୟୋଜନାର୍ଥେ - ଏୟ।ସୁତରାଂ ଉପରୋକ୍ତ ଉଦାହରଣରୁ ଏହା ସ୍ପଷ୍ଟ ହେଉଛି ଯେ 'ପାଥେୟ' 'ପଥ'ର ଉଦ୍ଦିଷ୍ଟ ବିଶେଷଣ ରୂପ। Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ବିଶେଷତ୍ୱ ପ୍ରଦାନ କରିବାରେ ଅସମର୍ଥ ହେତୁ 'ପଥ'ର ଉଦ୍ଦିଷ୍ଟ ବିଶେଷଣ ରୂପ ନୁହଁନ୍ତି।3 / 20ଶୁଦ୍ଧ ବନାନଟି ବାଛ। ଶିକ୍ଷୟତ୍ରୀ ସିକ୍ଷୟତ୍ରୀ ଶିକ୍ଷୟତ୍ରି ଶିକ୍ଷୟିତ୍ରୀ ସଠିକ ଉତ୍ତର ହେଉଛି "ଶିକ୍ଷୟିତ୍ରୀ"।Key Pointsଓଡ଼ିଆ ଶବ୍ଦକୋଷରେ ଅର୍ଥ ପ୍ରଦାନ କରୁଥିବା ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟିକୁ ଶବ୍ଦ କୁହାଯାଏ।କାଳ କାଳ ଧରି ବିଭିନ୍ନ ଶବ୍ଦ ବିଭିନ୍ନ ସ୍ଥାନରୁ ଉଦ୍ଧୃତ ଓ ପ୍ରଚଳିତ ହୋଇଆସୁଛି।ଏହି ଉଦ୍ଧୃତ ଶବ୍ଦାବଳୀର ଶୁଦ୍ଧତାକୁ ବଜାୟ ରଖିବା ଅପରିହାର୍ଯ୍ୟ ଅଟେ।ଯଥାର୍ଥତା:ସାଧାରଣତଃ କହିବା ଓ ଲେଖିବାବେଳେ ମନୁଷ୍ୟ ଜନିତ କିଛିଟା ଭୁଲ୍ ହେଇଯାଇଥାଏ 'ଉଚ୍ଚାରଣଗତ' ହେଉ କିମ୍ବା 'ଲିଖିତଜନିତ' ହେଉ।ଲିଖନ ସମୟରେ 'ମାତ୍ରାଜନିତ' ହେଉ ବା 'ବନାନଜନିତ' ବା 'ବ୍ୟାକରଣଜନିତ' ଭୁଲ୍ ଯୋଗୁଁ ଶୁଦ୍ଧ ଶବ୍ଦଟି ଅଶୁଦ୍ଧ ହୋଇଯାଏ।ତେଣୁ ସଠିକ ଶବ୍ଦ ବ୍ୟବହାର ନିମିତ୍ତ ସାବଧାନତା ଅବଲମ୍ବନ କରିବା ଅବାଞ୍ଛନିୟ।ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରୁ 'ଶିକ୍ଷୟିତ୍ରୀ' ହେଉଛି ଶୁଦ୍ଧ ବନାନଯୁକ୍ତ ଶବ୍ଦ। 'ଶିକ୍ଷୟିତ୍ରୀ' ବ୍ୟତୀତ ଅନ୍ୟ ସମସ୍ତ ବିକଳ୍ପଠାରେ'ମାତ୍ରାଜନିତ' ବା 'ବନାନଜନିତ' ଅଶୁଦ୍ଧତା ଘଟିଥିବା ହେତୁ ଅଶୁଦ୍ଧ ଶବ୍ଦ।ଓଡ଼ିଆ ଅଭିଧାନ ଅନୁସାରେ 'ଶିକ୍ଷୟିତ୍ରୀ' ଶବ୍ଦଟି 'ବିଦ୍ୟାଳୟରେ ଛାତ୍ରମାନଙ୍କୁ ପଢ଼ାଉଥିବା ମହିଳା ବା ଅଧ୍ୟାପିକାଙ୍କୁ' ସୂଚାଏ। ଉଦାହରଣ ସ୍ୱରୂପ: ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟିତ୍ରୀ ପଢ଼ାନ୍ତି।Additional Information'ଶିକ୍ଷୟିତ୍ରୀ' ଶବ୍ଦର ସମକକ୍ଷ : ଅଧ୍ୟାପିକା, ଶିକ୍ଷିକା।4 / 20ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ । ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ଅ ଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର । ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ । ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି । ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା | ପରିଚ୍ଛେଦରେ ବର୍ଣ୍ଣିତ 'ନିରନ୍ତର'ର ଅର୍ଥ କ'ଣ ? କାଁଭାଁ ଅନବରତ କ୍ଵଚିତ ଅଭ୍ୟନ୍ତର ସଠିକ୍ ଉତ୍ତର ହେଉଛି- ଅନବରତ Key Pointsଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ ।ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି ।ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା |ଯଥାର୍ଥତା:ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ନିରନ୍ତର ଶବ୍ଦର ଅର୍ଥ ହେଉଛି ବାରମ୍ବାର ବା ଅନବରତ । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ ।ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ ଅଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର ।ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ ।5 / 20'ଭାର୍ଯ୍ୟା' ଶବ୍ଦଟି କାହାର ସ୍ତୀଲିଙ୍ଗ? ସ୍ୱାମୀ ଗ୍ରହୀତା ଭର୍ତ୍ତା ଭାର୍ଯ୍ୟ 3) ଭର୍ତ୍ତା ସଠିକ ଉତ୍ତରଯଥାର୍ଥତା :'ଓଡ଼ିଆ ଭାଷାରେ ବିଶେଷ୍ୟ, ସର୍ବନାମ ଓ ବିଶେଷଣ ପଦର ଲିଙ୍ଗ ବିଚାର କରାଯାଏଯେଉଁ ପଦ ପୁରୁଷଙ୍କୁ ବୁଝାଏ ତାହାକୁ ପୁଲିଙ୍ଗ କୁହାଯାଏଯେଉଁ ପଦ ସ୍ତ୍ରୀଙ୍କୁ ବୁଝାଏ ତାହାକୁ ସ୍ତ୍ରୀଲିଙ୍ଗ କୁହାଯାଏବିଶେଷ୍ୟ, ସର୍ବନାମ ଓ ବିଶେଷଣରେ ଏହାର ପ୍ରକୃତି ଗତ ଲିଙ୍ଗକୁ ଅନୁସରଣ କରି ଲିଙ୍ଗ ନିର୍ଣ୍ଣୟ କରାଯାଇଥାଏଭାର୍ଯ୍ୟା = (ଭୃ ଧାତୁ=ପୋଷିବା+କର୍ମଯ+ସ୍ତ୍ରୀ. ଆ; )ଯାହାକୁ ସ୍ୱାମୀ ପୋଷଣ କରେ ପତ୍ନୀ; ସ୍ତ୍ରୀ'ଭାର୍ଯ୍ୟା' ଶବ୍ଦଟି 3) ଭର୍ତ୍ତାର ସ୍ତୀଲିଙ୍ଗAdditional Informationଲିଙ୍ଗ ୪ ପ୍ରକାରରପୁଲିଙ୍ଗ , ସ୍ତ୍ରୀଲିଙ୍ଗ , କ୍ଲୀବଲିଙ୍ଗ ଓ ଉଭୟଲିଙ୍ଗଏହି ଲିଙ୍ଗଭେଦ ଦ୍ୱାରା ବାକ୍ୟରେ ଥିବା ଅନ୍ୟପଦମାନଙ୍କର ଯଥା - ସର୍ବନାମ, କ୍ରିୟା ପ୍ରଭୂତିରେ କୌଣସି ପରିବର୍ତ୍ତନ ଘଟେ ନାହିଁ6 / 20ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ । ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ଅ ଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର । ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ । ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି । ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା | କେଉଁ ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଛି ? ବ୍ରହ୍ମପୁର ଭୁବନେଶ୍ୱର କଟକ ଓୟାଲଟେୟାର ସଠିକ୍ ଉତ୍ତର ହେଉଛି- ଓୟାଲଟେୟାରKey Pointsବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି ।ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ ।ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ ଅଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର ।ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ ।ଯଥାର୍ଥତା:ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ ।ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ ।ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି ।ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା |7 / 20‘ଅରଣ୍ୟ’ର ପର୍ଯ୍ୟାୟବାଚୀ ଶବ୍ଦଯୁଗ୍ମକୁ ବାଛ । ଅଟବୀ, ଅନନ୍ଦ ଗହନ, କୁଜନ ବନ, ବାନର ବିପିନ, କାନନ ସଠିକ ଉତ୍ତର ହେଉଛି "ବିପିନ, କାନନ"। Key Pointsପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।ଯଥାର୍ଥତା:ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ବିପିନ, କାନନ' ହେଉଛି ‘ଅରଣ୍ୟ’ର ପର୍ଯ୍ୟାୟବାଚୀ ଶବ୍ଦଯୁଗ୍ମ।କାରଣ 'ବିପିନ' କହିଲେ 'ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି' (ବେପ୍ ଧାତୁ=କମ୍ପିବା+ଅଧିକରଣ ଇନ; ନିପାତନ; ଯହିଁରେ ବୃକ୍ଷ ଲତାର ପତ୍ରାଦି ସର୍ବଦା କମ୍ପିତ ହୁଏ) ଅର୍ଥାତ ଅରଣ୍ୟ। 'କାନନ' କହିଲେ ମଧ୍ୟ 'ସେହି ସ୍ଥାନ ଯେଉଁଠାରେ ବହୁତ ଦୂର ପର୍ଯ୍ୟନ୍ତ ଗଛବୁଦା, ଝାଡ଼ଆଦି ଆପେଆପେ ଜନ୍ମିଛନ୍ତି' (କାନି ଧାତୁ=ଦ୍ୟୋତିତ କରିବା+କର୍ମ-ଅନ) ଅର୍ଥାତ ଅରଣ୍ୟ।ସୁତରାଂ ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ 'ବିପିନ, କାନନ' ଶବ୍ଦ ଦ୍ୱୟ 'ଅରଣ୍ୟ' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ ଯୁଗଳ। 'ଅରଣ୍ୟ'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ବନ, ବଣ, ଜଙ୍ଗଲ, ଅଟବୀ, ଅରଣ୍ୟକ ଇତ୍ୟାଦି।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ଅଟବୀ' ଓ 'ବନ' - ଅରଣ୍ୟର ପ୍ରତିଶବ୍ଦ ହୋଇଥିଲେ ସୁଦ୍ଧା 'ଅନନ୍ଦ' ବୋଲି କୌଣସି ଆର୍ଥିକ ଶବ୍ଦ ଓଡ଼ିଆ ଶବ୍ଦକୋଷରେ ବିଦ୍ୟମାନ ନୁହଁ।'ଗହନ' - ଘଞ୍ଚ ବା ଘନ, 'କୁଜନ' କହିଲେ ଖରାପ ଲୋକ ଓ 'ବାନର' - ମାଙ୍କଡ଼ର ପର୍ଯ୍ୟାୟବାଚୀ।8 / 20ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ । ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ଅ ଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର । ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ । ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି । ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା | ବିଭିନ୍ନ ଦେଶର ଲୋକଙ୍କ ସଂସ୍ପର୍ଶରେ ଆସି କେହିକେହି କେଉଁ ଭାଷା ଜାଣିବାର ଦେଖିବାକୁ ମିଳେ ? ତୈଲଙ୍ଗ ହିନ୍ଦୀ ଫରାସୀ ଓଡ଼ିଆ ସଠିକ୍ ଉତ୍ତର ହେଉଛି- ହିନ୍ଦୀKey Pointsଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ ।ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ ।ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି ।ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା |ଯଥାର୍ଥତା:ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି ।ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ ।ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ ଅଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର ।ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ ।9 / 20ରୋଗ ନାହିଁ ଯାହାର ସେ – ନରୋଗ ନିରୋଗ ନିରୋଗୀ ନୀରୋଗ ସଠିକ ଉତ୍ତର ହେଉଛି "ନୀରୋଗ"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ।ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ।ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ।ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ।ଯଥାର୍ଥତା:ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା:ବ୍ୟାୟାମ ଶରୀରକୁ ରୋଗ ନାହିଁ ଯାହାର ସେ କରେ।ଏଠାରେ 'ରୋଗ ନାହିଁ ଯାହାର ସେ' - ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା 'ନୀରୋଗ'ରେ ପରିଣତ ହେବ। ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।ଯଥା: ବ୍ୟାୟାମ ଶରୀରକୁ ନୀରୋଗ କରେ।କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ନୀରୋଗ' ଶବ୍ଦଟିର ଅର୍ଥ 'ଯାହାର କୌଣସି ରୋଗ ନାହିଁ - ଶାରୀରିକ ଓ ମାନସିକ ରୂପରେ ସୁସ୍ଥ'କୁ ସୂଚାଏ।ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ 'ନୀରୋଗ' ହିଁ 'ରୋଗ ନାହିଁ ଯାହାର ସେ' ପାଇଁ ଉଚିତ ଏକପଦୀକରଣ। Additional Informationଅନ୍ୟବିକଳ୍ପଗୁଡିକ 'ରୋଗ ନାହିଁ ଯାହାର ସେ' ପଦଟି ପାଇଁ ଉଦ୍ଦିଷ୍ଟ ଓ ସମକକ୍ଷ ପରି ପ୍ରତୀତ ହେଲେ ସୁଦ୍ଧା ଉପଯୁକ୍ତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି।10 / 20“ଘୃତ” ଶବ୍ଦଟି କେଉଁ ଶବ୍ଦ ଅଟେ ? ତତ୍ସମ ତଦ୍ଭବ ଦେଶଜ ବୈଦେଶିକ ସଠିକ ଉତ୍ତର ହେଉଛି 'ତତ୍ସମ'। Key Pointsଅର୍ଥ ପ୍ରଦାନ କରୁଥିବା ଗୋଟିଏ ବର୍ଣ୍ଣ କିମ୍ବା ବର୍ଣ୍ଣ ସମଷ୍ଟିକୁ 'ଶବ୍ଦ' କୁହାଯାଏ ।ଅର୍ଥବୋଧ ଆଣିପାରୁ ନଥିବା ବର୍ଣ୍ଣ ସମଷ୍ଟି (ପକର, ବିଗସ, ହନିକ, ବକବି ପ୍ରଭୃତି) କେବେହେଲେ ଶବ୍ଦ ପଦବାଚ୍ୟ ନୁହନ୍ତି ।ଶବ୍ଦ ଯେତେବେଳେ ବାକ୍ୟରେ ବ୍ୟବହତ ହୁଏ, ତାକୁ ପଦ ବୋଲି କହାଯାଏ ।ଶବ୍ଦ ହେଉଛି ଭାଷାର ବାହ୍ୟ ସ୍ତର ଓ ତାର ଅର୍ଥ ହେଉଛି ଭାଷାର ଅନ୍ତର୍ନିହିତ ସ୍ତର ।ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ ଚାରିଗୋଟି ପ୍ରଧାନ ଭାଗରେ ବିଭକ୍ତ କରାଯାଇଥାଏ । ସେଗୁଡ଼ିକ ହେଲା ତତ୍ସମ ଶବ୍ଦ, ତଦ୍ଭବ ଶବ୍ଦ, ବୈଦେଶିକ ଶବ୍ଦ ଓ ଦେଶଜ ଶବ୍ଦ । ଯଥାର୍ଥତା:ତତ୍ସମ ଶବ୍ଦଗୁଡ଼ିକ ଅବିକଳ ଭାବରେ ସଂସ୍କୃତରୁ ଆନୀତ । 'ତତ୍' ଓ 'ସମ'- ଏହାର ଅର୍ଥ ହେଉଛି ପୂର୍ବରୁ ଅର୍ଥାତ ସଂସ୍କୃତରେ ଶହରଡିକର ଆକୃତି ଯେପରି ଥିଲା ଏବେ ଠିକ୍ ସେହିପରି ଅଛି ।କେତେଗୋଟି 'ତତ୍ସମ' ଶବ୍ଦର ଉଦାହରଣ- ଅହି, ଅଗ୍ନି, ଆନନ୍ଦ, କରୁଣା, ଫଳ, ପିତା, ନାସ୍ତିକ, ରାଷ୍ଟ୍ର, ବିଷୟ, ସତ୍ୟ, ସୁନ୍ଦର ପ୍ରଭୃତି ।ତତ୍ସମ ଶବ୍ଦର ଅନ୍ୟ ଗୋଟିଏ ନାଆଁ ଅଛି । ତାହା ହେଲା 'ସାଧୁ' ଶବ୍ଦ ବା 'ସଂସ୍କୃତ' ଶବ୍ଦ । ଏଠି ଦିଆଯାଇଥିବା “ଘୃତ” ମଧ୍ୟ ଏକ ଅବିକଳ ଭାବରେ ସଂସ୍କୃତରୁ ଆନୀତ ଓ ପ୍ରଚଳିତ । ଯଥା: ଘୃତ = ଘୃ ଧାତୁ = କ୍ଷରିତ ହେବା; ଦୀପ୍ତିପାଇବା + କର୍ତ୍ତୃ - ତ ।ଅତଏବ ଏଦିଗରେ “ଘୃତ” ଏକ 'ତତ୍ସମ' ଶବ୍ଦ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ତଦ୍ଭବର ଅର୍ଥ ହେଲା - ତହିଁରୁ ଉଦ୍ଭବ, ଅର୍ଥାତ୍ ସଂସ୍କୃତରୁ ଜାତ। ଯେପରି ଘୃତରୁ ଘିଅ; ଶୃଗାଳରୁ ଶିଆଳ; ନଗରରୁ ନଅର; ପୁତ୍ରରୁ ପୁଅ; ଭଗିନୀରୁ ଭଉଣୀ; ମାତାରୁ ମାଆ; ମୃତ୍ତିକାରୁ ମାଟି ପ୍ରଭୃତି।ଏଠି ମୂଳ ସଂସ୍କୃତ ଶବ୍ଦଗୁଡିକ ହେଲା: ଘୃତ; ଶୃଗାଳ; ନଗର; ପୁତ୍ର; ଭଗିନୀ; ମାତା; ମୃତ୍ତିକା।ତଦ୍ଭବ ଶବ୍ଦଗୁଡିକ ହେଲା: ଘିଅ; ଶିଆଳ; ନଅର; ପୁଅ; ଭଉଣୀ; ମାଆ; ମାଟି।ଦେଶୀୟ ଲୋକ ବା ସାଧାରଣ ଜନତାର ଭାଷାରେ ବ୍ୟବହୃତ ହେଉଥିବା ଶବ୍ଦକୁ ଦେଶଜ ଶବ୍ଦ ବା ଦେଶ୍ୟ ଶବ୍ଦ ନାମରେ ଅଭିହିତ କରାଯାଇଥାଏ । ଦୃଷ୍ଟାନ୍ତ ସ୍ୱରୂପ - ଅଣ୍ଟି, ଆଣ୍ଟ,ଉଇ,ଖଦ.ଟାପରା, ଖପରା, ଫାଉଡ଼ା, ଧଡ଼କ, ଟିଙ୍କ, କୁଲା, ଓରା, ଚାଳ, ଝାଟୁଆ ପ୍ରଭୃତି ।ବୈଦେଶିକ ଶବ୍ଦ ବିଦେଶୀ ଭାଷାରୁ ଆଗତ ଶବ୍ଦ ସହ ଓଡ଼ିଆ ଭାଷାର ଶବ୍ଦ ଭଣ୍ଡାରକୁ ମଧ୍ୟ ସମୃଦ୍ଧ କରିଛି ।ଏହି ବୈଦେଶିକ ଭାଷାର ଶବ୍ଦଗୁଡ଼ିକୁ ଯାବନିକ ଶବ୍ଦ (ଆରବୀ, ପାର୍ସୀ, ତୁର୍କୀ) ଇଂରାଜୀ ଓ ପର୍ଭୁଗୀଳ ଶବ୍ଦ ରୂପେ ବିଭକ୍ତ କରାଯାଇ ପାରିବ ।ଯଥା- ସିମେଇ, ସୋଡ଼ା, ଚେରି, ଟେବୁଲ, ଡେପୁଟି, ଇତ୍ୟାଦି।11 / 20ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ । ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ଅ ଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର । ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ । ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି । ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା | ବୈଜାଗ ଶାଖା ଲାଇନଟିକୁ ଦକ୍ଷିଣ ଦିଗକୁ ନେବା ପାଇଁ କାହାକୁ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା ? ଇଷ୍ଟକାଳୟ ସିନ୍ଧୁର ଲହରୀମାଳା ବୃହତ ଅଟ୍ଟାଳିକା ଅନୁଚ୍ଚ ପର୍ବତ ସଠିକ୍ ଉତ୍ତର ହେଉଛି- ଅନୁଚ୍ଚ ପର୍ବତKey Pointsବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି ।ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ ।ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ ଅଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର ।ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ ।ଯଥାର୍ଥତା:ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ ।ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ ।ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି ।ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା |12 / 20ବିଶେଷ୍ୟକୁ ବିଶେଷଣ ଓ ବିଶେଷଣକୁ ବିଶେଷ୍ୟ ପଦରେ ପରିଣତ କରି ଠିକ ଉତ୍ତରଟି ବାଛ :ନୈଷ୍ଠିକ ନିଷ୍ଠାବାନ ନିଷ୍ଠାପର ନିଷ୍ଠା ଅନୈଷ୍ଠିକ ସଠିକ ଉତ୍ତର ହେଉଛି ''ନିଷ୍ଠା''। Key Pointsବାକ୍ୟର ଯେଉଁ ପଦ ଯେକୌଣସି ଜାତି, ବ୍ୟକ୍ତି, ବସ୍ତୁ, ଅବସ୍ଥା, ଗୁଣ ଓ କ୍ରିୟାର ନାମକୁ ବୁଝାଏ, ତାହାକୁ ବିଶେଷ୍ୟ ପଦ କୁହାଯାଏ।ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ ଓ ସଂଖ୍ୟାକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ, ତାହାକୁ ବିଶେଷଣ ପଦ କୁହାଯାଏ।ବିଶେଷଣ ପଦଗୁଡିକ ବିଶେଷ୍ୟ ପଦର ଗୁଣ ଓ ଅବସ୍ଥା ଆଦି ବିଶେଷତ୍ୱ ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ଦିଏ।ଯଥା: ଶିକ୍ଷକ ଛାତ୍ରଙ୍କୁ ଆଦର କରନ୍ତି।ଉତ୍ତମ ଶିକ୍ଷକ ଭଲ ଛାତ୍ରଙ୍କୁ ଆଦର କରନ୍ତି।ଏଠାରେ ଶିକ୍ଷକ ଓ ଛାତ୍ର ହେଉଛି ବିଶେଷ୍ୟ ପଦ ଏବଂ କହିଲା ବେଳେ ଯେ କୌଣସି ଶିକ୍ଷକ ବା ଛାତ୍ରର ସାଧାରଣ ଚିତ୍ରଟିଏ ଉଙ୍କି ମାରୁଛି।ଶିକ୍ଷକ ପୂର୍ବରୁ 'ଉତ୍ତମ' ଏବଂ ଛାତ୍ର ପୂର୍ବରୁ 'ଭଲ' ବ୍ୟବହୃତ ହୋଇ ବିଶେଷ୍ୟ ପଦ (ଶିକ୍ଷକ, ଛାତ୍ର) ସମ୍ପର୍କରେ କିଛି ଅଧିକ ସୂଚନା ଓ ନିର୍ଦ୍ଦିଷ୍ଟ ବିଶେଷତ୍ୱ ମିଳୁଛି।ସୁତରାଂ 'ଉତ୍ତମ' ଓ 'ଭଲ' ବିଶେଷ୍ୟ ପଦର ବିଶେଷ ଗୁଣ - ଧର୍ମ - ସାମର୍ଥ୍ୟ ଚମତ୍କାରିତାକୁ ଊଣା - ଅଧିକ ବା କମ - ବେଶୀ ଭାବରେ ଚିହ୍ନଟ କରିଦେଉଛି।ଗଠନାତ୍ମକ ଲକ୍ଷଣ ଓ ବ୍ୟାବହାରିକ ବିଧାନ ଦିଗରୁ ବିଶେଷ୍ୟ ୫ ପ୍ରକାରର ଯଥା - ବ୍ୟକ୍ତିବାଚକ ବିଶେଷ୍ୟ, ଜାତିବାଚକ ବିଶେଷ୍ୟ, ବସ୍ତୁବାଚକ ବିଶେଷ୍ୟ, ଗୁଣବାଚକ ବିଶେଷ୍ୟ, କ୍ରିୟାବାଚକ ବିଶେଷ୍ୟ।ବ୍ୟକ୍ତିବାଚକ ବିଶେଷ୍ୟ - ଗଙ୍ଗା, ବ୍ରହ୍ମପୁତ୍ର; ଜାତିବାଚକ ବିଶେଷ୍ୟ - ନଦୀ, ପର୍ବତ; ବସ୍ତୁବାଚକ ବିଶେଷ୍ୟ - ଲୁହା, କାଠ; ଗୁଣବାଚକ ବିଶେଷ୍ୟ - ସାଧୁତା, ନିଷ୍ଠା; କ୍ରିୟାବାଚକ ବିଶେଷ୍ୟ - ଗମନ, ଚାଲି।ଯଥାର୍ଥତା:ଏଠାରେ ଦିଆଯାଇଥିବା ପ୍ରଶ୍ନଟି ପାଇଁ 'ନିଷ୍ଠା' 'ନୈଷ୍ଠିକ'ର ଉଦ୍ଦିଷ୍ଟ ବିଶେଷ୍ୟ ରୂପ। କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ନୈଷ୍ଠିକ' କହିଲେ 'ନିଷ୍ଠାପର ବା ଦୃଢ଼ ଭାବରେ ନିଷ୍ଠାବାନ' ବୋଲି ବୁଝାଯାଏ।ଏହାର ଯଥାର୍ଥତା ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ବୁଝିବା:-ସନ୍ଧ୍ୟାରେ ମହାକାଳେଶ୍ୱରଙ୍କ ନୈଷ୍ଠିକ ପୂଜାବିଧି ଦର୍ଶନ କରନ୍ତୁ।ସନ୍ଧ୍ୟାରେ ମହାକାଳେଶ୍ୱରଙ୍କ ପ୍ରତି ନିଷ୍ଠା ସହକାରେ ହେଉଥିବା ପୂଜାବିଧି ଦର୍ଶନ କରନ୍ତୁ।ବାକ୍ୟ ଦ୍ଵୟର ଅର୍ଥ ସମକକ୍ଷ କିନ୍ତୁ ବିଶେଷ୍ୟ - ବିଶେଷଣ ବ୍ୟବହାର୍ଯ୍ୟ ହେତୁ ପ୍ରକାଶ୍ୟ ଭିନ୍ନ ହୋଇଛି।ଏଠାରେ 'ନିଷ୍ଠା' କହିଲେ 'କୌଣସି ଭଲ କାମ ବିଶେଷତଃ ଈଶ୍ୱର, ଧର୍ମ ବା ବଡ଼ ଲୋକଙ୍କ ପ୍ରତି ଆଦର ପୂର୍ଣ୍ଣ ଏବଂ ପୂଜ୍ୟ ଭାବ'ର ନାମକୁ ସୂଚାଉଛି। ନିଷ୍ଠା = ନି = ନିଶ୍ଚୟ ରୂପେ+ ସ୍ଥା ଧାତୁ= ରହିବା+ ଭାବ - ଅ + ସ୍ତ୍ରୀ - ଆ, ନୈଷ୍ଠିକ = ନିଷ୍ଠା + ଇକ।ଏତଦ୍ଦ୍ୱାରା 'ନିଷ୍ଠା' ଯେ 'ନୈଷ୍ଠିକ'ର ଉଦ୍ଦିଷ୍ଟ ବିଶେଷ୍ୟ ରୂପ ତାହା ଉପରୋକ୍ତ ଅର୍ଥରୁ ସ୍ପଷ୍ଟ।Additional Informationଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ପ୍ରତ୍ୟେକଟି ଉଚିତ ବ୍ୟବହାର୍ଯ୍ୟ ନିୟମ ପ୍ରତିପାଦନ କରିବାରେ ଅସମର୍ଥ ହେତୁ 'ନୈଷ୍ଠିକ'ର ଉଦ୍ଦିଷ୍ଟ ବିଶେଷ୍ୟ ରୂପ ନୁହଁନ୍ତି।13 / 20କହିବା ଲୋକତ ମହତ ନୁହଇ ମହତ ସହିବା ଜନ, ସହିଷ୍ଟୁତା ହୀନ ବାଳକ ବାଳିକା ହୁଅନ୍ତୁ, କ୍ରୋଧେ ଅଜ୍ଞାନ' - ଏହା କେଉଁ ଛନ୍ଦରେ ରଚିତ ? ନଟବାଣୀ ବଙ୍ଗଳାଶ୍ରୀ ଚୋଖି ଚକ୍ରକେଳି 1) ବଙ୍ଗଳାଶ୍ରୀ ସଠିକ୍ ଉତ୍ତରଯଥାର୍ଥତା :ପଦ୍ୟ ବା କବିତା ରଚନାର ନିର୍ଦ୍ଦିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହାଯାଏଏହା କବିତାକୁ ଗତିଶୀଳ କରାଏତେଣୁ ଏହାକୁ ପଦ୍ୟ ରଚନାର ବୈଶିଷ୍ଟ୍ୟ ଭାବେ ବିଚାର କରାଯାଏପଦର ପ୍ରତ୍ୟେକ ପଂକ୍ତିକୁ ପାଦ କୁହାଯାଏଗାନ କଲାବେଳେ ପାଦର ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ନିୟମ ଅନୁସାରେ ବିଶ୍ରାମ ନେବାକୁ ହୁଏ , ଏହି ବିଶ୍ରାମ ବା ଶ୍ୱାସଘାତକୁ ଯତି ବା ଯତିପାତ କୁହାଯାଏଗୋଟିଏ ନିର୍ଦ୍ଦିଷ୍ଟ ଛନ୍ଦରେ ରଚିତ ହୋଇଥିବାରୁ ପ୍ରାଚୀନ ପଦ୍ୟ ବା କବିତା କୁ ଛାନ୍ଦ କୁହାଯାଏନଟବାଣୀ - ଏହା ଦୁଇ ପାଦରେ ଗୋଟିଏ ପଦ ହୁଏ , ପ୍ରତିପାଦର ଅକ୍ଷର ସଂଖ୍ୟା ୧୨ , ୩ୟ , ୬ଷ୍ଟ , ୯ମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏବଙ୍ଗଳାଶ୍ରୀ - ଏ ରଚନାର ଗୋଟିଏ ପଦ ହେଉଛି ଦୁଇପାଦ ବିଶିଷ୍ଟ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 20 । ପ୍ରଥମ ଓ ଦ୍ୱିତୀୟ ପାଦର ଷଷ୍ଠ , ଦ୍ୱାଦଶ , ଅଷ୍ଟାଦଶ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।ଚୋଖି - ଏହାର ଚାରିପାଦରେ ଗୋଟିଏ ପଦ ହୁଏ । ପ୍ରଥମ 2ଟି ପାଦରେ 29ଟି ଅକ୍ଷର ଥାଏ । ତୃତୀୟ ପାଦରେ 9ଟି ଅକ୍ଷର ଓ ଚତୁର୍ଥ ପାଦରେ 13ଟି ଅକ୍ଷର ଥାଏ । ପ୍ରଥମ ପାଦ ଦୁଇଟିର ଷଷ୍ଠ , ଅଷ୍ଟମ , ଚତୁର୍ଦ୍ଦଶ , ଷୋଡଶ , ଦ୍ୱାବିଂଶ , ଚତୁର୍ବିଂଶ ଓ ଶେଷ ଅକ୍ଷରରେ ଯତିପାତ ହୁଏ । ତୃତୀୟ ପାଦର ଷଷ୍ଠ ଓ ଶେଷ ଅକ୍ଷରରେ ଏବଂ ଚତୁର୍ଥ ପାଦର ଷଷ୍ଠ , ଅଷ୍ଟମ ଓ ଶେଷ ଅକ୍ଷରରେ ଯତିପାତ ହୁଏଚକ୍ରକେଳି - ଏହାର ପ୍ରତ୍ଯେକ ପଦ ଦୁଇପଦ ବିଶିଷ୍ଟ , ପତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୧ , ପ୍ରତ୍ଯେକ ପାଦର ଶେଷ ଅକ୍ଷରରେ ଯତିପାତ ହୁଏକହିବା ଲୋକତ ମହତ ନୁହଇ ମହତ ସହିବା ଜନ, ସହିଷ୍ଟୁତା ହୀନ ବାଳକ ବାଳିକା ହୁଅନ୍ତୁ, କ୍ରୋଧେ ଅଜ୍ଞାନ' - ଏହା 1) ବଙ୍ଗଳାଶ୍ରୀ ଛନ୍ଦରେ ରଚିତAdditional Informationଗୁଜ୍ଜରୀକୁ ନବାକ୍ଷରୀବୃତ୍ତ ବା ନବାକ୍ଷରୀଛନ୍ଦ କୁହାଯାଏଛନ୍ଦ ସାଧାରଣତଃ 2 ପ୍ରକାରରମିତ୍ରାକ୍ଷର ଓ ଅମିତ୍ରାକ୍ଷରମିତ୍ରାକ୍ଷର ଛନ୍ଦ 3 ପ୍ରକାରରପୂର୍ଣ୍ଣ ମିତ୍ରାକ୍ଷର , ଅପୂର୍ଣ୍ଣ ମିତ୍ରାକ୍ଷର ଓ ଏକାନ୍ତର ମିତ୍ରାକ୍ଷରରାମକେରୀ - ଦୁଇ ପାଦରେ ଗୋଟିଏ ପଦ ହୁଏ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 16 । ନବମ , ଏକାଦଶ ଓ ଷୋଡଶ ଅକ୍ଷର ଉପରେ ଯତିପାତ ହୁଏ ।14 / 20ମୋ ବହିଟି ମୋତେ ଦିଅ । ରେଖାଙ୍କିତ ପଦଟି କେଉଁ କାରକ? ଅପାଦାନ କର୍ତ୍ତା କର୍ମ ସଂପ୍ରଦାନ 4) କର୍ମ ସଠିକ୍ ଉତ୍ତରଯଥାର୍ଥତା :ବାକ୍ୟ ମଧ୍ୟରେ କ୍ରିୟା ପଦ ସହିତ ଅନ୍ୟ ପଦ ମାନନ୍କ ଯେଉଁ ସମ୍ପର୍କ ଥାଏ , ତାହାକୁ କାରକ କୁହାଯାଏଯାହାକୁ କୌଣସି ବସ୍ତୁ ସମ୍ୟକ୍ ରୂପେ ଦାନ କରାଯାଏ , ତାହାକୁ ସଂପ୍ରଦାନ କାରକ କୁହାଯାଏଦାନର ଗ୍ରହୀତା ଦାନ ଦିଆଯାଇଥିବା ବସ୍ତୁର ସମ୍ପୂର୍ଣ୍ଣ ଅଧିକାରୀ ହେଉନଥିଲେ ସମ୍ପ୍ରଦାନ କାରକ ହୁଏନାହିଁଯଥା— ଧୋବାକୁ ଲୁଗାଦିଅ । ମୋ ବହିଟି ମୋତେ ଦିଅ ।’ଉଭୟ ଉଦାହରଣରେ ‘ଦେବା’ କ୍ରିୟାର ପ୍ରୟୋଗ ହୋଇଥିଲେ ମଧ୍ୟ ‘ଦାନ’ ଅର୍ଥ ବୁଝାଉନଥିବାରୁ ସମ୍ପ୍ରଦାନ କାରକ ନହୋଇ କର୍ମକାରକ ହୋଇଛି ।Additional Informationସମ୍ବନ୍ଧ 6 ପ୍ରକାରରଏହାକୁ ଆଧାର କରି 6 ପ୍ରକାରର କାରକ ପଦ ଅଛିକର୍ତ୍ତା , କର୍ମ , କରଣ , ସଂପ୍ରଦାନ , ଅପାଦାନ ଓ କରଣ କାରକ15 / 20ଯାହାର ସୀମା ନାହିଁ - ଏକ ପଦରେ କ'ଣ ହେବ ? ସୀମାହୀନ ସାମୀମ ଅସୀମ ସର୍ବୋତ୍ତମ ସଠିକ ଉତ୍ତର ହେଉଛି "ଅସୀମ"।Key Pointsଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ।ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ।ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ।ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ।ଯଥାର୍ଥତା:ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା:ସନ୍ଥ ଭଗବାନଙ୍କ ଯାହାର ସୀମା ନାହିଁ, ସେପରି ଲୀଳାର ଗୁଣଗାନ କରୁଛନ୍ତି।ଏଠାରେ 'ଯାହାର ସୀମା ନାହିଁ' - ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା 'ଅସୀମ'ରେ ପରିଣତ ହେବ। ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।ଯଥା: ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି।କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଅସୀମ' ଶବ୍ଦଟିର ଅର୍ଥ 'ଯାହାର ସୀମା ନାହିଁ ବା ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ'କୁ ସୂଚାଏ।ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ 'ଅସୀମ' ହିଁ 'ଯାହାର ସୀମା ନାହିଁ' ପାଇଁ ଉଚିତ ଏକପଦୀକରଣ।Additional Informationଅନ୍ୟବିକଳ୍ପଗୁଡିକ 'ଯାହାର ସୀମା ନାହିଁ' ପଦଟି ପାଇଁ ଉଦ୍ଦିଷ୍ଟ ଓ ସମକକ୍ଷ ପରି ପ୍ରତୀତ ହେଲେ ସୁଦ୍ଧା ଉପଯୁକ୍ତ ବ୍ୟବହାର୍ଯ୍ୟ ନିୟମାନୁସାରେ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି।16 / 20କେଉଁଟି ତଦ୍ଧିତ ପଦ ? ଗାୟକ କୌଶଳ ଭୂଷଣ ଉଠାଣି ସଠିକ ଉତ୍ତର ହେଉଛି "କୌଶଳ"। Key Pointsଭିନ୍ନ ଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ, ସେହି ପ୍ରତ୍ୟୟ ଗୁଡ଼ିକୁ ତଦ୍ଧିତ (ତତ୍+ହିତ=ତଦ୍ଧିତ) ପ୍ରତ୍ୟୟ କୁହାଯାଏ।ତଦ୍ଧିତ ପ୍ରତ୍ୟୟ ଦ୍ବାରା ଗଠିତ ଶବ୍ଦକୁ ତଦ୍ଧିତାନ୍ତ ଶବ୍ଦ କୁହାଯାଏ।ଗୋଟିଏ ଶବ୍ଦ ସହିତ ପ୍ରତ୍ୟୟ ଯୋଗକରି ଆଉ ଗୋଟିଏ ଶବ୍ଦ ଗଠିତ ହେବା ଦ୍ଵାରା ମୂଳ ଶବ୍ଦର ହିତ ସାଧିତ ହୋଇଥାଏ, କାରଣ ଏହା ଦ୍ଵାରା ମୂଳ ଶବ୍ଦର ବ୍ୟବହାର କ୍ଷେତ୍ର ବ୍ୟାପକ ହୋଇଥାଏ।ଉଦାହରଣ–‘କୁଳ’ ଶବ୍ଦର ମୂଳ ଅର୍ଥ ‘ବଂଶ’।ଏହି ‘କୁଳ’ ଶବ୍ଦ ସହିତ ଜାତ ଅର୍ଥରେ ‘ଈନ’ ପ୍ରତ୍ୟୟ ଯୁକ୍ତ ହୋଇ ‘କୁଳୀନ’(ବ୍ୟକ୍ତି) ଗଠିତ ହୋଇ ‘କୁଳ’ ଶବ୍ଦର ବ୍ୟାବହାରିକ ଦିଗରେ ହିତ ସାଧନ କରୁଛି।ଓ ସମ୍ବନ୍ଧ ଅର୍ଥରେ ‘ଇକ’ ପ୍ରତ୍ୟୟ ଯୋଗଦ୍ଵାରା ‘କୌଳିକ’(ବୃତ୍ତି) ଶବ୍ଦ ଗଠିତ ହୋଇ ‘କୁଳ’ ଶବ୍ଦର ବ୍ୟାବହାରିକ ଦିଗରେ ହିତ ସାଧନ କରୁଛି।ଏହା ହିଁ ତଦ୍ଧିତ ପ୍ରତ୍ୟୟର ମୂଳ ଲକ୍ଷ୍ୟ।ଯଥାର୍ଥତା:ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକୁ ଯଦି ଆମେ ଲକ୍ଷ କରିବା:-'କୌଶଳ' ଶବ୍ଦଟି ବ୍ୟତୀତ ଅନ୍ୟ ସମସ୍ତ ବିକଳ୍ପ କୃତ୍ ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦ। 'କୌଶଳ' ହିଁ କେବଳ ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଗଠିତ ତଦ୍ଧିତାନ୍ତ ଶବ୍ଦ।ଯଥା: କୌଶଳ = କୁଶଳ + ଅ - ଏଠାରେ ତତ୍ସମ ତଦ୍ଧିତ ପ୍ରତ୍ୟୟ 'ଅ' ଯୋଗ ହେଉଛି।'ଭାବ ଅର୍ଥରେ' 'କୁଶଳ' ଶବ୍ଦ ସହ ତତ୍ସମ ତଦ୍ଧିତ ପ୍ରତ୍ୟୟ 'ଅ' ଯୁକ୍ତ ହୋଇ 'କୌଶଳ' ଶବ୍ଦର ବ୍ୟାବହାରିକ ଦିଗରେ ହିତ ସାଧନ କରୁଛି। ଓଡ଼ିଆ ଅଭିଧାନ ଅନୁସାରେ 'କୌଶଳ' କହିଲେ 'କୁଶଳ ଭାବ ବା କୁଶଳତା ବା କୌଣସି କାମଆଦିରେ ପ୍ରବୀଣ ହେବାର ଭାବ'। Additional Informationନୂଆ ଶବ୍ଦ ଗଢ଼ିବା ପାଇଁ ଧାତୁ ସହିତ ଯେଉଁ ପ୍ରତ୍ୟୟ ଯୁକ୍ତ ହୁଏ, ତାହାକୁ କୃତ୍ କହନ୍ତି।ଏହି କୃତ୍ ପ୍ରତ୍ୟୟ ଯୋଗ ହେବା ଦ୍ଵାରା ଯେଉଁ ନୂତନ ଶବ୍ଦଟି ଗଠିତ ହୁଏ ତାହାକୁ କୃଦନ୍ତ ଶବ୍ଦ ବା କୃଦନ୍ତ ପଦ କୁହାଯାଏ।କୃତ୍ + ଅନ୍ତ = କୃଦନ୍ତ - ଯାହା ଅନ୍ତ ବା ଶେଷରେ କୃତ୍ ପ୍ରତ୍ୟୟ ହୋଇଥାଏ ତାହା କୃଦନ୍ତ।ସଂସ୍କୃତ କୃତ୍ ପ୍ରତ୍ୟୟ = ଅ, ଅନ, ଅକ, ତବ୍ୟ, ଅନୀୟ, ଇତ୍ର, ତ୍ର, ତୃ, ତି, ଇନ୍, ତ, ଯ, ଇଷ୍ଣୁ, ଉକ, ଉର, ର, ଉ ଇତ୍ୟାଦି।ଯଥା: ଦୃଶ୍ + ଅନ = ଦର୍ଶନ - ‘ଦର୍ଶନ’ ଶବ୍ଦଟି ସଂସ୍କୃତ ‘ଦୃଶ୍’ ଧାତୁ ସହିତ ‘ଅନ’ ପ୍ରତ୍ୟୟ ଯୋଗରେ ସୃଷ୍ଟି ହୋଇଛି।ଓଡ଼ିଆ କୃତ୍ ପ୍ରତ୍ୟୟ = ଅ, ଆ, ଇ, ଅଣ, ଅଣା, ଅଣି, ଆଣି, ଅନ୍ତା, ଏଣି, ଉଆଳ, ଇବା, ଉଣି, ଉଆ, ରା, ଅତି, ଉଣା ଇତ୍ୟାଦି।ଯଥା: କାନ୍ଦ୍ + ଅଣା = କାନ୍ଦଣା - ‘କାନ୍ଦଣା’ ଶବ୍ଦଟି ଓଡ଼ିଆ ‘କାନ୍ଦ୍’ ଧାତୁ ସହିତ ‘ଅଣା’ ପ୍ରତ୍ୟୟ ଯୋଗରେ ସୃଷ୍ଟି ହୋଇଛି।ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ, 'ଗାୟକ', 'ଭୂଷଣ' ଓ 'ଉଠାଣି' ପ୍ରତ୍ୟେକଟି କୃତ୍ ପ୍ରତ୍ୟୟ ଯୁକ୍ତ କୃଦନ୍ତ ପଦ। ଯଥା: ଗାୟକ = ଗୈ + ଅକ, ଭୂଷଣ = ଭୂଷ୍ + ଅନ, ଉଠାଣି = ଉଠ୍ + ଆଣି।17 / 20ବିରାଡ଼ି ଅତ୍ୟନ୍ତ ଉପକାରୀ ପ୍ରାଣୀ । ରେଖାଙ୍କିତ ପଦଟିର ବଚନ ନିରୂପଣ କର । ବହୁବଚନ ଦ୍ୱିବଚନ ଏକବଚନ ବଚନଶୂନ୍ୟ 1 ) ବହୁବଚନ ସଠିକ୍ ଉତ୍ତର ଯଥାର୍ଥତାବ୍ୟାକରଣର ଏକତ୍ୱ ବା ଏକାଧିକତ୍ୱଜ୍ଞାପକ ବିଧାନବିଶେଷକୁ ବଚନ କୁହାଯାଏଦୁଇରୁ ଅଧିକ ସଂଖ୍ୟା ବୁଝାଉଥିଲେ ଏହାକୁ ବହୁବଚନ କୁହାଯାଏଏକ ସଂଖ୍ୟା ବୁଝାଉଥିଲେ ଏହାକୁ ଏକବଚନ କୁହାଯାଏଦୁଇ ସଂଖ୍ୟା ବୁଝାଉଥିଲେ ଏହାକୁ ଦ୍ୱିବଚନ କୁହାଯାଏବିରାଡ଼ି ଅତ୍ୟନ୍ତ ଉପକାରୀ ପ୍ରାଣୀ - ଏଠାରେ ବିରାଡ଼ି - ବିଲେଇ ସମୂହ କୁ ବୁଝାଉଛିତେଣୁ ବିରାଡ଼ି ଅତ୍ୟନ୍ତ ଉପକାରୀ ପ୍ରାଣୀ । ରେଖାଙ୍କିତ ପଦଟି 1) ବହୁବଚନ Additional Informationସଂସ୍କୃତ ବ୍ୟାକରଣରେ ତିନିଗୋଟି ବଚନ ଅଛି; ଯଥା— ଏକବଚନ, ଦ୍ୱିବଚନ ଓ ବହୁବଚନ;କିନ୍ତୁ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀଭାଷାରେ ବଚନ ଦୁଇଟି, ଯଥା—ଏକବଚନ ଓ ବହୁବଚନ18 / 20''ପରୋପକାର' ଶବ୍ଦର ସଂଧିବିଚ୍ଛେଦ କର । ପରୋ + ଉପକାର ପରପ + ଓକାର ପର + ଉପକାର ପୁର + ଉପକାର 3) ପର + ଉପକାର ସଠିକ୍ ଉତ୍ତରଯଥାର୍ଥତା :ଦୁଇଟି ଶବ୍ଦ ମିଶି ଗୋଟିଏ ଶବ୍ଦ ହୋଇଥିଲେ ଏବଂ ମଝିରେ କିଛି ପରିବର୍ତ୍ତନ ହୋଇଥିଲେ ସେଭଳି ଶବ୍ଦକୁ ସନ୍ଧି ଶବ୍ଦ କୁହାଯାଏସନ୍ଧି ଦ୍ୱାରା ନିଷ୍ପନ୍ନ ପଦର ଭିନ୍ନ ଭିନ୍ନ ଅଂଶକୁ ପୃଥକ୍ କରିବାକୁ ସନ୍ଧି ବିଚ୍ଛେଦ କୁହାଯାଏପରୋପକାର = 6ଷ୍ଠୀ ତତ୍ , ପର + ଉପକାରତେଣୁ 'ପରୋପକାର' ଶବ୍ଦର ସଂଧିବିଚ୍ଛେଦ 3) ପର + ଉପକାରAdditional Informationପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସସମାସ ପ୍ରକ୍ରିୟାରେ ବ୍ୟବହୃତ ପଦ - ସମସ୍ତପଦ , ପୂର୍ବପଦ , ପରପଦ , ସମସ୍ତମାନପଦ ଓ ବିଗ୍ରହବାକ୍ୟଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ 6 ଭାଗରେ ବିଭକ୍ତ କରାଯାଇଛିତତ୍ପୁରୁଷ , କର୍ମଧାରୟ , ଦ୍ୱିଗୁ ,ଦ୍ୱନ୍ଦ ,ଅବ୍ୟୟଭାବ , ବହୁବ୍ରୀହିସନ୍ଧି ୩ ପ୍ରକାରର - ସ୍ଵରସନ୍ଧି, ବ୍ୟଞ୍ଜନସନ୍ଧି , ବିସର୍ଗସନ୍ଧି19 / 20ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି । ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ । ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ଅ ଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର । ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । ଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ । ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ । ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି । ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା | ବୈଜାଗ ନଗରବାସୀ କେଉଁ ଭାଷାକୁ ସାଧାରଣ ଭାଷା ଭାବେ ବ୍ୟବହାର କରନ୍ତି ? ଫରାସୀ ହିନ୍ଦୀ ଇଂରାଜୀ ତୈଲଙ୍ଗ ସଠିକ୍ ଉତ୍ତର ହେଉଛି- ତୈଲାଙ୍ଗKey Pointsଆମ୍ଭେମାନେ ଭାରତବର୍ଷର ଅନେକ ସ୍ଥାନ ଭ୍ରମଣ କରି ଦେଖିଅଛୁ ୟୁରୋପରେ ଫରାସୀ ଭାଷାପରି ଭାରତରେ ହିନ୍ଦୀ ଭାଷା ସର୍ବତ୍ର ପ୍ରଚଳିତ ।ନଗରର ଦକ୍ଷିଣ ଭାଗରେ ପୋଲିସ୍ ଷ୍ଟେସନ୍ ଏବଂ ରାଜକୀୟ କାର୍ଯ୍ୟାଳୟମାନ ଅବସ୍ଥିତ ।ଓୟାଲଟେୟାର ଷ୍ଟେସନଠାରୁ ବୈଜାଗ ଶାଖା ରେଳ ଲାଇନ୍ ଯାଇ ସହରର ଦକ୍ଷିଣ ଉପକଣ୍ଠସ୍ଥ ସାଗର ଜଳକୁ ସ୍ପର୍ଶ କରିଅଛି ।ଏହି ଶାଖା ଲାଇନଟିକୁ ସଳଖରେ ଦକ୍ଷିଣ ଦିଗକୁ ନେବା ସକାଶେ ନଗର ଦକ୍ଷିଣ ପ୍ରାନ୍ତସ୍ଥ ଗୋଟିଏ ଅନୁଚ୍ଚ ପର୍ବତ ଭେଦକରି ମାର୍ଗ ପ୍ରସ୍ତୁତ ହୋଇଥିଲା |ଯଥାର୍ଥତା:ବୈଜାଗ ସହରଟି ସମୁଦ୍ରକୂଳରେ ଉତ୍ତର ଦକ୍ଷିଣ ବିସ୍ତୃତ; ସିନ୍ଧୁର ଲହରୀମାଳା ନିରନ୍ତର ସହରର ପାଦଦେଶ ଧୌତ କରୁଅଛି ।ସହରର ମଧ୍ୟଭାଗରେ ସଡ଼କଟି ପ୍ରଶସ୍ତ, ଅତି ସରଳ ଏବଂ ପରିଷ୍କୃତ ପରିଚ୍ଛନ୍ନ ।ସହର ମଧ୍ୟରେ ଆଡ଼ମ୍ବରପୂର୍ଣ୍ଣ ତାଦୃଶ ବୃହତ୍ ଅଟ୍ଟାଳିକା ନାହିଁ ; ମାତ୍ର ମଧ୍ୟବୃତ୍ତ ଏବଂ କ୍ଷୁଦ୍ରକ୍ଷୁଦ୍ର ଇଷ୍ଟକାଳୟଗୁଡ଼ିକ ନିର୍ମଳ, ସୁଗଠିତ ଏବଂ ସୁନ୍ଦର ।ନଗରବାସୀଙ୍କର ସାଧାରଣ ଭାଷା ତୈଲଙ୍ଗ; ମାତ୍ର ନାନା ଦେଶୀୟ ଲୋକମାନଙ୍କ ସଂଶ୍ରବରେ କେହି କେହି ହିନ୍ଦୀ ଭାଷା ଜାଣୁଥିବାର ଦେଖିଲୁ । 20 / 20‘ଅନୁରକ୍ତ’ ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ? ବିକାଶ ବିରାଗ ବିରକ୍ତ ବୈରାଗ ସଠିକ ଉତ୍ତର ହେଉଛି "ବିରକ୍ତ"। Key Points'ବିପରୀତ ଶବ୍ଦ' ର ନାମରୁ ଜଣାପଡ଼ୁଛି ଯେ ଏହା କୌଣସି ଶବ୍ଦର ବିପରୀତ ଅର୍ଥକୁ ବୁଝାଇବ।ଅର୍ଥାତ୍ କୌଣସି ଶବ୍ଦର ଅର୍ଥର ବିପରୀତ ଅର୍ଥକୁ ଆମେ 'ବିପରୀତ ଶବ୍ଦ' କହିବା।ଯଥାର୍ଥତା:ଆମ ଓଡ଼ିଆ ଭାଷାକୋଷରେ ଏହି ବିପରୀତ ଶବ୍ଦଗୁଡ଼ିକ ସଠିକ ବ୍ୟବହାରିତ ନିୟମକୁ ପାଳନ କରି ଦୈନନ୍ଦିନ ପ୍ରଚଳିତ ଓ ବ୍ୟବହୃତ।ତେଣୁ ଗୋଟିଏ ଶବ୍ଦର ଉପଯୁକ୍ତ ବିପରୀତାର୍ଥକ ବୋଧକ ଶବ୍ଦଟି ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଚୟନ କରାଯିବା ଉଚିତ୍।ଏଠାରେ ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ 'ଅନୁରକ୍ତ' ର ଉପଯୁକ୍ତ ବିପରୀତ ହେଉଛି 'ବିରକ୍ତ'।କାରଣ ଓଡ଼ିଆ ଅଭିଧାନ ଅନୁସାରେ 'ଅନୁରକ୍ତ' କହିଲେ 'କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଆସକ୍ତ, ଭଲ ପାଇବା ବା ମୋହିତ ହେବା' ଅର୍ଥକୁ ବୁଝାଉଥିଲା ବେଳେ 'ବିରକ୍ତ' ଶବ୍ଦଟି 'ଚିଡ଼ିବାର ପ୍ରକ୍ରିୟା ବା କୋପ ଭାବ ବା ସେହିପ୍ରକାର କ୍ରୋଧ ବା ଘୃଣା ଭାବ କାହା ପ୍ରତି ରଖିବା'ତାହାକୁ ସୂଚାଇଥାଏ। ଯଥା: ଆଜିକାଲିର ପ୍ରେମିକ - ପ୍ରେମିକାଙ୍କ ଅନୁରକ୍ତ ଅଳ୍ପଦିନରେ ବିରକ୍ତ ଭାବର ରୂପ ନିଏ। ସୁତରାଂ ଏଥିରୁ ସ୍ପଷ୍ଟ ଯେ 'ଅନୁରକ୍ତ - ବିରକ୍ତ' ପରସ୍ପର ବିପରୀତାର୍ଥକ।Additional Informationଅନ୍ୟ ବିକଳ୍ପଗୁଡିକ ଉଚିତ୍ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଉପଯୁକ୍ତ ବିପରୀତାର୍ଥକ ନୁହେଁ।Your score is Download Our App for Quiz .Quiz available at OSSSC TEST SERIES_MINI MOCK- Level 2Download App For QuizSubscribe Us Facebook Twitter Youtube Telegram Instagram