| Odia Grammar Mini Mock -03 | OSSSC Prelims | February 27, 2024 by admin/20 20 | Odia Grammar Mini Mock -03 | OSSSC Prelims || Odia Grammar Mini Mock -03 | OSSSC Prelims | 1 / 20ଓଜସ୍ଵିନୀ' ଶବ୍ଦଟି କାହାର ସ୍ତ୍ରୀଲିଙ୍ଗ? ଓଜସ୍ ଓଜସ୍ୱୀ ଜସ୍ୱିନୀ ଓଜସ୍ୱି 2 ) ଓଜସ୍ୱୀ ସଠିକ ଉତ୍ତର ଯଥାର୍ଥତା :'ଓଡ଼ିଆ ଭାଷାରେ ବିଶେଷ୍ୟ, ସର୍ବନାମ ଓ ବିଶେଷଣ ପଦର ଲିଙ୍ଗ ବିଚାର କରାଯାଏଯେଉଁ ପଦ ପୁରୁଷଙ୍କୁ ବୁଝାଏ ତାହାକୁ ପୁଲିଙ୍ଗ କୁହାଯାଏଯେଉଁ ପଦ ସ୍ତ୍ରୀଙ୍କୁ ବୁଝାଏ ତାହାକୁ ସ୍ତ୍ରୀଲିଙ୍ଗ କୁହାଯାଏବିଶେଷ୍ୟ, ସର୍ବନାମ ଓ ବିଶେଷଣରେ ଏହାର ପ୍ରକୃତି ଗତ ଲିଙ୍ଗକୁ ଅନୁସରଣ କରି ଲିଙ୍ଗ ନିର୍ଣ୍ଣୟ କରାଯାଇଥାଏଓଜସ୍ଵିନୀ = ଓଜସ୍ୱୀ + ଇନୀଓଜସ୍ଵିନୀ' ଶବ୍ଦଟି 2 ) ଓଜସ୍ୱୀ ସ୍ତ୍ରୀଲିଙ୍ଗAdditional Informationଲିଙ୍ଗ ୪ ପ୍ରକାରରପୁଲିଙ୍ଗ , ସ୍ତ୍ରୀଲିଙ୍ଗ , କ୍ଲୀବଲିଙ୍ଗ ଓ ଉଭୟଲିଙ୍ଗଏହି ଲିଙ୍ଗଭେଦ ଦ୍ୱାରା ବାକ୍ୟରେ ଥିବା ଅନ୍ୟପଦମାନଙ୍କର ଯଥା - ସର୍ବନାମ, କ୍ରିୟା ପ୍ରଭୂତିରେ କୌଣସି ପରିବର୍ତ୍ତନ ଘଟେ ନାହିଁସାଧାରଣତଃ ପୁଲିଙ୍ଗ ଶବ୍ଦରେ ଇ , ଇନି , ଆ ,ଇକା ଯୋଗ ହୋଇ ଲିଂଗ ପରିବର୍ତ୍ତନ krajae2 / 20'ବଧୂ + ଆଦି' ମିଶି କେଉଁ ଶବ୍ଦ ହେବ? ବଦ୍ଧୁଦି ବଧ୍ୱାଦି ବଧୂଆଦି ବଧ୍ୟାଦି ସଠିକ ଉତ୍ତର ହେଉଛି "ବଧ୍ୱାଦି"। Key Pointsପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।ସନ୍ଧି ତିନିପ୍ରକାର : ୧. ସ୍ଵର ସନ୍ଧି, ୨. ବ୍ୟଞ୍ଜନ ସନ୍ଧି, ୩. ବିସର୍ଗ ସନ୍ଧି।ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ।ଯେପରିକି ଦିକ୍ + ଅନ୍ତ = ଦିଗମ୍ୱର (କ୍ + ଅ) = ଗ।ପୂର୍ବପଦର ଶେଷରେ ଥିବା ବିସର୍ଗ (8) ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ।ଯେପରିକି ପୁନଃ + ଅପି = ପୁନରପି (ନଃ (‘ର୍’ ରୂପୀ 8) = ନର୍ + ଅପି = ର୍ + ଅ = ର)।ଯଥାର୍ଥତା:ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱରସନ୍ଧି କୁହାଯାଏ।ଏଠାରେ ‘ବଧୂ + ଆଦି’ ମିଶି ଏକ ସ୍ୱରସନ୍ଧି 'ବଧ୍ୱାଦି' ଗଠିତ ହେବ।କାରଣ 'ଉ' ବା 'ଊ' ପରେ 'ଉ' ବା 'ଊ' ଭିନ୍ନ ଅନ୍ୟ ସ୍ୱରବର୍ଣ୍ଣ ଥିଲେ 'ଉ' ବା 'ଊ' ସ୍ଥାନରେ 'ୱ' ହୁଏ। ଏହି 'ୱ' ଓ ପରବର୍ତ୍ତୀ ସ୍ଵରବର୍ଣ୍ଣ ମିଳିତ ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଅନ୍ତି।ଯେପରିକି ଏଠି ବଧୂ + ଆଦି = ବଧ୍ୱାଦି (ଊ + ଆ = ୱ + ଆ = ୱା)।Additional Informationଅନ୍ୟ ବିକଳ୍ପଗୁଡିକ ଉପଯୁକ୍ତ ସନ୍ଧି ଗଠନ ନିୟମାନୁସାରେ ପ୍ରତିପାଦିତ ହେଉ ନଥିବା ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।3 / 20ଚାରୋଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛନ୍ତୁ । ଅମ୍ବର - ର ପ୍ରତିଶବ୍ଦ ଅନଳ ଅମିୟ ଅନ୍ତରୀକ୍ଷ ଅହିମକର 3) ଅନ୍ତରୀକ୍ଷ ସଠିକ ଉତ୍ତରଯଥାର୍ଥତା :ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।ଏ ପ୍ରକାର ଶବ୍ଦମାନଙ୍କୁ ପ୍ରତିଶବ୍ଦ ବା ପର୍ଯ୍ୟାୟବାଚକ ଶବ୍ଦ କୁହାଯାଏ।ଅମ୍ବରର ଅର୍ଥ ଆକାଶ , ଗଗନବିକଳ୍ପର ଅର୍ଥ ଅନଳ = ନିଆଁ , ଅଗ୍ନିଅମିୟ = ସୁମଧୁର , ଅମୃତଅହିମକର = ସୂର୍ଯ୍ୟତେଣୁ 3) ଅନ୍ତରୀକ୍ଷ ଅମ୍ବର - ର ପ୍ରତିଶବ୍ଦAdditional Informationଶବ୍ଦକୁ ଧାରା ରେ 4 ଭାଗରେ ବିଭକ୍ତ କରାଯାଇଛିତତ୍ସମ , ତଦ୍ଭବ , ଦେଶଜ , ବୈଦେଶିକଗଠନ ଦୃଷ୍ଟିରୁ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛିମୌଳିକ ଓ ବ୍ୟୁତ୍ପନ୍ନ4 / 20'ପୟୋଧି' ଶବ୍ଦଟି କାହାର ପ୍ରତିଶବ୍ଦ? ରତ୍ନାକର ମହୀଧର କଳାକର ଦିନକର ସଠିକ ଉତ୍ତର ହେଉଛି "ରତ୍ନାକର"। Key Pointsପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।ଏ ପ୍ରକାର ଶବ୍ଦମାନଙ୍କୁ 'ପ୍ରତିଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' କୁହାଯାଏ।ଯଥାର୍ଥତା:ଆମ ଭାଷାରେ ଏହି 'ପ୍ରତିଶବ୍ଦ' ବା 'ସମାର୍ଥବୋଧକ ଶବ୍ଦ' ବା 'ପଯ୍ୟାର୍ୟବାଚକ ଶବ୍ଦ'ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।ଓଡ଼ିଆ ଶବ୍ଦକୋଷ ଅନୁଯାୟୀ 'ପୟୋଧି' କହିଲେ 'ଜଳଧି; ସମୁଦ୍ର (ପୟଃ+ ଧା ଧାତୁ+ କର୍ତ୍ତୃ - ଇ)' ଓ 'ରତ୍ନାକର' କହିଲେ 'ପୃଥିବୀର ଚାରିପାର୍ଶ୍ୱକୁ ଘେରିରହିଥିବା ଲୁଣାପାଣିର ବିଶାଳରାଶି ଅର୍ଥାତ ସମୁଦ୍ର'।ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, 'ପୟୋଧି' ଶବ୍ଦଟି 'ରତ୍ନାକର' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରୁଥିବା ହେତୁ ଏହା ସମାର୍ଥବୋଧକ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ। 'ପୟୋଧି'ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା : ସାଗର, ସିନ୍ଧୁ, ଜଳଧି, ବାରିଧି, ଉଦଧି, ଅମ୍ୱୁଧି, ବାରାନିଧି, ପାରବାର, ଅର୍ଣ୍ଣବ, ପୟୋନିଧି, ଜଳନିଧି, ଅମ୍ବୋଧି, ସରିତ୍ ପତି, ଅମ୍ଭୋନିଧି ଇତ୍ୟାଦି।Additional Informationଅନ୍ୟ ବିକଳ୍ପଗୁଡିକ 'ପୟୋଧି' ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହନ୍ତି।5 / 20'ଅହଃ + ଅହଃ' ମିଶି କେଉଁ ଶବ୍ଦ ହେବ? ଅହ୍ରହ ଅହରହ ଅର୍ହର ଅହଃରହଃ ସଠିକ ଉତ୍ତର ହେଉଛି "ଅହରହ"। Key Pointsପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ।ସନ୍ଧି ତିନିପ୍ରକାର : ୧. ସ୍ଵର ସନ୍ଧି, ୨. ବ୍ୟଞ୍ଜନ ସନ୍ଧି, ୩. ବିସର୍ଗ ସନ୍ଧି।ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ମିଳନକୁ ସ୍ୱରସନ୍ଧି କୁହାଯାଏ।ଯେପରିକି ମହା + ଉତ୍ସବ = ମହୋତ୍ସବ (ଆ + ଉ = ଓ => ‘ଓ’କାର)।ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ବ୍ୟଞ୍ଜନ ବର୍ଣ୍ଣ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ।ଯେପରିକି ଦିକ୍ + ଅନ୍ତ = ଦିଗମ୍ୱର (କ୍ + ଅ) = ଗ।ଯଥାର୍ଥତା:ପୂର୍ବପଦର ଶେଷରେ ଥିବା ବିସର୍ଗ (8) ସହିତ ପରପଦର ପ୍ରଥମରେ ଥିବା ସ୍ବରବର୍ଣ୍ଣ ବା ବ୍ୟଞ୍ଜନ ବର୍ଣ୍ଣର ମିଳନ ହେଲେ ବିସର୍ଗ ସନ୍ଧି ହୁଏ।।ଏଠାରେ ‘ଅହଃ + ଅହଃ’ ମିଶି ଏକ ବିସର୍ଗ ସନ୍ଧି 'ଅହରହ' ଗଠିତ ହେବ।କାରଣ ଏହା ବିସର୍ଗ ସନ୍ଧି ନିୟମ ବହିର୍ଭୁତ ବ୍ୟତିକ୍ରମର ଅନ୍ତର୍ନିହିତ।ଯେପରିକି ଏଠି ଅହଃ + ଅହଃ = ଅହରହ।Additional Informationଓଡ଼ିଆ ଅଭିଧାନରେ 'ଅହରହ' ଶବ୍ଦଟି 'ବିନା ବିରାମରେ ବା ବିନା କ୍ରମଭଙ୍ଗରେ ବା ନ ଅଟକି ପ୍ରତ୍ୟେକ ମୁହୂର୍ତ୍ତ ବା ପ୍ରତ୍ୟେକ ସମୟ ବା ନିରନ୍ତର ହେଉଥିବା' ଅର୍ଥସାଧନ ନିମିତ୍ତ ପ୍ରଚଳିତ।ଯଥା: ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା।6 / 20ସମୁଦ୍ର ଘୁଘୁ ଗର୍ଜ଼ୁଛି । ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ? ବିଶେଷଣର ବିଶେଷଣ ଅବସ୍ଥାବାଚକ ସଂଖ୍ୟାବାଚକ କ୍ରିୟା ବିଶେଷଣ 4) କ୍ରିୟା ବିଶେଷଣ ସଠିକ ଉତ୍ତର ଯଥାର୍ଥତା :ଏକ ବା ଏକାଧିକ ବର୍ଣ୍ଣ ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କୁହାଯାଏଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏବାକ୍ୟରେ ଯେଉଁ ପଦ ବିଶେଷ୍ୟ ପଦର ଗୁଣ , ସଂଖ୍ୟା , ଅବସ୍ଥା ଓ ପରିମାଣକୁ ନିର୍ଦ୍ଦିଷ୍ଟ ଭାବେ ବିଶେଷିତ କରେ ବା ପ୍ରକାଶ କରେ ତାହାକୁ ବିଶେଷଣ ପଦ କୁହାଯାଏଯେଉ ବିଶେଷଣ ଏକ ଗୁଣକୁ ବୁଝାଏ ତାହାକୁ ଗୁଣବାଚକ ବିଶେଷଣ କୁହାଯାଏଯେଉ ବିଶେଷଣ ଏକ ସର୍ବନାମ ପରିବର୍ତ୍ତେ ବ୍ୟବହାର ହୁଏ ତାହାକୁ ସାର୍ଵନାମିକ ବିଶେଷଣ କୁହାଯାଏଯେଉ ବିଶେଷଣ ଏକ କ୍ରିୟାପଦ ଭାବେ ବ୍ୟବହାର ହୁଏ ତାହାକୁ କ୍ରିୟା ବିଶେଷଣ କୁହାଯାଏସମୁଦ୍ର ଘୁଘୁ ଗର୍ଜ଼ୁଛି ରେଖାଙ୍କିତ ପଦଟି ଏକ କ୍ରିୟାପଦ ଭାବେ ବ୍ୟବହାର ହୋଇଥିବାରୁ ଏହାଏକ 4) କ୍ରିୟା ବିଶେଷଣ Additional Informationଯେଉ ବିଶେଷଣ ଏକ ଗୁଣକୁ ବୁଝାଏ ତାହାକୁ ଗୁଣବାଚକ ବିଶେଷଣ କୁହାଯାଏଯେଉ ବିଶେଷଣ ଏକ ସର୍ବନାମ ପରିବର୍ତ୍ତେ ବ୍ୟବହାର ହୁଏ ତାହାକୁ ସାର୍ଵନାମିକ ବିଶେଷଣ କୁହାଯାଏଯେଉ ବିଶେଷଣ ଏକ ସଂଖ୍ୟା ହୋଇଥାଏ ତାହାକୁ ସଂଖ୍ୟାବାଚକ ବିଶେଷଣ କୁହାଯାଏଯେଉ ବିଶେଷଣ ଏକ ଅବସ୍ଥା କୁ ଦର୍ଶାଇଥାଏ ତାହାକୁ ଅବସ୍ଥାବାଚକ ବିଶେଷଣ କୁହାଯାଏଅର୍ଥଗତ ଦୃଷ୍ଟିରୁ ବିଶେଷଣକୁ 6 ଭାଗରେ ବିଭକ୍ତ କରାଯାଏଗୁଣବାଚକ , ପୂରଣବାଚକ , ଅବସ୍ଥାବାଚକ , ପରିମାଣବାଚକ , ସଂଖ୍ୟାବାଚକ ଓ ତୁଳନାତ୍ମକଗଠନାତ୍ମକ ରୂପରୁ ବିଶେଷଣକୁ ନିମ୍ନ ଭାଗରେ ବିଭକ୍ତ କରାଯାଇପାରେବିଶେଷ୍ୟର ବିଶେଷଣ , ବିଶେଷଣର ବିଶେଷଣ , ବିଧେୟ ବିଶେଷଣ , ସର୍ବନାମର ବିଶେଷଣ , ବିଶେଷ୍ୟରୂପି ବିଶେଷଣ , ସମ୍ବନ୍ଧବାଚକ ବିଶେଷଣ , କ୍ରିୟା ବିଶେଷଣ , କ୍ରିୟାଜ / କ୍ରିୟାବାଚକ ବିଶେଷଣ7 / 20ଚୋରଟି ପୋଲିସ୍ କର୍ତ୍ତକ ଧରାହେଲା। - ରେଖାଙ୍କିତ ପଦଟି କେଉଁ ପ୍ରକାର ବିଭକ୍ତି ? ହେତୁବୋଧକ ଭାବ ବାଚକ ନିଶ୍ଚୟ ବୋଧକ ବିଭକ୍ତି ସୂଚକ ସଠିକ୍ ଉତ୍ତର ହେଉଛି- ହେତୁବୋଧକKey Pointsଯେଉଁ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି (ଚିହ୍ନ) ଦ୍ବାରା ବାକ୍ୟସ୍ଥ ପଦର ବଚନ (ସଂଖ୍ୟା) ଓ କାରକ ଚିହ୍ନିତ ହୁଏ ତାହା ବିଭକ୍ତି ।ବିଭକ୍ତି ଶବ୍ଦଟି ବି-ଉପସର୍ଗ ଭଜ୍ ଧାତୁ ଓ ତି ପ୍ରତ୍ୟୟ ଯୋଗରେ ଗଠିତ । ଯାହାର ଆଭିଧାନିକ ଅର୍ଥ ହେଉଛି ବିଭାଗ ବା ବଣ୍ଟନ କରିବା ।ଶବ୍ଦ ବିଭକ୍ତି ସାତ ପ୍ରକାର । ଯଥା- ପ୍ରଥମା, ଦ୍ବିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ, ସପ୍ତମୀ ।କର୍ତ୍ତାକାରକରେ ପ୍ରଥମା, କର୍ମକାରକରେ ଦ୍ବିତୀୟା, କରଣକାରକରେ ତୃତୀୟା, ସମ୍ପ୍ରଦାନକାରକରେ ଚତୁର୍ଥୀ, ଅପାଦାନ କାରକରେ ପଞ୍ଚମୀ, ସମ୍ବନ୍ଧ ପଦରେ ଷଷ୍ଠୀ ବିଭକ୍ତି ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୁଏ ।ଯଥାର୍ଥତାଚୋରଟି ପୋଲିସ୍ କର୍ତ୍ତକ ଧରାହେଲା ପଦରେ ହେତୁବୋଧରେ ତୃତୀୟା ବିଭକ୍ତି ହୋଇଛି।ସାଧାରଣ ଭାବରେ ତୃତୀୟା ବିଭକ୍ତି ଏକବଚନରେ ରେ, ଦ୍ବାରା, ଦେଇ, ଦେହି, କର୍ତ୍ତୃକ ଯୋଗ କରାଯାଇଥାଏ ।Additional Informationଯେଉଁ ଚିହ୍ନ ବା ସଙ୍କେତ ବା ବର୍ଣ୍ଣ ବଚନ, କାରକ ଓ ସମ୍ବନ୍ଧ ପଦକୁ ସୂଚାଇଦିଏ ତାହାକୁ ବିଭକ୍ତି କହନ୍ତି ।ମାନେ, କୁ, ମାନଙ୍କୁ, ରେ, ଦ୍ବାରା ପ୍ରଭୃତି ଚିହ୍ନଗୁଡିକୁ ବିଭକ୍ତି କୁହାଯିବାର କାରଣ ହେଉଛି, ଏହି ଚିହ୍ନ ବା ବର୍ଣ୍ଣସମୂହ ବାକ୍ୟସ୍ଥ ଗୋଟିଏ ପଦକୁ ଅନ୍ୟପଦଠାରୁ ବିଭକ୍ତି ବା ପୃଥକ୍ କରିଥାନ୍ତି ।ଭାରତର ଉତ୍ତରରେ ହିମାଳୟ ଅଛି । ଭାରତ ସହିତ 'ର', ଉତ୍ତର ସହିତ 'ରେ' ବିଭକ୍ତି ଯୁକ୍ତ ହୋଇଛି । ଫଳରେ ଭାରତର ପଦଟି ଉତ୍ତରରେ ପଦଠାରୁ ପୃଥକ୍ ହୋଇଛି ।8 / 20ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି। ଏକଥା ନିଃସନ୍ଦେହ ଯେ ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ। ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ । ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି । ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି । କେଉଁ କାରଣରୁ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି ? ମନୁଷ୍ୟ ଭିତରେ ଅନ୍ଧବିଶ୍ଵାସର ପ୍ରଭୁତ୍ୱ ବିସ୍ତାର ହେତୁ ମନୁଷ୍ୟ ଭିତରେ ଆସୁରିକ ପ୍ରଭୁତ୍ୱ ବିସ୍ତାର ହେତୁ ମନୁଷ୍ୟ ଭିତରେ ନାସ୍ତିକ ଭାବର ବିସ୍ତାର ହେତୁ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେତୁ ସଠିକ ଉତ୍ତର ହେଉଛି "ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେତୁ"। Key Pointsଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି ।ଯଥାର୍ଥତା:ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେତୁ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି।ମନୁଷ୍ୟ ପାଖରେ ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି ।ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ।ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହିଁ ଏହି ବୃଦ୍ଧିର କାରଣ ।9 / 20ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି। ଏକଥା ନିଃସନ୍ଦେହ ଯେ ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ। ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ । ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି । ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି । ବୈଜ୍ଞାନିକ ଅଗ୍ରଗତି ସହିତ ମାନବୀୟ ଆଚରଣରେ ଅଧଃପତନ ହେବାର କାରଣ କ’ଣ ? ଜ୍ଞାନର ଅଭିବୃଦ୍ଧି ହେବା ସହିତ କୃତଜ୍ଞତାରହିତ ହେବା ଜ୍ଞାନର ଅଭିବୃଦ୍ଧି ହେବା ସହିତ ନୈତିକତାର ଅଧଃପତନ ହେବା ଜ୍ଞାନର ଅଭିବୃଦ୍ଧି ହେବା ସହିତ ଅଜ୍ଞାନତାର ବୃଦ୍ଧି ଘଟିବା ଜ୍ଞାନର ଅଭିବୃଦ୍ଧି ହେବା ସହିତ ବିବେକ ହାନି ଘଟିବା ସଠିକ ଉତ୍ତର ହେଉଛି "ଜ୍ଞାନର ଅଭିବୃଦ୍ଧି ହେବା ସହିତ ଅଜ୍ଞାନତାର ବୃଦ୍ଧି ଘଟିବା"। Key Pointsଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ ।ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି ।ଯଥାର୍ଥତା:ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ବୈଜ୍ଞାନିକ ଅଗ୍ରଗତି ସହିତ ମାନବୀୟ ଆଚରଣରେ ଅଧଃପତନ ହେବାର କାରଣ ଜ୍ଞାନର ଅଭିବୃଦ୍ଧି ହେବା ସହିତ ଅଜ୍ଞାନତାର ବୃଦ୍ଧି ଘଟିବା।ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ।ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଥିବାରୁ ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ ଘଟିଚାଲିଛି । 10 / 20ଗୀତା ଅଳ୍ପ ବୟଃ ଯାହାର ହୋଇଥିବାରୁ ତାର କୋଉ କଥାକୁ ସେମାନେ ପ୍ରାଧାନ୍ୟ ଦିଅନ୍ତି ନାହିଁ - ରେଖାଙ୍କିତ ପଦ ସ୍ଥାନରେ ଉପଯୁକ୍ତ ସମାସ ଜନିତ ପଦ ବ୍ୟବହାର କଲେ କ’ଣ ହେବ? ଅଳ୍ପବୟ ଅଳ୍ପବୟସ୍କ ଅଳ୍ପବୟଃ କେଉଁଟି ନୁହଁ ସଠିକ ଉତ୍ତର ହେଉଛି "ଅଳ୍ପବୟସ୍କ"।Key Pointsପରସ୍ପର ସମ୍ବନ୍ଧ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ।ସମାସରେ ପଦଗୁଡ଼ିକ ମିଳିତ ହେବାପରେ ଯେଉଁ ପଦ ସୃଷ୍ଟିହୁଏ ତାହାକୁ ‘ସମସ୍ତପଦ’ କୁହାଯାଏ।ସମାସ ଅନ୍ତର୍ଗତ ପଦମାନଙ୍କର ପରସ୍ପର ସମ୍ବନ୍ଧ ଜାଣିବା ପାଇଁ ଯେଉଁ ବାକ୍ୟ ଗଢ଼ାଯାଏ ତାହାକୁ ବ୍ୟାସବାକ୍ୟ / ବିଗ୍ରହବାକ୍ୟ କୁହନ୍ତି।ଯେଉଁ ପଦଗୁଡିକର ମିଶ୍ରଣରେ ସମସ୍ତ ପଦ ଗଠିତ ହୁଏ ସେହି ପଦଗୁଡିକୁ ସମସ୍ୟମାନ ପଦ କୁହାଯାଏ।ଯଥା:ଶୋକ ରୂପକ ଅଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ -ଶୋକାଗ୍ନି ମଣିଷ ଶରୀରକୁ କ୍ଷୀଣ କରିଦିଏ।ବାକ୍ୟରେ ଥିବା ‘ଶୋକ ରୂପକ ଅଗ୍ନି’ ପଦଗୁଡ଼ିକ ମିଶିଯାଇ ‘ଶୋକାଗ୍ନି’ପଦରେ ପରିଣତ ହୋଇଛି।ବାକ୍ୟ ମଧ୍ୟରେ ପରସ୍ପର ସମ୍ପର୍କ ଥିବା ଏକାଧିକ ପଦକୁ ମିଶାଇ ଦେଇ ଏକପଦରେ ପରିଣତ କରାଯାଇ ପାରୁଛି।ଫଳରେ ବାକ୍ୟ ଛୋଟ ହୋଇପାରୁଛି ଓ ଶୁଣିବାକୁ ମଧୁର ହେଉଛି। ବ୍ୟାକରଣ ଶାସ୍ତ୍ରରେ ଏହି ପ୍ରକ୍ରିୟାକୁ ‘ସମାସ’ କୁହାଯାଏ।ଶୋକ ରୂପକ ଅଗ୍ନି = ଶୋକାଗ୍ନି। ଏଠାରେ 'ଶୋକାଗ୍ନି' ହେଉଛି ‘ସମସ୍ତପଦ’।‘ଶୋକ’ ହେଉଛି ପୂର୍ବପଦ ଓ ‘ଅଗ୍ନି’ ହେଉଛି ‘ପରପଦ’ ବା ‘ଉତ୍ତର ପଦ’।'ଶୋକାଗ୍ନି' ସମସ୍ତପଦରେ ‘ଶୋକ’ ଗୋଟିଏ ସମସ୍ୟମାନ ପଦ ଓ ‘ଅଗ୍ନି’ ଆଉ ଏକ ସମସ୍ୟମାନ ପଦ।ଏଠାରେ 'ଶୋକ ରୂପକ ଅଗ୍ନି' ହେଉଛି ବିଗ୍ରହବାକ୍ୟ/ବ୍ୟାସବାକ୍ୟ; କାରଣ ଶୋକ ଓ ଅଗ୍ନି ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ 'ଶୋକ ରୂପକ ଅଗ୍ନି' ବାକ୍ୟଟିକୁ ଗଢାଯାଇଛି।ସମାସର ପ୍ରକାର ଭେଦକୁ ବୁଝିଲେ ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ ସମାସକୁ ମୁଖ୍ୟତଃ ଛଅ ଭାଗରେ ବିଭକ୍ତ କରାଯାଇଛି।ଯଥା:-ତତ୍ପୁରୁଷ, କର୍ମଧାରୟ, ଦ୍ବିଗୁ, ଦ୍ବନ୍ଦ୍ବ, ବହୁବ୍ରୀହି ଓ ଅବ୍ୟୟୀଭାବ।ଯଥାର୍ଥତା:ଯେଉଁ ସମାସରେ ସମସ୍ତପଦ ସମସ୍ୟାମାନ ପଦମାନଙ୍କ ମଧ୍ୟରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ, ତାହାକୁ ‘ବହୁବ୍ରୀହି ସମାସ’ କହନ୍ତି।ଯଥା: ଦଶହରାଦିନ ଦାଶରଥି ଦଶାନନକୁ ବଧ କରିଥିଲେ। ଦଶାନନ = ବହୁବ୍ରୀହି ସମାସ ଜନିତ ସମସ୍ତ ପଦ।ଏଠାରେ ଯାହାର ଦଶଟି ଆନନ, ସେ ‘ଦଶାନନ’ ନ ହୋଇ କେବଳ ‘ରାବଣ’ ଅର୍ଥ ପ୍ରକାଶିତ ହୋଇଛି।ଯଶସ୍, ମନସ୍, ତେଜସ୍, ବୟସ୍ ପ୍ରଭୃତି ଶବ୍ଦର ଶେଷରେ 'ସ୍' ରହିଛି।ଏହିଭଳି ଶେଷରେ 'ସ୍' ଥିବା ଶବ୍ଦକୁ ନେଇ ବହୁବ୍ରୀହି ସମାସ ହେଲେ 'ସ୍'ର ଲୋପ ହୁଏ ଓ ଅନ୍ତ୍ୟ 'ଅ' 'ଆକାର' ହୁଏ।ବେଳେବେଳେ 'ସ୍' ଅତୁଟ ରହେ ଓ 'କ'ର ଆଗମ ହୁଏ। ଯେପରିକି ଏଠି ଅଳ୍ପ ବୟଃ ଯାହାର = ଅଳ୍ପ ବୟସ୍ ଯାହାର = ଅଳ୍ପବୟସ୍କ।ଏଠାରେ 'ସ୍' ଅତୁଟ ରହିଛି ଓ 'କ'ର ଆଗମନ ହୋଇଛି ଏବଂ 'ସ୍' ଓ 'କ' ମିଶି 'ସ୍କ' ରେ ପରିଣତ ହୋଇଛି।ସୁତରାଂ ରେଖାଙ୍କିତ ପଦ ସ୍ଥାନରେ ଉପଯୁକ୍ତ ସମାସ ଜନିତ ପଦ ବ୍ୟବହାର କଲେ ବହୁବ୍ରୀହି ସମାସ ହେତୁ ସମସ୍ତ ପଦ 'ଅଳ୍ପବୟସ୍କ'ରେ ପରିଣତ ହେବ।Additional Information ଅନ୍ୟ ବିକଳ୍ପଗୁଡିକ ଉପଯୁକ୍ତ ସମାସ ଜନିତ ପଦ ହୋଇ ନଥିବା ହେତୁ 'ଅଳ୍ପ ବୟଃ ଯାହାର' ରେଖାଙ୍କିତ ପଦ ପାଇଁ ଉଦ୍ଦିଷ୍ଟ ନୁହନ୍ତି।ଉପରୋକ୍ତ ବର୍ଣ୍ଣିତ ନିୟମାନୁଯାୟୀ 'ଅଳ୍ପ ବୟଃ ଯାହାର' ପାଇଁ 'ଅଳ୍ପବୟା' ମଧ୍ୟ ସମସ୍ତ ପଦ ହୋଇପାରିବ।11 / 20‘ଉଠିଆ ଖାଇବା’ ରୂଢ଼ିଟି କେଉଁ ଅର୍ଥରେ ପ୍ରଚଳିତ ? ରାଗିବା ମାଗଣା ଖାଇବା ଉପରେ ପଡ଼ି କହିବା ଉନ୍ନତି ଉପରେ ଉନ୍ନତି ସଠିକ୍ ଉତ୍ତର ହେଉଛି- ମାଗଣା ଖାଇବା ।Key Pointsପଦ ବା ପଦ ସମଷ୍ଟିର ମୌଳିକ ଅର୍ଥ ବ୍ୟତିରକେ ଅନ୍ୟ ଅର୍ଥରେ ବ୍ୟବହାରକୁ ରୂଢି ପ୍ରୟୋଗ କୁହାଯାଏ ।ଅର୍ଥ ଓ ରୂପ ଦୃଷ୍ଟିରୁ ରୂଢି ଏକ ବାକ୍ୟାଂଶ ହେଲେ ହେଁ, ଏହାର ମଧ୍ୟରେ ଗୋଟିଏ ପ୍ରଚ୍ଛନ୍ନ ଭାବର ପରିପୂର୍ଣ୍ଣ ପ୍ରକାଶ ସମ୍ଭବ ହୋଇଥାଏ ।ରୂଢିର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ପ୍ରସିଦ୍ଧି ସମ୍ପନ୍ନ ।ତେଣୁ ଲୋକଭଙ୍ଗୀର ଏକ ବିଶିଷ୍ଟ ରୀତିସିଦ୍ଧ ଶବ୍ଦ ଚାତୁରୀକୁ ମଧ୍ୟ ରୂଢି କୁହାଯାଇପାରେ ।ଯୁକ୍ତିସିଦ୍ଧ ବା ବୈୟାକରଣିକ ଗଠନରୀତି ଅପେକ୍ଷା ଲୌକିକ ବ୍ୟବହାର ଉପରେ ଏହାର ସାର୍ଥକତା ମୁଖ୍ୟତଃ ନିର୍ଭର କରିଥାଏ ।ଯଥାର୍ଥତା:ଉଠିଆ ଖାଇବା - ରୂଢିଟିର ଅର୍ଥ ହେଉଛି ମାଗଣା ଖାଇବା ।ଯେଉଁ ବାକ୍ୟାଂଶରେ କ୍ରିୟାପଦ ଥାଏ, ତାହା କ୍ରିୟାଯୁକ୍ତ ରୂଢି ଅଟେ । ଯଥା- ଅକଲ ଶିଖାଇବା, ଆଖିମାରିବା ।Additional Informationରୂଢି ଅନୁଭୂତିଲବ୍ଧ ଏକ ପ୍ରତ୍ୟକ୍ଷଜ୍ଞାନ, ଯଦିଓ ଏହାର ପ୍ରକାଶଭଙ୍ଗୀ ପରୋକ୍ଷ ରୀତିକୁ ଅବଲମ୍ବନ କରିଥାଏ।ବିଶେଷ୍ୟ, ବିଶେଷଣ ଓ କ୍ରିୟାପଦର ଗୁରୁତ୍ବ ଅନୁଯାୟୀ ଓଡିଆ ଭାଷାରେ ପ୍ରଚଳିତ ରୂଢିକୁ ତିନିଭାଗରେ ବିଭକ୍ତ କରାଯାଇଥାଏ । ଯଥା- କ୍ରିୟାଯୁକ୍ତ ରୂଢି, କ୍ରିୟାହୀନ ରୂଢି, ତୁଳନାତ୍ମକ ରୂଢି ।12 / 20Might is Right = ଇଂରାଜୀର ଏହି ଲୋକ ବାଣୀଟି ଓଡିଆରେ କଣ ବୋଲି ବ୍ୟବହାର କରାଯାଏ ? ବଳ ଅଛି ଯାହାର, ସବୁ କିଛି ତାହାର ଜୋର ଯା' ର ମୁଲକ ତା'ର ଆମ ଗାଁ ନଡ଼ିଆ, ବଳ ଥିଲେ ଗଡ଼ିଆ ଢେଣାରେ ଯଦି ଅଛି ବଳ, ସବୁ ଅଧିକାର ଏକା ତା' ର 2) ଜୋର ଯା' ର ମୁଲକ ତା'ର ସଠିକ୍ ଉତ୍ତରଯଥାର୍ଥତା :ମଣିଷ ନିଜ ମନର ଭାବକୁ ଭାଷା ମାଧ୍ୟମରେ ହିଁ ପ୍ରକାଶ କରିଥାଏ ।ଭାଷାର ଶୈଳୀଗତ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ଅନେକ ତାତ୍ପର୍ଯ୍ୟପୂର୍ଣ୍ଣ ବାକ୍ୟାଂଶ ବା ପଦ୍ୟାଂଶ ବ୍ୟବହୃତ ହୋଇଥାଏ।ବାକ୍ୟାଶଂଟି କାହାଦ୍ୱାରା କେଉଁ ସମୟରେ କୁହାଯାଇଥିଲା କହିହେବନି।କିନ୍ତୁ ତାହା ଆଜିପର୍ଯ୍ୟନ୍ତ ଆମ ଭାଷାରେ 'ଲୋକବାଣୀ' ଭାବରେ ପ୍ରଚଳିତ ହୋଇଆସୁଛି।Might is Right = ଇଂରାଜୀର ଏକ ଲୋକ ବାଣୀଇଂରାଜୀର ଏହି ଲୋକ ବାଣୀଟି ଓଡିଆରେ 2) ଜୋର ଯା' ର ମୁଲକ ତା'ର ବୋଲି ବ୍ୟବହାର କରାଯାଏAdditional Informationଏହାକୁ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏପ୍ରତ୍ୟେକ ଭାଷାରେ ବହୁସଂଖ୍ୟକ ଲୋକବାଣୀ ରହିଛିଏହା କିଏ ଲେଖିଛି ତାହା କାହାକୁ ଜଣାନାହିଁ କିନ୍ତୁ ଏହା ଭାଷା ଓ ଚଳଣୀର ଏକ ଅଙ୍ଗଉଦାହରଣସ୍ୱରୂପ - ଅଣ୍ଟିଛୁରୀ ତଣ୍ଟିକାଟେ - ଏହାର ଅର୍ଥ ନିଜ ଲୋକ ଶତ୍ରୁ ହେବା13 / 20ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି। ଏକଥା ନିଃସନ୍ଦେହ ଯେ ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ। ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ । ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି । ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି । ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ବୃଦ୍ଧି ଘଟିବାର କାରଣ କ’ଣ ? ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେତୁ ମନୁଷ୍ୟ ଭିତରେ ଆସୁରିକ ପ୍ରଭୁତ୍ୱ ବିସ୍ତାର ହେତୁ ମନୁଷ୍ୟ ଭିତରେ ନାସ୍ତିକ ଭାବର ବିସ୍ତାର ହେତୁ ମନୁଷ୍ୟ ଭିତରେ ଅନ୍ଧବିଶ୍ଵାସର ପ୍ରଭୁତ୍ୱ ବିସ୍ତାର ହେତୁ ସଠିକ ଉତ୍ତର ହେଉଛି "ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହେତୁ"। Key Pointsଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି ।ଯଥାର୍ଥତା:ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ବୃଦ୍ଧି ଘଟିବାର କାରଣ ହେଉଛି ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର।ମନୁଷ୍ୟ ପାଖରେ ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି ।ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ। ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ହିଁ ଏହି ବୃଦ୍ଧିର କାରଣ । 14 / 20ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି। ଏକଥା ନିଃସନ୍ଦେହ ଯେ ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ। ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ । ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି । ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି । ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ କ’ଣ ଆବଶ୍ୟକ ? କୃତଜ୍ଞତା ନୈତିକତା ଶୃଙ୍ଖଳା ଜ୍ଞାନ ବିବେକ ସଠିକ ଉତ୍ତର ହେଉଛି "ବିବେକ"। Key Pointsଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ଯଥାର୍ଥତା:ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ, ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ଆବଶ୍ୟକ।ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ।ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। 15 / 20'ଖୋଲା' ଶବ୍ଦର ବିପରୀତାର୍ଥକ ଶବ୍ଦଟି ଚିହ୍ନାଅ? ମୁଦା ମୁଦ ମୁଦି ମେଲା ସଠିକ୍ ଉତ୍ତର ହେଉଛି- ମୁଦା Key Pointsଭାଷାରେ ଭାବ ବିନିମୟ କରିବା ସମୟରେ କେତେକ ଶବ୍ଦର ବିପରୀତ ଭାବକୁ ପ୍ରକାଶ କରିବା ପାଇଁ ଆଉ ଏକ ଶବ୍ଦର ପ୍ରୟୋଗ ହୋଇଥାଏ । ବିପରୀତ ଭାବ ପ୍ରକାଶ କରୁଥିବା ଏହି ଶବ୍ଦଗୁଡିକୁ ବିପରୀତାର୍ଥବୋଧକ ଶବ୍ଦ କୁହାଯାଏ ।ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ତାର ନାସ୍ତିବାଚକ ରୂପ ନୁହେଁ ।ସାଧାରଣତଃ ବିଶେଷ୍ୟ ପଦର ବିପରୀତାର୍ଥବୋଧକ ଶବ୍ଦ ବିଶେଷ୍ୟ ଓ ବିଶେଷଣ ପଦର ବିପରୀତାର୍ଥବୋଧକ ଶବ୍ଦ ବିଶେଷଣ ହୋଇଥାଏ ।ଯଥାର୍ଥତାଖୋଲାର ବିପରୀତାର୍ଥବୋଧକ ଶବ୍ଦ ହେଉଛି ମୁଦା ।ଖୋଲାର ଅର୍ଥ ହେଉଛି ସ୍ବାଧୀନ ହୋଇଥିବାବେଳେ ମୁଦାର ଅର୍ଥ ହେଉଛି ପରାଧୀନ ବା ବନ୍ଦୀ । କିନ୍ତୁ ଏଠାରେ ଖୋଲାନୁହେଁ ବିପରୀତ ଶବ୍ଦ ହେବ ନାହିଁ ।Additional Informationଭାଷାର ପ୍ରୟୋଗ ପାଇଁ ଅର୍ଥପୂର୍ଣ୍ଣ ଶବ୍ଦ ଆବଶ୍ୟକ ।ଭିନ୍ନ ଭିନ୍ନ ଶବ୍ଦ ମାଧ୍ୟମରେ ଅନୁଭୂତିର ଭିନ୍ନତା ପ୍ରକାଶ କରାଯାଇଥାଏ ।ଭାଷା ପ୍ରୟୋଗ କ୍ଷମତା ବୃଦ୍ଧି ଓ ଉନ୍ନତ ଶୈଳୀରେ ମନର ଭାବକୁ ଭାଷା ମାଧ୍ୟମରେ ପ୍ରକାଶ କରିବା ପାଇଁ ଏପରି ଶବ୍ଦ ଜ୍ଞାନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।16 / 20ଉଡିଗଲା ଚଢେଇର ପର ଗଣିବା - ଏହି ଲୋକବାଣୀଟିର ଅର୍ଥ କ'ଣ ? ନିଜେ ସମର୍ଥ ହେବା ଅତି ବୁଦ୍ଧିଆ ଅତି ସାମାନ୍ୟ ସାଧନା ହିଁ ସିଦ୍ଧିର ଜନକ 2) ଅତି ବୁଦ୍ଧିଆ ସଠିକ୍ ଉତ୍ତରଯଥାର୍ଥତା :ଲୋକମୁଖରେ ଚଳିଆସୁଥିବା ଓ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରାଯାଉଥିବା ବିଶେଷ ଉକ୍ତିଗୁଡିକୁ ଲୋକବାଣୀ କୁହାଯାଏଉଡିଗଲା ଚଢେଇର ପର ଗଣିବା - ଏହି ଲୋକବାଣୀଟିର ଅର୍ଥ 2) ଅତି ବୁଦ୍ଧିଆ Additional Informationଓଡିଆ ଭାଷାରେ ବହୁସଂଖ୍ୟକ ଲୋକବାଣୀ ରହିଛିଏହାକୁ ପ୍ରବାଦ ଓ ପ୍ରବଚନ ମଧ୍ୟ କୁହାଯାଏଏହା କିଏ ଲେଖିଛି ତାହା କାହାକୁ ଜଣାନାହିଁ କିନ୍ତୁ ଏହା ଆମ ଭାଷା ଓ ଚଳଣୀର ଏକ ଅନ୍ଗ17 / 20ମା' ପୁଅକୁ ଭାତ ଖୁଆଇଲେ । ରେଖାଙ୍କିତ ପଦଟି କି ପ୍ରକାର କର୍ତ୍ତା? ଊହ୍ୟ ପ୍ରଯୋଜକ ପ୍ରଯୋଜ୍ୟ ମୁଖ୍ୟ 3) ମୁଖ୍ୟ ସଠିକ୍ ଉତ୍ତରଯଥାର୍ଥତା :ଯେ କ୍ରିୟା ସମ୍ପାଦନ କରିଥାଏ ବା କରିବାରେ ସାହାଜ୍ୟ କରିଥାଏ ତାହାକୁ କର୍ତ୍ତା କୁହାଯାଏଯେ ମୁଖ୍ୟ କର୍ତ୍ତା ନିଜେ କାର୍ଯ୍ୟ ସାଧନ କରେ ତାହାକୁ ମୁଖ୍ୟ କର୍ତ୍ତା କୁହାଯାଏଯେଉଁଠାରେ କର୍ତ୍ତା ଊହ୍ୟ ରହେ ତାହାକୁ ଊହ୍ୟ କର୍ତ୍ତା କୁହାଯାଏମା' ପୁଅକୁ ଭାତ ଖୁଆଇଲେ - ଏଠାରେ ରେଖାଙ୍କିତ ପଦ ମା' ଦ୍ୱାରା କାର୍ଯ୍ୟ ସାଧନ କରାହେଲା ତାହାକୁ ମୁଖ୍ୟ କର୍ତ୍ତା କୁହାଯାଏମା' ପୁଅକୁ ଭାତ ଖୁଆଇଲେ । ରେଖାଙ୍କିତ ପଦଟି 3) ମୁଖ୍ୟ କର୍ତ୍ତା ।Additional Informationବାକ୍ୟରେ କିଏ ଲଗାଇ ପ୍ରଶ୍ନ କଲେ କର୍ତ୍ତା ଜଣାପଡ଼ିଥାଏବାକ୍ୟରେ କଣ ଲଗାଇ ପ୍ରଶ୍ନ କଲେ କ୍ରିୟା ଜଣାପଡ଼ିଥାଏକର୍ତ୍ତା ବିଭିନ୍ନ ପ୍ରକାରରଊହ୍ୟ , ପ୍ରଯୋଜକ , ପ୍ରଯୋଜ୍ୟ , ମୁଖ୍ୟ , ଗୌଣ18 / 20ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି, ମାତ୍ର ମାନବଜାତି ଅଧୋମୁଖୀ ହେବାରେ ଲାଗିଛି। ଏକଥା ନିଃସନ୍ଦେହ ଯେ ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ। ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର। ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ। ଏକପକ୍ଷରେ ବୈଜ୍ଞାନିକ ଅଗ୍ରଗତି ଏବଂ ଅପରପକ୍ଷରେ ମାନବୀୟ ଆଚରଣରେ ଅଧଃପତନ । ଏହାର କାରଣ, ଜ୍ଞାନର ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମଭାବରେ ଅଜ୍ଞାନତା ମଧ୍ୟ ବଢ଼ି ଚାଲିଛି । ମାନବ ଚରିତ୍ରର ଅଧଃପତନ, ହିଂସା ଓ ଦ୍ୱେଷ ବୃଦ୍ଧିର କାରଣ ଏହି ଯେ ଅତୀତ ତୁଳନାରେ ବର୍ତ୍ତମାନ ଲୋକଙ୍କଠାରେ ଦୁର୍ଗୁଣ, ଦୁଷ୍କର୍ମ ଓ କ୍ରୂର ଲକ୍ଷଣର ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହି ବୃଦ୍ଧିର କାରଣଗୁଡ଼ିକୁ ପରୀକ୍ଷା କଲେ ଜଣାଯିବ ଯେ ମନୁଷ୍ୟ ଭିତରେ ପଶୁବୃତ୍ତିର ପ୍ରଭୁତ୍ୱ ବିସ୍ତାର ଯୋଗୁଁ ଏପରି ଘଟୁଛି । ଫଳରେ ମନୁଷ୍ୟ ନିଜର ମାନବୀୟ ମୂଲ୍ୟବୋଧ ହରାଇ ବସୁଛି । କେଉଁ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି ? ବୈଦିକ ଓ ଶାସ୍ତ୍ରୀୟ ବିଦ୍ୟାରେ ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ତନ୍ତ୍ର ବିଦ୍ୟାରେ ପ୍ରଯୁକ୍ତି ବିଦ୍ୟାରେ ସଠିକ ଉତ୍ତର ହେଉଛି "ବିଜ୍ଞାନ ଓ କାରିଗରୀ ବିଦ୍ୟା"। Key Pointsଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି। ଯଥାର୍ଥତା:ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ପ୍ରତ୍ୟକ୍ଷ ସ୍ପଷ୍ଟ ଯେ, ଆଜିକାର ଯୁଗରେ ବିଜ୍ଞାନ ଓ କାରିଗରୀ ବିଦ୍ୟାରେ ଅଭୂତପୂର୍ବ ପ୍ରଗତି ଘଟିଛି।ଆଜି ପୃଥିବୀରେ ଅନେକ ଓଜସ୍ୱୀ ବିଦ୍ୱାନ ଓ ବୈଜ୍ଞାନିକ ଅଛନ୍ତି । କିନ୍ତୁ ବିଜ୍ଞାନ ଏକାକୀ ଯଥେଷ୍ଟ ନୁହେଁ।ବୈଜ୍ଞାନିକ ଉଦ୍ଭାବନ ଗୁଡ଼ିକୁ ଠିକ୍ ବାଟରେ ପ୍ରୟୋଗ କରିବା ପାଇଁ ବିବେକ ରହିବା ଦରକାର।ବିବେକରହିତ ବିଜ୍ଞାନ, ଶୃଙ୍ଖଳାରହିତ ମାନବୀୟ ଅସ୍ତିତ୍ଵ, କୃତଜ୍ଞତାରହିତ ମିତ୍ରତା, ରାଗରହିତ ସଙ୍ଗୀତ, ନୈତିକତା ଓ ନ୍ୟାୟରହିତ ସମାଜ ଲୋକମାନଙ୍କ ପାଇଁ କଲ୍ୟାଣକର ହୋଇନପାରେ।19 / 20ଓଃ ! କି ମାର୍ମିକ ______ ! (ଦିଆଯାଇଥିବା ଉପଯୁକ୍ତ ଶବ୍ଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର |) ଦୁଃଖ ବେଳ ଖେଳ ସୁଖ ସଠିକ ଉତ୍ତର ହେଉଛି ''ଦୁଃଖ''। Key Pointsବାନ୍ଧିବା ଜଣାଥିଲେ ମଥା ଯେମିତି ସୁନ୍ଦର ଦିଶେ, କହିବା ଜାଣିଥିଲେ କଥା ସେମିତି ସୁନ୍ଦର ଲାଗେ।ମନୋଭାବକୁ ଆମର ବଚନ ଦ୍ୱାରା ପ୍ରକାଶ କରାଯାଏ।ଏଥିପାଇଁ କେତୋଟି କିମ୍ବା ସ୍ଥଳ ବିଶେଷରେ ଅନେକ ଶବ୍ଦ ଆମେ ବ୍ୟବହାର କରୁ।ପୁଣି ଶବ୍ଦକୁ ଶବ୍ଦ ଖଞ୍ଜା ଖଞ୍ଜି କରି କଥାବାର୍ତ୍ତା କରୁ; ଏହା ଫଳରେ କହିବା ବା ଭାବ ପ୍ରକାଶ କରିବା ସହଜ ହୁଏ।ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ।ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ ଆକାଂକ୍ଷା କୁହାଯାଏ।ଯଥାର୍ଥତା:ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସତ୍ତି। ଆସତ୍ତିକୁ ମଧ୍ୟ ପଦବିନ୍ୟାସ କୁହାଯାଏ।ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ, ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ତାହା ବୁଝାଯାଏ।ବାକ୍ୟର ବୁଝାପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦସଂହତିକୁ ବାକ୍ୟାଂଶ କୁହାଯାଏ।ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକୁ ଲକ୍ଷ କଲେ ବାକ୍ୟାଂଶଗୁଡିକୁ ଉଦ୍ଦିଷ୍ଟ ଆସତ୍ତି ଅନୁସାରେ ଦୁଃଖ ଅର୍ଥମୂଳକ ଆହାସୂଚକ ସଜାଇ ଗଠନ କଲେ, ପ୍ରଦତ୍ତ ବାକ୍ୟରେ ଦିଆଯାଇଥିବା ଶୂନ୍ୟ ସ୍ଥାନ ପାଇଁ ''ଦୁଃଖ'' ଉଦ୍ଦିଷ୍ଟ ହେବ।କାରଣ ଏହା ଦ୍ୱାରା ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବନ୍ଧ ସୂଚାରୁରୂପେ ପ୍ରତିପାଦନ ହୋଇପାରୁଛି।ଉଦ୍ଦିଷ୍ଟ ପଦଯୋଜନା ହେତୁ ବାକ୍ୟର ଭାବକୁ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରୁଛି, ଅର୍ଥବୋଧକତା ପାଇଁ ଏହା ଉପଯୁକ୍ତ ହେଇପାରୁଛି।ଯଥା: ଓଃ ! କି ମାର୍ମିକ ଦୁଃଖ !Additional Informationଅନ୍ୟ ବିକଳ୍ପଗୁଡିକ ବାକ୍ୟ ବିଚାର ନିୟମାନୁଯାୟୀ ଉଦ୍ଦିଷ୍ଟ ଅର୍ଥବୋଧକତା ପାଇଁ ପଦଯୋଜନା କରିବାରେ ଅସମର୍ଥ ହେତୁ ଉପଯୁକ୍ତ ଉତ୍ତର ନୁହଁନ୍ତି।20 / 20ସୀତା କଥା ଶୁଣି ଗୀତାର _______ ହେଲା, ଆଉ ଜବାବ କ'ଣ ହେବ ? ଅକଲ ଗୁଡୁମ ହୁତକମ୍ପ ରାଗ ଦୁଃଖ 1) ଅକଲ ଗୁଡୁମ ସଠିକ୍ ଉତ୍ତରଯଥାର୍ଥତା :କୌଣସି ଶବ୍ଦ ନିଜସ୍ବ ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ବତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ ‘ରୂଢ଼ି’ କୁହାଯାଏ।ଧାତୁରୁ ଶବ୍ଦ ଗଢ଼ା ହୁଏ। ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ, ଶବ୍ଦ ତିନି ପ୍ରକାର–ରୂଢ଼, ଯୌଗିକ ଓ ଯୋଗରୂଢ଼।ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହା ରୂଢ଼ ଶବ୍ଦ।ରୂଢ଼ି– ବି (ଗୃହ—ତି) ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି – ବହିର୍ଭୂତ ଅର୍ଥ ପ୍ରକାଶର ଶକ୍ତି।ଯଥା: ଅନ୍ଧାରକୁ ଟେକା ପକାଇବା - ଏହି ଖଣ୍ଡବାକ୍ୟର ଅର୍ଥ ନୁହେଁ କୌଣସି ଅନ୍ଧାରିଆ ସ୍ଥାନକୁ ଟେକା ଫୋପାଡ଼ିବା।ଏହାର ଅର୍ଥ ହେଉଛି କୌଣସି ବିଷୟରେ ସ୍ପଷ୍ଟ ଜ୍ଞାନ ବା ଧାରଣା ଅର୍ଜନ ନ କରି କେବଳ ଅନୁମାନକୁ ଭିତ୍ତିକରି କୌଣସି କାର୍ଯ୍ୟ କରିବା।ଭାବଗତ ସାମ୍ୟ ଯାହା ଥାଉନା କାହିଁକି, ଏଠାରେ ‘ଅନ୍ଧାରକୁ’,‘ଟେକା’ ଓ ‘ପକାଇବା’ ଶବ୍ଦ ସେମାନଙ୍କର ଆଭିଧାନିକ ବା ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ଅଲଗା ଏକ ରୂଢ଼ ଅର୍ଥକୁ ବ୍ୟକ୍ତ କରୁଛନ୍ତି।ତେଣୁ କୌଣସି ବାକ୍ୟାଂଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ।ଅକଲ ଗୁଡୁମର ଅର୍ଥ ବୁଦ୍ଧି ବଣା ହେବାସୀତା କଥା ଶୁଣି ଗୀତାର 1) ଅକଲ ଗୁଡୁମ ହେଲା, ଆଉ ଜବାବ କ'ଣ ହେବAdditional Information ପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଖିବାକୁ ମିଳେ। ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ, ସୁନ୍ଦର ହୁଏ।ଯୁଗଯୁଗରୁ ଏଗୁଡ଼ିକ ସ୍ଵତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତି।ଓଡ଼ିଆ ଭାଷାରେ ପ୍ରଚଳିତ ରୂଢ଼ିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ।ଯଥା: କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ), କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ଓ ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ)Your score is Download Our App for Quiz .Quiz available at OSSSC TEST SERIES_MINI MOCK- Level 2Download App For QuizSubscribe Us Facebook Twitter Youtube Telegram Instagram