| Odia Grammar Mini Mock -05 | OSSSC Prelims |

1. ନିମ୍ନଲିଖିତ ବାକ୍ୟଗୁଡିକ ମଧ୍ୟରୁ ଶୁଦ୍ଧ ବାକ୍ୟଟି ବାଛ । 
  • ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ବହୁତ ଲୋକମାନେ ଆସିଥିଲେ ।
  • ମନ୍ତ୍ରୀଙ୍କ ସଭାରେ ଆବାଳବୃଦ୍ଧ ବନିତଗଣ ଯୋଗ ଦେଇଥିଲେ
  • ସବୁ କବି ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ।
  • ଶିକ୍ଷୟତ୍ରୀ ପ୍ରତ୍ୟେକ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିଲେ ।

ସଠିକ ଉତ୍ତର ହେଉଛି ”ସବୁ କବି ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ।“। 

Key Points 

  • କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।
  • ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।
  • ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ। 
  • ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ। 
  • ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ। 

ଯଥାର୍ଥତା:

  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ‘ସବୁ କବି ପ୍ରାକୃତିକ ବର୍ଣ୍ଣନାରେ ସିଦ୍ଧହସ୍ତ।’ ବ୍ୟତୀତ ଅନ୍ୟ ସମସ୍ତ ବାକ୍ୟରେ ଅଶୁଦ୍ଧତା ଘଟିଛି। 
  • ସବୁ କବି ପ୍ରାକୃତିକ ବର୍ଣନାରେ ସିଦ୍ଧହସ୍ତ।- ଏଠି ବ୍ୟବହୃତ ପଦଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ମୁଖ୍ୟତଃ କାବ୍ୟାତ୍ମକ କଥନ ଶୈଳୀଗତ, ବ୍ୟାକରଣଗତ ତଥା ବନାନଗତ ଶୁଦ୍ଧ।
  • ଅନ୍ୟ ସମସ୍ତ ବାକ୍ୟରେ ପଦଗୁଡିକରେ ଉଚିତ ବ୍ୟବହାର୍ଯ୍ୟ ନିୟମ ତଥା କାବ୍ୟାତ୍ମକ କଥନ ଶୈଳୀଗତ ଅଶୁଦ୍ଧତା ଘଟିଛି । 

Additional Information 
  

  • ଅନ୍ୟ ବିକଳ୍ପଗୁଡିକ ନିତ୍ୟ ମାର୍ମିକ ତୁଳନା ତଥା କାବ୍ୟାତ୍ମକ କଥନ ଶୈଳୀକୁ ସାକାର କରିବାରେ ଅସମର୍ଥ ହେତୁ ଉଚିତ ବ୍ୟବହାର୍ଯ୍ୟ ନିୟମାନୁଯାୟୀ ଅଶୁଦ୍ଧ।

2. ନିମ୍ନଲିଖିତ ଶବ୍ଦ ମାନଙ୍କ ମଧ୍ୟରୁ କେଉଁଟି ‘ବୃକ୍ଷ’ ର ପ୍ରତିଶବ୍ଦ ନୁହେଁ ?
  • ପାଦପ
  • ବିଟପୀ
  • ପାଦକ
  • ଭୃଙ୍ଗ

ସଠିକ ଉତ୍ତର ହେଉଛି “ଭୃଙ୍ଗ”
 Key Points

  • ପ୍ରତ୍ୟେକ ଭାଷାରେ ଏକାଧିକ ଶବ୍ଦ ଗୋଟିଏ ଅର୍ଥକୁ ବୁଝାଇଥାଏ।
  • ଏ ପ୍ରକାର ଶବ୍ଦମାନଙ୍କୁ ‘ପ୍ରତିଶବ୍ଦ’ ବା ‘ପଯ୍ୟାର୍ୟବାଚକ ଶବ୍ଦ’ କୁହାଯାଏ।

ଯଥାର୍ଥତା:

  • ଆମ ଭାଷାରେ ଏହି ‘ପ୍ରତିଶବ୍ଦ’ ବା ‘ପଯ୍ୟାର୍ୟବାଚକ ଶବ୍ଦ’ଗୁଡ଼ିକ ଦୈନଦିନ ଭାବରେ ପ୍ରଚଳିତ ଓ ବ୍ୟବହୃତ।
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ, ଓଡ଼ିଆ ଶବ୍ଦକୋଷ ଅନୁଯାୟୀ ‘ପାଦପ’ ଓ ‘ବିଟପୀ’ କହିଲେ ‘ଚେର, ମୂଳ, ଶାଖା ତଥା ପତ୍ର ଯୁକ୍ତ ବହୁ ବର୍ଷର ବନସ୍ପତି ବା ବୃକ୍ଷ ବା ଗଛ’।
  • ବିଜ୍ଞାନ ଶାସ୍ତ୍ର ଅନୁଯାୟୀ ଉଦ୍ଭିଦ ବିଜ୍ଞାନ ବିଭାଗରେ ‘ପାଦକ’ କହିଲେ ସମକକ୍ଷ ରୂପେ ‘ଉଦ୍ଭିଦ ପ୍ରଜାତି ବା ବୃକ୍ଷ’କୁ ସୂଚାଏ।
  • କିନ୍ତୁ ଓଡ଼ିଆ ଅଭିଧାନ ଅନୁସାରେ ‘ଭୃଙ୍ଗ’ ଶବ୍ଦଟି ‘କଳା ରଙ୍ଗର ଏକ ପତଙ୍ଗ’ କୁ ବୁଝାଏ। 
  • ସୁତରାଂ ଏଥିରୁ ସ୍ପଷ୍ଟ ଯେ,
  • ଏଠାରେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ‘ଭୃଙ୍ଗ’ ଶବ୍ଦଟି ‘ବୃକ୍ଷ’ ଶବ୍ଦଟିର ଅଭିଧାନିକ ଅର୍ଥକୁ ସୂଚାରୁରୂପେ ପ୍ରତିପାଦନ କରି ପାରୁ ନ ଥିବା ହେତୁ ଏହା ‘ବୃକ୍ଷ’ର ପ୍ରତିଶବ୍ଦ ନୁହେଁ, ଅନ୍ୟ ସମସ୍ତ ସମକକ୍ଷ ବା ପର୍ଯ୍ୟାୟବାଚୀ ବା ପ୍ରତିଶବ୍ଦ।  

 Additional Information

  • ‘ବୃକ୍ଷ’ର ଅନ୍ୟ ପ୍ରତିଶବ୍ଦଗୁଡ଼ିକ ହେଲା- ଦ୍ରୁମ, ତରୁ, ମହୀରୁହ, ଗଛ ଇତ୍ୟାଦି।
  • ‘ଭୃଙ୍ଗ’ର ପର୍ଯ୍ୟାୟବାଚୀ – ଅଳି, ଭଅଁର, ଭ୍ରମର, ମଧୁକର, ମଧୁବ୍ରତ, ମଧୁଲିଟ ଇତ୍ୟାଦି।

3. “ତନ୍ଦ୍ରା”ର ବିପରୀତ ଶବ୍ଦଟି କ’ଣ?
  • ଜାଗୃତି
  • ଘୁମେଇବା
  • ମୋହ 
  • ସୁପ୍ତ

ସଠିକ ଉତ୍ତର ହେଉଛି “ଜାଗୃତି”।
Key Points 

  • ‘ବିପରୀତ ଶବ୍ଦ’ ର ନାମରୁ ଜଣାପଡ଼ୁଛି ଯେ ଏହା କୌଣସି ଶବ୍ଦର ବିପରୀତ ଅର୍ଥକୁ ବୁଝାଇବ।
  • ଅର୍ଥାତ୍ କୌଣସି ଶବ୍ଦର ଅର୍ଥର ବିପରୀତ ଅର୍ଥକୁ ଆମେ ‘ବିପରୀତ ଶବ୍ଦ’ କହିବା।

ଯଥାର୍ଥତା:

  • ଆମ ଓଡ଼ିଆ ଭାଷାକୋଷରେ ଏହି ବିପରୀତ ଶବ୍ଦଗୁଡ଼ିକ ସଠିକ ବ୍ୟବହାରିତ ନିୟମକୁ ପାଳନ କରି ଦୈନନ୍ଦିନ ପ୍ରଚଳିତ ଓ ବ୍ୟବହୃତ।
  • ତେଣୁ ଗୋଟିଏ ଶବ୍ଦର ଉପଯୁକ୍ତ ବିପରୀତାର୍ଥକ ବୋଧକ ଶବ୍ଦଟି ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଚୟନ କରାଯିବା ଉଚିତ୍।
  • ଏଠାରେ ସଠିକ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ‘ତନ୍ଦ୍ରା’ ର ଉପଯୁକ୍ତ ବିପରୀତ ହେଉଛି ‘ଜାଗୃତି’।
  • କାରଣ ଓଡ଼ିଆ ଅଭିଧାନ ଅନୁସାରେ ‘ତନ୍ଦ୍ରା’ ‘ଆଖି ବୁଜିହୋଇଆସିବାର କ୍ରିୟା ବା ଭାବ ବା ପୂରା ନିଦ୍ରା ପୂର୍ବର ପ୍ରାରମ୍ଭିକ ଅବସ୍ଥା ବା ଛାଇ ନିଦ’ ଅର୍ଥକୁ ବୁଝାଉଥିଲା ବେଳେ ‘ଜାଗୃତି’ ଶବ୍ଦଟି ‘ଚେଇଁବା କ୍ରିୟା ବା ଭାବ ବା ଉଜାଗର ଅବସ୍ଥା’କୁ ସୂଚାଇଥାଏ, ଯାହା ‘ତନ୍ଦ୍ରା’ ନିମିତ୍ତ ଅଭିଧାନିକ ବିପରୀତାର୍ଥକ।
  • ସୁତରାଂ ଏଥିରୁ ସ୍ପଷ୍ଟ ଯେ ‘ତନ୍ଦ୍ରା – ଜାଗୃତି‘ ପରସ୍ପର ବିପରୀତାର୍ଥକ।    

Additional Information 

  • ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ‘ଘୁମେଇବା’ ଓ ‘ସୁପ୍ତ’ କିଞ୍ଚିତ ମାତ୍ରାରେ ତନ୍ଦ୍ରା ଆସିବାର ପର ଅବସ୍ଥା ବା ନିଦ୍ରା ଜନିତ ଅବସ୍ଥାର ପର୍ଯ୍ୟାୟବାଚୀ ହୋଇଥିବା ହେତୁ ଉଚିତ୍ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଉପଯୁକ୍ତ ବିପରୀତାର୍ଥକ ନୁହନ୍ତି।
  • ଓଡ଼ିଆ ଅଭିଧାନ ଅନୁସାରେ ‘ମୋହ’ କହିଲେ ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ। 

4. I went there but I couldn’t find him.
  • ମୁଁ ସେଠାରୁ ଆସିଲି କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
  • ମୁଁ ସେଠାକୁ ଗଲି କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
  • ମୁଁ ଏଠାକୁ ଗଲି କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।
  • ମୁଁ ସେଠାକୁ ଗଲି ନାହିଁ କିନ୍ତୁ ମୁଁ ତାଙ୍କୁ 

ସଠିକ ଉତ୍ତର ହେଉଛି ”ମୁଁ ସେଠାକୁ ଗଲି କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।” 
Key Points 

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି ‘ପରେ କହିବା’ (ଅନୁ – ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ – ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ – ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ – ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    

ଯଥାର୍ଥତା:

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା I went there but I couldn’t find him. – ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ”but I couldn’t find him” ର ଅର୍ଥ ଓଡ଼ିଆରେ ବୁଝିଲେ ‘କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ​’କୁ ସୂଚାଏ। 
  • ଏଠାରେ ‘I went there’ ର ଅର୍ଥ ଓଡ଼ିଆରେ ବୁଝିଲେ ‘ମୁଁ ସେଠାକୁ ଗଲି’କୁ ସୂଚାଏ। 
  • went there ଅର୍ଥ ସେଠାକୁ ଯିବା କ୍ରିୟାକୁ ବୁଝାଉଥିଲାବେଳେ couldn’t find ଅର୍ଥ ନ ପାଇବା​। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ ‘I went there but I couldn’t find him.’ ର ଓଡ଼ିଆ ଅନୁବାଦ ”ମୁଁ ସେଠାକୁ ଗଲି କିନ୍ତୁ ମୁଁ ତାଙ୍କୁ ପାଇଲି ନାହିଁ।” କହିବା ଯଥାର୍ଥ।    ​     

Additional Information 

  • ଅନ୍ୟ ବିକଳ୍ପଗୁଡିକ ”I went there but I couldn’t find him.” ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।

5. Roma does not like cartoons because they are loud, so she doesn’t watch them. 
  • ରୋମା କାର୍ଟୁନ୍ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ନୀଚଧ୍ଵନିଯୁକ୍ତ ଅଟନ୍ତି, ତେଣୁ ସେ ସେମାନଙ୍କୁ ଦେଖନ୍ତି ନାହିଁ।
  • ରୋମା କାର୍ଟୁନ୍ ପସନ୍ଦ କରନ୍ତି କାରଣ ସେମାନେ ଉଚ୍ଚଧ୍ଵନିଯୁକ୍ତ ଅଟନ୍ତି, ତେଣୁ ସେ ସେମାନଙ୍କୁ ଦେଖନ୍ତି।
  • ରୋମା କାର୍ଟୁନ୍ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ନୀଚଧ୍ଵନିଯୁକ୍ତ ନୁହଁନ୍ତି, ତେଣୁ ସେ ସେମାନଙ୍କୁ ଦେଖନ୍ତି ନାହିଁ।
  • ରୋମା କାର୍ଟୁନ୍ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ଉଚ୍ଚଧ୍ଵନିଯୁକ୍ତ ଅଟନ୍ତି, ତେଣୁ ସେ ସେମାନଙ୍କୁ ଦେଖନ୍ତି ନାହିଁ।

ସଠିକ ଉତ୍ତର ହେଉଛି ”ରୋମା କାର୍ଟୁନ୍ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ଉଚ୍ଚଧ୍ଵନିଯୁକ୍ତ ଅଟନ୍ତି, ତେଣୁ ସେ ସେମାନଙ୍କୁ ଦେଖନ୍ତି ନାହିଁ।” 
Key Points 

  • ଭାଷାକୁ ସମୃଦ୍ଧ କରିବା ପାଇଁ ଅନୁବାଦର ଆବଶ୍ୟକତା ରହିଅଛି।  
  • ଏହାଦ୍ୱାରା ଭାଷାଗୁଡିକ ମଧ୍ୟରେ ଭାବ ଓ ସଂହତିଗତ ମହତ୍ତ୍ୱ ପ୍ରକାଶିତ ହୋଇଥାଏ ଓ ବିଭିନ୍ନ ଭାଷାର ସାହିତ୍ୟ କୃତି ଚିନ୍ତନକୁ ଆହରଣ କରିବା ସମ୍ଭବ ହୋଇଥାଏ। 
  • ଅନୁବାଦର ଆକ୍ଷରିକ ଅର୍ଥ ହେଉଛି ‘ପରେ କହିବା’ (ଅନୁ – ବଦ୍ + ଅ)।  
  • ଗୋଟିଏ ଭାଷାର ପ୍ରଥମ ମୌଳିକ ରଚନାକୁ ଅନ୍ୟ ଏକ ଭାଷ୍ୟରେ ପ୍ରକାଶ କରିବାକୁ ଅନୁବାଦ କହନ୍ତି। 
  • ଅନୁବାଦକୁ ବିଭିନ୍ନଭାଗରେ ବିଭକ୍ତ କରାଯାଇପାରେ। ଉଦାହରଣ ସ୍ୱରୂପ ଭାବାନୁବାଦ – ଯେଉଁ ଅନୁବାଦରେ ଭାବର ମହତ୍ତ୍ୱ ସୁରକ୍ଷିତ ରହେ।  
  • ମର୍ମାନୁବାଦ – ଯେଉଁ ଅନୁବାଦରେ ମୂଳ ରଚନାର ମର୍ମ ଓ ଆତ୍ମାକୁ ଗୁରୁତ୍ୱ ପ୍ରଦାନ କରାଯାଏ।
  • ଆକ୍ଷରିକ ଅନୁବାଦ – ଯେଉଁ ଅନୁବାଦର ମୂଳ ରଚନାର ପ୍ରତିପଦର ଅର୍ଥକୁ ଉପଯୁକ୍ତ ଧ୍ୟାନ ଦିଆଯାଏ।    

ଯଥାର୍ଥତା:

  • ଇଂରାଜୀ ଏକ ଆନ୍ତର୍ଜାତିକ ଭାଷା। ଓଡ଼ିଆଭାଷୀ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଇଂରାଜୀ ଭାଷାକୁ ଜାଣିବା ଆବଶ୍ୟକ। 
  • ସେହିପରି ଇଂରାଜୀ ସାହିତ୍ୟର କୃତିଗୁଡିକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ।  
  • ଏଠାରେ ଦିଆଯାଇଥିବା ”Roma does not like cartoons because they are loud, so she doesn’t watch them.” – ବାକ୍ୟଟିରେ ଇଂରାଜୀ ବାକ୍ୟାଂଶ ”so she doesn’t watch them” ର ଅର୍ଥ ଓଡ଼ିଆରେ ବୁଝିଲେ ‘ତେଣୁ ସେ ସେମାନଙ୍କୁ ଦେଖନ୍ତି ନାହିଁ’କୁ ସୂଚାଏ। 
  • ଏଠାରେ ‘because they are loud’ ର ଅର୍ଥ ଓଡ଼ିଆରେ ବୁଝିଲେ ‘କାରଣ ସେମାନେ ଉଚ୍ଚଧ୍ଵନିଯୁକ୍ତ ଅଟନ୍ତି’କୁ ଓ ‘Roma does not like cartoons’ ‘ରୋମା କାର୍ଟୁନ୍ ପସନ୍ଦ କରନ୍ତି ନାହିଁ’କୁ ସୂଚାଏ। 
  • loud ଅର୍ଥ ଉଚ୍ଚଧ୍ଵନିଯୁକ୍ତକୁ ବୁଝାଉଥିଲାବେଳେ she doesn’t watch ଅର୍ଥ ସେ ଦେଖନ୍ତି ନାହିଁ। 
  • ଅତଏବ ଉଚିତ ସମ୍ମିଶ୍ରଣ ହେତୁ ‘Roma does not like cartoons because they are loud, so she doesn’t watch them.’ ର ଓଡ଼ିଆ ଅନୁବାଦ ”ରୋମା କାର୍ଟୁନ୍ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ଉଚ୍ଚଧ୍ଵନିଯୁକ୍ତ ଅଟନ୍ତି, ତେଣୁ ସେ ସେମାନଙ୍କୁ ଦେଖନ୍ତି ନାହିଁ।” କହିବା ଯଥାର୍ଥ।    ​     

Additional Information  

  • ଅନ୍ୟ ବିକଳ୍ପଗୁଡିକ ”Roma does not like cartoons because they are loud, so she doesn’t watch them.” ର ଯଥାର୍ଥ ଓଡ଼ିଆ ଆନୁବାଦିକ ଅର୍ଥ ପ୍ରତିପାଦନ କରିବାରେ ଅସମର୍ଥ ହେତୁ ଉଦ୍ଦିଷ୍ଟ ଉତ୍ତର ନୁହଁନ୍ତି।

6. ………….. ବାଳକକୁ ଶିକ୍ଷକ ଦଣ୍ଡ ଦେଉଥିଲେ |
  • ଦୁଇ ଜଣଙ୍କ ମଧ୍ୟରୁ ଜଣେ 
  • ସବୁ 
  • ଯେ କେହି 
  • ଅନେକ 

ସଠିକ ଉତ୍ତର ହେଉଛି ”ଦୁଇ ଜଣଙ୍କ ମଧ୍ୟରୁ ଜଣେ”। 
Key Points  
 
 

  • ଯେକୌଣସି ପ୍ରକାରର ଅନୁଭୂତି, ଧାରଣା, ଘଟଣା, ବିଚାର, ପ୍ରସଙ୍ଗ, ସମସ୍ୟା ଓ କାର୍ଯ୍ୟକୁ କେନ୍ଦ୍ରକରି ଆମ ମନରେ ନାନା ପ୍ରକାରର ‘ଭାବ’ ଜାତ ହୁଏ । 
  • ଗୋଟିଏ ପଛକୁ ଗୋଟିଏ, ତା ପଛକୁ ଆଉ ଗୋଟିଏ – ଏହିପରି : ପଛକୁ ପଛ : ଆମ ମନରେ ‘ଭାବ’ ଲାଗି ରହିଥାଏ ।
  • ବକ୍ତା ରୂପେ ଆପେ ମନର ଭାବକୁ ଅନ୍ୟଜଣଙ୍କ ନିକଟରେ ପ୍ରକାଶ କରିଥାଉ। 
  • ଅନ୍ୟଜଣେ ଆମ କଥାକୁ ଶ୍ରୋତା ଭାବରେ ଶୁଣିଥା’ନ୍ତି ଓ ବୁଝିଥା’ନ୍ତି।

ଯଥାର୍ଥତା:

  • ଏଠି ଦତ୍ତ ………….. ବାଳକକୁ ଶିକ୍ଷକ ଦଣ୍ଡ ଦେଉଥିଲେ – ବାକ୍ୟଟିର ଶୂନ୍ୟସ୍ଥାନ ପାଇଁ ”ଦୁଇ ଜଣଙ୍କ ମଧ୍ୟରୁ ଜଣେ” ହିଁ ଉଦ୍ଦିଷ୍ଟ ହେବ। 
  • କାରଣ ବାକ୍ୟଟିରେ ଯେଉଁ ‘ବାଳକକୁ’ କୁହାଯାଇଛି (ଏକବଚନ ଚିହ୍ନ – କୁ), ସେଥିରେ ଜଣେ ନିର୍ଦ୍ଦିଷ୍ଟ ବାଳକକୁ ବୁଝାଏ। 
  • ଅତଏବ ଶୂନ୍ୟସ୍ଥାନ ଏକବଚନକୁ ଇଙ୍ଗିତ କରିବା ଅବଶ୍ୟମ୍ଭାବୀ, ବହୁବଚନ ନୁହେଁ। 
  • ଦୁଇଜଣଙ୍କ ମଧ୍ୟରେ ଲଢେଇ ହେଉଛି ଯଦି ଆମେ କଳ୍ପନା କରିବା, ତେବେ ସେମାନଙ୍କ ମଧ୍ୟରୁ ଜଣକୁ ସୂଚାଇଲେ ଦତ୍ତ ବାକ୍ୟଟି ଉଚିତ ଅର୍ଥ ପ୍ରତିପାଦନ କରିବାରେ ସମର୍ଥ ହେବ। 
  • ସୁତରାଂ ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଏଠି ”ଦୁଇ ଜଣଙ୍କ ମଧ୍ୟରୁ ଜଣେ” ସଂଯୋଗ ହେବା ଯଥାର୍ଥ।  
  • ଯଥା: ଦୁଇ ଜଣଙ୍କ ମଧ୍ୟରୁ ଜଣେ ବାଳକକୁ ଶିକ୍ଷକ ଦଣ୍ଡ ଦେଉଥିଲେ।     

Additional Information 

  • ଅନ୍ୟ ବିକଳ୍ପଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ପ୍ରଶ୍ନରେ ଦତ୍ତ ବାକ୍ୟଟି ନିମିତ୍ତ ଉଦ୍ଦିଷ୍ଟ ମେଳପ୍ରଦାୟକ ନୁହଁନ୍ତି।   

7. ପ୍ରତିଦିନ ତୁମେ ମହୁ ………….. ଖାଇବା ଉଚିତ୍‌ |
  • କୌଣସି 
  • ଅନେକ 
  • ଅଳ୍ପ 
  • ଅଧିକ

ସଠିକ ଉତ୍ତର ହେଉଛି ”ଅଳ୍ପ”। 
Key Points 
 
 

  • ଯେକୌଣସି ପ୍ରକାରର ଅନୁଭୂତି, ଧାରଣା, ଘଟଣା, ବିଚାର, ପ୍ରସଙ୍ଗ, ସମସ୍ୟା ଓ କାର୍ଯ୍ୟକୁ କେନ୍ଦ୍ରକରି ଆମ ମନରେ ନାନା ପ୍ରକାରର ‘ଭାବ’ ଜାତ ହୁଏ । 
  • ଗୋଟିଏ ପଛକୁ ଗୋଟିଏ, ତା ପଛକୁ ଆଉ ଗୋଟିଏ – ଏହିପରି : ପଛକୁ ପଛ : ଆମ ମନରେ ‘ଭାବ’ ଲାଗି ରହିଥାଏ ।
  • ବକ୍ତା ରୂପେ ଆପେ ମନର ଭାବକୁ ଅନ୍ୟଜଣଙ୍କ ନିକଟରେ ପ୍ରକାଶ କରିଥାଉ। 
  • ଅନ୍ୟଜଣେ ଆମ କଥାକୁ ଶ୍ରୋତା ଭାବରେ ଶୁଣିଥା’ନ୍ତି ଓ ବୁଝିଥା’ନ୍ତି।

ଯଥାର୍ଥତା:

  • ଏଠି ଦତ୍ତ ପ୍ରତିଦିନ ତୁମେ ମହୁ ………….. ଖାଇବା ଉଚିତ୍‌ – ବାକ୍ୟଟିର ଶୂନ୍ୟସ୍ଥାନ ପାଇଁ ”ଅଳ୍ପ” ହିଁ ଉଦ୍ଦିଷ୍ଟ ହେବ। 
  • କାରଣ ଏହା ଦ୍ୱାରା ବାକ୍ୟଟିର ଉଦ୍ଦିଷ୍ଟ ଅର୍ଥ ସୂଚିତ ହେଉଛି। 
  • ବାକ୍ୟଟି ଏକ ପରାମର୍ଶ ବା ଉପଦେଶ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ। 
  • ପୁନଶ୍ଚ କୌଣସି ଖାଦ୍ୟ ବା ପାନୀୟର ଅତ୍ୟଧିକ / ଅଧିକ ମାତ୍ରାରେ ନିତିଦିନିଆ ସେବନ ପରିହାର୍ଯ୍ୟ। 
  • ପ୍ରତିଦିନ ଅଳ୍ପ ମଧୁ ସେବନ ଶରୀର ପକ୍ଷେ ହିତକର ବୋଲି ସର୍ବବିଦିତ।   
  • ସୁତରାଂ ଉଚିତ ବ୍ୟବହାର୍ଯ୍ୟ ନିୟମ ଅନୁସାରେ ଏଠି ”ଅଳ୍ପ” ସଂଯୋଗ ହେବା ଯଥାର୍ଥ।  
  • ଯଥା: ପ୍ରତିଦିନ ତୁମେ ମହୁ ଅଳ୍ପ ଖାଇବା ଉଚିତ୍‌।   

Additional Information

  • ଅନ୍ୟ ବିକଳ୍ପଗୁଡିକ ଉଚିତ ବ୍ୟବହାର୍ଯ୍ୟ ନିୟମାନୁସାରେ ପ୍ରଶ୍ନରେ ଦତ୍ତ ବାକ୍ୟଟି ନିମିତ୍ତ ଉଦ୍ଦିଷ୍ଟ ମେଳପ୍ରଦାୟକ ନୁହଁନ୍ତି।   

8. ……….. ଏହି କଠିନ ଅଙ୍କର ସମାଧାନ କରିପାରିବେ |
  • ସମସ୍ତେ 
  • ପ୍ରତ୍ୟକ 
  • କେହିବି ନୁହେଁ 
  • ଏଥିମଧ୍ୟରୁ କୌଣସିଟି ନୁହେଁ 

4) ଏଥିମଧ୍ୟରୁ କୌଣସିଟି ନୁହେଁ ସଠିକ ଉତ୍ତର 

ଯଥାର୍ଥତା :

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣରୂପେ ପ୍ରକାଶ କଲେ ଏହାକୁ ବାକ୍ୟ କୁହାଯାଏ 
  • ଏଠାରେ ଏକ ସର୍ବନାମ ରହିଲେ ବାକ୍ୟ ସମ୍ପୂର୍ଣ ହେବ ମାତ୍ର ବିକଳ୍ପ ଗୁଡିକ ପ୍ରଯଜ୍ୟ ନୁହେ
  • ……….. ଏହି କଠିନ ଅଙ୍କର ସମାଧାନ କରିପାରିବେ , ତେଣୁ 4) ଏଥିମଧ୍ୟରୁ କୌଣସିଟି ନୁହେଁ

Additional Information

  • ଗଠନ କଳା ଓ ପ୍ରକର୍ଯ୍ୟ ଦୃଷ୍ଟିରୁ ବାକ୍ୟକୁ 2 ଭାଗରେ ବିଭକ୍ତ କରାଯାଇଛି
  • ଗଠନାତ୍ମକ ଦୃଷ୍ଟିରୁ  ବାକ୍ୟକୁ 4 ଭାଗରେ ବିଭକ୍ତ କରାଯାଇଛି- ସରଳ , ଯୌଗିକ , ଜଟିଳ , ମିଶୃ ବାକ୍ୟ
  • ପ୍ରକାର୍ଯ୍ୟ ଦୃଷ୍ଟିରୁ  ବାକ୍ୟକୁ 5 ଭାଗରେ ବିଭକ୍ତ କରାଯାଇଛି 

9. ସେ କାନ୍ଦିଲେ କିନ୍ତୁ ……….. ତାଙ୍କୁ ଶୁଣିଲେ ନାହିଁ |
  • ​କେହି 
  • ଯେ କେହି 
  • କେହି କେହି 
  • ଏଥିମଧ୍ୟରୁ କୌଣସିଟି ନୁହେଁ 

1)​କେହି ସଠିକ ଉତ୍ତର 

ଯଥାର୍ଥତା : 

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣରୂପେ ପ୍ରକାଶ କଲେ ଏହାକୁ ବାକ୍ୟ କୁହାଯାଏ 
  • ସେ କାନ୍ଦିଲେ କିନ୍ତୁ ……….. ତାଙ୍କୁ ଶୁଣିଲେ ନାହିଁ, ଏଠାରେ ଏକ ସର୍ବନାମ ରହିଲେ ବାକ୍ୟ ସମ୍ପୂର୍ଣ ହେବ 
  • ସେ କାନ୍ଦିଲେ କିନ୍ତୁ 1)​କେହି  ତାଙ୍କୁ ଶୁଣିଲେ ନାହିଁ

Additional Information

  • ଗଠନ କଳା ଓ ପ୍ରକର୍ଯ୍ୟ ଦୃଷ୍ଟିରୁ ବାକ୍ୟକୁ 2 ଭାଗରେ ବିଭକ୍ତ କରାଯାଇଛି
  • ଗଠନାତ୍ମକ ଦୃଷ୍ଟିରୁ  ବାକ୍ୟକୁ 4 ଭାଗରେ ବିଭକ୍ତ କରାଯାଇଛି- ସରଳ , ଯୌଗିକ , ଜଟିଳ , ମିଶୃ ବାକ୍ୟ
  • ପ୍ରକାର୍ଯ୍ୟ ଦୃଷ୍ଟିରୁ  ବାକ୍ୟକୁ 5 ଭାଗରେ ବିଭକ୍ତ କରାଯାଇଛି 

10. ବାଳକଟି ଯିଏ ………… ଥିଲା  ଶିକ୍ଷକଙ୍କୁ ଅନୁସରଣ କରିପାରିଲା ନାହିଁ  |
  • ଅମନୋଯୋଗୀ
  • ଅମନୋଯୋଗ 
  • ଅମନୋଯୋଗୀତା 
  • ଏଥିମଧ୍ୟରୁ କୌଣସିଟି ନୁହେଁ 

1) ଅମନୋଯୋଗୀ ସଠିକ ଉତ୍ତର 

ଯଥାର୍ଥତା :

  • ଦୀର୍ଘ ବାକ୍ୟକୁ  ସଂକ୍ଷେପରେ ପ୍ରକାଶ କରାଯାଇପାରେ
  • ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ
  • ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି
  • ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ
  • ଅମନୋଯୋଗୀ = ମନଯୋଗ ନାହି ଯାହାର 
  • ବାଳକଟି ଯିଏ 1) ଅମନୋଯୋଗୀ ଥିଲା  ଶିକ୍ଷକଙ୍କୁ ଅନୁସରଣ କରିପାରିଲା ନାହିଁ  |

Additional Information

  • ସନ୍ଧି ଦ୍ୱାରା ନିଷ୍ପନ୍ନ ପଦର ଭିନ୍ନ ଭିନ୍ନ ଅଂଶକୁ ପୃଥକ୍ କରିବାକୁ ସନ୍ଧିବିଛେଦ କୁହାଯାଏ 
  • ସନ୍ଧି ୩ ପ୍ରକାର 
  • ସ୍ଵରସନ୍ଧି , ବ୍ୟଞ୍ଜନସନ୍ଧି ,ବିସର୍ଗସନ୍ଧି 
  • ସମାସ ଦ୍ୱାରା ନିଷ୍ପନ୍ନ ପଦକୁ ସମସ୍ତ ପଦ ବୋଲାଯାଏ
  • ଯେଉଁ ପଦମାନଙ୍କୁ ସମାସଦ୍ୱାରା ଏକତ୍ର କରାଯାଏ ସେହି ପଦମାନଙ୍କୁ ସମସ୍ୟମାନ ପଦ କୁହାଯାଏ
  • ସମସ୍ୟମାନ ପଦମାନଙ୍କ ମଧ୍ୟରୁ ଆଦ୍ୟପଦକୁ ପୂର୍ବପଦ ଓ ଶେଷ ପଦକୁ ଉତ୍ତର ବା ପର ପଦ କହନ୍ତି

11. ତାହା କି ପ୍ରକାର ସର୍ବନାମ ସ୍ଥିର କର
  • ସମ୍ମାନ ସୂଚକ
  • ନିର୍ଦ୍ଦେଶାତ୍ମକ
  • ଅନୁ
  • ଅତି

2) ନିର୍ଦ୍ଦେଶାତ୍ମକ ସଠିକ ଉତ୍ତର 

ଯଥାର୍ଥତା :

  • ଯେଉ ପଦ ବିଶେଷ୍ୟ ଓ ବିଶେଷଣ ପରିବର୍ତ୍ତେ ବ୍ୟବହାର ହୁଏ ତାହାକୁ ସର୍ବନାମ କୁହାଯାଏ 
  • ସର୍ବନାମ ୫ ଭାଗରେ ବିଭକ୍ତ 
  • ପୁରୁଷ ,ପ୍ରଶ୍ନ , ନିର୍ଦ୍ଦେଶାତ୍ମକ , ଆପେକ୍ଷୀକ ,ନିର୍ଣାୟକ 
  • ତାହା  ଏକ ନିର୍ଦ୍ଦେଶକୁ ବୁଝାଉଛି 
  • ଏସବୁ ବାକ୍ୟରେ  ବ୍ୟବହାର ହୋଇ ଅନ୍ୟ ବିଶେଷ୍ୟ ପଦକୁ ନିର୍ଦ୍ଧାରଣ କରନ୍ତି 
  • ଉଦା – ତାହା କରିଦିଅ , ତାହାକୁ ଆଣି ରଖିଦିଅ 
  • ତେଣୁ ଏହା 2) ନିର୍ଦ୍ଦେଶାତ୍ମକ ସର୍ବନାମ 

Additional Information

  • ମୁ,ଆମେ ,ତୁ ,ତୁମେ ,ସେ ,ସେମାନେ ଇତ୍ୟାଦି ପୁରୁଷବାଚକ ସର୍ବନାମ 
  • କଣ ,କିଏ ,କେଉ ,କାହାକୁ  ଇତ୍ୟାଦି ପ୍ରଶ୍ନବାଚକ ସର୍ବନାମ 
  • ତାହା ,ଏହା ,ଯାହା ଇତ୍ୟାଦି ନିର୍ଦ୍ଦେଶାତ୍ମକ ସର୍ବନାମ
  • ଯେ ,ସେ ,ଜାହାକୁ ,ଯେତେ ,ତେତେ ଆଦି ଆପେକ୍ଷୀକ ସର୍ବନାମ
  • ଯେଉ ପଦ ବାକ୍ୟରେ ବ୍ୟବହାର ହୋଇ ବିଶେଷ୍ୟ କୁ ନିର୍ଣୟ କରେ ତାହାକୁ ନିର୍ଣାୟକ ସର୍ବନାମ କୁହାଯାଏ 

12. ଏକ ପଦରେ ପ୍ରକାଶ କର | ବେଖାତିର
  • ଖାତିର ର ଅଭାବ
  • ଯେ ଖାତିର କରେ
  • ଯେ ଖାତିର କରେ ନାହିଁ
  • ​ଏଗୁଡ଼ିକ ମଧ୍ୟରୁ କୌଣସିଟି ନୁହେଁ |

1) ଖାତିର ର ଅଭାବ ସଠିକ ଉତ୍ତର 

ଯଥାର୍ଥତା :

  • ଦୀର୍ଘ ବାକ୍ୟକୁ ସଂକ୍ଷେପରେ ପ୍ରକାଶ କରାଯାଇପାରେ,ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ
  • ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି
  • ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ
  • ବେଖାତିର = ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
  • ସମକକ୍ଷ : ଅନାଦାର, ଅବଜ୍ଞା, ଅମର୍ଯ୍ୟାଦା, ଅମାନ୍ୟ, ଅସମ୍ମାନ, ମର୍ଯ୍ୟାଦାହାନି 
  • ତେଣୁ  ବେଖାତିର = 1ଖାତିର ର ଅଭାବ 

Additional Information

  • ପରସ୍ପର ସନ୍ନିହିତ ପୂର୍ବପଦର ଶେଷବର୍ଣ୍ଣ ଓ ପରପଦର ପ୍ରଥମବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ
  • ପରସ୍ପର ସମ୍ବନ୍ଧ ଥିବା 2 ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ
  • ଭିନ୍ନଭିନ୍ନ ଅର୍ଥରେ ଶବ୍ଦ ସହିତ ଯେଉଁ ସବୁ ପ୍ରତ୍ୟୟ ଯୋଗ କରାଯାଇ ନୂତନ ଶବ୍ଦ ଗଠନ କରାଯାଏ , ସେହି ପ୍ରତ୍ୟୟ ଗୁଡିକୁ ତଦ୍ଧିତ ପ୍ରତ୍ୟୟ କୁହାଯାଏ

13. ଏକ ପଦରେ ପ୍ରକାଶ କର ।

ଯିଏ ବିଧାନ କରେ –

  • ଈଶ୍ୱର
  • ବ୍ରହ୍ମା
  • ବିଧାତା
  • ସ୍ରଷ୍ଟା

ସଠିକ ଉତ୍ତର ହେଉଛି “ବିଧାତା”।
Key Points 

  • ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସଂପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • କେହି କେହି ଅଧିକ କଥାକୁ ଅଳ୍ପରେ ପ୍ରକାଶ କରନ୍ତି, କେହି କେହି ମଧ୍ଯ ଅଳ୍ପ କଥାକୁ ଅଧିକ ଭାବରେ ପ୍ରକାଶ କରନ୍ତି।
  • ଦୀର୍ଘ ବାକ୍ୟ ଅପେକ୍ଷା ଛୋଟ ବାକ୍ୟ କହିବାକୁ ଓ ଶୁଣିବାକୁ ଭଲ ଲାଗେ। 
  • ତେଣୁ ଦୀର୍ଘ ବାକ୍ୟକୁ ମଧ୍ଯ ସଂକ୍ଷେପରେ ପ୍ରକାଶ କରାଯାଇପାରେ।
  • ଏପ୍ରକାରର ପରିବର୍ତ୍ତନକୁ ବାକ୍ୟ ସଂକ୍ଷେପଣ କୁହାଯାଏ। 
  • ସଂକ୍ଷେପଣ କ୍ଷେତ୍ରରେ ସନ୍ଧି, ସମାସ, କୃଦନ୍ତ,ତଦ୍ଧିତ, ଉପସର୍ଗ ଓ ସମାର୍ଥବୋଧକ ଶବ୍ଦ ବିଶେଷ ଭାବରେ ସହାୟତା କରିଥାଆନ୍ତି।
  • ପୁନଶ୍ଚ ବାକ୍ୟ ସଂକ୍ଷେପଣ ନିମିତ୍ତ ଭାବ ଓ ଅର୍ଥକୁ ପରିବର୍ତ୍ତନ ନ କରି ବାକ୍ୟରେ ଥିବା ଏକାଧିକ ପଦକୁ ସଂକ୍ଷେପ କରି ଗୋଟିଏ ପଦରେ ପରିବର୍ତ୍ତନ କରାଯାଇପାରେ। 
  • ଏହିପରି ଗୋଟିଏ ପଦରେ ପ୍ରକାଶ କରିବା ପ୍ରକ୍ରିୟାକୁ ଏକପଦୀକରଣ କୁହାଯାଏ। 

ଯଥାର୍ଥତା: 

  • ଦିଆଯାଇଥିବା ପ୍ରଶ୍ନଟିକୁ ବୁଝିବାକୁ ହେଲେ ନିମ୍ନ ଉଦାହରଣଟିକୁ ଦେଖିବା: 
  • ଯିଏ ବିଧାନ କରେ ଭିନ୍ନ ଖେଳ ଖେଳିଛି, ବୁଢ଼ା ବାପାମାଆ ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି।
  • ଏଠାରେ ‘ଯିଏ ବିଧାନ କରେ’ – ଏକାଧିକ ପଦବିଶିଷ୍ଟ, ଏହାକୁ ଏବେ ଭାବ ଓ ଅର୍ଥଗତ ପରିବର୍ତ୍ତନ ନ କରି ଏକ ପଦରେ ପ୍ରକାଶ କଲେ ଏହା ସମାର୍ଥବୋଧକ ହେତୁ ‘ବିଧାତା’ରେ ପରିଣତ ହେବ। 
  • ଯାହା ଫଳରେ ବାକ୍ୟଟି ସଂକ୍ଷେପ ହେବ ଏବଂ କହିବାକୁ ଓ ଶୁଣିବାକୁ ଭଲ ଲାଗିବ।
  • ଯଥା: ବିଧାତା ଭିନ୍ନ ଖେଳ ଖେଳିଛି, ବୁଢ଼ା ବାପାମାଆ ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି।
  • କାରଣ ବି + ଧା ଧାତୁ = ଧାରଣ କରିବା + କର୍ତ୍ତୃ: ତୃ; ବିଧାତୃ => ଯିଏ ବିଧାନ କରେ = ବିଧାତା।
  • ଓଡ଼ିଆ ଅଭିଧାନ ଅନୁସାରେ ‘ବିଧାତା’ ଶବ୍ଦଟିର ଅର୍ଥ ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ ବା ଭଗବାନ୍; ଈଶ୍ୱର; ଯେ ବିଧାନ କରେ ବା ପୃଥିବୀର ସମସ୍ତ ବିଷୟ ପରିଚାଳନ କରନ୍ତି’କୁ ସୂଚାଏ।
  • ଅତଏବ ଏଥିରୁ ସ୍ପଷ୍ଟ ହେଲା ଯେ, ଅର୍ଥଗତ ଓ ଭାବଗତ ସମାନତା ହେତୁ ‘ବିଧାତା’ ହିଁ ‘ଯିଏ ବିଧାନ କରେ’ ପାଇଁ ଉଚିତ ଏକପଦୀକରଣ।

Additional Information 

  • ଅନ୍ୟବିକଳ୍ପଗୁଡିକ ‘ଯିଏ ବିଧାନ କରେ’ ପଦଟି ପାଇଁ ଉପଯୁକ୍ତ ସମାର୍ଥବୋଧକ ପ୍ରତିପାଦନ କରିବାରେ ଅସମର୍ଥ ହେଉଥିବା ହେତୁ ଉଦ୍ଦିଷ୍ଟ ଏକପଦ ଶବ୍ଦ ନୁହଁନ୍ତି।

14. ହରି କହିଲା, “ମୁଁ ଯାତ୍ରା ଦେଖେ ନାହିଁ।” ଏହି ପ୍ରତ୍ୟକ୍ଷ ଉକ୍ତିକୁ ପରୋକ୍ଷ ଉକ୍ତିରେ ପରିଣତ କର ।
  • ହରି କହିଲା ମୁଁ ଯାତ୍ରା ଦେଖେ ନାହିଁ ।
  • ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା ।
  • ମୁଁ ଯାତ୍ରା ଦେଖେ ନାହିଁ ବୋଲି କହିଲା ।
  • ହରି ଯାତ୍ରା ଦେଖେ ନାହିଁ ବୋଲି ମୁଁ କହିଲି ।

ସଠିକ ଉତ୍ତର ହେଉଛି “ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା​”।
Key Points 

  • ବକ୍ତା ଯାହା କହେ ତାହାକୁ ଉକ୍ତି କୁହାଯାଏ। ଉକ୍ତି ଦୁଇ ପ୍ରକାରର – ପ୍ରତ୍ୟକ୍ଷ ଉକ୍ତି ଓ ପରୋକ୍ଷ ଉକ୍ତି। 
  • ବକ୍ତାର ଉକ୍ତିକୁ ତାଙ୍କ ନିଜ କଥାରେ ଅବିକଳ ପ୍ରକାଶ କରାଗଲେ ତାହାକୁ ପ୍ରତ୍ୟକ୍ଷ ଉକ୍ତି କୁହାଯାଏ। 
  • ଯଥା: ରୀନା କହିଲା, “ମୁଁ ଗୀତ ଗାଇବି।” 
  • ବକ୍ତାର କଥାକୁ ଅନ୍ୟ ଜଣେ ନିଜସ୍ୱ ଭାବରେ ପ୍ରକାଶ କଲେ ତାହାକୁ ପରୋକ୍ଷ ଉକ୍ତି କୁହାଯାଏ। 
  • ଯଥା: ରୀନା କହିଲା ଯେ ସେ ଗୀତ ଗାଇବ।   
  • ବାକ୍ୟ ସଂକ୍ଷେପଣ ପାଇଁ ହେଉ ବା ସମାନ ଅର୍ଥବୋଧକ ଥାଇ ବକ୍ତାନୁସାରେ କଥନ ପ୍ରକାଶ ପରିବର୍ତ୍ତନ ପାଇଁ ହେଉ ପ୍ରତ୍ୟକ୍ଷ ଉକ୍ତିକୁ ପରୋକ୍ଷ ଉକ୍ତିରେ କିମ୍ବା ପରୋକ୍ଷ ଉକ୍ତିକୁ ପ୍ରତ୍ୟକ୍ଷ ଉକ୍ତିରେ ପରିବର୍ତ୍ତନ କରାଯାଏ। ଏହି ବିଧିକୁ ଉକ୍ତିପରିବର୍ତ୍ତନ କୁହାଯାଏ।
  • ଉକ୍ତି ପରିବର୍ତ୍ତନ ବିଧି ଅନୁଯାୟୀ ନିମ୍ନଲିଖିତ ନିୟମାବଳୀ ଗୁଡିକୁ ଅବଲମ୍ବନ କରି ପ୍ରତ୍ୟକ୍ଷ ଉକ୍ତିକୁ ପରୋକ୍ଷ ଉକ୍ତିରେ କିମ୍ବା ପରୋକ୍ଷ ଉକ୍ତିକୁ ପ୍ରତ୍ୟକ୍ଷ ଉକ୍ତିରେ ପରିବର୍ତ୍ତନ କରାଯାଏ। 
  • ପ୍ରତ୍ୟକ୍ଷ ଉକ୍ତି ସର୍ବଦା ଉଦ୍ଧୃତି ଚିହ୍ନ (” ”) ମଧ୍ୟରେ ରୁହେ ଓ ତା’ ପୂର୍ବରୁ କମା (,) ର ବ୍ୟବହାର ହୁଏ।  
  • ପରୋକ୍ଷ ଉକ୍ତିରେ ‘ଯେ’, ‘ବୋଲି’ ଆଦି ଅବ୍ୟୟ ପଦ ବ୍ୟବହୃତ ହୁଏ, କମା ଓ ଉଦ୍ଧୃତି ଚିହ୍ନର ବ୍ୟବହାର ହୁଏ ନାହିଁ। 
  • ପ୍ରତ୍ୟକ୍ଷ ଉକ୍ତିର କ୍ରିୟା ବର୍ତ୍ତମାନ କିମ୍ବା ଭବିଷ୍ୟତ କାଳ ହୋଇଥିଲେ ପରୋକ୍ଷ ଉକ୍ତିରେ ପରିବର୍ତ୍ତନ ହୁଏ ନାହିଁ।
  • ପ୍ରତ୍ୟକ୍ଷ ଉକ୍ତି ସାର୍ବଜନୀନ ଚିରନ୍ତନ ସତ୍ୟ ଥିଲେ ପରୋକ୍ଷ ଉକ୍ତିରେ ବଦଳେ ନାହିଁ।
  • ପ୍ରତ୍ୟକ୍ଷ ଉକ୍ତି କର୍ତ୍ତା ପ୍ରଥମ ପୁରୁଷ ହୋଇଥିଲେ ପରୋକ୍ଷ ଉକ୍ତିରେ ତାହା ଦ୍ଵିତୀୟ ବା ତୃତୀୟ ପୁରୁଷ ହୋଇଥାଏ। କ୍ରିୟା କର୍ତ୍ତା ଅନୁସାରେ ପରିବର୍ତ୍ତନ ହୁଏ। 
  • ଅର୍ଥଗତ ପରିବର୍ତ୍ତନ ବିନା ହିଁ ସର୍ବଦା ପ୍ରତ୍ୟକ୍ଷ ଉକ୍ତିକୁ ପରୋକ୍ଷ ଉକ୍ତିରେ ପରିବର୍ତ୍ତନ କରାଯାଏ।

ଯଥାର୍ଥତା:

  • ଉପରୋକ୍ତ ଦତ୍ତ ହରି କହିଲା, “ମୁଁ ଯାତ୍ରା ଦେଖେ ନାହିଁ।” – ବାକ୍ୟଟିରେ ଉଦ୍ଧୃତି ଚିହ୍ନ (” ”) ଓ ତା’ ପୂର୍ବରୁ କମା (,) ବ୍ୟବହାର ହୋଇଛି। 
  • ଏବଂ ଏଠାରେ ବକ୍ତାର ଉକ୍ତିକୁ ତାଙ୍କ ନିଜ କଥାରେ ଅବିକଳ ପ୍ରକାଶ କରାଯାଉଛି, ଅତଏବ ଏହା ଏକ ପ୍ରତ୍ୟକ୍ଷ ଉକ୍ତି
  • ଅର୍ଥଗତ ପରିବର୍ତ୍ତନ ବିନା ବକ୍ତାର କଥାକୁ ଅନ୍ୟ ଜଣେ ନିଜସ୍ୱ ଭାବରେ ପ୍ରକାଶ କରି ପରୋକ୍ଷ ଉକ୍ତିରେ ପରିଣତ କଲେ:-
  • ପ୍ରଥମତଃ କମା (,) ଓ ଉଦ୍ଧୃତି ଚିହ୍ନ (” ”) ର ବ୍ୟବହାର ହଟାଯାଇ ‘ଯେ’ ବା ‘ବୋଲି’ ଅବ୍ୟୟ ପଦର ବ୍ୟବହାର କରାଯିବ। 
  • ପ୍ରତ୍ୟକ୍ଷ ଉକ୍ତିରେ କର୍ତ୍ତା ପ୍ରଥମ ପୁରୁଷ ପରୋକ୍ଷ ଉକ୍ତିରେ ତୃତୀୟ ପୁରୁଷରେ ପରିଣତ ହେବ।
  • କର୍ତ୍ତା ଅନୁସାରେ କ୍ରିୟାର ପରିବର୍ତ୍ତନ କରାଯିବ।   
  • ଅତଏବ ବର୍ଣ୍ଣିତ ନିୟମାନୁଯାୟୀ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ଯଥାର୍ଥ ପରୋକ୍ଷ ଉକ୍ତିଟି ହେବ:- 
  • ହରି ଯାତ୍ରା ଦେଖେ ନାହିଁ ବୋଲି କହିଲା ।​

Additional Information

  • ଅନ୍ୟ ବିକଳ୍ପଗୁଡିକରେ ପରୋକ୍ଷ ଉକ୍ତି ଗଠନ ପ୍ରକ୍ରିୟା ସଠିକ ଉପାୟରେ ପ୍ରତିପାଦିତ ହୋଇନଥିବା ହେତୁ ଅର୍ଥଗତ ଭିନ୍ନତା ଘଟିଛି। 

15. ଭୁଲ ଶବ୍ଦ ଥିବା ବାକ୍ୟଟି ବାଛ ।
  • ଭଲ କାମ କଲେ ପୁରସ୍କାର ମିଳିଥାଏ ।
  • କଲମ୍ବସ ଆମେରିକା ଆବିଷ୍କାର କରିଥିଲେ ।
  • ପତ୍ନୀ ବିରହ ଯୋଗୁଁ ସେ ଅବଷାଦରେ କାନ୍ଦିବାକୁ ଲାଗିଲେ ।
  • ମଦ ପିଉଥିବା ଯୋଗୁଁ ସେ କାମରୁ ବହିଷ୍କୃତ ହେଲେ ।

ସଠିକ ଉତ୍ତର ହେଉଛି “ପତ୍ନୀ ବିରହ ଯୋଗୁଁ ସେ ଅବଷାଦରେ କାନ୍ଦିବାକୁ ଲାଗିଲେ”। 
 Key Points

  • କହିବା ଓ ଲେଖିବା ମଧ୍ୟରେ ବ୍ୟବଧାନ ବହୁତ ବେଶି।
  • ଆମ ଭାଷାରେ ବ୍ୟବହୃତ ଅନେକ ଶବ୍ଦର ଠିକ୍ ରୂପ ଆମେ ଜାଣୁନାହିଁ। ଠିକ୍ ରୂପ ନ ଲେଖିଲେ ଭାଷା ଅଶୁଦ୍ଧ ହେବ।
  • ଶବ୍ଦଗୁଡ଼ିକର ବ୍ୟବହାର ବେଳେ କେତେକ ସାଧାରଣ ଅଶୁଦ୍ଧି ପରିଲକ୍ଷିତ ହୋଇଥାଏ। 
  • ଏହି ଅଶୁଦ୍ଧି ଅନେକ ପ୍ରକାରର । ଯଥା : ବଚନଗତ, ଲିଙ୍ଗଗତ, ବିଶେଷ୍ୟ ଓ ବିଶେଷଣଗତ, ସନ୍ଧିଗତ, ସମାସଗତ, କୃଦନ୍ତ, ତଦ୍ଧିତ ବିଧିଗତ ଓ ବନାନଗତ ଅଶୁଦ୍ଧି ଦେଖାଯାଏ। 
  • ସେହି ଅଶୁଦ୍ଧ ଶବ୍ଦଗୁଡ଼ିକର ଶୁଦ୍ଧ ରୂପ ଜାଣିଲେ ଭାଷା ସରସ ଓ ସୁନ୍ଦର ହୋଇଥାଏ। 

ଯଥାର୍ଥତା:

  • ଏଠାରେ ଦିଆଯାଇଥିବା ବାକ୍ୟଗୁଡିକ ମଧ୍ୟରେ ‘ପତ୍ନୀ ବିରହ ଯୋଗୁଁ ସେ ଅବଷାଦରେ କାନ୍ଦିବାକୁ ଲାଗିଲେ‘ରେ ଅଶୁଦ୍ଧତା ଘଟିଛି। 
  • ରେଖାଙ୍କିତ ଅଂଶଟି ‘ଷତ୍ୱ’ବିଧିଗତ ଅଶୁଦ୍ଧ ଓ ଏହାର ଶୁଦ୍ଧ ରୂପ ହେଉଛି ‘ଅବସାଦ’
  • ଓଡ଼ିଆ ଅଭିଧାନ ଅନୁସାରେ ‘ଅବସାଦ’ କହିଲେ ‘ଶରୀର କିମ୍ବା ମନକୁ ଦିଆଯାଉଥିବା ବା ହେଉଥିବା ପୀଡ଼ା ବା ଯତ୍ନ ବା ଦୁଃଖ ବା ଶୋକ’କୁ ସୂଚାଏ। 
  • ଅତଏବ ଏଥିରୁ ସ୍ପଷ୍ଟ ଯେ ‘ପତ୍ନୀ ବିରହ ଯୋଗୁଁ ସେ ଅବଷାଦରେ କାନ୍ଦିବାକୁ ଲାଗିଲେ’ ବାକ୍ୟଟି ଭୁଲ ବା ଅଶୁଦ୍ଧ ଶବ୍ଦ ଧାରଣ କରିଥିବା ବାକ୍ୟ। 
  • ଏହାର ଶୁଦ୍ଧ ରୂପ: ପତ୍ନୀ ବିରହ ଯୋଗୁଁ ସେ ଅବସାଦରେ କାନ୍ଦିବାକୁ ଲାଗିଲେ। 

Additional Information

  • ଏଦିଗରେ ଅନ୍ୟ ବିକଳ୍ପଗୁଡିକ ମଧ୍ୟରେ ଶୁଦ୍ଧ ଶବ୍ଦସବୁ ଧାରଣ କରିଥିବା ହେତୁ ଏଗୁଡିକ ଶୁଦ୍ଧ ବାକ୍ୟ ଅଟନ୍ତି।

16. ପ୍ର (131-135) ନିମ୍ନଲିଖିତ ଅନୁଚ୍ଛେଦଟି ପଢି ଉତ୍ତର ଦିଅ ।

ଆମର ଏଇ ପୃଥିବୀରେ ଅସମାନତାକୁ ସମାନ କରିବା ବିଷୟ ଯେତେ କୁହାଯାଇ ଆସୁଥିଲେ ହେଁ ତାହା ହୋଇପାରୁନାହିଁ; ବରଂ ମନୁଷ୍ୟଙ୍କ ମଧ୳ରେ ବିଭିନ୍ନ ପ୍ରକାରର ଅସମାନତା ବଢିଚାଲିଛି । ବିଶେଷ କରି ଧନ ସମ୍ପତ୍ତିକୁ ନେଇ ଅସମାନତାର ଖାଇ କ୍ରମେ ବଡ ହୋଇ ଚାଲିଛି । ତେଣୁ ଦୂରତା ମଧ୳ ବୃଦ୍ଧି ପାଉଛି । ଏହା କେବଳ ମନୁଷ୍ୟ ମନୁଷ୍ୟ ଭିତରେ ନୁହେଁ, ରାଜ୍ୟ – ରାଜ୍ୟ ଓ ଦେଶ – ଦେଶ ମଧ୳ରେ ମଧ୳ ବଢିଚାଲିଛି । ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨” ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ । ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି । ଆୟକୁ ଯଦି ଦେଖାଯାଏ, ବିଶ୍ଵ ଜନସଂଖ୍ୟାର  ୧୦ ଶତାଂଶ ଧନୀଲୋକଙ୍କ ନିକଟରେ  ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶତ ସଂପତ୍ତି ରହିଛି । ଅନ୍ୟପକ୍ଷରେ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ମାତ୍ର ୮.୫ ଶତାଂଶ ଆୟ କରୁଛନ୍ତି । ସଂପତ୍ତି ଅସମାନତା କ୍ଷେତ୍ରରେ ଏହି ଚିତ୍ର ଆହୁରି ଦୟନୀୟ । ବିଶେଷତଃ ଭାରତରେ ଅସମାନତାର ଅବସ୍ଥା ଅତି ସାଙ୍ଘାତିକ କହିଲେ ଅତିଶୟୋକ୍ତି ହେବ ନାହିଁ । ଏହି ରିପୋର୍ଟରେ ଭାରତକୁ “ଗରିବ ଏବଂ କେତେ ଧନୀ ଅଭିଜାତଙ୍କ ଅତି ଅସମାନ ଦେଶ” ବୋଲି ଆଖ୍ୟା ଦିଆଯାଇଛି ।  ଏହାର କାରଣ ସ୍ଵରୂପ ଏଥିରେ ଯେଉଁ ତଥ୍ୟାବଳୀ ଦିଆଯାଇଅଛି, ତାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ । ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବେଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ । ନିମ୍ନରେ ରହିଥିବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ ରହିଛି ଜାତୀୟ ଆୟର ମାତ୍ର ୧୩ ଶତାଂଶ । ମଧ୳ବିତ୍ତଙ୍କ ସ୍ଥିତି ମଧ୳ ଏଠାରେ ଆଦୌ ସନ୍ତୋଷଜନକ ନୁହେଁ, ବରଂ ସେମାନେ ମଧ୳ ଅନ୍ୟ ଦେଶରେ ଲୋକଙ୍କ ତୁଳନାରେ ଗରିବ । ସେମାନଙ୍କ ନିକଟରେ ଜାତୀୟ ଆୟର ମାତ୍ର ୨୯.୫ ଶତାଂଶ ହିଁ ରହିଛି । ହାରାହାରି ଆୟକୁ ଦେଖିଲେ ଦେଶର ଲୋକଙ୍କ ମଧ୳ରେ ଆୟର ଅସମାନତାକୁ ମଧ୳ ଆମେ  ସହଜରେ ବୁଝିପାରିବା । ୨୦୨୧ ଭାରତର ବୟସ୍କ ଜନସଂଖ୍ୟାଙ୍କ ବାର୍ଷିକ ହାରାହାରି ଜାତୀୟ ଆୟ ୨ ଲକ୍ଷ ଟଙ୍କାରୁ ସମାନ୍ୟ ଅଧିକ । ଅନ୍ୟପକ୍ଷରେ ଶୀର୍ଷ ୧୦ ଶତାଂଶ ଲୋକଙ୍କ ହାରାହାରି ଆୟ ୧୧.୬ ଲକ୍ଷ ହୋଇଥିବା ବେଳେ ନିମ୍ନ ୫୦ ଶତାଂଶଙ୍କ ଆୟ ମାତ୍ର ୫୩ ହଜାର ଟଙ୍କା । ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୳ ତଥ୍ୟ ଦିଆଯାଇଛି । ଆମ ଦେଶର ଏକ ଉଦାହରଣ ନେବା । ମୋଟ ଜାତୀୟ ଆୟର ୧୮ ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ଵର ଅନ୍ୟତମ ନ୍ୟୁନ ଭାଗୀଦାରିତା । ମଧ୍ୟପୂର୍ବରେ କେବଳ ଏହା ନ୍ୟୁନତମ (୧୫%) ହୋଇଥିବାବେଳେ ଚୀନ ବ୍ୟତିରେକ ହିସାବ କରାଯାଇଥିବା ଏସିଆ (୨୧ %)  ତୁଳନାରେ ମଧ୳ ଏହା କମ୍ । ଏସବୁ ଅସମାନତାର ଗଭୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ରହିଛି । ଦେଶର ନିମ୍ନ ୫୦ ଭାଗ ଜନସାଧାରଣ ମୋଟ ଆୟ ଓ ସଂପତ୍ତିର କେବଳ ଏକ କ୍ଷୁଦ୍ର ଭାଗର ଅଂଶୀଦାର ହୋଇଥିବାରୁ ସେମାନେ ଗରିବ । କେନ୍ଦ୍ର ସରକାରଙ୍କ ନିଜର ତଥ୍ୟ ଅନୁସାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଆଦି ବିଷୟଗୁଡ଼ିକୁ ନେଇ ଯଦି ଗଣନା କରାଯାଏ, ତେବେ ଦେଶର ଜନସଂଖ୍ୟାର ୨୫ ଭାଗରୁ ଅଧିକ ଲୋକ ଦରିଦ୍ର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଅସମାନତାର ପ୍ରଭାବ ବେଶୀ ପଡିଥାଏ ଶିଶୁ, ମହିଳା ଓ ଯୁବବର୍ଗ ଉପରେ । ଏମାନଙ୍କ ସଂଖ୍ୟା ହିଁ ଅଧିକ ହୋଇଥିବାରୁ ସାମାଜିକ ସ୍ତରରେ ମଧ୳ ଅସମାନତାର କୁପ୍ରଭାବ ଅଧିକ ଅନୁଭୂତ ହେବା ସ୍ଵାଭାବିକ । ବଡ ବିଡମ୍ବନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୳ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । କେବଳ ସଂପତ୍ତିରେ  ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ ଧନୀ, ସେମାନେ ମଧ୍ୟ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି । ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି । 


ଭାରତ କେଉଁ ଲୋକମାନଙ୍କ ସେବାରୁ ବଞ୍ଚିତ ହେଉଛି ?
  • ଧନୀ ଓ ଜ୍ଞାନୀ
  • ଠିକାଦାର ଓ ବ୍ୟବସାୟୀ
  • ଶିଶୁ, ମହିଳା ଓ ଯୁବବର୍ଗ
  • ଦରିଦ୍ରମାନଙ୍କର

ସଠିକ ଉତ୍ତର ହେଉଛି “ଧନୀ ଓ ଜ୍ଞାନୀ”।

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ବଡ ବିଡମ୍ବନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । 
  • ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୳ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । 
  • କେବଳ ସଂପତ୍ତିରେ ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ ଧନୀସେମାନେ ମଧ୍ୟ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି। ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି। 

 Key Points

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ ଭାରତ ଧନୀ ଓ ଜ୍ଞାନୀ ଲୋକମାନଙ୍କ ସେବାରୁ ବଞ୍ଚିତ ହେଉଛି। 
  • କାରଣ ଧନୀ ଲୋକମାନେ ନିଜ ଦେଶ ଛାଡ଼ି ବିଦେଶରେ ବସବାସ ନିମିତ୍ତ ପଳାୟନରତ ଏବଂ ଜ୍ଞାନୀ ଲୋକମାନେ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ସ୍ଥିତ। 
  • ଯଦ୍ଦ୍ଵାରା ଆମ ଦେଶ ଭାରତ ଏହି ବିଦେଶକୁ ପଳାୟନରତ ଜ୍ଞାନୀ ଓ ଧନୀ ବ୍ୟକ୍ତିବର୍ଗଙ୍କ ସେବାରୁ ବଞ୍ଚିତ।  

17. ପ୍ର (131-135) ନିମ୍ନଲିଖିତ ଅନୁଚ୍ଛେଦଟି ପଢି ଉତ୍ତର ଦିଅ ।

ଆମର ଏଇ ପୃଥିବୀରେ ଅସମାନତାକୁ ସମାନ କରିବା ବିଷୟ ଯେତେ କୁହାଯାଇ ଆସୁଥିଲେ ହେଁ ତାହା ହୋଇପାରୁନାହିଁ; ବରଂ ମନୁଷ୍ୟଙ୍କ ମଧ୳ରେ ବିଭିନ୍ନ ପ୍ରକାରର ଅସମାନତା ବଢିଚାଲିଛି । ବିଶେଷ କରି ଧନ ସମ୍ପତ୍ତିକୁ ନେଇ ଅସମାନତାର ଖାଇ କ୍ରମେ ବଡ ହୋଇ ଚାଲିଛି । ତେଣୁ ଦୂରତା ମଧ୳ ବୃଦ୍ଧି ପାଉଛି । ଏହା କେବଳ ମନୁଷ୍ୟ ମନୁଷ୍ୟ ଭିତରେ ନୁହେଁ, ରାଜ୍ୟ – ରାଜ୍ୟ ଓ ଦେଶ – ଦେଶ ମଧ୳ରେ ମଧ୳ ବଢିଚାଲିଛି । ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨” ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ । ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି । ଆୟକୁ ଯଦି ଦେଖାଯାଏ, ବିଶ୍ଵ ଜନସଂଖ୍ୟାର  ୧୦ ଶତାଂଶ ଧନୀଲୋକଙ୍କ ନିକଟରେ  ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶତ ସଂପତ୍ତି ରହିଛି । ଅନ୍ୟପକ୍ଷରେ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ମାତ୍ର ୮.୫ ଶତାଂଶ ଆୟ କରୁଛନ୍ତି । ସଂପତ୍ତି ଅସମାନତା କ୍ଷେତ୍ରରେ ଏହି ଚିତ୍ର ଆହୁରି ଦୟନୀୟ । ବିଶେଷତଃ ଭାରତରେ ଅସମାନତାର ଅବସ୍ଥା ଅତି ସାଙ୍ଘାତିକ କହିଲେ ଅତିଶୟୋକ୍ତି ହେବ ନାହିଁ । ଏହି ରିପୋର୍ଟରେ ଭାରତକୁ “ଗରିବ ଏବଂ କେତେ ଧନୀ ଅଭିଜାତଙ୍କ ଅତି ଅସମାନ ଦେଶ” ବୋଲି ଆଖ୍ୟା ଦିଆଯାଇଛି ।  ଏହାର କାରଣ ସ୍ଵରୂପ ଏଥିରେ ଯେଉଁ ତଥ୍ୟାବଳୀ ଦିଆଯାଇଅଛି, ତାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ । ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବେଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ । ନିମ୍ନରେ ରହିଥିବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ ରହିଛି ଜାତୀୟ ଆୟର ମାତ୍ର ୧୩ ଶତାଂଶ । ମଧ୳ବିତ୍ତଙ୍କ ସ୍ଥିତି ମଧ୳ ଏଠାରେ ଆଦୌ ସନ୍ତୋଷଜନକ ନୁହେଁ, ବରଂ ସେମାନେ ମଧ୳ ଅନ୍ୟ ଦେଶରେ ଲୋକଙ୍କ ତୁଳନାରେ ଗରିବ । ସେମାନଙ୍କ ନିକଟରେ ଜାତୀୟ ଆୟର ମାତ୍ର ୨୯.୫ ଶତାଂଶ ହିଁ ରହିଛି । ହାରାହାରି ଆୟକୁ ଦେଖିଲେ ଦେଶର ଲୋକଙ୍କ ମଧ୳ରେ ଆୟର ଅସମାନତାକୁ ମଧ୳ ଆମେ  ସହଜରେ ବୁଝିପାରିବା । ୨୦୨୧ ଭାରତର ବୟସ୍କ ଜନସଂଖ୍ୟାଙ୍କ ବାର୍ଷିକ ହାରାହାରି ଜାତୀୟ ଆୟ ୨ ଲକ୍ଷ ଟଙ୍କାରୁ ସମାନ୍ୟ ଅଧିକ । ଅନ୍ୟପକ୍ଷରେ ଶୀର୍ଷ ୧୦ ଶତାଂଶ ଲୋକଙ୍କ ହାରାହାରି ଆୟ ୧୧.୬ ଲକ୍ଷ ହୋଇଥିବା ବେଳେ ନିମ୍ନ ୫୦ ଶତାଂଶଙ୍କ ଆୟ ମାତ୍ର ୫୩ ହଜାର ଟଙ୍କା । ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୳ ତଥ୍ୟ ଦିଆଯାଇଛି । ଆମ ଦେଶର ଏକ ଉଦାହରଣ ନେବା । ମୋଟ ଜାତୀୟ ଆୟର ୧୮ ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ଵର ଅନ୍ୟତମ ନ୍ୟୁନ ଭାଗୀଦାରିତା । ମଧ୍ୟପୂର୍ବରେ କେବଳ ଏହା ନ୍ୟୁନତମ (୧୫%) ହୋଇଥିବାବେଳେ ଚୀନ ବ୍ୟତିରେକ ହିସାବ କରାଯାଇଥିବା ଏସିଆ (୨୧ %)  ତୁଳନାରେ ମଧ୳ ଏହା କମ୍ । ଏସବୁ ଅସମାନତାର ଗଭୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ରହିଛି । ଦେଶର ନିମ୍ନ ୫୦ ଭାଗ ଜନସାଧାରଣ ମୋଟ ଆୟ ଓ ସଂପତ୍ତିର କେବଳ ଏକ କ୍ଷୁଦ୍ର ଭାଗର ଅଂଶୀଦାର ହୋଇଥିବାରୁ ସେମାନେ ଗରିବ । କେନ୍ଦ୍ର ସରକାରଙ୍କ ନିଜର ତଥ୍ୟ ଅନୁସାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଆଦି ବିଷୟଗୁଡ଼ିକୁ ନେଇ ଯଦି ଗଣନା କରାଯାଏ, ତେବେ ଦେଶର ଜନସଂଖ୍ୟାର ୨୫ ଭାଗରୁ ଅଧିକ ଲୋକ ଦରିଦ୍ର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଅସମାନତାର ପ୍ରଭାବ ବେଶୀ ପଡିଥାଏ ଶିଶୁ, ମହିଳା ଓ ଯୁବବର୍ଗ ଉପରେ । ଏମାନଙ୍କ ସଂଖ୍ୟା ହିଁ ଅଧିକ ହୋଇଥିବାରୁ ସାମାଜିକ ସ୍ତରରେ ମଧ୳ ଅସମାନତାର କୁପ୍ରଭାବ ଅଧିକ ଅନୁଭୂତ ହେବା ସ୍ଵାଭାବିକ । ବଡ ବିଡମ୍ବନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୳ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । କେବଳ ସଂପତ୍ତିରେ  ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ ଧନୀ, ସେମାନେ ମଧ୍ୟ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି । ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି । 


ଠିକ୍ ବାକ୍ୟଟି ବାଛ ।
  • ବିଶ୍ଵର ୧୦ ଶତାଂଶ ଧନୀଲୋକଙ୍କ ପାଖରେ ବିଶ୍ଵର ୫୨ ଶତାଂଶ ସଂପତ୍ତି ଅଛି ।
  • ଭାରତରେ ଧନୀ ୧ ପ୍ରତିଶତ ଲୋକ ସମଗ୍ର ଦେଶର ଆୟର ୨୨ ଶତାଂଶ ରୋଜଗାର କରୁଛନ୍ତି । 
  • ଉଭୟ (A) ଓ (B) ଠିକ୍ ।
  • କେଉଁଟି ବି ଠିକ୍ ନୁହେଁ ।

ସଠିକ ଉତ୍ତର ହେଉଛି “ଉଭୟ (A) ଓ (B) ଠିକ୍”।

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ଆୟକୁ ଯଦି ଦେଖାଯାଏ, ବିଶ୍ଵ ଜନସଂଖ୍ୟାର ୧୦ ଶତାଂଶ ଧନୀଲୋକଙ୍କ ନିକଟରେ  ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶତ ସଂପତ୍ତି ରହିଛି
  • ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବେଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ

 Key Points

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶ ଦ୍ୱୟରୁ ଏହା ସ୍ପଷ୍ଟ ଯେ ଦିଆଯାଇଥିବା ବିକଳ୍ପଗୁଡିକ ମଧ୍ୟରେ ବିକଳ୍ପ (A) ଓ (B) ଉଭୟ ହେଉଛି ଠିକ ବାକ୍ୟଦ୍ବୟ
  • ଯଥା: ବିଶ୍ଵର ୧୦ ଶତାଂଶ ଧନୀଲୋକଙ୍କ ପାଖରେ ବିଶ୍ଵର ୫୨ ଶତାଂଶ ସଂପତ୍ତି ଅଛି।
  • ଭାରତରେ ଧନୀ ୧ ପ୍ରତିଶତ ଲୋକ ସମଗ୍ର ଦେଶର ଆୟର ୨୨ ଶତାଂଶ ରୋଜଗାର କରୁଛନ୍ତି।
  • ଦତ୍ତ ଅନୁଚ୍ଛେଦର ଅଂଶ ଦ୍ୱୟ ବିଶ୍ୱରେ ଚାଲିଥିବା ସଂପତ୍ତି ଅସମାନତା ବିଷୟରେ ସୂତ୍ରପାତ କରିଛି।   

18. ପ୍ର (131-135) ନିମ୍ନଲିଖିତ ଅନୁଚ୍ଛେଦଟି ପଢି ଉତ୍ତର ଦିଅ ।

ଆମର ଏଇ ପୃଥିବୀରେ ଅସମାନତାକୁ ସମାନ କରିବା ବିଷୟ ଯେତେ କୁହାଯାଇ ଆସୁଥିଲେ ହେଁ ତାହା ହୋଇପାରୁନାହିଁ; ବରଂ ମନୁଷ୍ୟଙ୍କ ମଧ୳ରେ ବିଭିନ୍ନ ପ୍ରକାରର ଅସମାନତା ବଢିଚାଲିଛି । ବିଶେଷ କରି ଧନ ସମ୍ପତ୍ତିକୁ ନେଇ ଅସମାନତାର ଖାଇ କ୍ରମେ ବଡ ହୋଇ ଚାଲିଛି । ତେଣୁ ଦୂରତା ମଧ୳ ବୃଦ୍ଧି ପାଉଛି । ଏହା କେବଳ ମନୁଷ୍ୟ ମନୁଷ୍ୟ ଭିତରେ ନୁହେଁ, ରାଜ୍ୟ – ରାଜ୍ୟ ଓ ଦେଶ – ଦେଶ ମଧ୳ରେ ମଧ୳ ବଢିଚାଲିଛି । ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨” ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ । ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି । ଆୟକୁ ଯଦି ଦେଖାଯାଏ, ବିଶ୍ଵ ଜନସଂଖ୍ୟାର  ୧୦ ଶତାଂଶ ଧନୀଲୋକଙ୍କ ନିକଟରେ  ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶତ ସଂପତ୍ତି ରହିଛି । ଅନ୍ୟପକ୍ଷରେ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ମାତ୍ର ୮.୫ ଶତାଂଶ ଆୟ କରୁଛନ୍ତି । ସଂପତ୍ତି ଅସମାନତା କ୍ଷେତ୍ରରେ ଏହି ଚିତ୍ର ଆହୁରି ଦୟନୀୟ । ବିଶେଷତଃ ଭାରତରେ ଅସମାନତାର ଅବସ୍ଥା ଅତି ସାଙ୍ଘାତିକ କହିଲେ ଅତିଶୟୋକ୍ତି ହେବ ନାହିଁ । ଏହି ରିପୋର୍ଟରେ ଭାରତକୁ “ଗରିବ ଏବଂ କେତେ ଧନୀ ଅଭିଜାତଙ୍କ ଅତି ଅସମାନ ଦେଶ” ବୋଲି ଆଖ୍ୟା ଦିଆଯାଇଛି ।  ଏହାର କାରଣ ସ୍ଵରୂପ ଏଥିରେ ଯେଉଁ ତଥ୍ୟାବଳୀ ଦିଆଯାଇଅଛି, ତାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ । ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବେଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ । ନିମ୍ନରେ ରହିଥିବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ ରହିଛି ଜାତୀୟ ଆୟର ମାତ୍ର ୧୩ ଶତାଂଶ । ମଧ୳ବିତ୍ତଙ୍କ ସ୍ଥିତି ମଧ୳ ଏଠାରେ ଆଦୌ ସନ୍ତୋଷଜନକ ନୁହେଁ, ବରଂ ସେମାନେ ମଧ୳ ଅନ୍ୟ ଦେଶରେ ଲୋକଙ୍କ ତୁଳନାରେ ଗରିବ । ସେମାନଙ୍କ ନିକଟରେ ଜାତୀୟ ଆୟର ମାତ୍ର ୨୯.୫ ଶତାଂଶ ହିଁ ରହିଛି । ହାରାହାରି ଆୟକୁ ଦେଖିଲେ ଦେଶର ଲୋକଙ୍କ ମଧ୳ରେ ଆୟର ଅସମାନତାକୁ ମଧ୳ ଆମେ  ସହଜରେ ବୁଝିପାରିବା । ୨୦୨୧ ଭାରତର ବୟସ୍କ ଜନସଂଖ୍ୟାଙ୍କ ବାର୍ଷିକ ହାରାହାରି ଜାତୀୟ ଆୟ ୨ ଲକ୍ଷ ଟଙ୍କାରୁ ସମାନ୍ୟ ଅଧିକ । ଅନ୍ୟପକ୍ଷରେ ଶୀର୍ଷ ୧୦ ଶତାଂଶ ଲୋକଙ୍କ ହାରାହାରି ଆୟ ୧୧.୬ ଲକ୍ଷ ହୋଇଥିବା ବେଳେ ନିମ୍ନ ୫୦ ଶତାଂଶଙ୍କ ଆୟ ମାତ୍ର ୫୩ ହଜାର ଟଙ୍କା । ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୳ ତଥ୍ୟ ଦିଆଯାଇଛି । ଆମ ଦେଶର ଏକ ଉଦାହରଣ ନେବା । ମୋଟ ଜାତୀୟ ଆୟର ୧୮ ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ଵର ଅନ୍ୟତମ ନ୍ୟୁନ ଭାଗୀଦାରିତା । ମଧ୍ୟପୂର୍ବରେ କେବଳ ଏହା ନ୍ୟୁନତମ (୧୫%) ହୋଇଥିବାବେଳେ ଚୀନ ବ୍ୟତିରେକ ହିସାବ କରାଯାଇଥିବା ଏସିଆ (୨୧ %)  ତୁଳନାରେ ମଧ୳ ଏହା କମ୍ । ଏସବୁ ଅସମାନତାର ଗଭୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ରହିଛି । ଦେଶର ନିମ୍ନ ୫୦ ଭାଗ ଜନସାଧାରଣ ମୋଟ ଆୟ ଓ ସଂପତ୍ତିର କେବଳ ଏକ କ୍ଷୁଦ୍ର ଭାଗର ଅଂଶୀଦାର ହୋଇଥିବାରୁ ସେମାନେ ଗରିବ । କେନ୍ଦ୍ର ସରକାରଙ୍କ ନିଜର ତଥ୍ୟ ଅନୁସାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଆଦି ବିଷୟଗୁଡ଼ିକୁ ନେଇ ଯଦି ଗଣନା କରାଯାଏ, ତେବେ ଦେଶର ଜନସଂଖ୍ୟାର ୨୫ ଭାଗରୁ ଅଧିକ ଲୋକ ଦରିଦ୍ର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଅସମାନତାର ପ୍ରଭାବ ବେଶୀ ପଡିଥାଏ ଶିଶୁ, ମହିଳା ଓ ଯୁବବର୍ଗ ଉପରେ । ଏମାନଙ୍କ ସଂଖ୍ୟା ହିଁ ଅଧିକ ହୋଇଥିବାରୁ ସାମାଜିକ ସ୍ତରରେ ମଧ୳ ଅସମାନତାର କୁପ୍ରଭାବ ଅଧିକ ଅନୁଭୂତ ହେବା ସ୍ଵାଭାବିକ । ବଡ ବିଡମ୍ବନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୳ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । କେବଳ ସଂପତ୍ତିରେ  ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ ଧନୀ, ସେମାନେ ମଧ୍ୟ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି । ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି । 


ଉପରୋକ୍ତ ପରିଚ୍ଛେଦରେ ବର୍ଣ୍ଣନା ହୋଇଥିବା ଅସମାନତା ରିପୋର୍ଟ କେଉଁ ଆଧାରରେ ପ୍ରସ୍ତୁତ କରାଯାଇଛି ?
  • ବିଭିନ୍ନ ଦେଶର ଆୟବ୍ୟୟ ଆଧାରରେ
  • ବିଭିନ୍ନ ଦେଶର ଧନଜୀବନ ଆଧାରରେ
  • ବିଭିନ୍ନ ଦେଶର ଆୟ ଓ ସଂପତ୍ତି ଆଧାରରେ
  • ବିଭିନ୍ନ ଦେଶର ମହିଳା-ପୁରୁଷ ବିଭେଦ ଆଧାରରେ

ସଠିକ ଉତ୍ତର ହେଉଛି “ବିଭିନ୍ନ ଦେଶର ଆୟ ଓ ସଂପତ୍ତି ଆଧାରରେ”।

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨”ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍।
  • ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି। 

 Key Points

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨” ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତି ଆଧାରରେ ନିର୍ମିତ
  • “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍”ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ ସମସ୍ତେ ଏଦିଗରେ ଦୃଷ୍ଟିପାତ କରିଛନ୍ତି।  
  • ଦତ୍ତ ଅନୁଚ୍ଛେଦଟି ବିଶ୍ୱରେ ଚାଲିଥିବା ଅସମାନତା ବିଷୟରେ ସୂତ୍ରପାତ କରିଛି।   
  • ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି

19. ପ୍ର (131-135) ନିମ୍ନଲିଖିତ ଅନୁଚ୍ଛେଦଟି ପଢି ଉତ୍ତର ଦିଅ ।

ଆମର ଏଇ ପୃଥିବୀରେ ଅସମାନତାକୁ ସମାନ କରିବା ବିଷୟ ଯେତେ କୁହାଯାଇ ଆସୁଥିଲେ ହେଁ ତାହା ହୋଇପାରୁନାହିଁ; ବରଂ ମନୁଷ୍ୟଙ୍କ ମଧ୳ରେ ବିଭିନ୍ନ ପ୍ରକାରର ଅସମାନତା ବଢିଚାଲିଛି । ବିଶେଷ କରି ଧନ ସମ୍ପତ୍ତିକୁ ନେଇ ଅସମାନତାର ଖାଇ କ୍ରମେ ବଡ ହୋଇ ଚାଲିଛି । ତେଣୁ ଦୂରତା ମଧ୳ ବୃଦ୍ଧି ପାଉଛି । ଏହା କେବଳ ମନୁଷ୍ୟ ମନୁଷ୍ୟ ଭିତରେ ନୁହେଁ, ରାଜ୍ୟ – ରାଜ୍ୟ ଓ ଦେଶ – ଦେଶ ମଧ୳ରେ ମଧ୳ ବଢିଚାଲିଛି । ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨” ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ । ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି । ଆୟକୁ ଯଦି ଦେଖାଯାଏ, ବିଶ୍ଵ ଜନସଂଖ୍ୟାର  ୧୦ ଶତାଂଶ ଧନୀଲୋକଙ୍କ ନିକଟରେ  ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶତ ସଂପତ୍ତି ରହିଛି । ଅନ୍ୟପକ୍ଷରେ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ମାତ୍ର ୮.୫ ଶତାଂଶ ଆୟ କରୁଛନ୍ତି । ସଂପତ୍ତି ଅସମାନତା କ୍ଷେତ୍ରରେ ଏହି ଚିତ୍ର ଆହୁରି ଦୟନୀୟ । ବିଶେଷତଃ ଭାରତରେ ଅସମାନତାର ଅବସ୍ଥା ଅତି ସାଙ୍ଘାତିକ କହିଲେ ଅତିଶୟୋକ୍ତି ହେବ ନାହିଁ । ଏହି ରିପୋର୍ଟରେ ଭାରତକୁ “ଗରିବ ଏବଂ କେତେ ଧନୀ ଅଭିଜାତଙ୍କ ଅତି ଅସମାନ ଦେଶ” ବୋଲି ଆଖ୍ୟା ଦିଆଯାଇଛି ।  ଏହାର କାରଣ ସ୍ଵରୂପ ଏଥିରେ ଯେଉଁ ତଥ୍ୟାବଳୀ ଦିଆଯାଇଅଛି, ତାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ । ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବେଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ । ନିମ୍ନରେ ରହିଥିବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ ରହିଛି ଜାତୀୟ ଆୟର ମାତ୍ର ୧୩ ଶତାଂଶ । ମଧ୳ବିତ୍ତଙ୍କ ସ୍ଥିତି ମଧ୳ ଏଠାରେ ଆଦୌ ସନ୍ତୋଷଜନକ ନୁହେଁ, ବରଂ ସେମାନେ ମଧ୳ ଅନ୍ୟ ଦେଶରେ ଲୋକଙ୍କ ତୁଳନାରେ ଗରିବ । ସେମାନଙ୍କ ନିକଟରେ ଜାତୀୟ ଆୟର ମାତ୍ର ୨୯.୫ ଶତାଂଶ ହିଁ ରହିଛି । ହାରାହାରି ଆୟକୁ ଦେଖିଲେ ଦେଶର ଲୋକଙ୍କ ମଧ୳ରେ ଆୟର ଅସମାନତାକୁ ମଧ୳ ଆମେ  ସହଜରେ ବୁଝିପାରିବା । ୨୦୨୧ ଭାରତର ବୟସ୍କ ଜନସଂଖ୍ୟାଙ୍କ ବାର୍ଷିକ ହାରାହାରି ଜାତୀୟ ଆୟ ୨ ଲକ୍ଷ ଟଙ୍କାରୁ ସମାନ୍ୟ ଅଧିକ । ଅନ୍ୟପକ୍ଷରେ ଶୀର୍ଷ ୧୦ ଶତାଂଶ ଲୋକଙ୍କ ହାରାହାରି ଆୟ ୧୧.୬ ଲକ୍ଷ ହୋଇଥିବା ବେଳେ ନିମ୍ନ ୫୦ ଶତାଂଶଙ୍କ ଆୟ ମାତ୍ର ୫୩ ହଜାର ଟଙ୍କା । ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୳ ତଥ୍ୟ ଦିଆଯାଇଛି । ଆମ ଦେଶର ଏକ ଉଦାହରଣ ନେବା । ମୋଟ ଜାତୀୟ ଆୟର ୧୮ ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ଵର ଅନ୍ୟତମ ନ୍ୟୁନ ଭାଗୀଦାରିତା । ମଧ୍ୟପୂର୍ବରେ କେବଳ ଏହା ନ୍ୟୁନତମ (୧୫%) ହୋଇଥିବାବେଳେ ଚୀନ ବ୍ୟତିରେକ ହିସାବ କରାଯାଇଥିବା ଏସିଆ (୨୧ %)  ତୁଳନାରେ ମଧ୳ ଏହା କମ୍ । ଏସବୁ ଅସମାନତାର ଗଭୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ରହିଛି । ଦେଶର ନିମ୍ନ ୫୦ ଭାଗ ଜନସାଧାରଣ ମୋଟ ଆୟ ଓ ସଂପତ୍ତିର କେବଳ ଏକ କ୍ଷୁଦ୍ର ଭାଗର ଅଂଶୀଦାର ହୋଇଥିବାରୁ ସେମାନେ ଗରିବ । କେନ୍ଦ୍ର ସରକାରଙ୍କ ନିଜର ତଥ୍ୟ ଅନୁସାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଆଦି ବିଷୟଗୁଡ଼ିକୁ ନେଇ ଯଦି ଗଣନା କରାଯାଏ, ତେବେ ଦେଶର ଜନସଂଖ୍ୟାର ୨୫ ଭାଗରୁ ଅଧିକ ଲୋକ ଦରିଦ୍ର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଅସମାନତାର ପ୍ରଭାବ ବେଶୀ ପଡିଥାଏ ଶିଶୁ, ମହିଳା ଓ ଯୁବବର୍ଗ ଉପରେ । ଏମାନଙ୍କ ସଂଖ୍ୟା ହିଁ ଅଧିକ ହୋଇଥିବାରୁ ସାମାଜିକ ସ୍ତରରେ ମଧ୳ ଅସମାନତାର କୁପ୍ରଭାବ ଅଧିକ ଅନୁଭୂତ ହେବା ସ୍ଵାଭାବିକ । ବଡ ବିଡମ୍ବନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୳ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । କେବଳ ସଂପତ୍ତିରେ  ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ ଧନୀ, ସେମାନେ ମଧ୍ୟ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି । ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି । 


ଭାରତରେ ମୋଟ ଜାତୀୟ ଆୟର କେତେ ଶତାଂଶ ପୁରୁଷମାନଙ୍କ ଶ୍ରମରୁ  ଆସିଥାଏ ?
  • 18%
  • 57%
  • 29.5%
  • 82%

ସଠିକ ଉତ୍ତର ହେଉଛି “82%”।

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୳ ତଥ୍ୟ ଦିଆଯାଇଛି। ଆମ ଦେଶର ଏକ ଉଦାହରଣ ନେବା। 
  • ମୋଟ ଜାତୀୟ ଆୟର ୧୮ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ଵର ଅନ୍ୟତମ ନ୍ୟୁନ ଭାଗୀଦାରିତା। 

 Key Points

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ ମୋଟ ଜାତୀୟ ଆୟର 18% ଯଦି ମହିଳା ଶ୍ରମରୁ ଆସିଥାଏ, ତେବେ ଅବଶିଷ୍ଟ ହେବ ପୁରୁଷ ଶ୍ରମରୁ
  • ଅତଏବ ଭାରତରେ ମୋଟ ଜାତୀୟ ଆୟର (100 -18 = 82)% ପୁରୁଷମାନଙ୍କ ଶ୍ରମରୁ ଆସିବ
  • ଏହି ଅଂଶଟି ବିଶ୍ୱରେ ଚାଲିଥିବା ଲିଙ୍ଗଗତ ଅସମାନତା ବିଷୟରେ ସୂତ୍ରପାତ କରିଛି। 

20. ପ୍ର (131-135) ନିମ୍ନଲିଖିତ ଅନୁଚ୍ଛେଦଟି ପଢି ଉତ୍ତର ଦିଅ ।

ଆମର ଏଇ ପୃଥିବୀରେ ଅସମାନତାକୁ ସମାନ କରିବା ବିଷୟ ଯେତେ କୁହାଯାଇ ଆସୁଥିଲେ ହେଁ ତାହା ହୋଇପାରୁନାହିଁ; ବରଂ ମନୁଷ୍ୟଙ୍କ ମଧ୳ରେ ବିଭିନ୍ନ ପ୍ରକାରର ଅସମାନତା ବଢିଚାଲିଛି । ବିଶେଷ କରି ଧନ ସମ୍ପତ୍ତିକୁ ନେଇ ଅସମାନତାର ଖାଇ କ୍ରମେ ବଡ ହୋଇ ଚାଲିଛି । ତେଣୁ ଦୂରତା ମଧ୳ ବୃଦ୍ଧି ପାଉଛି । ଏହା କେବଳ ମନୁଷ୍ୟ ମନୁଷ୍ୟ ଭିତରେ ନୁହେଁ, ରାଜ୍ୟ – ରାଜ୍ୟ ଓ ଦେଶ – ଦେଶ ମଧ୳ରେ ମଧ୳ ବଢିଚାଲିଛି । ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨” ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ । ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରିଛନ୍ତି । ଆୟକୁ ଯଦି ଦେଖାଯାଏ, ବିଶ୍ଵ ଜନସଂଖ୍ୟାର  ୧୦ ଶତାଂଶ ଧନୀଲୋକଙ୍କ ନିକଟରେ  ବର୍ତ୍ତମାନ ପୃଥିବୀର ସମଗ୍ର ଆୟର ୫୨ ପ୍ରତିଶତ ସଂପତ୍ତି ରହିଛି । ଅନ୍ୟପକ୍ଷରେ ଜନସଂଖ୍ୟାର ଅର୍ଦ୍ଧେକ ଲୋକ ମାତ୍ର ୮.୫ ଶତାଂଶ ଆୟ କରୁଛନ୍ତି । ସଂପତ୍ତି ଅସମାନତା କ୍ଷେତ୍ରରେ ଏହି ଚିତ୍ର ଆହୁରି ଦୟନୀୟ । ବିଶେଷତଃ ଭାରତରେ ଅସମାନତାର ଅବସ୍ଥା ଅତି ସାଙ୍ଘାତିକ କହିଲେ ଅତିଶୟୋକ୍ତି ହେବ ନାହିଁ । ଏହି ରିପୋର୍ଟରେ ଭାରତକୁ “ଗରିବ ଏବଂ କେତେ ଧନୀ ଅଭିଜାତଙ୍କ ଅତି ଅସମାନ ଦେଶ” ବୋଲି ଆଖ୍ୟା ଦିଆଯାଇଛି ।  ଏହାର କାରଣ ସ୍ଵରୂପ ଏଥିରେ ଯେଉଁ ତଥ୍ୟାବଳୀ ଦିଆଯାଇଅଛି, ତାକୁ ସହଜରେ ଏଡ଼ାଇ ଦେଇ ହେବ ନାହିଁ । ଦେଶର ୧୦ ଶତାଂଶ ଲୋକଙ୍କ ନିକଟରେ ଜାତୀୟ ଆୟର ୫୭ ଶତାଂଶ ରହିଥିବାବେଳେ ୧ ପ୍ରତିଶତ ଲୋକ ଆୟ କରୁଛନ୍ତି ୨୨ ଶତାଂଶ । ନିମ୍ନରେ ରହିଥିବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ ରହିଛି ଜାତୀୟ ଆୟର ମାତ୍ର ୧୩ ଶତାଂଶ । ମଧ୳ବିତ୍ତଙ୍କ ସ୍ଥିତି ମଧ୳ ଏଠାରେ ଆଦୌ ସନ୍ତୋଷଜନକ ନୁହେଁ, ବରଂ ସେମାନେ ମଧ୳ ଅନ୍ୟ ଦେଶରେ ଲୋକଙ୍କ ତୁଳନାରେ ଗରିବ । ସେମାନଙ୍କ ନିକଟରେ ଜାତୀୟ ଆୟର ମାତ୍ର ୨୯.୫ ଶତାଂଶ ହିଁ ରହିଛି । ହାରାହାରି ଆୟକୁ ଦେଖିଲେ ଦେଶର ଲୋକଙ୍କ ମଧ୳ରେ ଆୟର ଅସମାନତାକୁ ମଧ୳ ଆମେ  ସହଜରେ ବୁଝିପାରିବା । ୨୦୨୧ ଭାରତର ବୟସ୍କ ଜନସଂଖ୍ୟାଙ୍କ ବାର୍ଷିକ ହାରାହାରି ଜାତୀୟ ଆୟ ୨ ଲକ୍ଷ ଟଙ୍କାରୁ ସମାନ୍ୟ ଅଧିକ । ଅନ୍ୟପକ୍ଷରେ ଶୀର୍ଷ ୧୦ ଶତାଂଶ ଲୋକଙ୍କ ହାରାହାରି ଆୟ ୧୧.୬ ଲକ୍ଷ ହୋଇଥିବା ବେଳେ ନିମ୍ନ ୫୦ ଶତାଂଶଙ୍କ ଆୟ ମାତ୍ର ୫୩ ହଜାର ଟଙ୍କା । ରିପୋର୍ଟରେ କେବଳ ଆୟ ଓ ଧନସଂପତ୍ତିର ଆସମାନତାକୁ ଦର୍ଶାଯାଇନାହିଁ, ବରଂ ଲିଙ୍ଗଗତ ଅସମାନତା ବିଷୟରେ ମଧ୳ ତଥ୍ୟ ଦିଆଯାଇଛି । ଆମ ଦେଶର ଏକ ଉଦାହରଣ ନେବା । ମୋଟ ଜାତୀୟ ଆୟର ୧୮ ଶତାଂଶ ହିଁ ମହିଳା ଶ୍ରମରୁ ଆସିଥାଏ, ଯାହା ବିଶ୍ଵର ଅନ୍ୟତମ ନ୍ୟୁନ ଭାଗୀଦାରିତା । ମଧ୍ୟପୂର୍ବରେ କେବଳ ଏହା ନ୍ୟୁନତମ (୧୫%) ହୋଇଥିବାବେଳେ ଚୀନ ବ୍ୟତିରେକ ହିସାବ କରାଯାଇଥିବା ଏସିଆ (୨୧ %)  ତୁଳନାରେ ମଧ୳ ଏହା କମ୍ । ଏସବୁ ଅସମାନତାର ଗଭୀର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପ୍ରଭାବ ରହିଛି । ଦେଶର ନିମ୍ନ ୫୦ ଭାଗ ଜନସାଧାରଣ ମୋଟ ଆୟ ଓ ସଂପତ୍ତିର କେବଳ ଏକ କ୍ଷୁଦ୍ର ଭାଗର ଅଂଶୀଦାର ହୋଇଥିବାରୁ ସେମାନେ ଗରିବ । କେନ୍ଦ୍ର ସରକାରଙ୍କ ନିଜର ତଥ୍ୟ ଅନୁସାରେ ଶିକ୍ଷା ଓ ସ୍ଵାସ୍ଥ୍ୟ ଆଦି ବିଷୟଗୁଡ଼ିକୁ ନେଇ ଯଦି ଗଣନା କରାଯାଏ, ତେବେ ଦେଶର ଜନସଂଖ୍ୟାର ୨୫ ଭାଗରୁ ଅଧିକ ଲୋକ ଦରିଦ୍ର । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଅସମାନତାର ପ୍ରଭାବ ବେଶୀ ପଡିଥାଏ ଶିଶୁ, ମହିଳା ଓ ଯୁବବର୍ଗ ଉପରେ । ଏମାନଙ୍କ ସଂଖ୍ୟା ହିଁ ଅଧିକ ହୋଇଥିବାରୁ ସାମାଜିକ ସ୍ତରରେ ମଧ୳ ଅସମାନତାର କୁପ୍ରଭାବ ଅଧିକ ଅନୁଭୂତ ହେବା ସ୍ଵାଭାବିକ । ବଡ ବିଡମ୍ବନା ଏବଂ କ୍ଷୋଭର କଥା ଯେ ଦେଶର ସଂପତ୍ତିର ବେଶୀ ଭାଗ ଯେଉଁ ଧନୀ ଲୋକ ପାଖରେ ରହିଛି, ସେମାନେ ଏବେ ଦେଶ ଭିତରେ ରହିବାକୁ ଅନାଗ୍ରହୀ; ତେଣୁ ସେମାନେ ବିଦେଶରେ ବସବାସ କରିବାକୁ ପଳାୟନ କରୁଥିବା ଦେଖାଯାଉଛି । ସେମାନେ ବିଦେଶରେ କେବଳ କୋଠାବାଡି କରୁନାହାନ୍ତି, ସେଠାରେ ମଧ୳ ବ୍ୟବସାୟ ବଢାଇ ନିଜକୁ ପ୍ରତିପତ୍ତିଶାଳୀ କରୁଛନ୍ତି । କେବଳ ସଂପତ୍ତିରେ  ଧନୀ ନୁହନ୍ତି, ବିଦ୍ୟାବୁଦ୍ଧିରେ ମଧ୍ୟ ଯେଉଁମାନେ ଧନୀ, ସେମାନେ ମଧ୍ୟ ବିଦେଶରେ ବଡ ବଡ କମ୍ପାନୀ ଓ ବ୍ୟାଙ୍କ ଆଦିରେ କାର୍ଯ୍ୟ କରିବାକୁ ବିଦେଶକୁ ଯାଉଛନ୍ତି । ଭାରତ ସେମାନଙ୍କ ସେବାରୁ ବଞ୍ଚିତ ହେଉଛି । 


ଗ୍ରାବିଏଲ୍ ଜୁକ୍ ମ୍ୟାନ୍ କିଏ ?
  • ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍ ର ଲେଖକ 
  • ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍ ର ସହ ନିର୍ଦ୍ଦେଶକ
  • ଜଣେ ବିଶିଷ୍ଟ ଲେଖକ 
  • ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ

ସଠିକ ଉତ୍ତର ହେଉଛି “ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ”।

  • ଦତ୍ତ ଅନୁଚ୍ଛେଦରେ ଲିଖିତ ଯେ; ନିକଟରେ ସର୍ବଜାନୀନ ହୋଇଥିବା “ବିଶ୍ଵ ଅସମାନତା ରିପୋର୍ଟ ୨୦୨୨”ରେ ବିଭିନ୍ନ  ଦିଗରୁ ଏହାକୁ ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ଉପନିତ ହୋଇଛନ୍ତି “ୱାର୍ଲଡ୍ ଇନ୍ଇକ୍ଵାଲିଟି ଲ୍ୟାବ୍” ର ସହ ନିର୍ଦ୍ଦେଶକ ଲୁକାସ୍ ଚାନ୍ ସେଲ୍ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ଓ ଗ୍ରାବିଏଲ୍ ଜୁକ୍ ମ୍ୟାନ୍। 

 Key Points

  • ଅନୁଚ୍ଛେଦର ଉପରୋକ୍ତ ବର୍ଣ୍ଣିତ ଅଂଶରୁ ଏହା ସ୍ପଷ୍ଟ ଯେ ଗ୍ରାବିଏଲ୍ ଜୁକ୍ ମ୍ୟାନ୍ ହେଉଛନ୍ତି ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ।
  • ତାଙ୍କ ନାମ ଥମାସ୍ ପିକେଟି, ଏମାନୁଏଲ ସଏଜ୍ ସହ ଉଲ୍ଲେଖ କରାଯାଇଛି।
  • ଦତ୍ତ ଅନୁଚ୍ଛେଦଟି ବିଶ୍ୱରେ ଚାଲିଥିବା ଅସମାନତା ବିଷୟରେ ସୂତ୍ରପାତ କରିଛି। 
  • ଓଡ଼ିଆ ଅଭିଧାନ ଅନୁସାରେ ଅର୍ଥନୀତିଜ୍ଞ କହିଲେ ‘ଅର୍ଥନୀତିରେ ଯେ ବିଜ୍ଞ ବା ଜ୍ଞାନୀ’, ତାଙ୍କୁ ସୂଚାଇଥାଏ।  
  • ଏମାନେ ବିଶ୍ଵର ବିଭିନ୍ନ ଦେଶର ଆୟ ଓ ସଂପତ୍ତିକୁ ଆକଳନ କରି ଅସମାନତାର ସମୀକ୍ଷା କରନ୍ତି। 

Download Our App for Quiz .

Quiz available at OSSSC TEST SERIES_MINI MOCK- Level 2

Leave a Comment